ଦୀର୍ଘ ଜୀବନର ରହସ୍ୟ

ଯଦାବଧ୍ନନ ଦାକ୍ଷୟଣା ହିରଣ୍ୟଂ ଶତନୀକାୟ ସୁମନସ୍ୟ ମାନାଃ
ତତତେ ବଧ୍ନାମ୍ୟାୟୁଷେ ବର୍ଚ୍ଚସେ ବଳାୟ ଦୀର୍ଘାୟୁତ୍ୱାୟ ଶତଶରଦାୟ॥
(ଅଥର୍ବ ବେଦ= କାଣ୍ଡ-୧, ସୁକ୍ତ-୩୫, ମନ୍ତ୍ର-୧)।
ଉପରୋକ୍ତ ମନ୍ତ୍ରଟି ଅଥର୍ବ ବେଦରୁ ଆନୀତ। ମନ୍ତ୍ର ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଶାରୀରିକ ଓ ମାନସିକ ଶକ୍ତି ଆହରଣ କରି ଉତ୍ତମ ସନ୍ତାନ ପ୍ରାପ୍ତି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମଚର୍ଯ୍ୟ ଜୀବନ ଶକ୍ତିକୁ ଉଜ୍ଜୀବିତ କରିଥାଏ। ସେଥିପାଇଁ ମୁନିଋଷିମାନେ ବ୍ରହ୍ମଚର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ରହ୍ମଚର୍ଯ୍ୟ ବ୍ୟକ୍ତିକୁ ଆୟୁ, ଯଶ ଓ ବଳ ପ୍ରଦାନ କରି ଦୀର୍ଘାୟୁ କରିଥାଏ। ନୀରୋଗ ଜୀବନଯାପନ ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ଏକାନ୍ତ ଆବଶ୍ୟକ। ବ୍ରହ୍ମ ଶବ୍ଦର ଅର୍ଥ ମହାନ୍‌ ଓ ଚର୍ଯ୍ୟର ଅର୍ଥ ଆଚରଣ କରିବା। ଶରୀର, ମନ ଓ ଇନ୍ଦ୍ରିୟ ଦ୍ୱାରା ଯେଉଁ ମହାନ୍‌ ଆଚରଣ କରାଯାଏ, ତାହା ‘ବ୍ରହ୍ମଚର୍ଯ୍ୟ’। ବ୍ରହ୍ମଚର୍ଯ୍ୟର ଯୌଗିକ ଅର୍ଥ-ମହାନ୍‌। ମାତ୍ର ସାଧାରଣ ଅର୍ଥରେ ବ୍ରହ୍ମଚର୍ଯ୍ୟର ଅର୍ଥ ବୀର୍ଯ୍ୟ ରକ୍ଷା। ବୀର୍ଯ୍ୟ ରକ୍ଷା ଦ୍ୱାରା ବ୍ୟକ୍ତି ମହାନ୍‌ ହୋଇଥାଏ। ଶରୀର ସପ୍ତଧାତୁରୁ ନିର୍ମିତ। ସେଗୁଡ଼ିକ ହେଲା- ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ବୀର୍ଯ୍ୟ। ଏହା ବ୍ୟକ୍ତିକୁ ସୁଷମ ଖାଦ୍ୟରୁ ମିଳିଥାଏ। ଆୟୁର୍ବେଦ କହେ ଯେ ଏକ ବିନ୍ଦୁ ବୀର୍ଯ୍ୟ ନିର୍ମାଣ ପାଇଁ ୪୦-୬୦ ବିନ୍ଦୁ ରକ୍ତର ଆବଶ୍ୟକ ପଡ଼ିଥାଏ। ତୈଳବୀଜରେ ତୈଳ, ଆଖୁ ଖଣ୍ଡରେ ରସ ଓ କ୍ଷୀରରେ ଘିଅର ସ୍ଥିତି ଯାହା, ଶରୀରରେ ବୀର୍ଯ୍ୟର ସ୍ଥିତି ତାହା।
ବ୍ରହ୍ମଚର୍ଯ୍ୟର ପରମ ରସାୟନ ବୀର୍ଯ୍ୟ।
ବ୍ରହ୍ମଚର୍ଯ୍ୟ ଶାରୀରିକ କାନ୍ତି, ମାନସିକ ଶାନ୍ତିି ଓ ଆତ୍ମିକ ଆନନ୍ଦ ପ୍ରଦାନ କରିଥାଏ। ବ୍ରହ୍ମଚର୍ଯ୍ୟ ସଫଳତାର ଚାବିକାଠି ଓ ଆରୋଗ୍ୟର ମୂଳାଧାର। ଶରୀରରୂପୀ ଭବନର ବ୍ରହ୍ମଚର୍ଯ୍ୟ ଆଧାର ସ୍ତମ୍ଭ। ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ, ବଳ, ତେଜ, ବିଦ୍ୟା, ବୁଦ୍ଧି, ଜ୍ଞାନ, ଧୈର୍ଯ୍ୟ, ସାହସ, ନିର୍ଭୀକତା, ସହନଶୀଳତା ଓ ପବିତ୍ରତା ଆଦି ଗୁଣ ବ୍ରହ୍ମଚର୍ଯ୍ୟ ଉପରେ ଆଧାରିତ।
ମୈଥୁନ ଦ୍ୱାରା ବ୍ରହ୍ମଚର୍ଯ୍ୟ ଭଗ୍ନ ହୋଇଥାଏ। ମୈଥୁନ ଆଠ ପ୍ରକାର। ମନ, ବାଣୀ, ଚକ୍ଷୁ, କର୍ଣ୍ଣ ଓ ଚର୍ମ ଆଦି ଇନ୍ଦ୍ରିୟ ଦ୍ୱାରା ଅଶ୍ଳୀଳ ବିଷୟବସ୍ତୁ ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ଭଗ୍ନ ହୋଇଥାଏ। ବ୍ରହ୍ମଚର୍ଯ୍ୟ ଆଚରଣ କରୁଥିବା ପୁରୁଷକୁ ବ୍ରହ୍ମଚାରୀ ଓ କନ୍ୟାକୁ ବ୍ରହ୍ମଚାରିଣୀ କୁହାଯାଏ। ବିଦ୍ୟା ଅଧ୍ୟୟନର ସମୟ ତପସ୍ୟା ଓ ସାଧନାର ଅବସ୍ଥା ହୋଇଥିବାରୁ ବିଦ୍ୟାର୍ଥୀକୁ ବ୍ରହ୍ମଚାରୀ କୁହାଯାଏ। ବ୍ରହ୍ମଚର୍ଯ୍ୟ ସାଧନା ବିନା ଗୃହସ୍ଥ ଜୀବନରେ ପ୍ରବେଶ କଲେ ଗୃହସ୍ଥ ଜୀବନ ବିଶୃଙ୍ଖଳିତ ହୋଇଥାଏ। ବ୍ରହ୍ମଚର୍ଯ୍ୟ ଫଳନ ଦ୍ୱାରା ରଜ ଓ ବୀର୍ଯ୍ୟ ଦୋଷରହିତ ହୋଇଥାଏ, ଯାହା ଉତ୍ତମ ସନ୍ତାନ ପ୍ରାପ୍ତିରେ ସହାୟକ ହୋଇଥାଏ। ବ୍ରହ୍ମଚର୍ଯ୍ୟ ତିନି ଶ୍ରେଣୀରେ ବିଭକ୍ତ- ନିମ୍ନ, ମଧ୍ୟମ ଓ ଉତ୍ତମ। ମନୁଷ୍ୟ ଶରୀରରେ ବୀର୍ଯ୍ୟ ବା ଧାତୁ ୪ ଅବସ୍ଥାରେ ଗତିଶୀଳ ହୋଇଥାଏ- ବୃଦ୍ଧି (୧୬ରୁ ୨୫ ବର୍ଷ), ଯୌବନ (୨୫ରୁ ୪୦ ବର୍ଷ), ପୂର୍ଣ୍ଣତା (୪୦ ବର୍ଷ) ଓ କିଞ୍ଚିତ୍‌ ପରିହାଣି (୪୦ରୁ ୪୮ ବର୍ଷ)। ବ୍ୟକ୍ତି ଦ୍ୱାରା ୨୪ ବର୍ଷ ପର୍ଯ୍ୟନ୍ତ ପାଳନ ବ୍ରହ୍ମଚର୍ଯ୍ୟକୁ ନିମ୍ନ ବ୍ରହ୍ମଚର୍ଯ୍ୟ, ୪୪ ବର୍ଷ ପର୍ଯ୍ୟନ୍ତ ପାଳନ ବ୍ରହ୍ମଚର୍ଯ୍ୟକୁ ମଧ୍ୟମ ବ୍ରହ୍ମଚର୍ଯ୍ୟ ଓ ୪୮ ବର୍ଷ ପର୍ଯ୍ୟନ୍ତ ପାଳନ ବ୍ରହ୍ମଚର୍ଯ୍ୟକୁ ଉତ୍ତମ ବ୍ରହ୍ମଚର୍ଯ୍ୟ କୁହାଯାଏ। ବିବାହ ପୂର୍ବରୁ କନ୍ୟା ଅତି କମ୍‌ରେ ୧୭ ବର୍ଷ ପର୍ଯ୍ୟନ୍ତ ଓ ପୁରୁଷ ୨୪ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଆବଶ୍ୟକ। ବ୍ରହ୍ମଚର୍ଯ୍ୟ ଶିକ୍ଷା ପ୍ରାରମ୍ଭରୁ ପିତା ଓ ମାତା ତଥା ଗୁରୁକୁଳରେ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଦାନ କରିବା ଆବଶ୍ୟକ। ଶତପଥ ବ୍ରାହ୍ମଣରେ ଉଲ୍ଲେଖ ଅଛି- ‘ମାତୃମାନ, ପିତୃମାନ, ଆଚାର୍ଯ୍ୟବାନ ପୁରୁଷୋତ୍ତମ ବେଦଃ’ ଅର୍ଥାତ୍‌ ଯେଉଁ ବ୍ୟକ୍ତିକୁ ମାତା, ପିତା ଓ ଆଚାର୍ଯ୍ୟ ଭଳି ଗୁରୁ ମିଳିଥାଏ ସେ ଜ୍ଞାନୀ ହୁଏ। ବ୍ରହ୍ମଚର୍ଯ୍ୟ ପାଳନ ପଶ୍ଚାତ୍‌ ବିବାହ କଲେ ଉତ୍ତମ ସନ୍ତାନ ପ୍ରାପ୍ତି ହୁଏ। ‘ବ୍ରହ୍ମଚର୍ଯ୍ୟେଣ କନ୍ୟା ଯୁବନାଂ ବିନ୍ଦତେ ପତିମ୍‌।’ (ଅଥର୍ବ କାଣ୍ଡ-୧୧, ମନ୍ତ୍ର-୧୮) ଅର୍ଥାତ୍‌ ନାରୀ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ବେଦାଧ୍ୟୟନ ସମାପ୍ତ କରି ଯୁବପିଢ଼ିଙ୍କୁ ବରଣ କରିବେ। ସେଥିପାଇଁ ବ୍ରହ୍ମଚର୍ଯ୍ୟ ପାଳନ ମଧ୍ୟ ସ୍ତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ।
ଉପରୋକ୍ତ ବେଦମନ୍ତ୍ର ମାଧ୍ୟମରେ ଋଷି ମାନବ ସମାଜକୁ ଉପଦେଶ ଦେଇ କହିଛନ୍ତି- ଯେଉଁ ବ୍ୟକ୍ତି ନିଜର ବୀର୍ଯ୍ୟକୁ ଇନ୍ଦ୍ରିୟ ସୁଖରେ ନଷ୍ଟ ନ କରି, ଈଶ୍ୱରଙ୍କ ଆଶ୍ରିତ ହୋଇ, ପିତା, ମାତା ଓ ଗୁରୁଙ୍କ ସହାୟତାରେ ଆଜନ୍ମରୁ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରି, ମନରେ ଶୁଭ ସଂକଳ୍ପ ନେଇ ସୁବର୍ଣ୍ଣରୂପୀ ‘ଓଜ’ ଶକ୍ତିକୁ ଧାରଣ କରି ରମଣୀୟ ଜୀବନ ଅତିବାହିତ କରନ୍ତି, ଈଶ୍ୱର ତାଙ୍କୁ ଆୟୁ, ଯଶ, ବଳ ପ୍ରଦାନ କରି ଦୀର୍ଘାୟୁ କରିଥାଆନ୍ତି। ଶାରୀରିକ ବଳ ଓ ମାନସିକ ଦୃଢ଼ତା ବଳରେ ଶତ୍ରୁମାନଙ୍କୁ ପରାଜିତ କରି, ସଂସାରର ସମସ୍ତ ଜୀବ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇ ସମସ୍ତ ଐଶ୍ୱର୍ଯ୍ୟପ୍ରାପ୍ତ କରିଥାଆନ୍ତି। ଏହା ହେଉଛି ବ୍ରହ୍ମଚର୍ଯ୍ୟ ପାଳନରୁ ମିଳିଥିବା ସୁଫଳ- ଯାହା ମୁନିଋଷିମାନେ ବେଦରେ ବର୍ଣ୍ଣନା କରିଛନ୍ତି।
ସେବା ନିବୃତ୍ତ ଚିକିତ୍ସା ନିର୍ଦ୍ଦେଶକ
ଭାରତୀୟ ରେଳ ସ୍ବାସ୍ଥ୍ୟ ସେବା
ଭୁବନେଶ୍ୱର
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri