ଖୋଜା ଚାଲିଛି କାରଣ

ବାଙ୍ଗିରିପୋଷି,୧୪।୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୬୩ ଛାତ୍ରୀଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନ ଦେବା ଚର୍ଚ୍ଚାର ବିଷୟ ହୋଇଛି। ୧୮୦୭ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷା ବିଭାଗ ପକ୍ଷରୁ ଏହାର କାରଣ ଖୋଜା ଚାଲିଥିବା ବେଳେ ତଦନ୍ତ ପାଇଁ ଦାବି ହେଉଛି। ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୦, ଗୌରୀଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୭, ଦ୍ୱାରଶୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୧, ନେତ୍ରାପାଟ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୨, କୁସୁମବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୧, ବଣକାଟୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୯, ମା’ ବାସନ୍ତୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଧୋବଣିଶୋଳ ପରୀକ୍ଷା କେନ୍ଦ୍ରରେ ୫୪ ଓ ଜଗନ୍ନାଥ ଖୁଣ୍ଟା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ୨୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି।
ସଂକ୍ରାନ୍ତରେ ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କରୋନା ସମୟରେ ସ୍କୁଲ ବନ୍ଦ ହେବା କାରଣରୁ ଅନେକ ଛାତ୍ର ବାହାରକୁ ଦାଦନ ଖଟିବାକୁ ପଳାଇଛନ୍ତି। ତେଣୁ ସେମାନେ ଆଉ ସ୍କୁଲ ଆସୁ ନାହଁାନ୍ତି ବୋଲି କହିଛନ୍ତି। ଯଦି ସେମାନେ ସ୍କୁଲ ଆସୁ ନ ଥିଲେ ତେବେ ତାଙ୍କର ଫର୍ମ ପୂରଣ କଲା କିଏ। ପ୍ରଥମ ସମେଟିଭ୍‌ ପରୀକ୍ଷା ପରେ ଯାଇ ଦ୍ୱିତୀୟ ସମେଟିଭ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯାଇଥିଲା। ତେଣୁ ପ୍ରଥମ ସମେଟିଭ ପରୀକ୍ଷା ଦେଇଥିଲା କିଏ। ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଅନେକ ଛାତ୍ରୀଛାତ୍ର ବାହାରକୁ କାମ କରିବାକୁ ପଳାଇଥିବା ଓ କରୋନା ସମୟରେ କିଛି ଛାତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନଜରକୁ ଆସିଛି। ସରକାରୀ ଅନୁଦାନ ହାତେଇବା ଲକ୍ଷ୍ୟରେ କିଛି ସ୍କୁଲ କର୍ତ୍ତୃପକ୍ଷ ପାଠପଢ଼ା ଛାଡ଼ି ଘରେ ରହୁଥିବା ଛାତ୍ରୀଛାତ୍ରଙ୍କ ଫର୍ମ ପୂରଣ କରିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri