ଖୋଜା ଚାଲିଛି କାରଣ

ବାଙ୍ଗିରିପୋଷି,୧୪।୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୬୩ ଛାତ୍ରୀଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନ ଦେବା ଚର୍ଚ୍ଚାର ବିଷୟ ହୋଇଛି। ୧୮୦୭ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷା ବିଭାଗ ପକ୍ଷରୁ ଏହାର କାରଣ ଖୋଜା ଚାଲିଥିବା ବେଳେ ତଦନ୍ତ ପାଇଁ ଦାବି ହେଉଛି। ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୦, ଗୌରୀଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୭, ଦ୍ୱାରଶୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୧, ନେତ୍ରାପାଟ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୨, କୁସୁମବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୧, ବଣକାଟୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୯, ମା’ ବାସନ୍ତୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଧୋବଣିଶୋଳ ପରୀକ୍ଷା କେନ୍ଦ୍ରରେ ୫୪ ଓ ଜଗନ୍ନାଥ ଖୁଣ୍ଟା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ୨୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି।
ସଂକ୍ରାନ୍ତରେ ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କରୋନା ସମୟରେ ସ୍କୁଲ ବନ୍ଦ ହେବା କାରଣରୁ ଅନେକ ଛାତ୍ର ବାହାରକୁ ଦାଦନ ଖଟିବାକୁ ପଳାଇଛନ୍ତି। ତେଣୁ ସେମାନେ ଆଉ ସ୍କୁଲ ଆସୁ ନାହଁାନ୍ତି ବୋଲି କହିଛନ୍ତି। ଯଦି ସେମାନେ ସ୍କୁଲ ଆସୁ ନ ଥିଲେ ତେବେ ତାଙ୍କର ଫର୍ମ ପୂରଣ କଲା କିଏ। ପ୍ରଥମ ସମେଟିଭ୍‌ ପରୀକ୍ଷା ପରେ ଯାଇ ଦ୍ୱିତୀୟ ସମେଟିଭ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯାଇଥିଲା। ତେଣୁ ପ୍ରଥମ ସମେଟିଭ ପରୀକ୍ଷା ଦେଇଥିଲା କିଏ। ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଅନେକ ଛାତ୍ରୀଛାତ୍ର ବାହାରକୁ କାମ କରିବାକୁ ପଳାଇଥିବା ଓ କରୋନା ସମୟରେ କିଛି ଛାତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନଜରକୁ ଆସିଛି। ସରକାରୀ ଅନୁଦାନ ହାତେଇବା ଲକ୍ଷ୍ୟରେ କିଛି ସ୍କୁଲ କର୍ତ୍ତୃପକ୍ଷ ପାଠପଢ଼ା ଛାଡ଼ି ଘରେ ରହୁଥିବା ଛାତ୍ରୀଛାତ୍ରଙ୍କ ଫର୍ମ ପୂରଣ କରିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ହାତ ପାତୁଛନ୍ତି ସ୍ବାମୀ

କୁଆମରା, ୩୦।୪ (ଡି.ଏନ.ଏ.)-କର୍କଟ ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ବାରଦୁଆର ବୁଲି ବୁଲି ଅର୍ଥ ଭିକ୍ଷା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼...

ନିଖୋଜ ଯୁବତୀ ଭୁବନେଶ୍ୱରରୁ ଉଦ୍ଧାର

ସାରସକଣା,୨।୧୨(ଡି.ଏନ.ଏ.)   ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ଭୁବନେଶ୍ୱରର ତମାଣ୍ଡୋସ୍ଥିତ ଏକ ହୋଟେଲରୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି। ଏହି...

ହାତୀ ପାଇଁ ଗଲା ଜୀବନ

ଚିତ୍ରଡ଼ା,୧୮।୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବନାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି ହାତୀ ପାଇଁ ଜଣେ ବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ...

ମୟୂରଭଞ୍ଜରୁ ୬ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଛୁଇଁଲା

ବାରିପଦା ଅଫିସ, ୮।୬: ମୟୂରଭଞ୍ଜ ଜିଲାରୁ ସୋମବାର ନୂଆ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ...

ମୟୂରଭଞ୍ଜ ଜିଲାବାସୀ ପୁଣି ନିରାଶ

ବାରିପଦା ଅଫିସ,୪।୨ରେଳପଥର ବିକାଶ ନିମନ୍ତେ କେନ୍ଦ୍ର ବଜେଟରେ ମୟୂରଭଞ୍ଜ ଜିଲାବାସୀଙ୍କୁ ଉପହାସ କରାଯାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ପ୍ରତି ଗୁରୁତ୍ୱ ଦିଆଯାଇନାହିଁ।...

କେନାଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ 

ମୋରଡ଼ା,୨୨।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅଧୀନ ବିଳାସ ଗ୍ରାମ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର...

୨ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଜଣଙ୍କ ଜୀବନ

ବାରିପଦା ଅଫିସ,୧୯ା୧୧: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ଉଦଳା ରାସ୍ତାର ଉତ୍ତରପାଳ ଛକ ନିକଟରେ ବୁଧବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର...

ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଳକ ସାରମୁଳା ପଞ୍ଚାୟତ ଗୋବରା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚିକିତ୍ସା...

Advertisement
Archives

Model This Week