ଦେବତ୍ୱର ସନ୍ଧାନ

ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସବୁଠାରୁ ଅସହାୟ, ଅସନ୍ତୁଷ୍ଟ ଓ ବିଷାଦଗ୍ରସ୍ତ ପ୍ରାଣୀ ହେଉଛି ମଣିଷ, ଯିଏ ନିଜେ ପାଇଥିବା ସମସ୍ତ ଐଶ୍ୱର୍ଯ୍ୟରେ ଖୁସି ନ ହୋଇ ଆହୁରି କିଛି ପାଇବା ପାଇଁ ଲାଳାୟିତ ହୁଏ। ସେହି ମଣିଷ ନିଜର ଆରାମପ୍ରଦ ଜୀବନ ପାଇଁ ଯେତେ ଯେତେ ଯନ୍ତ୍ର ଆବିଷ୍କାର କରୁଛି ଠିକ୍‌ ସେତିକି ସେତିକି ଦୁଃଖ ନିମନ୍ତ୍ରଣ କରୁଛି। ଏହି ଯନ୍ତ୍ରଗୁଡ଼ିକ ତା’ର ମସ୍ତିଷ୍କକୁ ଏଭଳି ବାନ୍ଧି ଦେଉଛି ଯେ ସେ ଚେଷ୍ଟା କଲେ ବି ତା’ଠାରୁ ମୁକୁଳି ପାରୁନାହିଁ। ପ୍ରାକୃତିକ ପରିବେଶଠାରୁ ନିଜକୁ ଦୂରେଇ ନେଇ ଗୋଟିଏ କୃତ୍ରିମ ଖୁସି ପାଇବା ପାଇଁ ଯେମିତି ପ୍ରତିଶ୍ରୁତିବଦ୍ଧ ହୋଇ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି। ବେଳେବେଳେ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ।
ପ୍ରାଗୈତିହାସିକ ଯୁଗ ଆଉ ଆଜିର ଯୁଗ ମଧ୍ୟରେ ଆକାଶ ପାତାଳ ଫରକ। ଆଜିର ମଣିଷ ଆଉ ପାହାଡ଼ ଗୁମ୍ଫାରେ ରହୁନି କି ପୋଡ଼ା ମାଂସ ଓ ବଣରୁ ଫଳମୂଳ ସଂଗ୍ରହ କରି ଖାଉନି। ସେ ବେଶ୍‌ ସଭ୍ୟ ଶିକ୍ଷିତ ହୋଇ ନିଜକୁ ରୋଗ ମୁକ୍ତ କରିବା ପାଇଁ ଅନେକ ଔଷଧ ଆବିଷ୍କାର କରିସାରିଲାଣି। ସବୁ ଖୁସି ଆଜି ତା’ହାତ ପାଆନ୍ତାରେ। ଏମିତିକି ପୃଥିବୀର ପ୍ରତିଟି କୋଣର ଖବର ଏବେ ସେଇ ହାତମୁଠାରେ ଥିବା ଛୋଟିଆ ଯନ୍ତ୍ରରେ।
ଖାଲି ସେତିକି ନୁହେଁ ଆଖିପିଛୁଳାକେ ଜୋମାଟୋରୁ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ମଗାଇ ଖାଇ ପାରୁଛି। ପ୍ରାକୃତିକ ପରିବେଶଭରା ନଦୀ, ସମୁଦ୍ର, ପାହାଡ଼ ଘେରା ଜଙ୍ଗଲ ତାକୁ ଭଲ ଲାଗୁନି। ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି, ସବୁ ଥାଇ ମଧ୍ୟ ଆଜିର ମଣିଷ ଉଦାସ ଭାବ କାହିଁକି ଅନୁଭବ କରୁଛି। ଅସୁବିଧା କେଉଁଠି? ବେଳେବେଳେ ଏମିତି ସମୟ ଆସୁଛି ମଣିଷ ନିଃସଙ୍ଗ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛି। ପରିବାରରେ ଏକାଠି ରହୁଥିବା ସଦସ୍ୟମାନଙ୍କ ପାଖରେ ନିଜର ସୁଖ ଦୁଃଖ ବାଣ୍ଟିବା ପାଇଁ ସମୟ ନାହିଁ।
ଥରେ ବୈଜ୍ଞାନିକ ଆଇନଷ୍ଟାଇନ କହୁଥିଲେ, ସେ ସମୟ ପୁଣି ଆସିବ ଯେଉଁଦିନ ଏଇ ମଣିଷମାନେ ଇଟା ପଥରରେ ପୁଣି ଯୁଦ୍ଧ କରିବେ। ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆଇ)ଆବିଷ୍କାର ବଳରେ ମଣିଷ ଯେ କେଉଁଠି ପହଞ୍ଚିଛି ତାହା କଳନା କରିହେବ ନାହିଁ। ଖାଲି ସେତିକି ନୁହେଁ କୃତ୍ରିମ ମାନବ ଆଲେକ୍ସା ମଧ୍ୟ ତିଆରି କରିପାରିଛି ଏ ମଣିଷ। ଏହା ଚିକିତ୍ସା କ୍ଷେତ୍ରଠୁ ଆରମ୍ଭ କରି, ଶିକ୍ଷା, ଗମନାଗମନ, ଗୃହ କାର୍ଯ୍ୟ ଆଦିରେ ନିଜର ପାରଦର୍ଶିତା ଦେଖାଇ ପାରିଛି। ଆଜି ରୋବୋଟିକ ଅପରେଶନ ଆରମ୍ଭ ହେବାକୁ ଯାଉଛି। ଫରକ କେବଳ ଏତିକି ଏହି ଯନ୍ତ୍ରମଣିଷର ଜୀବନ ନାହିଁ। ନିୟନ୍ତ୍ରଣ ମଣିଷ ହାତରେ ରହିବ କିନ୍ତୁ ସବୁ ଯନ୍ତ୍ରମଣିଷ କରିବ । ପ୍ରାକୃତିକ ବିପର୍ଯ୍ୟୟ ବା ସାଇବର ସିକ୍ୟୁରିଟି, ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ଏହି ଏଆଇ ଯନ୍ତ୍ର କରିପାରିବ। ଯଦି ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ ଆରମ୍ଭ କରିଦେବ ତେବେ ଭାରତ ଭଳି ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷକ, ଡାକ୍ତର, ପୋଲିସ ଓ ଗବେଷକଙ୍କର ଆଉ କ’ଣ ବା ଆବଶ୍ୟକତା ରହିବ। ବରଂ ନିଯୁକ୍ତି ଓ ବେରୋଜଗାର ସମସ୍ୟା ଉତ୍କଟ ହେବ। ଏହା ମଧ୍ୟ ସାମାଜିକ ଅସନ୍ତୁଳନ ସୃଷ୍ଟି କରିବ। ଏମିତି ଦିନ ନ ଆସୁ ମଣିଷ ନିଜର ଧ୍ୱଂସ ହେବାର ସମୟକୁ ଆମନ୍ତ୍ରଣ ନ କରୁ । ଯେଉଁ ପରମାଣୁ ବୋମା ମଣିଷ ନିଜର ସୁରକ୍ଷା ପାଇଁ ତିଆରି କରିଥିଲା ସେହି ପରମାଣୁ ବୋମା ଏ ସୁନ୍ଦର ପୃଥିବୀକୁ ଧ୍ୱଂସସ୍ତୂପରେ ପରିଣତ କରିଦେବ। ଏ କଥା ସତ୍ୟ ଯେ ମଣିଷର ସୂକ୍ଷ୍ମ ଚିନ୍ତା, ଚେତନା ଶକ୍ତି, ଭାବନା ଓ ସୃଜନଶୀଳତାକୁ ଏଆଇ ଟପି ଯାଇ ପାରିବ ନାହିଁ।
ଏତିକି କୁହାଯାଇପାରେ ମଣିଷ ନିଜ ମସ୍ତିଷ୍କକୁ ନୁହେଁ ବରଂ ହୃଦୟକୁ ଖଟାଇ ଅନେକ କର୍ଯ୍ୟକରିପାରେ। ମଣିଷ ଭିତରେ ଯେଉଁ ସାତ୍ତ୍ୱିକ ଦିବ୍ୟଗୁଣ ଈଶ୍ୱର ଦେଇଛନ୍ତି ତାହା ନିଶ୍ଚିତ ଦୁର୍ଲଭ। ପ୍ରଯୁକ୍ତି ବିଦ୍ୟା ଅପବିଦ୍ୟାରେ ପରିଣତ ନ ହେଉ। ପୃଥିବୀର ସବୁଠାରୁ ସରଳ, ସ୍ବଚ୍ଛ ନିଷ୍କପଟ, ସୁନ୍ଦର ପ୍ରାଣୀ ଏ ମଣିଷ ଯଦି ଏଆଇ ମାୟାରେ ନ ପଡ଼ି ନିଜର ସୁରକ୍ଷାକୁ ନିଜ ହାତମୁଠାରେ ରଖିବ ତେବେ ସେ ସୁରକ୍ଷିତ ହେବା ସହ ଏକ ସୁସ୍ଥ ସୁନ୍ଦର ନିରାମୟ ପୃଥିବୀ ସୃଷ୍ଟି କରିବାକୁ ସକ୍ଷମ ହେବ। ଏଥିରେ ସନ୍ଦେହ ନାହିଁ। ଶେଷରେ ଏତିକି କୁହାଯାଇପାରେ ଯେ ପ୍ରଯୁକ୍ତି ବିଦ୍ୟା ଭସ୍ମାସୁର ନ ହୋଇ ମଣିଷ ଭିତରେ ଦେବତ୍ୱର ସନ୍ଧାନ କରୁ। ମଣିଷ ମଣିଷ ଭିତରେ ଦୂରତା ଲୋପ ପାଉ ଓ ମଣିଷ ମଣିଷକୁ ଛଳନାହୀନ ଭାବେ ଭଲପାଉ ।

ମୀରା ବେଉରା
ରଘୁନାଥ ଜୀଉ ମହାବିଦ୍ୟାଳୟ
ଦେଉଳସାହି, ତୁଳସୀପୁର,କଟକ
ମୋ: ୭୮୪୬୯୨୧୪୦୦

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?