ଦେବତ୍ୱର ସନ୍ଧାନ

ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସବୁଠାରୁ ଅସହାୟ, ଅସନ୍ତୁଷ୍ଟ ଓ ବିଷାଦଗ୍ରସ୍ତ ପ୍ରାଣୀ ହେଉଛି ମଣିଷ, ଯିଏ ନିଜେ ପାଇଥିବା ସମସ୍ତ ଐଶ୍ୱର୍ଯ୍ୟରେ ଖୁସି ନ ହୋଇ ଆହୁରି କିଛି ପାଇବା ପାଇଁ ଲାଳାୟିତ ହୁଏ। ସେହି ମଣିଷ ନିଜର ଆରାମପ୍ରଦ ଜୀବନ ପାଇଁ ଯେତେ ଯେତେ ଯନ୍ତ୍ର ଆବିଷ୍କାର କରୁଛି ଠିକ୍‌ ସେତିକି ସେତିକି ଦୁଃଖ ନିମନ୍ତ୍ରଣ କରୁଛି। ଏହି ଯନ୍ତ୍ରଗୁଡ଼ିକ ତା’ର ମସ୍ତିଷ୍କକୁ ଏଭଳି ବାନ୍ଧି ଦେଉଛି ଯେ ସେ ଚେଷ୍ଟା କଲେ ବି ତା’ଠାରୁ ମୁକୁଳି ପାରୁନାହିଁ। ପ୍ରାକୃତିକ ପରିବେଶଠାରୁ ନିଜକୁ ଦୂରେଇ ନେଇ ଗୋଟିଏ କୃତ୍ରିମ ଖୁସି ପାଇବା ପାଇଁ ଯେମିତି ପ୍ରତିଶ୍ରୁତିବଦ୍ଧ ହୋଇ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି। ବେଳେବେଳେ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ।
ପ୍ରାଗୈତିହାସିକ ଯୁଗ ଆଉ ଆଜିର ଯୁଗ ମଧ୍ୟରେ ଆକାଶ ପାତାଳ ଫରକ। ଆଜିର ମଣିଷ ଆଉ ପାହାଡ଼ ଗୁମ୍ଫାରେ ରହୁନି କି ପୋଡ଼ା ମାଂସ ଓ ବଣରୁ ଫଳମୂଳ ସଂଗ୍ରହ କରି ଖାଉନି। ସେ ବେଶ୍‌ ସଭ୍ୟ ଶିକ୍ଷିତ ହୋଇ ନିଜକୁ ରୋଗ ମୁକ୍ତ କରିବା ପାଇଁ ଅନେକ ଔଷଧ ଆବିଷ୍କାର କରିସାରିଲାଣି। ସବୁ ଖୁସି ଆଜି ତା’ହାତ ପାଆନ୍ତାରେ। ଏମିତିକି ପୃଥିବୀର ପ୍ରତିଟି କୋଣର ଖବର ଏବେ ସେଇ ହାତମୁଠାରେ ଥିବା ଛୋଟିଆ ଯନ୍ତ୍ରରେ।
ଖାଲି ସେତିକି ନୁହେଁ ଆଖିପିଛୁଳାକେ ଜୋମାଟୋରୁ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ମଗାଇ ଖାଇ ପାରୁଛି। ପ୍ରାକୃତିକ ପରିବେଶଭରା ନଦୀ, ସମୁଦ୍ର, ପାହାଡ଼ ଘେରା ଜଙ୍ଗଲ ତାକୁ ଭଲ ଲାଗୁନି। ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି, ସବୁ ଥାଇ ମଧ୍ୟ ଆଜିର ମଣିଷ ଉଦାସ ଭାବ କାହିଁକି ଅନୁଭବ କରୁଛି। ଅସୁବିଧା କେଉଁଠି? ବେଳେବେଳେ ଏମିତି ସମୟ ଆସୁଛି ମଣିଷ ନିଃସଙ୍ଗ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛି। ପରିବାରରେ ଏକାଠି ରହୁଥିବା ସଦସ୍ୟମାନଙ୍କ ପାଖରେ ନିଜର ସୁଖ ଦୁଃଖ ବାଣ୍ଟିବା ପାଇଁ ସମୟ ନାହିଁ।
ଥରେ ବୈଜ୍ଞାନିକ ଆଇନଷ୍ଟାଇନ କହୁଥିଲେ, ସେ ସମୟ ପୁଣି ଆସିବ ଯେଉଁଦିନ ଏଇ ମଣିଷମାନେ ଇଟା ପଥରରେ ପୁଣି ଯୁଦ୍ଧ କରିବେ। ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆଇ)ଆବିଷ୍କାର ବଳରେ ମଣିଷ ଯେ କେଉଁଠି ପହଞ୍ଚିଛି ତାହା କଳନା କରିହେବ ନାହିଁ। ଖାଲି ସେତିକି ନୁହେଁ କୃତ୍ରିମ ମାନବ ଆଲେକ୍ସା ମଧ୍ୟ ତିଆରି କରିପାରିଛି ଏ ମଣିଷ। ଏହା ଚିକିତ୍ସା କ୍ଷେତ୍ରଠୁ ଆରମ୍ଭ କରି, ଶିକ୍ଷା, ଗମନାଗମନ, ଗୃହ କାର୍ଯ୍ୟ ଆଦିରେ ନିଜର ପାରଦର୍ଶିତା ଦେଖାଇ ପାରିଛି। ଆଜି ରୋବୋଟିକ ଅପରେଶନ ଆରମ୍ଭ ହେବାକୁ ଯାଉଛି। ଫରକ କେବଳ ଏତିକି ଏହି ଯନ୍ତ୍ରମଣିଷର ଜୀବନ ନାହିଁ। ନିୟନ୍ତ୍ରଣ ମଣିଷ ହାତରେ ରହିବ କିନ୍ତୁ ସବୁ ଯନ୍ତ୍ରମଣିଷ କରିବ । ପ୍ରାକୃତିକ ବିପର୍ଯ୍ୟୟ ବା ସାଇବର ସିକ୍ୟୁରିଟି, ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ଏହି ଏଆଇ ଯନ୍ତ୍ର କରିପାରିବ। ଯଦି ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ ଆରମ୍ଭ କରିଦେବ ତେବେ ଭାରତ ଭଳି ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷକ, ଡାକ୍ତର, ପୋଲିସ ଓ ଗବେଷକଙ୍କର ଆଉ କ’ଣ ବା ଆବଶ୍ୟକତା ରହିବ। ବରଂ ନିଯୁକ୍ତି ଓ ବେରୋଜଗାର ସମସ୍ୟା ଉତ୍କଟ ହେବ। ଏହା ମଧ୍ୟ ସାମାଜିକ ଅସନ୍ତୁଳନ ସୃଷ୍ଟି କରିବ। ଏମିତି ଦିନ ନ ଆସୁ ମଣିଷ ନିଜର ଧ୍ୱଂସ ହେବାର ସମୟକୁ ଆମନ୍ତ୍ରଣ ନ କରୁ । ଯେଉଁ ପରମାଣୁ ବୋମା ମଣିଷ ନିଜର ସୁରକ୍ଷା ପାଇଁ ତିଆରି କରିଥିଲା ସେହି ପରମାଣୁ ବୋମା ଏ ସୁନ୍ଦର ପୃଥିବୀକୁ ଧ୍ୱଂସସ୍ତୂପରେ ପରିଣତ କରିଦେବ। ଏ କଥା ସତ୍ୟ ଯେ ମଣିଷର ସୂକ୍ଷ୍ମ ଚିନ୍ତା, ଚେତନା ଶକ୍ତି, ଭାବନା ଓ ସୃଜନଶୀଳତାକୁ ଏଆଇ ଟପି ଯାଇ ପାରିବ ନାହିଁ।
ଏତିକି କୁହାଯାଇପାରେ ମଣିଷ ନିଜ ମସ୍ତିଷ୍କକୁ ନୁହେଁ ବରଂ ହୃଦୟକୁ ଖଟାଇ ଅନେକ କର୍ଯ୍ୟକରିପାରେ। ମଣିଷ ଭିତରେ ଯେଉଁ ସାତ୍ତ୍ୱିକ ଦିବ୍ୟଗୁଣ ଈଶ୍ୱର ଦେଇଛନ୍ତି ତାହା ନିଶ୍ଚିତ ଦୁର୍ଲଭ। ପ୍ରଯୁକ୍ତି ବିଦ୍ୟା ଅପବିଦ୍ୟାରେ ପରିଣତ ନ ହେଉ। ପୃଥିବୀର ସବୁଠାରୁ ସରଳ, ସ୍ବଚ୍ଛ ନିଷ୍କପଟ, ସୁନ୍ଦର ପ୍ରାଣୀ ଏ ମଣିଷ ଯଦି ଏଆଇ ମାୟାରେ ନ ପଡ଼ି ନିଜର ସୁରକ୍ଷାକୁ ନିଜ ହାତମୁଠାରେ ରଖିବ ତେବେ ସେ ସୁରକ୍ଷିତ ହେବା ସହ ଏକ ସୁସ୍ଥ ସୁନ୍ଦର ନିରାମୟ ପୃଥିବୀ ସୃଷ୍ଟି କରିବାକୁ ସକ୍ଷମ ହେବ। ଏଥିରେ ସନ୍ଦେହ ନାହିଁ। ଶେଷରେ ଏତିକି କୁହାଯାଇପାରେ ଯେ ପ୍ରଯୁକ୍ତି ବିଦ୍ୟା ଭସ୍ମାସୁର ନ ହୋଇ ମଣିଷ ଭିତରେ ଦେବତ୍ୱର ସନ୍ଧାନ କରୁ। ମଣିଷ ମଣିଷ ଭିତରେ ଦୂରତା ଲୋପ ପାଉ ଓ ମଣିଷ ମଣିଷକୁ ଛଳନାହୀନ ଭାବେ ଭଲପାଉ ।

ମୀରା ବେଉରା
ରଘୁନାଥ ଜୀଉ ମହାବିଦ୍ୟାଳୟ
ଦେଉଳସାହି, ତୁଳସୀପୁର,କଟକ
ମୋ: ୭୮୪୬୯୨୧୪୦୦

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?