ରାଜଧାନୀରେ ସ୍ଥିତି ସଙ୍ଗିନ: ସିଲ୍‌ ହେଲା ୩ ଘରୋଇ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଥିବା ଅଦ୍ୱିତୀୟ ଏକାଡେମୀ, କଳିଙ୍ଗ ଏକାଡେମୀ ଏବଂ ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନକୁ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସିଲ୍‌ କରାଯାଇଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ସବୁ ଅନୁଷ୍ଠାନକୁ ସିଲ୍‌ କରାଯାଇଥିବା ବିଏମ୍‌ସି ସୂଚନା ଦେଇଛି। ସୂଚନାଯୋଗ୍ୟ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଗତ ୧୯ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ହଷ୍ଟେଲଗୁଡ଼ିକୁ ଖାଲି କରିବାକୁ ମଧ୍ୟ କହିଥିଲେ। ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ଏହି ନିୟମର ପାଳନ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିଥିବାବେଳେ ରାଜଧାନୀର କେତେକ ଘରୋଇ ଶିକ୍ଷାନୁଷ୍ଠାନ ଏହାର ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଅନ୍‌ଲାଇନ୍‌ କ୍ଲାସ ପାଇଁ ଅନୁମତି ମିଳିଥିବାବେଳେ କେତେକ ଘରୋଇ ଅନୁଷ୍ଠାନରେ ଏଯାବତ୍‌ ଅଫ୍‌ଲାଇନରେ କ୍ଲାସ କରାଯାଉଛି। ମଙ୍ଗଳବାର ଏନେଇ ସୂଚନା ପାଇବା ପରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ: ଚାଷୀ, ପୋଲିସ ମୁଁହାମୁହିଁ 

ସମ୍ବଲପୁର,୧୮।୧୧(ବ୍ୟୁରୋ): ଧାନ ସଂଗ୍ରହ ତୃତୀୟ ଦିନରେ ସମ୍ବଲପୁର ଜିଲାରେ ଅଚଳ ବ୍ୟବସ୍ଥା ଜାରି ରହିଛି। ରାଜ୍ୟ ସରକାରଙ୍କ ଟୋକନ୍‌ ବ୍ୟବସ୍ଥା ଓ ଧାନକିଣା ନୀତିକୁ ନେଇ...

କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ

ଯାଜପୁର ଅଫିସ,୧୫ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଉ ୨ଦିନ ପରେ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୭୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ନିରାଡ଼ମ୍ବରରେ ଜନ୍ମଦିନ ପାଳିବେ ପ୍ରଭୁ ଶ୍ରୀରାମ

ଭୁବନେଶ୍ୱର,୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି ରାଜ୍ୟର ସମସ୍ତ ମଠ, ମନ୍ଦିର ଓ ମସ୍‌ଜିଦ। ଏଭଳିସ୍ଥଳେ ଗୁରୁବାର ହେଉଛି ପବିତ୍ର ରାମନବମୀ। ସର୍ବସାଧାରଣଙ୍କ ପାଇଁ ସମସ୍ତ...

୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ; ଦେବଦେବୀଙ୍କ ବିଜେସ୍ଥଳୀ, ଗାଦିଘର ସୁରକ୍ଷିତ ରଖାଯିବ

ପୁରୀ ଅଫିସ, ୧ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱସ୍ଥ ୭୫ ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ...

୧୦ ବର୍ଷରେ ଗଲାଣି ୪୫ ହଜାର ଜୀବନ

ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ତେବେ ଚଳିତବର୍ଷ କୋଭିଡ୍‌-୧୯ କଟକଣା ଯୋଗୁ ଦୁର୍ଘଟଣା ହାରରେ ସାମାନ୍ୟ ବ୍ରେକ ଲାଗିଛି। ୨୦୧୯...

ବାହାଘର ପ୍ରୋସେସନ ବେଳେ ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ,୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଦପୁର ବାଲିକନ୍ଦଳ ଗାଁରେ ଶୁକ୍ରବାର ରାତିରେ ବାହାଘର ପ୍ରୋସେସନ ବେଳେ ଏକ ହିଂସାକାଣ୍ଡ ଘଟିଛି। କପଡ଼ା ଚିରିଯିବା...

ପୁଣି ହେବ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର, ୧।୪(ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଏପ୍ରିଲ୍‌ ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡଲାଇନ୍‌ ଏପ୍ରିଲ୍‌ ୧ରୁ ୩୦ତାରିଖ...

Advertisement
Archives

Model This Week