ସମୁଦ୍ର ମାଡ଼ିଆସିବ

‘ବାଇଶି ପାହାଚେ ଖେଳିବ ମୀନ’ ଏକଥା ମାଳିକାରେ ଲେଖା ଅଛି। ଅର୍ଥାତ୍‌ ଶ୍ରୀମନ୍ଦିର ଭିତର ଯାଏ ସମୁଦ୍ର ପାଣି ମାଡ଼ି ଆସିବ ବୋଲି ମାଳିକାରେ ବର୍ଣ୍ଣନା ଅଛି। ଏହା ଏକ ଭବିଷ୍ୟତ ବାଣୀ ହୋଇପାରେ। ପାଞ୍ଚଶହ ବର୍ଷ ପୂର୍ବରୁ ଏପରି ଭବିଷ୍ୟତ ବାଣୀ କରିଥିବା ଓ ସେହି ଯୁଗପୁରୁଷମାନେ କେତେ ସତ କହିଛନ୍ତି ତାହାକୁ ବିଜ୍ଞାନର ନିକିତିରେ ତଉଲି ଦେଖିବାର ବେଳ ଆସିଛି। ଏହି ବାଣୀ ଅନୁସାରେ ସମୁଦ୍ର ପାଣି ଦିନେ ମାଡ଼ି ଆସିବ ଓ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯିବ ଏହା କେତେଦୂର ସତ୍ୟ ଆସନ୍ତୁ ତର୍ଜମା କରିବା। ସମୁଦ୍ରରେ ପାଣିର ସ୍ତର ବଢ଼ିଲେ ଏହା କୂଳ ଲଙ୍ଘନ କରିବ, ତା’ମାନେ ସମୁଦ୍ରରେ ବର୍ତ୍ତମାନ ଗଚ୍ଛିତ ପାଣିର ମାତ୍ରା ବଢ଼ିଲେ ହିଁ ଏହା କୂଳ ଲଙ୍ଘନ କରିବ। ସମୁଦ୍ରରେ ଥିବା ଜଳର ସ୍ତର ସେତିକିବେଳେ ବଢ଼ିବ ଯେତେବେଳେ ଗ୍ଲେସିୟରରେ ଥିବା ବରଫଗୁଡ଼ିକ ତରଳିବ। ଅର୍ଥାତ୍‌ ଗ୍ଲେସିୟର ତରଳିବା ହିଁ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ମୁଖ୍ୟ କାରଣ। ତେବେ ଗ୍ଲେସିୟର ତରଳିବାର ମୁଖ୍ୟ କାରଣ ହେଲା ବିଶ୍ୱ ତାପମାତ୍ରାରେ ବୃଦ୍ଧି ପାଇବା ବା ପୃଥିବୀ ଉତ୍ତପ୍ତ ହେବା। ପୃଥିବୀ ଇତିହାସରେ ସମୟ ସହିତ ଏହା ଅନେକ ଥର ଉତ୍ତପ୍ତ ଓ ଶୀତଳ ହେବାର ଦେଖାଦେଇଛି। ନିଜ ଅକ୍ଷ ଚାରିପଟେ ବୁଲିବା ବେଳେ ସାମାନ୍ୟ ବ୍ୟତିକ୍ରମ ଯୋଗୁ କିମ୍ବା ସୂର୍ଯ୍ୟଠାରୁ ଗ୍ରହଣ କରୁଥିବା ସୌରଶକ୍ତିର ମାତ୍ରାରେ ଅଧିକ ହେଲେ ପୃଥିବୀ ଜଳବାୟୁରେ ସାମାନ୍ୟ ପରିବର୍ତ୍ତନ ହୁଏ। କିନ୍ତୁ ବିଗତ କେତୋଟି ଶତାବ୍ଦୀରେ ଆଉ ଏକ କାରଣ ପୃଥିବୀର ତାପମାତ୍ରା ବଢ଼ିବାରେ ଲାଗିଛି। ତାହା ହେଲା ମାନବ ଜାତିର ଉତ୍‌ଥାନ। ନିଜ ସୁଖ ସୁବିଧା ପାଇଁ ଗଢ଼ି ତୋଳିଥିବା କଳକାରଖାନା ଓ ଜୀବାଶ୍ମ ଜାଳେଣିର ବ୍ୟବହାର ଏହାର ମୁଖ୍ୟ କାରଣ। କଥା ବେଶିଦିନ ତଳର ନୁହଁ। ୨୦୦୦ ରେ ଯେତେବେଳେ ବାଣୀବିହାରରେ ସ୍ନାତକୋତ୍ତର ପଢୁଥିବା ବେଳେ ଭୁବନେଶ୍ୱରର ଜଳବାୟୁ ଅତି ଉପଭୋଗ୍ୟ ଥିଲା। ଅଂଶୁଘାତ କ’ଣ ଲୋକେ ଜାଣି ନ ଥିଲେ। ଖରାବେଳେ ବରମୁଣ୍ଡାରୁ ସାଇକେଲ ଚଳେଇ ବାଣୀବିହାର ଯିବା ଆସିବାରେ କିଛି ଅସୁବିଧା ନ ଥିଲା। କିନ୍ତୁ ଦିନେ ଖରାରେ ବୁଲିଲେ ଲୋକେ ମରିବେ ଏକଥା କେହି କଳ୍ପନା କରି ନ ଥିଲେ। ଗ୍ରୀଷ୍ମଋ଼ତୁରେ ଭୁବନେଶ୍ୱରର ତାପମାତ୍ରା ବଢ଼ି ୪୫ ଡିଗ୍ରୀରେ ପହଞ୍ଚୁଛି। ଆମେରିକୀୟ ମହାକାଶ ସଂସ୍ଥା ନାଶା ଅନୁଯାୟୀ ବିଶ୍ୱର ତାପମାତ୍ରା ୧୯୦୬ରୁ ୨୦୦୫ ଭିତରେ ୦.୬ ରୁ ୦.୯ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ବଢ଼ିଛି। କିନ୍ତୁ ବିଗତ ପଚାଶ ବର୍ଷ ଭିତରେ ତାପମାତ୍ରାରେ ବୃଦ୍ଧିପାଇବାର ବେଗ ଦୁଇଗୁଣ ବଢ଼ିଛି। ହଠାତ୍‌ ଏମିତି ଜଳବାୟୁରେ ପରିବର୍ତ୍ତନ ହୋଇ ତାପମାତ୍ରା ବୃଦ୍ଧି ହେବାକୁ ଗ୍ଲୋବାଲ ୱାର୍ମିଂ କୁହାଯାଏ। ଅର୍ଥାତ୍‌ ବିଶ୍ୱର ତାପମାତ୍ରା ବଢ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଲା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ପ୍ରଦୂଷକର ବୃଦ୍ଧି। ଏହି ପ୍ରଦୂଷିତ ଗ୍ୟାସ ସୂର୍ଯ୍ୟର ତାପମାତ୍ରାକୁ ଧରି ରଖିବା ସଙ୍ଗେ ସଙ୍ଗେ ପୃଥିବୀ ଉପରୁ ବାହାରି ଯାଉଥିବା ତାପମାତ୍ରାକୁ ମଧ୍ୟ ଶୋଷଣ କରି ନିଜ ଭିତରେ ରଖନ୍ତି; ଯାହା ଫଳରେ ପୃଥିବୀ ପୃଷ୍ଠର ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଏଇ କିଛି ବର୍ଷ ପୂର୍ବରୁ ଜାପାନରେ ହୋଇଯାଇଥିବା ଜି-୨୦ ବୈଠକରେ ମୁଖ୍ୟ ବିଷୟ ଗ୍ଲୋବାଲ ୱାର୍ମିଂ ଥିଲା। କେମିତି କାର୍ବନ ଉସର୍ଜନକୁ କମ କରାଯାଇପାରିବ ଏଥିପାଇଁ ରାଷ୍ଟ୍ର ମୁଖ୍ୟମାନେ ଆଲୋଚନା କରିଥିଲେ। ଗ୍ଲୋବାଲ ୱାର୍ମିଂ ପାଇଁ ମୁଖ୍ୟତଃ ଫସିଲ ଫୁଏଲର ବ୍ୟବହାର ଓ ଜଙ୍ଗଲ ଅବକ୍ଷୟ ଦାୟୀ। ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବର୍ଷକୁ ୧.୭ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୁଏ। ଗ୍ଲୋବାଲ ୱାର୍ମିଂ ଯୋଗୁ ମେରୁ ଅଞ୍ଚଳର ବରଫ ତରଳିବାରେ ଲାଗିଛି। ଗ୍ଲେସିୟରରେ ଲକ୍ଷ ଲକ୍ଷ ବର୍ଷ ଧରି ଥିବା ବରଫ ଖଣ୍ଡ ତରଳି ସମୁଦ୍ରରେ ପଶୁଛି। ଫଳରେ ମାଲଦ୍ୱୀପ ପ୍ରଥମ ଦେଶ ଭାବରେ ଜଳମଗ୍ନ ହେବାର ସମ୍ଭାବନା ଅଛି। ଗ୍ଲୋବାଲ ୱାର୍ମିଂ ଏବେ ବିଶ୍ୱର ଅସ୍ତିତ୍ୱ ଉପରେ ପ୍ରଶ୍ନଚିହ୍ନ ଛିଡ଼ା କରିଛି। ଚାଇନା, ଆମେରିକା ଓ ରୁଷ ଭଳି ଶିଳ୍ପସମୃଦ୍ଧ ଦେଶ ବିଶ୍ୱର ସର୍ବାଧିକ କାର୍ବନ ଏମିଶନ କରୁଥିବା ଦେଶ ଭାବରେ ଆଗରେ ଅଛନ୍ତି। ଏହି ସବୁ ଦେଶଗୁଡ଼ିକ ସ୍ବେଚ୍ଛାକୃତ ଭାବରେ ନିଜ ନିଜର କାର୍ବନ ଏମିଶନ କମ୍‌ କରିବାକୁ ଆଗେଇ ଆସିବା ଦରକାର। ଦିନକୁ ଦିନ କମି ଯାଉଥିବା ଜଙ୍ଗଲ ମଧ୍ୟ ଏକ ଚିନ୍ତାର ବିଷୟ। ପୃଥିବୀର ଫୁସ୍‌ଫୁସ୍‌ କୁହାଯାଉଥିବା ଆମାଜନ ରେନ ଫରେଷ୍ଟରେ ନିଆଁ ତଥା ଅନ୍ୟାନ୍ୟ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଅବକ୍ଷୟ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ବିଗତ କେଇ ଦଶନ୍ଧି ଭିତରେ ପୃଥିବୀର ତାପମାତ୍ରା ଏକ ଡିଗ୍ରୀ ବଢ଼ିଛି। ଗ୍ଲେସିୟର ବରଫ ତରଳିବାରେ ଲାଗିଛି। ସମୁଦ୍ର ପତନ ବଢୁଛି। ଫଳରେ ମାଲଦ୍ୱୀପ, ମରିସସ, ଭାରତ, ଶ୍ରୀଲଙ୍କା ପ୍ରଭୃତି ଦେଶର ଉପକୂଳ ଅଞ୍ଚଳ ଜଳମଗ୍ନ ହେବାର ଭୟ ସୃଷ୍ଟି ହୋଇଛି। ସେଥିପାଇଁ ବିକାଶଶୀଳ ଦେଶଗୁଡ଼ିକ ନିଜ ନିଜର କାର୍ବନ ଫୁଟ ପ୍ରିଣ୍ଟ କମେଇବାକୁ ପଡ଼ିବ। ୨୦୫୦ ସୁଦ୍ଧା ତିରିଶ କୋଟି ଲୋକ ସମୁଦ୍ର ଜଳରେ ଭାସିଯିବାର ଆଶଙ୍କା ପ୍ରକାଶ କରିଛନ୍ତି ଆସିଆନ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସ। ଚାଇନା, ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ସମୁଦ୍ର ପତନ ବଢ଼ିବାରୁ ଅଧିକ ବିପଦର ସମ୍ମୁଖୀନ ହେବାର ଭୟ ରହିଛି। ନିକଟରେ ନେଚର କମ୍ୟୁନିକେଶନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ବର ତାପମାତ୍ରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ୧.୫ ଡିଗ୍ରୀ ବଢ଼ି ଯାଇପାରେ। ଏହାର ମୁକାବିଲା କରିବା ପାଇଁ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନକୁ ଶତକଡ଼ା ୪୫ ଭାଗ କମେଇବାକୁ ପଡ଼ିବ। ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ଖାଦ୍ୟ ରୂପେ ବ୍ୟବହାର କରି ଅମ୍ଳଜାନ ଦେଉଥିବା ଏକମାତ୍ର ଗଛ ଉପରେ ସବୁ ନିର୍ଭର କରେ। ଆମକୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାକୁ ହେବ। ବ୍ୟାଟେରି ଚାଳିତ କାର ଓ ମୋଟର ସାଇକେଲର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ନ ହେଲେ ଭବିଷ୍ୟତ ପିଢ଼ି ଚରମ ବିପଦର ସମ୍ମୁଖୀନ ହେବ ଏଥିରେ ସନ୍ଦେହ ନାହଁି। ‘ବାଇଶି ପାହାଚେ ଖେଳିବ ମୀନ’ ଏକଥା ମାଳିକାର ଭବିଷ୍ୟତବାଣୀ ହୋଇପାରେ। ଅର୍ଥାତ୍‌ ଶ୍ରୀମନ୍ଦିର ଭିତର ଯାଏ ସମୁଦ୍ର ପାଣି ମାଡ଼ି ଆସିବ ବୋଲି ମାଳିକାରେ ବର୍ଣ୍ଣନା ଅଛି। କିନ୍ତୁ ଗ୍ଲୋବାଲ ୱାର୍ମିଂ ଭଳି ପରିପ୍ରେକ୍ଷୀରେ ଏହା ଯେ ଏକ ନିରାଟ ସତ କଥା ତାହା ଗ୍ରହଣ କରିବାର ସମୟ ଆସି ପହଞ୍ଚିଛି।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri