ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ କହୁ। ଏହାର ଅର୍ଥ ହେଲା ଯାହା ନୈତିକ ତାହା ଭଲ ଓ ଯାହା ଅନୈତିକ ତାହା ମନ୍ଦ।
କ’ଣ ଭୁଲ୍‌ ଓ କ’ଣ ଠିକ୍‌- ଏ ସମ୍ପର୍କରେ ଧାରଣା ନ ରହିଲେ ଏକ ନୈତିକ ଜୀବନ ସମ୍ଭବ ନୁହେଁ। ଆମେ ନୈତିକ ମୂଲ୍ୟବୋଧ ପ୍ରାୟତଃ ଧର୍ମଶାସ୍ତ୍ରରୁ ସଂଗ୍ରହ କରୁ। ମାତ୍ର ନୈତିକ ମୂଲ୍ୟବୋଧ ଶିକ୍ଷା ପାଇଁ ଧର୍ମଶାସ୍ତ୍ର ଅଧ୍ୟୟନ କରିବା ବାଧ୍ୟତାମୂଳକ ନୁହେଁ କିମ୍ବା ନୈତିକ ଜୀବନ ଯାପନ କରିବା ପାଇଁ ପ୍ରଚଳିତ ଅର୍ଥରେ ଧାର୍ମିକ ହେବା ନିହାତି ଆବଶ୍ୟକ ନୁହେଁ। ସାଧାରଣତଃ ଯିଏ ଈଶ୍ୱରଙ୍କୁ ପୂଜା କରେ, ମନ୍ଦିର, ମସଜିଦ୍‌ ବା ଗିର୍ଜାକୁ ଯାଏ ତାକୁ ଆମେ ଧାର୍ମିକ ଲୋକ କହୁଁ। ମାତ୍ର ତଥାକଥିତ ବହୁ ଧାର୍ମିକ ବ୍ୟକ୍ତି ଅନେକ ଅନୈତିକ କାର୍ଯ୍ୟ କରୁଥିବା ଆମେ ଦେଖୁ। ଅପର ପକ୍ଷରେ କୌଣସି ଆନୁଷ୍ଠାନିକ ଧର୍ମରେ ବିଶ୍ୱାସ କରୁ ନ ଥିବା ଲୋକ ମଧ୍ୟ ନୈତିକ ଜୀବନଯାପନ କରୁଥିବା ଉଦାହରଣ ରହିଛି। ଧର୍ମ ଶବ୍ଦ ମୂଳତଃ କୌଣସି ସାମ୍ପ୍ରଦାୟିକ ବିଶ୍ୱାସ ଓ ରୀତିନୀତିକୁ ବୁଝାଏ ନାହିଁ। ‘ଧୃ’ ଧାତୁରୁ ଧାରଣ କରିବା ଅର୍ଥରେ ଧର୍ମ ଶବ୍ଦ ନିଷ୍ପନ୍ନ ହୋଇଛି। ମହାଭାରତରେ ଉଲ୍ଲେଖ ଅଛି ଯାହା ସମଗ୍ର ପ୍ରଜାକୁଳକୁ ଏକ ସୂତ୍ରରେ ବାନ୍ଧି ଧରି ରଖେ ତାହା ଧର୍ମ। ଏଠାରେ କୌଣସି ନିର୍ଦ୍ଦିଷ୍ଟ ଦେଶର ନୁହେଁ, ସମଗ୍ର ବିଶ୍ୱର ପ୍ରଜାକୁଳ କଥା କୁହାଯାଇଛି। ମାତ୍ର ଆମେ ହିନ୍ଦୁ ଧର୍ମ, ଖ୍ରୀଷ୍ଟ ଧର୍ମ, ବୌଦ୍ଧ ଧର୍ମ, ଇସଲାମ୍‌ ଧର୍ମ ଭଳି ଶବ୍ଦ ବ୍ୟବହାର କଲାବେଳେ ଧର୍ମ ଶବ୍ଦର ଅର୍ଥକୁ ସଙ୍କୁଚିତ କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ରୀତିନୀତିକୁ ବୁଝୁ। ବିଭିନ୍ନ ସମ୍ପ୍ରଦାୟର ଧର୍ମଗ୍ରନ୍ଥଗୁଡ଼ିକରେ ଥିବା ବିବାହ, ଅନ୍ତ୍ୟେଷ୍ଟି କ୍ରିୟା, ଛାଡ଼ପତ୍ର, ଦୈନନ୍ଦିନ ଜୀବନଚର୍ଯ୍ୟା ଆଦି ସମ୍ପର୍କରେ ଥିବା ରୀତିନୀତି କେବେ ବି ସମାନ ନ ଥାଏ। ସେଗୁଡ଼ିକ ମଧ୍ୟରେ ଥାଏ ଅନେକ ଅସାମଞ୍ଜସ୍ୟ ଓ ଅସଂହତି।
ଗୋଟିଏ ସମ୍ପ୍ରଦାୟର ଧର୍ମବିଶ୍ୱାସରେ ଯାହା ନୈତିକ ଆଉ ଏକ ସମ୍ପ୍ରଦାୟର ଧର୍ମ ବିଶ୍ୱାସରେ ତାହା ଅନୈତିକ ହୋଇପାରେ। ଏଣୁ ନୈତିକ ମୂଲ୍ୟବୋଧ ସହ ପ୍ରଚଳିତ ଧର୍ମବିଶ୍ୱାସର କୌଣସି ସିଧାସଳଖ ସମ୍ପର୍କ ନାହିଁ। ଅବଶ୍ୟ ନୈତିକ ବ୍ୟବସ୍ଥାକୁ ନେଇ ଧର୍ମ ସୃଷ୍ଟି ହୋଇପାରେ, ମାତ୍ର ସବୁ ନୈତିକ ବ୍ୟବସ୍ଥା ଧର୍ମ ଆଧାରିତ ନୁହେଁ। ନୈତିକ ଆଚରଣ ସାମାଜିକ ସଂହତି ଆଣେ। ସାଧୁତା, ସମ୍ବେଦନଶୀଳତା, ପାରସ୍ପରିକ ବିଶ୍ୱାସ ଆଦି ଗୁଣକୁ ଆମେ ନୈତିକ ଆଚରଣର ପର୍ଯ୍ୟାୟଭୁକ୍ତ କରିପାରିବା। ଏହି ସବୁ ଗୁଣ ଆମପାଖକୁ ଆଲୌକିକ ଜଗତରୁ ଆସିନାହିଁ। ସାମୂହିକ ମଙ୍ଗଳ ବିଧାନ କରିବା ପାଇଁ ମହାମନୀଷୀମାନଙ୍କର ଗଭୀର ମନନ ଓ ଚିନ୍ତନ ମଧ୍ୟରୁ ନୈତିକ ମୂଲ୍ୟବୋଧର ସୃଷ୍ଟି ହୋଇଥାଏ। ଈଶ୍ୱରଙ୍କୁ ବିଶ୍ୱାସ ନ କରି ଓ କୌଣସି ସମ୍ପ୍ରଦାୟର ଧର୍ମଗ୍ରନ୍ଥକୁ ଅନୁସରଣ ନ କରି ମଧ୍ୟ ଜଣେ ଜଗତର ମଙ୍ଗଳ ପାଇଁ ଏକ ନୈତିକ ଜୀବନର ସୂତ୍ର ଆବିଷ୍କାର କରିପାରେ। ଗୌତମ ବୁଦ୍ଧ ଈଶ୍ୱରଙ୍କ ସ୍ଥିତି ସମ୍ପର୍କରେ ନୀରବ ଥିଲେ। ସେଥିପାଇଁ କେହି କେହି ତାଙ୍କୁ ନାସ୍ତିକ କହନ୍ତି। ମାତ୍ର ସେ ଯେଉଁ ନୈତିକ ମୂଲ୍ୟବୋଧର ସୂତ୍ର ଦେଇଥିଲେ ତାହା ବିଶ୍ୱର ପ୍ରଜାକୁଳକୁ ଏକ ନୈତିକ ଜୀବନ ଯାପନ କରିବାର ମାର୍ଗ ଦେଖାଇଛି। ତାଙ୍କ ପ୍ରଚାରିତ ଅଷ୍ଟାଙ୍ଗ ମାର୍ଗ ହେଉଛି ସମ୍ୟକ୍‌ ଦୃଷ୍ଟି, ସମ୍ୟକ୍‌ ସଙ୍କଳ୍ପ, ସମ୍ୟକ୍‌ ବାକ୍‌, ସମ୍ୟକ୍‌ କର୍ମ, ସମ୍ୟକ୍‌ ଜୀବିକା, ସମ୍ୟକ୍‌ ଚେଷ୍ଟା, ସମ୍ୟକ୍‌ ସ୍ମୃତି ଓ ସମ୍ୟକ୍‌ ସମାଧି। ଏହି ନୈତିକ ମୂଲ୍ୟବୋଧର କଥା କହିବା ବେଳେ ବୁଦ୍ଧ ଈଶ୍ୱରଙ୍କୁ ପୂଜା କରିବା କଥା କହିନାହାନ୍ତି କି ମନ୍ଦିରକୁ ଯିବା କଥା କହିନାହାନ୍ତି।
ସାମ୍ପ୍ରଦାୟିକ ଧର୍ମ କେବେ ତର୍କ ଆଧାରିତ ହୁଏନାହିଁ। ଏହା ହୁଏ ବିଶ୍ୱାସ ଆଧାରିତ। ଅନେକ ସମୟରେ ସେହି ବିଶ୍ୱାସ କୁସଂସ୍କାର ଓ ପରମ୍ପରା ପର୍ଯ୍ୟବସିତ ହୋଇଥାଏ। ମାତ୍ର ନୈତିକ ମୂଲ୍ୟବୋଧ ସର୍ବଦା ତର୍କ ଆଧାରିତ ଓ ଯୁକ୍ତି ସମ୍ମତ ହୋଇଥାଏ। ସେହି ଯୁକ୍ତି ପଛରେ ଥାଏ ମନନ ଓ ବିବେକାନୁମୋଦନ। ବିବେକ ସର୍ବଦା ଏକ ନୈତିକ ଜୀବନ ଯାପନ କରିବା ପାଇଁ ପ୍ରେରଣା ଦିଏ। ଏହି ପ୍ରସଙ୍ଗରେ ମନେପଡ଼େ ଏକ କ୍ଷୁଦ୍ର କାହାଣୀ। ଜେସ୍‌ ବେନ୍‌ ନାମରେ ଥିଲେ ଜଣେ ଜୈନ ଧର୍ମଗୁରୁ। ସେ ନିଜର ସାଧୁତା ଓ ସଚ୍ଚୋଟତା ପାଇଁ ସୁବିଦିତ ଥିଲେ। ପ୍ରତ୍ୟେକ ଦିନ ସେ ଭିକ୍ଷା କରି ନିଜର ଆହାର ସଂଗ୍ରହ କରୁଥିଲେ। ଦିନକର ଘଟଣା। ମଧ୍ୟାହ୍ନ ଅତିକ୍ରାନ୍ତ ହେବା ପରେ ମଧ୍ୟ ତାଙ୍କୁ କୌଣସି ଭିକ୍ଷା ମିଳିଲା ନାହିଁ। କ୍ଷୁଧାର୍ତ୍ତ ଅବସ୍ଥାରେ ସେ ପହଞ୍ଚିଲେ ଜଣେ ଗୃହସ୍ଥଙ୍କ ଘରେ। ଗୃହସ୍ଥ ଜଣକ ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଧର୍ମପତ୍ନୀଙ୍କୁ ଆଦେଶ ଦେଲେ। ସେ ନିଜେ ରୋଷେଇ ଘରକୁ ଯାଇ ଖାଦ୍ୟ ପ୍ରସ୍ତୁତିରେ ଧର୍ମପତ୍ନୀଙ୍କୁ ସାହାଯ୍ୟ କଲେ। ଜେସ୍‌ ବେନ୍‌ ବସିଥିବା କୋଠରିରେ ଏକ କାଚ ଜାର୍‌ରେ ଥିବା କିଛି ସୁସ୍ବାଦୁ ବିସ୍କୁଟ୍‌ ତାଙ୍କ ଦୃଷ୍ଟି ଆକର୍ଷଣ କଲା। ସେ କ୍ଷୁଧାତାଡ଼ିତ ଥିବାରୁ ବିସ୍କୁଟ ବାହାର କରିବା ପାଇଁ ଡାହାଣ ହାତକୁ ଜାର୍‌ରେ ପୂରାଇଲେ। ମାତ୍ର ସେ ସଙ୍ଗେ ସଙ୍ଗେ ଚିତ୍କାର କରି ଉଠିଲେ, ”ଚୋର, ଚୋର“। ଚିକତ୍ାର ଶୁଣି ପତିପତ୍ନୀ ଆସି ଦେଖିଲେ ଜେସ୍‌ ବେନ୍‌ ବାମ ହାତରେ ବୋତଲ ଭିତରେ ପୂରାଇଥିବା ଡାହାଣ ହାତକୁ ମାଡ଼ି ବସି ‘ଚୋର ଚୋର’ ଚିତ୍କାର କରୁଛନ୍ତି। ତାଙ୍କର ଏହି ଅଦ୍ଭୁତ ଆଚରଣ ସମ୍ପର୍କରେ ପତିପତ୍ନୀ ପଚାରନ୍ତେ ସେ କହିଲେ ”ମଣିଷର ମସ୍ତିଷ୍କରେ ଦୁଇଟି ପ୍ରକ୍ରିୟା କାମ କରେ। ଗୋଟିଏ ହେଲା ମନର ଓ ଅନ୍ୟଟି ହେଲା ବିବେକର। ମନ ଚାହେଁ ପ୍ରବୃତ୍ତିଗତ ଇଚ୍ଛାକୁ ତତ୍‌କ୍ଷଣାତ୍‌ ପୂରଣ କରିବା ପାଇଁ, ମାତ୍ର ବିବେକ ସେହି ଇଚ୍ଛାକୁ ତର୍ଜମା କରେ ଓ ତାହା ଠିକ୍‌ ନୁହେଁ ବୋଲି ଅନୁଭବ କଲେ ତାକୁ ଅଟକାଇ ଦିଏ ଏବେ ତାହା ହିଁ ଘଟିଛି।“ କୌଣସି କାର୍ଯ୍ୟ ନୈତିକ ନା ଅନୈତିକ ତାହା ତର୍କକୁ ଆଧାର କରି ନିର୍ଦ୍ଧାରଣ କରେ ବିବେକ। ବିବେକ ଧର୍ମନୀତି ଦ୍ୱାରା ନିୟନ୍ତ୍ରିତ ହୋଇପାରେ। ମାତ୍ର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧର୍ମନୀତିରେ ବିଶ୍ୱାସ ରଖି ନ ଥିବା ଲୋକର ମଧ୍ୟ ବିବେକ କାମ କରେ। ସେ ମଧ୍ୟ ଦୈନନ୍ଦିନ ଜୀବନରେ କାର୍ଯ୍ୟ କଲାବେଳେ ମନ ଓ ବିବେକର ସଂଘର୍ଷର ସମ୍ମୁଖୀନ ହୁଏ। ଶେଷରେ ବିବେକ ଯେଉଁ କାର୍ଯ୍ୟକୁ ଅନୁମୋଦନ କରେ ତାକୁ ସେ ନୈତିକ ଭାବରେ ଗ୍ରହଣ କରିଥାଏ। ଯେତେବେଳେ ସେ ବିବେକର ଆହ୍ବାନକୁ ଅବଦମନ କରି ମନର ଆହ୍ବାନକୁ ବିନା ବିଚାରରେ ଗ୍ରହଣ କରେ ସେ ହୁଏତ ଅନୈତିକ କାର୍ଯ୍ୟ କରିବାର ସମ୍ଭାବନା ଥାଏ ।
ଆମେ ‘ନୈତିକ’, ‘ଅନୈତିକ’ ଶବ୍ଦ ବ୍ୟବହାର କଲାବେଳେ ନିଜ ସମ୍ପ୍ରଦାୟର ଧର୍ମନୀତିକୁ ଆଧାର କରି ବିଚାର କରୁ। ପ୍ରତ୍ୟେକ ସମ୍ପ୍ରଦାୟ ନିଜ ନିଜ ଧର୍ମନୀତି ଅନୁସାରେ ସେମାନଙ୍କ କର୍ମକୁ ବିଚାର କଲେ ସମଗ୍ର ବିଶ୍ୱର ‘ନୈତିକ’ ଓ ‘ଅନୈତିକ’ର ସଂଜ୍ଞା କେବେ ସମାନ ହେବ ନାହିଁ। ଯେଉଁ ନୀତି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡର ପ୍ରଜାକୁଳକୁ ନୁହେଁ, ସମଗ୍ର ଜଗତର ପ୍ରଜାକୁଳକୁ ଶୃଙ୍ଖଳିତ ଭାବରେ ଧରି ରଖେ ତାକୁ ଧର୍ମ ଭାବରେ ଗ୍ରହଣ କଲେ ଧର୍ମ ଓ ନୈତିକତା ମଧ୍ୟରେ ଅସଂହତି ରହିବ ନାହିଁ। ବିଭିନ୍ନ ସମ୍ପ୍ରଦାୟର ଧାର୍ମିକ ରୀତିନୀତିରେ ବିବିଧତା ସତ୍ତ୍ୱେ ଅନେକ କିଛି ସାମଞ୍ଜସ୍ୟ ରହିଛି ଯାହା ମଣିଷ ମାତ୍ରକେ ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ। ବିପଦରେ ପଡ଼ିଥିବା ଲୋକକୁ ସାହାଯ୍ୟ କରିବା, ପରୋପକାର କରିବା, ସତ୍ୟ କହିବା, ଅନ୍ୟକୁ ଘୃଣା ନ କରିବା, ଇନ୍ଦ୍ରିୟ ସଂଯମ କରିବା ଆଦି ଗୁଣ ଆଚରଣରେ ପ୍ରୟୋଗ କରିବା ପାଇଁ ପ୍ରାୟ ସବୁ ଧର୍ମଗ୍ରନ୍ଥ ଉପଦେଶ ଦିଅନ୍ତି। ସମଗ୍ର ପୃଥିବୀର ମଣିଷଙ୍କର ଏହି ସାର୍ବଜନୀନ ମଙ୍ଗଳକାରକ ଗୁଣଗୁଡ଼ିକ ହେଉଛି ମୂଲ୍ୟବୋଧ। ନିଜଠାରୁ ବୃହତ୍ତର ଓ ମହତ୍ତର ଏକ ଉପଲବ୍‌ଧି ନିମନ୍ତେ ଜୀବନ ବଞ୍ଚତ୍ବା ଓ ନିଜର କଲ୍ୟାଣ କହିଲେ ଏକ ବୃହତ୍ତର କଲ୍ୟାଣ ତଥା ମଙ୍ଗଳକୁ ବୁଝିବା ହେଉଛି ପ୍ରକୃତ ନୈତିକ ମୂଲ୍ୟବୋଧ। ସେହି ସ୍ତରରେ ଧର୍ମ ଓ ନୈତିକତା ମଧ୍ୟରେ କୌଣସି ପାର୍ଥକ୍ୟ ରହେନାହିଁ।

ଡ.ଛାୟାକାନ୍ତ ଷଡ଼ଙ୍ଗୀ
ମୋ:୯୪୩୭୩୨୯୨୬୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri