ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି, ସବୁ ଅରାଜକତା ଏହି ନେତାଙ୍କ ପାଇଁ ହେଉଛି। ତୁମକୁ ନେତା ହେବାକୁ କିଏ ମନାକଲା କି ପଚାରିବାରୁ ଉତ୍ତର ଆସିଲା ରାଜନୈତିକ ଦଳ କ’ଣ କେବେ ଆମକୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବ। ଅନେକ ଶିକ୍ଷିତ ଲୋକ କହନ୍ତି ଅର୍ଥବଳ ଓ ବାହୁବଳ ନ ଥିଲେ ଜଣେ ନିର୍ବାଚନ ଜିତି ପାରିବ ନାହିଁ। ଯଦିଓ ଏହା ଅନେକ ମାତ୍ରାରେ ସତ, ଶିକ୍ଷିତ ଲୋକ ଯଦି ଏହି ସତ୍ୟକୁ ସ୍ବୀକାର କରି ରାଜନୀତିକୁ ଓହ୍ଲାଇବେ ନାହିଁ ତେବେ ଏହା ଗଣତନ୍ତ୍ରକୁ ନଷ୍ଟ କରିଦେବା ସହ ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ପାରିବାରିକ ପରିବେଶକୁ ଧ୍ୱଂସ କରିଦେବ। ଯଦି ଲୋକବଳ କିମ୍ବା ଅର୍ଥବଳ ନାହିଁ ପ୍ରୟାସ କରିବାରେ କୌଣସି କ୍ଷତି ନାହିଁ। ଯଦିଓ ଆଜିର ଗଣତନ୍ତ୍ର ଅର୍ଥବଳ, ବାହୁବଳ ଓ ଭୋଟବ୍ୟାଙ୍କ ରାଜନୀତି ଭିତରେ ଶ୍ୱାସରୁଦ୍ଧ ହେଲା ପରି ଜଣାପଡ଼େ, ଏହି ପରିସ୍ଥିତି ଆହୁରି ଭୟାନକ ହେବା ପୂର୍ବରୁ ଶିକ୍ଷିତ ଯୁବପିଢ଼ି, ମଧ୍ୟବୟସ୍କ ଓ ଅବସରପ୍ରାପ୍ତ ଲୋକ ରାଜନୀତିକୁ ଆସିବା ଦରକାର। ମୁଁ ବୁଢ଼ା ହୋଇଗଲିଣି କହି ନିଜ ଦାୟିତ୍ୱରୁ ମୁହଁ ମୋଡ଼ିଦେବା କାପୁରୁଷତା ହେବ। ରାଜନୀତିକୁ ନିଜର ବୃତ୍ତିରେ ପରିଣତ କରିବା ପାଇଁ ଓଡ଼ିଶାରେ ଅନେକ ସମ୍ଭାବନା ଅଛି।
ଓଡ଼ିଶାରେ ଥିବା ବିଭିନ୍ନ ଆର୍ଥିକ ଗତିବିଧି ଯଥା କୃଷି, ହସ୍ତଶିଳ୍ପ, ମାଛଚାଷ, ଗୋପାଳନ, ଜଙ୍ଗଲଜାତ ଦ୍ରବ୍ୟ, ପର୍ଯ୍ୟଟନ କ୍ଷେତ୍ର, ସେବା ଓ ଶିଳ୍ପକ୍ଷେତ୍ର ଉପରେ ତୃଣମୂଳ ଜ୍ଞାନ ଥିବା ଲୋକ ଏକ ଯୋଗ୍ୟ ନେତା ହୋଇପାରିବ। ରାଜ୍ୟର ଇତିହାସ, ସଂସ୍କୃତି ଓ ସାମାଜିକ ପରିବେଶ ଉପରେ ଗଭୀର ଜ୍ଞାନ ଭଲ ନେତା ହେବାରେ ସହାୟକ ହୋଇଥାଏ। ପ୍ରକୃତ ତୃଣମୂଳ ଜ୍ଞାନ ଥିବା ନେତା ମନଗଢ଼ା କାହାଣୀ କହି ଲୋକଙ୍କୁ ବିକାଶର କୁହେଳିକା ଦେଖାଉଥିବା ନେତାଙ୍କୁ ନିର୍ବାଚନରେ ହରାଇପାରିବେ। ରାଜନୀତିରେ ଯୋଗଦେବା ପୂର୍ବରୁ ପ୍ରାର୍ଥୀ ଜଣକ ଓଡ଼ିଶା ଉପଯୋଗୀ ବିକାଶ ମଡେଲର ଏକ ନକ୍ସା ତିଆରି କରି ଲୋକଙ୍କୁ ଏହା ବୁଝାଇବା ସଙ୍ଗେ ସଙ୍ଗେ ସମସ୍ତ ବିନାଶକାରୀ ଆର୍ଥିକ ଗତିବିଧି ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଇବା ଦରକାର।
ନିଜ ଭିତରେ ଜ୍ଞାନ, ଇଚ୍ଛାଶକ୍ତି, ଶାରୀରିକ ଓ ନୈତିକ ସାହସର ଉର୍ଜା ପ୍ରଜ୍ବଳିତ ହେଲେ ଶିକ୍ଷିତ ଯୁବନେତା ଅର୍ଥ ଓ ବାହୁବଳରେ ସଜ୍ଜିତ ଯେକୌଣସି ନେତାଙ୍କୁ ଧରାଶାୟୀ କରିଦେବ।
ନିୟମିତ ଲୋକ ସମ୍ପର୍କ କରୁଥିବା ନେତା ନିଜକୁ ଏକ ଅମୋଘ ଅସ୍ତ୍ରରେ ପରିଣତ କରିଥାଏ। ମହାତ୍ମା ଗାନ୍ଧୀଙ୍କର ଲୋକ ସମ୍ପର୍କ ଏତେ ସୁଦୃଢ଼ ଥିଲା ଯେ, ସେ ଡାକରା ଦେଲାମାତ୍ରେ ଅନେକ ହଜାର ଲୋକ ରୁଣ୍ଡ ହୋଇଯାଉଥିଲେ। ଲବଣ ସତ୍ୟାଗ୍ରହ ବେଳେ ମହାତ୍ମା ଗାନ୍ଧୀ ଗୁଜରାଟର ଦାଣ୍ଡି ଉପକୂଳରୁ ମୁଠାଏ ଲୁଣ ଉଠାଇ ନେଇଥିଲେ। ଏହା ଶକ୍ତିଶାଳୀ ବ୍ରିଟିଶ୍‌ ସାମ୍ରାଜ୍ୟର ଚେରକୁ ଦୋହଲାଇ ଦେଇଥିଲା। ମହାରାଷ୍ଟ୍ରର ରାଲେଗାଓଁ ସିଦ୍ଧି ଗାଁର ଆନ୍ନା ହଜାରେ ନିଜର ସଚୋଟ୍ଟତା, ନିଷ୍ଠା ଓ ସମାଜସେବା ପାଇଁ ଦେଶବାସୀଙ୍କ ହୃଦୟ ଜିତିପାରିଥିଲେ। ଜନ ଲୋକପାଲ ବିଲ୍‌ ପାଇଁ ଆନ୍ନାଙ୍କ ଆନ୍ଦୋଳନ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା। ସତ୍ୟ, ବିଶୁଦ୍ଧତା ଓ ଚରିତ୍ରର ଅଖଣ୍ଡତା ମହାଦେବଙ୍କ ତ୍ରିଶୂଳ ଭଳି ଶକ୍ତିଶାଳୀ ପ୍ରତିପାଦିତ ହୋଇଥାଏ। ଶିକ୍ଷିତ ଯୁବପିଢ଼ି ରାଜନୀତିରେ ପାଦଦେବା ପୂର୍ବରୁ ଓଡ଼ିଶାର ପ୍ରତ୍ୟେକ ସହର ଓ ଗାଁଗୁଡ଼ିକ ଦେଖିବା ଦରକାର। ଓଡ଼ିଶାର ପ୍ରତ୍ୟେକ ନଦୀ, ପାହାଡ଼, ହ୍ରଦ ଓ ଝରଣାର ପ୍ରକୃତ ସ୍ଥିତି ସେମାନେ ଜାଣିବା ଉଚିତ। ଗାଁ ଓ ସହରରେ ସାଧାରଣ ଲୋକେ କିପରି ଜୀବନଯାପନ କରୁଛନ୍ତି, ସେମାନଙ୍କ ସାଙ୍ଗରେ ନ ରହିଲେ ତାହା ଜାଣିହେବ ନାହିଁ। ଓଡ଼ିଶାବାସୀଙ୍କ ସୁବିଧା, ଅସୁବିଧା ଓ ସମସ୍ୟାକୁ ନିଜେ ଅଙ୍ଗେ ନ ଲିଭାଇଲେ ଜଣେ ଭଲ ନେତା ହେବା ସମ୍ଭବ ନୁହେଁ। ଶ୍ରୀରାମ ଜଙ୍ଗଲ ଓ ପାହାଡ଼ରେ ୧୪ ବର୍ଷ ରହିବା ଫଳରେ ସେ ରାଜ୍ୟବାସୀଙ୍କ ସୁବିଧା ଅସୁବିଧାକୁ ଅଙ୍ଗେ ଲିଭାଇଥିଲେ। ଫଳରେ ସେ ଭାରତ ଓ ଭାରତ ବାହାରେ ଅନେକ ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା କରିପାରିଥିଲେ। ରାମଙ୍କ ପରି ପାଣ୍ଡବମାନଙ୍କର ୧୩ ବର୍ଷ ବନବାସ ସେମାନଙ୍କୁ ସୁଶାସକରେ ପରିଣତ କରିଥିଲା। ମହାତ୍ମା ଗାନ୍ଧୀ ସ୍ବାଧୀନତା ସଂଗ୍ରାମ ବେଳେ ୭୯,୦୦୦ କିଲୋମିଟର ଚାଲି ଚାଲି ଲୋକ ସମ୍ପର୍କ କରିଥିଲେ। ଭାରତୀୟଙ୍କ ଜୀବନଶୈଳୀ ଓ ଆର୍ଥିକ ଗତିବିଧିକୁ ଅନୁଧ୍ୟାନ କରି ସେ ସେମାନଙ୍କୁ ଏକ ସ୍ବଦେଶୀ ଆର୍ଥିକ ମଡେଲ ଉପହାର ଦେଇଥିଲେ। ଏହି ପରିବେଶ ଉପଯୋଗୀ ସ୍ବଦେଶୀ ଆର୍ଥିକ ମଡେଲ ବିଶ୍ୱର ସମସ୍ତ ଦେଶ ପାଇଁ ଆଜି ମଧ୍ୟ ପ୍ରଯୁଜ୍ୟ। ଓଡ଼ିଶାରେ ଅନେକ ସୂକ୍ଷ୍ମ ଆର୍ଥିକ ଗତିବିଧି ଅଛି, ଯାହା ଓଡ଼ିଶା ପାଇଁ ରୋଜଗାର ସୃଷ୍ଟି କରିବ। ଓଡ଼ିଶା ହସ୍ତଶିଳ୍ପଗୁଡ଼ିକର ଗୁଣାତ୍ମକ ମାନ ରକ୍ଷା କରାଯାଇପାରିଲେ ଏହା ରାଜ୍ୟରେ ଅନେକ ରୋଜଗାର ସୃଷ୍ଟି କରିବା ସହ ବିଦେଶୀ ମୁଦ୍ରା ମଧ୍ୟ ଅର୍ଜନ କରିପାରିବ। କଳାର ଉତ୍କର୍ଷତା କ’ଣ ଏହା ନେତା ହେବା ପାଇଁ ଆଗ୍ରହୀ ବ୍ୟକ୍ତି ଜାଣିବା ଦରକାର। ଏକ ସୁସ୍ଥ ସମାଜ ଓ ପରିବେଶ ଉପଯୋଗୀ ଆର୍ଥିକ ଗତିବିଧି ପାଇଁ ସୁସ୍ଥ ଗଣତନ୍ତ୍ରର ଆବଶ୍ୟକତା ଅଛି।
ଅନେକ ଦେଶରେ ଗଣତନ୍ତ୍ରର ଅବନତି ପାଇଁ ଲୋକେ ଗଣମାଧ୍ୟମକୁ ଦୋଷୀ କରିଥା’ନ୍ତି। କିନ୍ତୁ ସବୁ ଗଣମାଧ୍ୟମ ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ଏବେବି କେତେକ ଗଣ ମାଧ୍ୟମରେ ଅନେକ ସାମ୍ବାଦିକ ନିଷ୍ଠାର ସହିତ ସମାଜ ପ୍ରତି ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଅନେକ ସଚ୍ଚୋଟ ସାମ୍ବାଦିକ ପରିସ୍ଥିତିକୁ ଦେଖି ସୁପ୍ତ ଅବସ୍ଥାରେ ଅଛନ୍ତି। ତୃଣମୂଳ ଜ୍ଞାନ, ଶାରୀରିକ ଶକ୍ତି, ନୈତିକ ସାହସ, ଆଧ୍ୟାତ୍ମିକ ଶକ୍ତି ଓ ଉତ୍ତମ ବ୍ୟବହାରରେ ସଜ୍ଜିତ ନେତା ଗଣମାଧ୍ୟମରେ ଥିବା ଏହି ସକାରାତ୍ମକ ଉର୍ଜ୍ଜାକୁ ପ୍ରଜ୍ୱଳିତ କରିପାରିବ। ରାମାୟଣ ଓ ମହାଭାରତ ଯୁଗରେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଶା, ଉତ୍କଳ କିମ୍ବା କଳିଙ୍ଗର ଲୋକମାନେ ଏହି ରାଜନୈତିକ ବ୍ୟକ୍ତିତ୍ୱର ଅପେକ୍ଷାରେ ଅଛନ୍ତି। ଓଡ଼ିଶାରେ ଏହି ବ୍ୟକ୍ତିତ୍ୱର ଅଧିକାରୀ କିଏ ସମୟ ହିଁ ବତାଇବ।

ସୁଧାଂଶୁ ରଞ୍ଜନ ଦାସ
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?