ଗାଁ ମୁହାଁ ହେଉଛି ସମୁଦ୍ର

ବାଲିଆପାଳ,୩୧।୮(ସ୍ବ.ପ୍ର): ପ୍ରାକୃତିକ ପରିବର୍ତ୍ତନ ମଣିଷର ଦମ୍ଭକୁ ଭାଙ୍ଗି ଦେଉଛି। କେତେବେଳେ ବାତ୍ୟା ତା’ର ମହା କରାଳ ରୂପ ଦେଖାଇ ଘର ଦ୍ୱାର ଭାଙ୍ଗି ଜନ ଶୂନ୍ୟ କରିଦେଉଛି ତ କେତେବେଳେ ସମୁଦ୍ରରୁ ଲୁଣା ଜଳ ମାଡ଼ି ଆସି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ଭସାଇ ନେଉଛି। ପୁଣି କେତେବେଳେ ସମୁଦ୍ର ଗାଁ ମୁହାଁ ହୋଇ ଲୋକଙ୍କୁ ଡରାଉଛି। ବାତ୍ୟା ‘ୟାସ୍‌’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ପଞ୍ଚାୟତର ସମୁଦ୍ର କୂଳିଆ ଗାଁ ଚାଉଳତି। ସମୁଦ୍ର ଢ଼େଉରେ ନଷ୍ଟ ହୋଇଯାଇଛି ଝାଉଁ ଜଙ୍ଗଲ ସହିତ ବହୁ ପୂର୍ବରୁ ରହିଥିବା ଲୁଣିବନ୍ଧ। ସମୁଦ୍ର ଗାଁ ମୁହାଁ ହେଉଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜୀବନକୁ ବାଜି ଲଗାଇ ଜନ୍ମ ମାଟିରେ ପଡ଼ି ରହିଛନ୍ତି ସେମାନେ।
ଏହି ଗାଁରେ ୧୨୦ରୁ ଊର୍ଦ୍ଧ୍ୱ ଘର ଥିଲା ବେଳେ ହଜାରେରୁ ଅଧିକ ଲୋକ ବସବାସ କରନ୍ତି। ଚଳିତ ବର୍ଷ ‘ୟାସ୍‌’ ବାତ୍ୟା ସମଗ୍ର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଥିଲା ବେଳେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଧୋଇଯାଇଛି ଏହି ଗାଁର ବାତ୍ୟା ପ୍ରତିରୋଧକ ବିଶାଳ ଝାଉଁ ଜଙ୍ଗଲ। ଉପୁଡ଼ି ପଡ଼ିଛି ବଡ଼ବଡ଼ ଝାଉଁ ଗଛ। ଲୀନ ହୋଇ ଯାଇଛି ଗଁାକୁ ସୁରକ୍ଷା ଦେଉଥିବା ସମୁଦ୍ର ପ୍ରାଚୀର ଲୁଣିବନ୍ଧ। ତେଣୁ ଅନାୟସରେ ଗାଁ ମୁହାଁ ହେବାରେ ଲାଗିଛି ସମୁଦ୍ର। ପ୍ରାୟତଃ ୩ରୁ ୪ ଚେନ୍‌ ସମୁଦ୍ର ମାଡ଼ି ଆସିଛି ଗାଁ ଭିତରକୁ। ଫଳରେ ଚାଷ ଜମିରେ ମାଡ଼ି ଯାଇଛି ସମୁଦ୍ରର ଲୁଣି ପାଣି। ଗୃହ ପାଳିତ ପଶୁଙ୍କର ଚାରଣ ଭୂଇଁରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ସମୁଦ୍ରର ଗର୍ଜନ ଡ଼ରାଉଛି ଗାଁ ଲୋକଙ୍କୁ। ସୌନ୍ଦର୍ଯ୍ୟରେ ଭରପୁର ଚାଉଳତି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଅଶଙ୍କାରେ ପ୍ରମାଦ ଗଣୁଛନ୍ତି ଗ୍ରାମବାସୀ। ଲହଡ଼ି ରୋକିବା ପାଇଁ ଖୁବ୍‌ ଶୀଘ୍ର ପଥର ପ୍ୟାକିଂ ସହିତ ପଥର ବନ୍ଧ କରିବାକୁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି। ଲୁଣି ବନ୍ଧ କରାଯାଇ ଲହଡ଼ିକୁ ରୋକା ନ ଗଲେ ଖାଲି ଜମ୍ଭିରାଇ ପଞ୍ଚାୟତର ଚାଉଳତି ଗାଁ ନୁହେଁ ଏହି ପଞ୍ଚାୟତର ୪/୫ଟି ଗାଁ ସହିତ କଷାଫଳ, ବୁଳଂ, ସାଉଡ଼ି, ନୂଆଗାଁ, ପଞ୍ଚପାଲି ପଞ୍ଚାୟତର କିଛି ଗଁା ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri