ଈଶ୍ୱରାନୁଭୂତିର ବୈଜ୍ଞାନିକ ମତ

ଉମାଶଙ୍କର ପ୍ରସାଦ

ମଣିଷ ମାତ୍ରକେ ଈଶ୍ୱର ବିଶ୍ୱାସୀ। କାରଣ ଈଶ୍ୱର ହେଉଛନ୍ତି ମହାନ୍‌। ମଣିଷଠାରେ ଭଗବତ୍‌ ବିଶ୍ୱାସ ଉଦ୍ରେକ ହେବାର କାରଣ ଜାଣିବା ପାଇଁ ବୈଜ୍ଞାନିକ ମାନେ ଗବେଷଣାରତ। ସେମାନଙ୍କ ମତରେ ମଣିଷର ମସ୍ତକରେ ରହିଛି ଏକ ‘ଭଗବତ କ୍ଷେତ୍ର’। ୧୯୯୦ ଦଶକର ଆଦ୍ୟଭାଗରେ କାନାଡାର ସ୍ନାୟୁ ମନୋବିଜ୍ଞାନୀ ଡ. ମାଇକେଲ ପର୍‌ସିଞ୍ଜର ପ୍ରଥମ ଥର ପାଇଁ ‘ପ୍ରତ୍ୟକ୍ଷ ଈଶ୍ୱରାନୁଭୂତି’ ପ୍ରାପ୍ତ ହୋଇଥିଲେ। ଡ. ପର୍‌ସିଞ୍ଜର ଜଣେ ଧାର୍ମିକ ବ୍ୟକ୍ତି ନ ଥିଲେ। ଉକ୍ତ ଅନୁଭୂତି ଲାଭକଲା ବେଳକୁ ସେ ଲରେନ୍ସିଆନ୍‌ ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଥିଲେ। ନିଜର ମସ୍ତକକୁ ‘ଟ୍ରାନ୍ସକ୍ରାନିଆଲ୍‌ ମ୍ୟାଗ୍‌ନେଟିକ ଷ୍ଟିମୁଲେଟର’ ବା ‘ପାରକରୋଟି ଚୁମ୍ବକୀୟ ଉଦ୍ଦୀପକ’ ନାମକ ଏକ ଯନ୍ତ୍ର ସହ ସଂଯୁକ୍ତ କରିଦେଲେ। ଏହି ଯନ୍ତ୍ରଟି ଦ୍ୱାରା ମସ୍ତିଷ୍କର ଛୋଟ ଛୋଟ ନିର୍ବାଚିତ ଅଞ୍ଚଳରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିହୁଏ, ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରର ହ୍ରାସ ବୃଦ୍ଧି କରିହୁଏ ଓ ଚୁମ୍ବକୀୟ କ୍ଷେତ୍ର ମାଧ୍ୟମରେ ସେହି ସେହି ଅଞ୍ଚଳଗୁଡିକୁ ଉଦ୍ଦୀପିତ କରିହୁଏ। ମସ୍ତିଷ୍କ ତନ୍ତୁରେ ଉଦ୍ଦୀପନା ସୃଷ୍ଟି ହେଲେ ତାହା ସହ ସମ୍ପୃକ୍ତ ମାଂସପେଶୀ ସ୍ପୁରିତ ହୁଏ କିମ୍ବା ଅବୟବ ଅନୈଚ୍ଛିକ ଭାବରେ ଚାଳିତ ହୁଏ। ମସ୍ତିଷ୍କସ୍ଥ ଦୃଷ୍ଟିକେନ୍ଦ୍ରକୁ ଏପରି ପଦ୍ଧତିରେ ଉଦ୍ଦୀପିତ କରାଇଲେ ଜନ୍ମାନ୍ଧ ବ୍ୟକ୍ତି ମଧ୍ୟ ‘ଦେଖିପାରିବା’ ଭଳି ଅନୁଭୂତି ଅର୍ଜନ କରିଥାଏ। ଡ. ପର୍‌ସିଞ୍ଜର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିକରି ନିଜ ମସ୍ତିଷ୍କର ‘ଟେମ୍ପୋରାଲ ଲୋବ୍‌’ ବା ପ୍ରମସ୍ତିଷ୍କ ଶ୍ରୁତିଖଣ୍ଡକୁ ଉଦ୍ଦୀପିତ କରାଇଥିଲେ। ମସ୍ତିଷ୍କର ଶ୍ରୁତିଖଣ୍ଡ କାନମୁଣ୍ଡାର ଠିକ୍‌ ତଳକୁ ଅବସ୍ଥିତ। ଶ୍ରୁତିଖଣ୍ଡ ଉଦ୍ଦୀପିତ ହେବା ମାତ୍ରେ ପର୍‌ସିଞ୍ଜରଙ୍କୁ ‘ଭଗବତ ଦର୍ଶନ’ର ଅନୁଭୂତି ମିଳିଯାଇଥିଲା।
‘ଟେମ୍ପୋରାଲ ଲୋବ୍‌ ଏପିଲେପ୍‌ସି’ ବା ପ୍ରମସ୍ତିଷ୍କ ଶ୍ରୁତିଖଣ୍ଡ ଅପସ୍ମାର ଦ୍ୱାରା ଆକ୍ରାନ୍ତ ରୋଗୀମାନେ ଗଭୀର ଆଧ୍ୟାମତ୍ିକତା ଅନୁଭବ କରୁଥିବା ବହୁଦିନରୁ ଜଣାପଡ଼ିଛି। ଅପସ୍ମାର ରୋଗ ହେଲେ ରୋଗୀକୁ ମଝିରେ ମଝିରେ ବାତ ମାରିଥାଏ। ଏ ପ୍ରକାର ରୋଗୀମାନଙ୍କ ଉପରେ ଅନେକ ଗବେଷଣା କରିଛନ୍ତି ସାନ୍‌ଡିଏଗୋସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସ୍ନାୟୁ ବିଜ୍ଞାନୀ ପ୍ରଫେସର ଭି.ଏସ୍‌. ରାମଚନ୍ଦ୍ରନ୍‌। ରୋଗୀମାନଙ୍କୁ ବାତ ମାରିସାରିବା ପରେ ସେମାନେ ପ୍ରାୟତଃ ତାଙ୍କୁ କହିଥାନ୍ତି ‘ଏପରି ଏକ ଦିବ୍ୟ ଆଲୋକ ଅଛି ଯାହା ସବୁ କିଛିକୁ ଉଦ୍ଭାସିତ କରିଥାଏ’। ଏପରି ଏକ ପରମ ସତ୍ୟ ରହିଛି, ଯାହା ସାଧାରଣ ମନର ଊର୍ଦ୍ଧ୍ୱରେ’, ସାଧାରଣ ମନ ସେହି ପରମ ସତ୍ୟର ରୂପରେଖ ସମ୍ବନ୍ଧରେ ଧାରଣା କରିପାରେ ନାହିଁ। ନିତିଦିନର ଜୀବନ ଜଞ୍ଜାଳରେ ଘାଣ୍ଟିହେଉଥିବା ବ୍ୟକ୍ତିର ମନ ସେହି ପରମ ସତ୍ୟର ସୌନ୍ଦର୍ଯ୍ୟ ଓ ମହତ୍ତ୍ୱକୁ କଳନା କରିବା ନିମନ୍ତେ ଅକ୍ଷମ। ଡ. ପର୍‌ସିଞ୍ଜରଙ୍କ ବୈଜ୍ଞାନିକ ପରୀକ୍ଷା ‘ଶ୍ରୁତିଖଣ୍ଡ ଅପସ୍ମାର ରୋଗୀ ଅନୁଭବ କରୁଥିବା ଗଭୀର ଆଧ୍ୟମତ୍ିକ ଅଭିଜ୍ଞତା ପାଇଁ ମସ୍ତିଷ୍କର ଶ୍ରୁତିଖଣ୍ଡର ଅତ୍ୟଧିକ ସକ୍ରିୟତା ଯୁକ୍ତିକୁ ସାବ୍ୟସ୍ତ କରିବାରେ ସହାୟକ ହୋଇପାରିଛି। ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିକରି ଶ୍ରୁତିଖଣ୍ଡକୁ ଯେ କୃତ୍ରିମ ଉପାୟରେ ଉଦ୍ଦୀପିତ କରିହେବ, ଏହା ପ୍ରଥମେ ଆବିଷ୍କାର କରିଥିଲେ ‘ପର୍‌ସିଞ୍ଜର’ ଏବଂ ତାଙ୍କୁ ମିଳିଥିଲା ଅପୂର୍ବ ସଫଳତା। ଶ୍ରୁତିଖଣ୍ଡରେ କୃତ୍ରିମ ଉପାୟରେ ଉଦ୍ଦୀପନା ସୃଷ୍ଟିକଲେ ବ୍ୟକ୍ତି ବିଦ୍ୟାନୁଭୂତି ପ୍ରାପ୍ତ ହେବା, ଶରୀର ବାହାରେ ଅବସ୍ଥାନ କରିବା କିମ୍ବା ପୂର୍ବଜନ୍ମର ଘଟଣାବଳୀକୁ ମନେ ପକାଇପାରିବା ଭଳି ଅନୁଭୂତି ଲାଭ କରିଥାଏ ବୋଲି ମତ ଦେଇଛନ୍ତି ଡ. ପର୍‌ସିଞ୍ଜର।
୧୯୯୭ରେ ଭି.ଏସ୍‌. ରାମଚନ୍ଦ୍ରନ୍‌ ଓ ତାଙ୍କର ସହକର୍ମୀବୃନ୍ଦ ଏ କ୍ଷେତ୍ରରେ ଆହୁରି ପାଦେ ଆଗେଇଯାଇ ସୁସ୍ଥ ବ୍ୟକ୍ତିଙ୍କ ପ୍ରମସ୍ତିଷ୍କ ଶ୍ରୁତିଖଣ୍ଡର କ୍ରିୟାକୁ ଉଦ୍ଦୀପିତ କରାଇବାରୁ ସୁସ୍ଥ ବ୍ୟକ୍ତିମାନଙ୍କଠାରେ ମଧ୍ୟ ଭଗବତ ଅନୁଭୂତି ଜାତହେଲା। ରାମଚନ୍ଦ୍ରନ୍‌ ଓ ତାଙ୍କର ସହଯୋଗୀ ଗବେଷକମାନେ ସୁସ୍ଥବ୍ୟକ୍ତିଙ୍କ କାନମୁଣ୍ଡା ଉପରେ ‘ଇଲେକ୍‌ଟ୍ରୋଏନ୍‌ସେ ଫାଲୋଗ୍ରାମ’(ଇଇଜି)ର ଇଲେକ୍‌ଟ୍ରୋନ୍‌ ସଂଯୁକ୍ତ କରି ସେମାନଙ୍କୁ ଶୁଣେଇ ଚାଲିଲେ ମନକୁ ଛୁଇଁଲା ଭଳି ଧର୍ମ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ। ଏପରି କରିବା ଫଳରେ ଶ୍ରୁତିଖଣ୍ଡରେ ପ୍ରତିକ୍ରିୟା ବୃଦ୍ଧିପାଇବା ସହ ଗବେଷଣା ଅନ୍ତର୍ଭୁକ୍ତ ସେହି ବ୍ୟକ୍ତିମାନେ ‘ଦିବ୍ୟାନୁଭୂତି’ ପ୍ରାପ୍ତହେବା ସମ୍ପର୍କରେ ନିଜର ଅଭିଜ୍ଞତା ବଖାଣି ଚାଲିଥିଲେ। ଏହି ପରୀକ୍ଷଣର ଫଳାଫଳକୁ ରାମଚନ୍ଦ୍ରନ୍‌ଙ୍କ ଗୋଷ୍ଠୀ ସିଦ୍ଧାନ୍ତ ଗ୍ରହଣ କଲେ ଯେ ସୁସ୍ଥବ୍ୟକ୍ତିଙ୍କ ସ୍ନାୟୁକୋଷିକା ଓ ସ୍ନାୟୁସୂତ୍ର ରହିଛି, ଯାହା ଧର୍ମ ଏବଂ ଆଧ୍ୟାତ୍ମିକତା ସହ ସମ୍ପୃକ୍ତ। ଆମ ପ୍ରତ୍ୟେକଙ୍କ ମସ୍ତିଷ୍କରେ ରହିଛି ‘ଲିମ୍ବିକ୍‌ ସିଷ୍ଟମ’୍‌ ଯେଉଁଥିରେ ଥାଏ ଆବେଗ କେନ୍ଦ୍ର ଏବଂ ସ୍ମୃତିକେନ୍ଦ୍ର। ଲିମ୍ବିକ୍‌ ସିଷ୍ଟମ ସହ ଶ୍ରୁତିଖଣ୍ଡର ଘନିଷ୍ଠ ଯୋଗାଯୋଗ ରହିଛି। ପର୍‌ସିଞ୍ଜର ଦର୍ଶାଇଛନ୍ତି, ମସ୍ତିଷ୍କର ଆବେଗ କେନ୍ଦ୍ରକୁ ଉତ୍ତେଜିତ କରାଇଲେ ଶ୍ରୁତିଖଣ୍ଡର ବୈଦ୍ୟୁତିକ କ୍ରିୟା ବୃଦ୍ଧି ପାଇଥାଏ। ଧାର୍ମିକ ତଥା ଆଧ୍ୟାତ୍ମିକ ଅନୁଭୂତିରେ ଆବେଗ ଯେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହା ‘ଲିମ୍ବିକ୍‌ ସିଷ୍ଟମର’ ସମ୍ପୃକ୍ତିରୁ ପ୍ରମାଣିତ।
ମସ୍ତିଷ୍କସ୍ଥ ଶ୍ରୁତିଖଣ୍ଡର ଯେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଅନୁଭୂତି ସହ ସମ୍ପୃକ୍ତ , ତାକୁ ‘ପର୍‌ସିଞ୍ଜର ଏବଂ ରାମଚନ୍ଦ୍ରନ୍‌’ଙ୍କ ଭଳି ସ୍ନାୟୁ ଜୀବବିଜ୍ଞାନୀମାନେ ‘ଭଗବତ୍‌ କ୍ଷେତ୍ର’ନାମରେ ନାମିତ କରିଛନ୍ତି। ମସ୍ତିଷ୍କର ସ୍ନାୟୁତନ୍ତ୍ରରେ ଭଗବତ୍‌ କ୍ଷେତ୍ରର ଉପସ୍ଥିତିରୁ ଏହି ସୂଚନା ମିଳୁଛି ଯେ ଆଧ୍ୟାମତ୍ିକ ବିଶ୍ୱାସ ଓ ଅନୁଭୂତି ସର୍ବଦା ମଣିଷର ହିତ ସାଧନ କରିଥାଏ ଏବଂ ଏହି ଉଦ୍ଦେଶ୍ୟ ପୂର୍ତ୍ତି ନିମନ୍ତେ ମସ୍ତିଷ୍କ ଅନୁରୂପ ଭାବରେ ବିବର୍ତ୍ତିତ ହୋଇଛି। ଦିନେ ଭୋଲ୍‌ଟାୟାର କହିଥିଲେ, ” ଈଶ୍ୱର ଯଦି ନାହାନ୍ତି, ତେବେ ଈଶ୍ୱରଙ୍କୁ ଉଦ୍‌ଭାବନ କରିବା ଦରକାର।“ କିନ୍ତୁ ଯଦି ଅଛନ୍ତି, ତେବେ ତାଙ୍କୁ ଆବିଷ୍କାର କରିବାର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ। ମସ୍ତିଷ୍କରେ ‘ଭଗବତ କ୍ଷେତ୍ର’ର ଆବିଷ୍କାର ବୋଧହୁଏ ଏହି ଆବିଷ୍କାର ପର୍ବର ପ୍ରଥମ ପ୍ରଚେଷ୍ଟା।
ଖୋର୍ଦ୍ଧା, ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri