ପୁନର୍ଗଠନ ହେଉନି ବିଦ୍ୟାଳୟ ପରିଚାଳନା କମିଟି

ରସୁଲପୁର,୧୫ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୯୪ ବିଦ୍ୟାଳୟରେ ପରିଚାଳନା କମିଟି ପୁନର୍ଗଠନ ହେଉନାହିଁ। ସେଥିରେ ୯୮ ପ୍ରାଥମିକ ବିଦ୍ୟାଳୟ, ୬୬ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୭ ବ୍ଲକ୍‌ଗ୍ରାଣ୍ଟ, ୮ଟି ଏଡେଡ୍‌ ବିଦ୍ୟାଳୟ ଓ ୫ଟି ମଦରସା ରହିଛି। ଏ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ଅବଧି ଚଳିତବର୍ଷ ସେପ୍ଟେମ୍ବରରୁ ଶେଷ ହୋଇସାରିଛି। ଅକ୍ଟୋବର ଶେଷ ସୁଦ୍ଧା କମିଟି ପୁନର୍ଗଠନ ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କାର୍ଯ୍ୟକ୍ରମ(ଓସେପା)ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ କମିଟି ପୁନର୍ଗଠନରେ ବିଳମ୍ବ ଘଟୁଥିବାରୁ ମଧ୍ୟାହ୍ନଭୋଜନ, ପୋଷାକ ବିତରଣ ଭଳି ବିଦ୍ୟାଳୟ ପରିଚାଳନାର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର କମିଟି ପୁନର୍ଗଠନ କରିବାକୁ ଦାବି ହୋଇଛି।
ଗଣଶିକ୍ଷା ବିଭାଗ ଅଧୀନ ୧ମରୁ ୮ମ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକର ପରିଚାଳନା ପାଇଁ କମିଟି ଗଠନ ବିଧି ରହିଛି। ଗଠିତ କମିଟି କାର୍ଯ୍ୟକାଳ ୩ବର୍ଷ ବଳବତ୍ତର ରହିଥାଏ। ଶେଷ କମିଟିଗୁଡ଼ିକ ସେପ୍ଟେମ୍ବର ୨୦୧୮ରେ ଗଠନ ହୋଇଥିଲା। ହେଲେ କମିଟି ପୁନର୍ଗଠନ ନିର୍ଦ୍ଦେଶକୁ ଶିକ୍ଷା ବିଭାଗ ହାଲୁକା ଭାବେ ନେଇଛି। ଏପର୍ଯ୍ୟନ୍ତ କମିଟି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇନାହିଁ। କମିଟି ପୁନର୍ଗଠନ ପୂର୍ବରୁ ପଞ୍ଚାୟତରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ଗଠନ କରାଯିବ। ଉକ୍ତ କମିଟିକୁ ନେଇ ଏକ ବୈଠକ ହେବ। ବୈଠକରେ ବିଦ୍ୟାଳୟଗୁଡ଼ିକରେ କେବେ ଅଭିଭାବକ ବୈଠକ ଆହ୍ବାନ କରାଯିବ ସେ ନିଷ୍ପତ୍ତି ନିଆଯିବ। ଅଭିଭାବକ ଓ ଶିକ୍ଷକ ଆସୋସିଏଶନ ଗଠନ ପରେ ସେଥିରୁ ୧୨ଜଣିଆ କମିଟି ଗଠନ କରାଯିବ। ଉକ୍ତ ୧୨ଜଣଙ୍କ ମଧ୍ୟରୁ ୧ ସପ୍ତାହ ପରେ ସଭାପତି ଚୟନ କରାଯିବ। ସେହି କମିଟିକୁ ଅନୁମୋଦନ କରାଯିବା ସହ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ନାମରେ ବ୍ୟାଙ୍କ ଜମାଖାତା ଖୋଲାଯିବ। ଏହି ଖାତାରେ ବିଦ୍ୟାଳୟର ସମସ୍ତ ଅର୍ଥ କାରବାର ହେବ। ହେଲେ କମିଟି ପୁନର୍ଗଠନର ପ୍ରଥମ ପାହାଚ କୁହାଯାଉଥିବା ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇନାହିଁ। ଏବେଠାରୁ କାର୍ଯ୍ୟ ଆରମ୍ଭ ହେଲେ ପ୍ରକ୍ରିୟା ଶେଷ ହେବାକୁ ଅନୂ୍ୟନ୍‌ ମାସେ ସମୟ ଲାଗିବ। ଏହି ଦିଗକୁ ଦୃଷ୍ଟି ଦେଲେ ପରିଚାଳନା କମିଟି ଏ ବର୍ଷ ଶେଷ ହୋଇ ନ ପାରିବା ଭଳି ମନେହେଉଛି। ତେବେ କମିଟି ପୁନର୍ଗଠନରେ ବିଳମ୍ବ ହେଲେ ବିଦ୍ୟାର୍ଥୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବ ବୋଲି ବୁଦ୍ଧିଜୀବୀ ମତପୋଷଣ କରୁଛନ୍ତି। ଏ ଦିଗରେ ବ୍ଲକ ସହ ଶିକ୍ଷାଧିକାରୀ ଭିକାରୀ ଚରଣ କବି କହିଛନ୍ତି, ପଞ୍ଚାୟତରେ ଷ୍ଟାଣ୍ଡିଂ କମିଟି ଗଠନ ନେଇ ବିଡିଓଙ୍କୁ ଅବଗତ କରାଯାଇଛି। ହେଲେ ଷ୍ଟାଣ୍ଡିଂ କମିଟି ଗଠନରେ ବିଳମ୍ବ ହେଉଥିବାରୁ ପରିଚାଳନା କମିଟି ପୁନର୍ଗଠନ ବିଳମ୍ବ ହେଉଛି। ତେଣୁ ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଉ ଏକ ପତ୍ରଲେଖି ବିଡିଓଙ୍କୁ ଅବଗତ କରାଯିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri