ପୁନର୍ଗଠନ ହେଉନି ବିଦ୍ୟାଳୟ ପରିଚାଳନା କମିଟି

ରସୁଲପୁର,୧୫ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୯୪ ବିଦ୍ୟାଳୟରେ ପରିଚାଳନା କମିଟି ପୁନର୍ଗଠନ ହେଉନାହିଁ। ସେଥିରେ ୯୮ ପ୍ରାଥମିକ ବିଦ୍ୟାଳୟ, ୬୬ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୭ ବ୍ଲକ୍‌ଗ୍ରାଣ୍ଟ, ୮ଟି ଏଡେଡ୍‌ ବିଦ୍ୟାଳୟ ଓ ୫ଟି ମଦରସା ରହିଛି। ଏ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ଅବଧି ଚଳିତବର୍ଷ ସେପ୍ଟେମ୍ବରରୁ ଶେଷ ହୋଇସାରିଛି। ଅକ୍ଟୋବର ଶେଷ ସୁଦ୍ଧା କମିଟି ପୁନର୍ଗଠନ ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କାର୍ଯ୍ୟକ୍ରମ(ଓସେପା)ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ କମିଟି ପୁନର୍ଗଠନରେ ବିଳମ୍ବ ଘଟୁଥିବାରୁ ମଧ୍ୟାହ୍ନଭୋଜନ, ପୋଷାକ ବିତରଣ ଭଳି ବିଦ୍ୟାଳୟ ପରିଚାଳନାର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର କମିଟି ପୁନର୍ଗଠନ କରିବାକୁ ଦାବି ହୋଇଛି।
ଗଣଶିକ୍ଷା ବିଭାଗ ଅଧୀନ ୧ମରୁ ୮ମ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକର ପରିଚାଳନା ପାଇଁ କମିଟି ଗଠନ ବିଧି ରହିଛି। ଗଠିତ କମିଟି କାର୍ଯ୍ୟକାଳ ୩ବର୍ଷ ବଳବତ୍ତର ରହିଥାଏ। ଶେଷ କମିଟିଗୁଡ଼ିକ ସେପ୍ଟେମ୍ବର ୨୦୧୮ରେ ଗଠନ ହୋଇଥିଲା। ହେଲେ କମିଟି ପୁନର୍ଗଠନ ନିର୍ଦ୍ଦେଶକୁ ଶିକ୍ଷା ବିଭାଗ ହାଲୁକା ଭାବେ ନେଇଛି। ଏପର୍ଯ୍ୟନ୍ତ କମିଟି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇନାହିଁ। କମିଟି ପୁନର୍ଗଠନ ପୂର୍ବରୁ ପଞ୍ଚାୟତରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ଗଠନ କରାଯିବ। ଉକ୍ତ କମିଟିକୁ ନେଇ ଏକ ବୈଠକ ହେବ। ବୈଠକରେ ବିଦ୍ୟାଳୟଗୁଡ଼ିକରେ କେବେ ଅଭିଭାବକ ବୈଠକ ଆହ୍ବାନ କରାଯିବ ସେ ନିଷ୍ପତ୍ତି ନିଆଯିବ। ଅଭିଭାବକ ଓ ଶିକ୍ଷକ ଆସୋସିଏଶନ ଗଠନ ପରେ ସେଥିରୁ ୧୨ଜଣିଆ କମିଟି ଗଠନ କରାଯିବ। ଉକ୍ତ ୧୨ଜଣଙ୍କ ମଧ୍ୟରୁ ୧ ସପ୍ତାହ ପରେ ସଭାପତି ଚୟନ କରାଯିବ। ସେହି କମିଟିକୁ ଅନୁମୋଦନ କରାଯିବା ସହ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ନାମରେ ବ୍ୟାଙ୍କ ଜମାଖାତା ଖୋଲାଯିବ। ଏହି ଖାତାରେ ବିଦ୍ୟାଳୟର ସମସ୍ତ ଅର୍ଥ କାରବାର ହେବ। ହେଲେ କମିଟି ପୁନର୍ଗଠନର ପ୍ରଥମ ପାହାଚ କୁହାଯାଉଥିବା ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇନାହିଁ। ଏବେଠାରୁ କାର୍ଯ୍ୟ ଆରମ୍ଭ ହେଲେ ପ୍ରକ୍ରିୟା ଶେଷ ହେବାକୁ ଅନୂ୍ୟନ୍‌ ମାସେ ସମୟ ଲାଗିବ। ଏହି ଦିଗକୁ ଦୃଷ୍ଟି ଦେଲେ ପରିଚାଳନା କମିଟି ଏ ବର୍ଷ ଶେଷ ହୋଇ ନ ପାରିବା ଭଳି ମନେହେଉଛି। ତେବେ କମିଟି ପୁନର୍ଗଠନରେ ବିଳମ୍ବ ହେଲେ ବିଦ୍ୟାର୍ଥୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବ ବୋଲି ବୁଦ୍ଧିଜୀବୀ ମତପୋଷଣ କରୁଛନ୍ତି। ଏ ଦିଗରେ ବ୍ଲକ ସହ ଶିକ୍ଷାଧିକାରୀ ଭିକାରୀ ଚରଣ କବି କହିଛନ୍ତି, ପଞ୍ଚାୟତରେ ଷ୍ଟାଣ୍ଡିଂ କମିଟି ଗଠନ ନେଇ ବିଡିଓଙ୍କୁ ଅବଗତ କରାଯାଇଛି। ହେଲେ ଷ୍ଟାଣ୍ଡିଂ କମିଟି ଗଠନରେ ବିଳମ୍ବ ହେଉଥିବାରୁ ପରିଚାଳନା କମିଟି ପୁନର୍ଗଠନ ବିଳମ୍ବ ହେଉଛି। ତେଣୁ ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଉ ଏକ ପତ୍ରଲେଖି ବିଡିଓଙ୍କୁ ଅବଗତ କରାଯିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri