ସାଟେଲାଇଟ୍‌ ଧରିବ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୬ା୮: ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି-୨୦୧୬ ଓ ରିହାତି (ସଂଶୋଧନ)-୨୦୧୭ ଓ ୨୦୧୮ ଆଇନ ଅନୁଯାୟୀ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌ ଉପରେ ଗତ ମାର୍ଚ୍ଚରେ ବିଧାନସଭାରେ ପ୍ରଶ୍ନ ହେବା ପରେ ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ଦୃଢ଼ ପଦକ୍ଷେପ ଆରମ୍ଭ ହୋଇଛି। ଏହି କ୍ରମରେ ଧର୍ମଶାଳା ତହସିଲଦାର ୨ା୬ା୨୦୨୨ରେ ଲିଜ୍‌ ଖାଦାନଗୁଡିକର ସାଟେଲାଇଟ୍‌ ମାପଚୁପ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଏଥିରେ ମାଇଁ ୱାର୍ଲ୍‌ଡ ଜିଓଲୋଜି କମ୍ପାନୀ ଟେଣ୍ଡର ପାଇଥିବା ସୂଚନା ମିଳିଛି। ଏହାପରେ ୨୦୧୫ରୁ ୨୦୧୭ ମଧ୍ୟରେ ଲିଜ୍‌ ପାଇଥିବା ୨୦ରୁ ଊର୍ଦ୍ଧ୍ୱ ଲିଜ୍‌ଧାରୀଙ୍କ ମଧ୍ୟରେ ଛନକା ପଶିଛି। ଏଥିରେ ଶାସକ ଦଳର କେତେଜଣ ସମର୍ଥକ ରହିଥିବାରୁ ଠିକ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇତିମଧ୍ୟରେ ଅଭିଯୋଗ ଅନୁସାରେ, ୫ ଜଣଙ୍କ ନାମରେ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲେ ହେଁ ମାପଚୁପରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରାଜ୍ୟ ସରକାର ପ୍ରାୟ ୭୦୦ କୋଟି ଟଙ୍କା ରାଜସ୍ବ ହରାଇବେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ଯାଜପୁର ଜିଲା ବହୁ ଆଗରେ ରହିଛି। ଏନେଇ ହାଇକୋର୍ଟ, ଲୋକାୟୁକ୍ତ, ଏନ୍‌ଜିଟିରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏହାବାଦ୍‌ ନିକଟରେ ସାଟେଲାଇଟ୍‌ ତଦନ୍ତ କରି ୪ ଜଣ ଲିଜ୍‌ଧାରୀଙ୍କ ଠାରୁ ୧୦୫ କୋଟି ୮୭ ଲକ୍ଷ ଜରିମାନା ଆଦାୟ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଡିମାଣ୍ଡ ନୋଟିସ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜ୍ୟୋତ୍ସ୍ନା ଜେନା, ରଞ୍ଜନ ଜେନା, ଶ୍ରୀବାସ ଜେନା, ରଶ୍ମିରଞ୍ଜନ ପଣ୍ଡା ଓ ମହେନ୍ଦ୍ର ସ୍ବାଇଁ ଡଙ୍କାରୀ ପାହାଡ଼ର ୪ ଖାଦାନ ଲିଜ୍‌ ସୂତ୍ରରେ ପାଇଥିଲେ। ଦୀର୍ଘମିଆଦୀ ୫ ବର୍ଷ ପାଇଁ ଏହି ଲିଜ୍‌ ଅବଧି ରହିଥିବାବେଳେ ତାହା ୨୦୨୧-୨୨ରେ ସରିବା କଥା। କିନ୍ତୁ କଳାପଥର ଉତ୍ତୋଳନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲାପାଳ ୨୦୧୯ରେ ସେମାନଙ୍କ ଚୁକ୍ତି ବାତିଲ କରିଥିଲେ। ଏହାପରେ ଲିଜ୍‌ଧାରୀ ରଞ୍ଜନ ଜେନା ଉକ୍ତ ନିର୍ଦ୍ଦେଶ ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ପୁଣି ଲିଜ୍‌ କାର୍ଯ୍ୟକାରୀ କରିବାକୁ ଅନୁମତି ମିଳିଥିଲା। ଏହାପରେ ସେ ପୁଣି ଏକ ପରିବର୍ତ୍ତିତ ମାଇନିଂ ପ୍ଲାନ ତିଆରି କରି ପରିବେଶଗତ ଅନୁମତି ହାସଲ କରି କଳାପଥର ଉତ୍ତୋଳନ କରିଥିଲେ। ପୂର୍ବ ଏବଂ ପରବର୍ତ୍ତୀ ମାଇନିଂ ପ୍ଲାନ ଉପରେ ସାଟେଲାଇଟ୍‌ ତଦନ୍ତ ହୋଇଥିଲେ ନିକଟରେ ରଞ୍ଜନ ଜେନାଙ୍କ ନାମରେ ହୋଇଥିବା ଜରିମାନା ୨୩.୩୨ କୋଟି ଟଙ୍କା ବଦଳରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହୋଇଥାନ୍ତା ବୋଲି ସ୍ଥାନୀୟ ମହଲରେ ମତପ୍ରକାଶ ପାଇଛି। ଅନୁରୂପ ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାକି ରହିଥିବା ୨ ବର୍ଷର ଲିଜ୍‌ ନେବା ବଦଳରେ ଲିଜ୍‌ଧାରୀ ଜ୍ୟୋତ୍ସ୍ନା ଜେନା ଚଞ୍ଚକତା କରି ପୁଣି ୫ ବର୍ଷର ଲିଜ୍‌ ନେଇଥିବା ସୂଚନା ମିଳିଛି। ସେହିପରି ୨୦୨୧ରେ ଆରୁହା ପାହାଡ଼ର ୩ଟି ସୈରାତରୁ ଉତ୍ତୋଳନ ପାଇଁ ମନୋଜ ସାମଲଙ୍କୁ ଲିଜ୍‌ ପ୍ରଦାନ କରାଯାଇଛି। ଏଥିରେ ବାର୍ଷିକ ୪୩୦୦୦ କ୍ୟୁବିକ ମିଟର ଉତ୍ତୋଳନ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ତଦନୁସାରେ ବର୍ଷକୁ ପ୍ରାୟ ୫ କୋଟି ଟଙ୍କା ରାଜସ୍ବ ମିଳିଥାନ୍ତା। କିନ୍ତୁ ସେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଟଙ୍କାରେ ରାଜସ୍ବ ଦାଖଲ ସୀମିତ ରଖିବାକୁ ଉତ୍ତୋଳନ ପରିମାଣ ହ୍ରାସ କରି ବର୍ଷକୁ ୧୪୦୦୦ କ୍ୟୁବିକ ମିଟର ଅନୁସାରେ ପୁଣି ଏକ ମାଇନିଂ ପ୍ଲାନ ତିଆରି କଲେ। ଏଥିଯୋଗୁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ସାଢେ ୪ କୋଟି ଟଙ୍କା ରାଜସ୍ବ ହରାଇବେ। ଇତିମଧ୍ୟରେ ସେ ୩ ମାସ ହେଲା ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ କଳାପଥର ଉତ୍ତୋଳନ କରି ସାରିଛନ୍ତି। ଏଥିରେ ୪ ପ୍ରୋକଲିନ, ୨୦ ହାଇୱା, ହାଇଟେକ୍ନୋଲୋଜି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଉଛି। ଫଳରେ ଜାବରାତଳି, ପାଖର, ମୁରାରୀପୁର, ଯୋଗଡା, ବାଟିଜଙ୍ଗା, ଆରୁହା, ନାନପୁର ଗ୍ରାମ ଥରି ଉଠୁଥିବା ଅଭିଯୋଗ ହୋଇଛି। ଜାଭରତଳି ଉଚ୍ଚ ପ୍ରାଥମିକ ସ୍କୁଲ ୩୦୦ ମିଟର ଦୂରରେ ରହିଥିବାରୁ ବିସ୍ଫୋରକ ଯୋଗୁ ଛାତ୍ରୀଛାତ୍ରମାନେ ଚମକି ପଡୁଛନ୍ତି। ଏଭଳି ଅନେକ ଅନିୟମିତତା ଉପରେ ସାଟେଲାଇଟ ତଦନ୍ତ କେତେଦୂର ସକ୍ଷମ ହୋଇପାରିବ ସେ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଆଇନ ଅନୁସାରେ ସାଟେଲାଇଟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?