ବନ୍ଦ ହେବାକୁ ଯାଉଛି ୧୮୯୦ରୁ ସେବା ଯୋଗାଉଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୦ା୩(ବ୍ୟୁରୋ): ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ ଚିଫ୍‌ ଅପରେଶନ ମ୍ୟାନେଜରଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି। ସମ୍ବଲପୁର-ଅନୁଗୋଳ ରେଳପଥ ଦୋହରୀକରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ପୂର୍ବରୁ ୧୯୯୨-୯୩ରେ ଷ୍ଟେଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବିରୋଧ କରାଯିବାରୁ ଏହାକୁ ସ୍ଥଗିତ ରଖାଯାଇ ଷ୍ଟେଶନ ଭିତ୍ତିଭୂମିର ବିକାଶ କରାଯାଇଥିଲା। ବର୍ତ୍ତମାନର ଏହି ନିଷ୍ପତ୍ତି ପ୍ରଚାର ହେବା ପରେ ଜନ ଅସନ୍ତୋଷ ଦେଖାଦେଇଛି।
ପ୍ରାୟ ୧୨୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ଐତିହାସିକ ଷ୍ଟେଶନ ବନ୍ଦ ହେବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମେ ଡାକ ଓ ସାମଗ୍ରୀ ନେବା ପାଇଁ ଏହି ଷ୍ଟେଶନକୁ ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଟ୍ରେନ ରହଣି ହେବାରୁ ଯାତ୍ରୀମାନଙ୍କ ଯାତାୟାତ ସୁବିଧା କରାଯାଇଥିଲା। ସହରର ମୁଖ୍ୟ ସ୍ଥାନରେ ଷ୍ଟେଶନ ଥିବାରୁ ରାତିଅଧରେ ମଧ୍ୟ ଲୋକେ ଯିବାଆସିବାରେ ସୁରକ୍ଷିତ ମନେକରନ୍ତି। ଏବେ ଷ୍ଟେଶନରେ ଟିକେଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ଭଳି ସମସ୍ତ ସୁବିଧା ରହିଛି। ତେଣୁ କେବଳ ସମ୍ବଲପୁର ନୁହେଁ, ଆଖପାଖ ଜିଲାବାସୀ ମଧ୍ୟ ଏହି ଷ୍ଟେଶନ ଉପରେ ନିର୍ଭର କରନ୍ତି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁର-ଅନୁଗୋଳ ରେଳପଥ ୧୯୯୮ରେ ଆରମ୍ଭ ହୋଇଥିଲା। ଗୋଟିଏ ରେଳ ଲାଇନ୍‌ରେ ଏବେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି। ପ୍ରତିଦିନ ହାରାହାରି ୩୦ରୁ ଅଧିକ ଟ୍ରେନ ଯିବାଆସିବା କରିଥାଏ। ସମ୍ବଲପୁର ରେଳମଣ୍ଡଳର ପ୍ରମୁଖ ବ୍ୟବସାୟ ସ୍ଥଳ ହେଉଛି ଅନୁଗୋଳ। ଏହି ଷ୍ଟେଶନରୁ ଅଧିକ ରାଜସ୍ବ ଆଦାୟ ହୋଇଥାଏ। ଗୋଟିଏ ଲାଇନ୍‌ ଥିବାରୁ ମାଲବାହୀ ଟ୍ରେନ ଓ ଯାତ୍ରୀ ଟ୍ରେନ ଯିବାଆସିବାରେ ସମସ୍ୟା ହେଉଛି। ଯଦି ମାଲ ପରିବହନ ଟ୍ରେନକୁ ଅଗ୍ରାଧିକାର ଦିଆଯାଉଛି ତା’ହେଲେ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସମସ୍ୟା ଯୋଗୁ ସମ୍ବଲପୁର-ଅନୁଗୋଳ ରେଳପଥକୁ ଦୋହରୀକରଣ ଓ ଉନ୍ନତୀକରଣ ଯୋଜନା କରି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଦୋହରୀକରଣ କାମ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ବସିଲାଣି। ହେଲେ ସମ୍ବଲପୁର ରୋଡ୍‌ ଷ୍ଟେଶନ ବାଧା ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?