ସାକ୍ଷୀଗୋପାଳ ମନ୍ଦିର-ବକୁଳବନର ହେବ ଉନ୍ନୟନ କାର୍ଯ୍ୟ: ପ୍ରଥମ ପର୍ଯ୍ୟାୟରେ ୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର

ସାକ୍ଷୀଗୋପାଳ,୨୯ା୭(ଡି.ଏନ୍‌.ଏ.): ଐତିହ୍ୟ ପୀଠ ବିକାଶ ଯୋଜନାରେ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନର ଉନ୍ନୟନ କାର୍ଯ୍ୟ ହେବ। ଏନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲାପାଳ ସମର୍ଥ ବର୍ମା ବୁଧବାର ମନ୍ଦିର ଓ ବକୁଳବନ ପରିଦର୍ଶନ କରି ଏହା କହିଛନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସାକ୍ଷୀଗୋପାଳ ମନ୍ଦିର ସଂଲଗ୍ନ ଅଞ୍ଚଳ ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଚନ୍ଦନ ପୋଖରୀର ଉନ୍ନୟନ କାମ କରାଯିବ। ସେହିପରି ପୂର୍ବରୁ ଗ୍ରାମୀଣ ପର୍ଯ୍ୟଟନରେ ସାମିଲ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ଗୁପ୍ତ ବୃନ୍ଦାବନ ତଥା ବକୁଳବନ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ଐତିହାସିକ କୃପାସିନ୍ଧୁ ଓ ଆଚାର୍ଯ୍ୟ ହରିହରଙ୍କ ହାତଗଢ଼ା ମଣିଷ ତିଆରି କାରଖାନା ବନବିଦ୍ୟାଳୟର ବିଲୁପ୍ତ ସ୍ମୃତିକୁ ଉଜ୍ଜୀବିତ କରାଯିବ। ୧୯ ଏକର ବିଶିଷ୍ଟ ସଂଗଠିତ ଜଙ୍ଗଲ ମଧ୍ୟରେ ରହିଥିବା ପାଦଚଲା ରାସ୍ତା, ବିଶ୍ରାମ ପିଣ୍ଡି, ମୁକ୍ତ ପ୍ରେକ୍ଷାଳୟ, ଗ୍ୟାଲେରୀ, ଦୋକାନ ଗୃହର ମରାମତି କରିବା ସହ ଗାଲୁଆ ଜମିରେ ପୋଖରୀ ଖନନ, ପ୍ରାକୃତିକ ନାଳର ଉନ୍ନୟନ କରାଯାଇ ସେଠାରେ ନୌକାବିହାର, ଆଲୋକ କରଣ, ଚିଲଡ୍ରେନ୍ସ ପାର୍କ, ବଣଭୋଜି ସୁବିଧା, ଓପନଜିମ୍‌, କିମ୍ବଦନ୍ତୀକୁ ନେଇ ଅଡିଓ ଭିଜୁଆଲ ଇଣ୍ଟରପ୍ରିଟେସନ ସେଣ୍ଟର ସୁବିଧା କରାଯିବ। ବକୁଳବନ ସାକ୍ଷୀଗୋପାଳ ମନ୍ଦିର ମାଲିକାନାରେ ରହିଥିବାରୁ ବିକଶିତ ପରେ ଏହାର ସୁରକ୍ଷା ଓ ସୁପରିଚାଳନା ନିମନ୍ତେ ଏକ କମିଟି ସ୍ଥାନୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନଙ୍କୁ ନେଇ ଗଠନ କରାଯିବ। ପିପି ମୋଡରେ ରକ୍ଷଣାବେକ୍ଷଣ ନିମନ୍ତେ ସ୍ବତନ୍ତ୍ର ବିଧି ବ୍ୟବସ୍ଥା ଜରିଆରେ ସୁନିଶ୍ଚିତ ସୁରକ୍ଷା ଦିଗରେ ପ୍ରାଥମିକତା ରହିବ ବୋଲି ଜିଲାପାଳ କହିଥିଲେ। ଏହି ଐତିହ୍ୟ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୭କୋଟି ଟଙ୍କା ଅନୁଦାନ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଥିଲେ। ଏହି ଗସ୍ତରେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ ଜେନା, ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀ ଲକ୍ଷ୍ମୀ ନାରାୟଣ ସିଂହ, ସ୍ଥପତି ସ୍ବାଗତ ଜେନା ଓ ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri