ଅବ୍ୟବସ୍ଥାରେ ସାକ୍ଷୀଗୋପାଳ ପର୍ଯ୍ୟଟନ ସ୍ଥଳ

ସାକ୍ଷୀଗୋପାଳ, ୪।୧(ସ୍ବ.ପ୍ର./ଡି.ଏନ୍‌.ଏ.): ପର୍ଯ୍ୟଟନ ଋତୁ ଏବଂ ନୂଆବର୍ଷ ଲାଗି ପ୍ରତିଟି ତୀର୍ଥକ୍ଷେତ୍ର, ପର୍ଯ୍ୟଟନ ସ୍ଥଳ ଏବଂ ଦର୍ଶନୀୟ ସ୍ଥାନରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲାର ପ୍ରସିଦ୍ଧ ବୈଷ୍ଣବକ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ଏବେ ଗଙ୍ଗାସାଗର ଯାତ୍ରା ଲାଗି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ବୃଦ୍ଧି ପାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦର୍ଶନାର୍ଥୀଙ୍କ ଆଗମନ ଲାଗିରହିଛି। ପର୍ଯ୍ୟଟକମାନେ ତୀର୍ଥର ସାକ୍ଷୀ ପାଇଁ ସାକ୍ଷୀଗୋପାଳ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରିବା ସହ ଗଙ୍ଗାସାଗର ଯାତ୍ରାରେ ସାମିଲ ହୋଇ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯାଉଛନ୍ତି। ହେଲେ ପର୍ଯ୍ୟଟକମାନଙ୍କୁ ଏଠାରେ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ରହିବାଠାରୁ ଆରମ୍ଭ କରି ଶୌଚାଳୟ, ବିଭିନ୍ନ ସୂଚନା ପାଇଁ ସୂଚନାଫଳକ ନ ଥିବାରୁ ପର୍ଯ୍ୟଟକମାନେ ଠକାମିର ଶିକାର ହେଉଛନ୍ତି। ଏହି ସମସ୍ୟାଗୁଡ଼ିକ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବାରୁ ସାକ୍ଷୀଗୋପାଳ ପର୍ଯ୍ୟଟନ ସ୍ଥଳ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଛି, ଯାହାକି ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି।
ସାକ୍ଷୀଗୋପାଳରେ କିଛିଦିନ ହେବ ଗଙ୍ଗାସାଗର ଯାତ୍ରା ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତୀର୍ଥଯାତ୍ରା ସାରି ଯାତ୍ରାର ସାକ୍ଷୀ ପାଇଁ ସତ୍ୟବାଦୀ ଆସି ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ କଲେ ଯାତ୍ରା ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ନିଜ ତୀର୍ଥ ସାରି ଯାତ୍ରାର ସଫଳ ପାଇଁ ସାକ୍ଷୀ ଦେବାକୁ ସାକ୍ଷୀଗୋପାଳ ମନ୍ଦିରକୁ ଆସିଥାନ୍ତି। ପର୍ଯ୍ୟଟକମାନେ ବସ୍‌ ଓ କାର୍‌ ଯୋଗେ ଏଠାକୁ ଆସୁଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ପାର୍କିଂ ଫି ଆଦାୟ କରାଯାଉଛି। କିନ୍ତୁ କୌଣସି ସୂଚନାଫଳକ ନ ଥିବାରୁ ପର୍ଯ୍ୟଟକଙ୍କଠାରୁ ମନଇଚ୍ଛା ଫି ଆଦାୟ କରାଯାଉଛି। ସେହିଭଳି ପାନ୍ଥନିବାସ, ଯାତ୍ରୀନିବାସ ଥିବାବେଳେ ସୁବ୍ୟବସ୍ଥିତ ନ ଥିବାରୁ ପର୍ଯ୍ୟଟକ ନ ଜାଣିପାରି ବାହାରେ ରହୁଛନ୍ତି। ମନ୍ଦିର ପରିସରରେ ଗୋଟିଏ ମାତ୍ର ଶୌଚାଳୟ ଥିବାବେଳେ ତାହା ଅପରିଷ୍କାର ହୋଇପଡ଼ିଛି। ଫଳରେ ଯାତ୍ରୀ ବିଶେଷକରି ମହିଳାମାନେ ନାନା ହଇରାଣ ହେଉଛନ୍ତି। ଅପରପକ୍ଷେ ରୋଷେଇ କରି ଖାଇବା ନିମନ୍ତେ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପାନ୍ଥଶାଳା କରାଯାଇଥିବା ବେଳେ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାବି ପଡ଼ିରହିଛି। ତେଣୁ ଯାତ୍ରୀମାନେ ରାସ୍ତା, ପାର୍କିଂସ୍ଥଳରେ ରୋଷେଇ କରି ଖାଉଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି। ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପ୍ରଧାନଙ୍କୁ ପଚାରିବାରେ ଦାୟିତ୍ୱରେ ନ ଥିବା କହିଛନ୍ତି। ସେପଟେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେବୋତ୍ତର ବିଭାଗ ନିଯୁକ୍ତି କରିଥିଲେ ମଧ୍ୟ ଏଯାବତ ଯୋଗଦେଇନାହାନ୍ତି। ଅସ୍ଥାୟୀ ଭାବେ ଦେବୋତ୍ତର ବିଭାଗ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ମଧ୍ୟ ଠିକ୍‌ ଭାବେ ଏଠାକୁ ଆସୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri