ବିନା କାଗଜପତ୍ରରେ ଚାଲିଛି ସଫାରି ବସ୍‌

ବାରଙ୍ଗ,୨୪।୫(ଡି.ଏନ୍‌.ଏ.):ନନ୍ଦନକାନନ କର୍ତ୍ତୃପକ୍ଷ ଅଧିକ ରାଜସ୍ବ ଆଶାରେ ପାର୍କିଂ, ସଫାରି, ବ୍ୟାଟେରିଚାଳିତ ଅଟୋ ଓ ବୋଟିଂକୁ ଘରୋଇକରଣ କରିଛନ୍ତି। ହେଲେ ଘରୋଇକରଣ ପରେ ସେଗୁଡ଼ିକ ଉପରେ କର୍ତ୍ତୃପକ୍ଷ ନଜର ଦେଇ ନ ଥିବା ଅଭିଯୋଗ ହୋଇଛି, ଯାହାର ଉଦାହରଣ ସଫାରିରେ ଚାଲିଥିବା ବସ୍‌ କ୍ଷେତ୍ରରେ ଦେଖିବାକୁ ମିଳିଛି। ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବା ପାଇଁ ସଫାରିରେ ବୁଲିବାକୁ ବ୍ୟବସ୍ଥା ରହିଛି। ହେଲେ ସଫାରି ଗାଡ଼ି କେତେ ସୁରକ୍ଷିତ, ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। କେଉଁ ଗାଡିର ଇନ୍‌ସ୍ୟୁରାନ୍ସ ନାହିଁ ତ ଆଉ କାହାର ପଲ୍ୟୁଶନ ନାହିଁ, ଆଉ କିଏ ଟ୍ୟାକ୍ସ ଠକି ଚାଲିଛି। ସବୁଠାରୁ ବଡ଼କଥା ହେଲା, ଟେଣ୍ଡର ସମୟରେ ନନ୍ଦନକାନନ ପକ୍ଷରୁ ରଖାଯାଇଥିବା ସର୍ତ୍ତ ଅନୁଯାୟୀ ତିନୋଟି ବସ୍‌ର ଅବଧି ୩ ବର୍ଷ ପୂରିଯାଇଥିଲେ ମଧ୍ୟ ଏବେ ବି ସେଗୁଡ଼ିକ ଚାଲୁଛି। ସାଧାରଣତଃ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିଲେ ଆଇନ ଅନୁଯାୟୀ ଗାଡ଼ି ମାଲିକ ଦଣ୍ଡିତ ହୋଇ ଜରିମାନା ଦେବା କଥା। କିନ୍ତୁ ନନ୍ଦନକାନନରେ ଏହି ବସ୍‌ଗୁଡିକ ପର୍ଯ୍ୟଟକଙ୍କୁ ଧରି ରାସ୍ତାରେ ଗଡୁଛି। ତେବେ ଏହି ଗାଡ଼ିଗୁଡିକର କାହିଁକି କାଗଜପତ୍ର ଯାଞ୍ଚ କରାଯାଉ ନାହିଁ। ଯଦି କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯେ, ଗତବର୍ଷ ଏପ୍ରିଲରେ ୪ଟି ସଫାରି ବସ୍‌ ପାଇଁ ଟେଣ୍ଡର ହୋଇଥିଲା। ଜଣେ ଠିକାଦାର ଏହାକୁ ଗୋଟେ ବର୍ଷ ପାଇଁ ମାସିକ ୬ଲକ୍ଷ ୫୦ହଜାର ଟଙ୍କା ଦେବା ଚୁକ୍ତିରେ ନେଇଥିଲେ। ଟେଣ୍ଡର ପେପରରେ ସଫାରି ପାଇଁ ବ୍ୟବହାର ହେବାକୁ ଥିବା ବସ୍‌ର ବୈଧ କାଗଜପତ୍ର, ଫିଟ୍‌ନେସ, ପଲ୍ୟୁଶନ, ଟ୍ୟାକ୍ସ, ଇନ୍‌ସ୍ୟୁରାନ୍ସ ଆଦି କାଗଜପତ୍ର ପୈଠ କରିବାକୁ କୁହାଯାଇଥିଲା। ଏପରି କି ଚାଲିବାକୁ ଥିବା ବସ୍‌ଗୁଡିକ ୩ ବର୍ଷର ହୋଇଥିବ ବୋଲି ମଧ୍ୟ ଉଲ୍ଲେଖ ହୋଇଥିଲା। କିନ୍ତୁ ଏବେ ଚାଲିଥିବା ୪ ବସ୍‌ ମଧ୍ୟରୁ ୩ଟି ୩ ବର୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ନନ୍ଦନକାନନକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଦୀର୍ଘଦିନ ହେବ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଚାଲିଥିବା ବସ୍‌ଗୁଡିକ ଏଥିପାଇଁ ବାଧକ ସାଜିଛନ୍ତି। ବସ୍‌ ଚାଲିବା ପୂର୍ବରୁ ନନ୍ଦନକାନନ ପକ୍ଷରୁ କରାଯାଇଥିବା ନିୟମାନୁସାରେ ସଫାରି କାମରେ ନିୟୋଜିତ ଥିବା ୩ ବର୍ଷ ୫ମାସର ଏହି ଓଡି୦୨-ଏଏଚ୍‌-୫୧୦୧ନଂ. ବସ୍‌ଟିର ପଲ୍ୟୁଶନ ନାହିଁ। ୩ ବର୍ଷ ୨ମାସର ଓଡି୦୨-ଏଏଚ୍‌-୬୬୨୬ନଂ. ବସ୍‌ଟି ଚାଲୁଛି। ୩ ବର୍ଷ ୬ ମାସର ଓଡି୦୨-ଏଜେଡ୍‌-୨୭୪୭ନଂ. ବସ୍‌ଟିର ଜାନୁୟାରୀଠାରୁ ଟ୍ୟାକ୍ସ ଓ ଇନ୍‌ସ୍ୟୁରାନ୍ସ ନାହିଁ। ସେହିଭଳି ଓଡି୦୨-ବିଏଚ୍‌-୦୩୪୩ ନଂ. ବସ୍‌ଟିର କାଗଜପତ୍ର ଠିକ୍‌ ଥିବା ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ବାହନ ଆପ୍‌ ଦ୍ୱାରା ଜଣାପଡିଛି। ଏ ବିଷୟରେ ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର କହିଛନ୍ତି, ଘଟଣାର ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଦାୟିତ୍ୱରେ ଥିବା ରେଞ୍ଜର ସ୍ବାଗତିକା ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଠିକାଦାର ଦାୟିତ୍ୱ ନେବା ପୂର୍ବରୁ ସମସ୍ତ ବସ୍‌ର ବୈଧ କାଗଜପତ୍ର ପ୍ରଦାନ କରିବାକୁ କୁହାଯାଇଥିଲା। ଯଦି ଚାଲୁଥିବା ବସ୍‌ଗୁଡିକର କାଗଜପତ୍ର ଠିକ୍‌ ନାହିଁ ତେବେ ସେମାନେ ପରିବହନ ବିଭାଗକୁ ଠକିବା ସହ ଆମ ଚୁକ୍ତିକୁ ଖିଲାପ କରୁଛନ୍ତି, ସେଥିପାଇଁ ଠିକାଦାରଙ୍କୁ ଚିଠି କରିବୁ। ଏହାସହ ଟେଣ୍ଡର ସମୟରେ ବସ୍‌ ପାଇଁ ହୋଇଥିବା ନିୟମାନୁସାରେ ଆବଶ୍ୟକ ବୈଧ କାଗଜପତ୍ର ଯାଞ୍ଚ କରିବୁ। ଯଦି ତ୍ରୁଟି ଥାଏ, ତୁରନ୍ତ ସେହି ଗାଡ଼ିଗୁଡ଼ିକୁ ପରିବର୍ତ୍ତନ ପାଇଁ କହିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?