ଆଗକୁ ସାଉଥ୍‌ପୋଲ୍‌ ଆଣ୍ଟାର୍କଟିକା ଚଢ଼ିବା ଲକ୍ଷ୍ୟ:ସିଦ୍ଧାର୍ଥ

ପୁରୀ ଅଫିସ, ୨୪ା୫:ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରିଥିବା ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଓଡ଼ିଶା ଫେରିବା ପରେ ସୋମବାର ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସିଦ୍ଧାର୍ଥ ତାଙ୍କ ଟିମ୍‌ ସହ ଅପରାହ୍ନରେ ପୁରୀରେ ପହଞ୍ଚତ୍ଥିଲେ। ପରେ ଶ୍ରୀମନ୍ଦିରକୁ ଯାଇ ଭିତର କାଠ ନିକଟରେ ଚତୁର୍ଦ୍ଧା ବିଗ୍ରହ ଓ ଭିତରବେଢାରେ ଥିବା ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରୁ ଫେରିବା ପରେ ସିଦ୍ଧାର୍ଥ କହିଛନ୍ତି, ସେ ମହାପ୍ରଭୁଙ୍କ ଆଶୀର୍ବାଦ ଓ କରୁଣା ଲାଭ କରି ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରିବାରେ ସକ୍ଷମ ହୋଇଛନ୍ତି। ମହାପ୍ରଭୁଙ୍କ ପତିତପାବନ ବାନାକୁ ସାଥିରେ ନେଇ ଏଭରେଷ୍ଟ ଗିରିଶୃଙ୍ଗ ଆରୋହଣ କରିଥିଲେ। ଏହି ସମୟରେ ସେ ମହାପ୍ରଭୁଙ୍କ ଚମତ୍କାରିତା ଅନୁଭବ କରିିଥିଲେ। ମୁଖ୍ୟତଃ ଏଭରେଷ୍ଟ ଉପରେ ୪୦ରୁ ୫୦ କିମି ବେଗରେ ପବନ ବୋହିଥାଏ। ମାତ୍ର ସେ ଯେଉଁଦିନ ଏଭରେଷ୍ଟରେ ପହଞ୍ଚତ୍ଥିଲେ ସେତେବେଳେ ୫ରୁ ୧୦ କିମି ବେଗରେ ପବନ ବୋହୁଥିଲା। ତାପମାତ୍ରା ମାଇନସ୍‌ ୫୦ ଥିଲା। ତାଙ୍କ ଦେହରେ ଜ୍ୱର ଥିଲା। ମାତ୍ର ମହାପ୍ରଭୁଙ୍କ କୃପାରୁ ଦେହ ଆପେ ଭଲ ହୋଇଯାଇଥିଲା। ଏପରି କି ମହାପ୍ରଭୁଙ୍କ ନାମ ନେବା ମାତ୍ର ନୂତନ ଶକ୍ତି ଆସୁଥିଲା, ଫଳରେ ଆସ୍ତେ ଆସ୍ତେ ଚଢି ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିଥିଲେ। ଆଗକୁ ସାଉଥପୋଲ୍‌ ଆଣ୍ଟାର୍କଟିକା ଚଢିବା ପାଇଁ ଲକ୍ଷ୍ୟ ରହିଛି। ତେଣୁ ମହାପ୍ରଭଙ୍କ ଆଶୀର୍ବାଦ ଭିକ୍ଷା କଲି ବୋଲି ସିଦ୍ଧାର୍ଥ କହିଛନ୍ତି। ଏହି ସମୟରେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri