‘ଦେଶର ଜନତାଙ୍କୁ ନୂଆ ବିକଳ୍ପ ଆବଶ୍ୟକ’

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ଭାରତୀୟ ରାଜନୀତିରୁ ପରିବାରବାଦକୁ ସମାପ୍ତ କରିବା ପାଇଁ ଯୁବ ଚେତନା ସଂଗ୍ରାମ କରୁଛି। ଗଁା, ଗରିବ ଶ୍ରେଣୀ, ଚାଷୀ, ଶ୍ରମିକ ଏବଂ ଯୁବବର୍ଗଙ୍କ ଉତ୍‌ଥାନ ପାଇଁ ପ୍ରୟାସ ଜାରି ରଖିଛି। ଗ୍ରାମ ସ୍ତରରେ ଯୁବ ଚେତନାର ସଂଗଠନକୁ ସଶକ୍ତ କରିବାକୁ ପଡିବ। ଭାରତ ମାତାକୁ ବିଶ୍ୱଗୁରୁ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଗକୁ ଆସିବାକୁ ପଡ଼ିବ ବୋଲି ଦେଶ ଭ୍ରମଣରେ ଥିବା ଯୁବ ଚେତନାର ରାଷ୍ଟ୍ରୀୟ ସଂଯୋଜକ ରୋହିତ କୁମାର ସିଂହ କହିଛନ୍ତି। ରୋହିତ ସୋମବାର ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗାନ୍ଧୀ ଓ ଆମ୍ବେଡ଼କରଙ୍କ ଦେଶରେ ଲୋକତନ୍ତ୍ର ଏବଂ ସମ୍ବିଧାନକୁ କେବେ ବି ବିପଦ ଆସିପାରିବ ନାହିଁ। ତେବେ ଦେଶର ଜନତାଙ୍କୁ ଏକ ନୂଆ ବିକଳ୍ପ ଆବଶ୍ୟକ। ଆମ ଦେଶବାସୀ ପ୍ରଭୁ ରାମଙ୍କ ଉପରେ ବିଶ୍ୱାସ ରଖୁଛନ୍ତି। ତେଣୁ ଦେଶର ଯୁବପିଢ଼ିଙ୍କୁ ଶ୍ରୀରାମଙ୍କ ଜୀବନୀରୁ ଶିକ୍ଷା ନେବା ଆବଶ୍ୟକ। ଆମେ ଅସ୍‌ଫାକୁଲ୍ଲାହ ଖାନ୍‌ ଓ ଡ. ଏପିଜେ ଅବ୍‌ଦୁଲ କଲାମ ଦେଖାଇଥିବା ପଥରେ ଅଗ୍ରସର ହେଉଥିବାବେଳେ ଓରଙ୍ଗଜେବ ଭଳି ଅତ୍ୟାଚାରୀଙ୍କୁ ବିରୋଧ କରୁଛୁ। ଦେଶବାସୀ କଲାମ୍‌ଙ୍କ ନିକଟରେ ଋଣୀ ଅଟନ୍ତି। ଓଡ଼ିଶାର ଲୋକମାନେ ଦେଶର ଉତ୍‌ଥାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ରାଜ୍ୟର ୩୦ ଜିଲାରେ ଯୁବ ଚେତନାର ସଂଗଠନକୁ ସଶକ୍ତ କରାଯିବ। ଏଠାକାର ଯୁବବର୍ଗଙ୍କୁ ଯୁବ ଚେତନା ସହ ଯୋଡ଼ିବା ପାଇଁ ଗଁା ସ୍ତରରେ ଅଭିଯାନ ଆରମ୍ଭ କରାଯିବ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri