ସାଢେ ୩ କୋଟିର ପ୍ରକଳ୍ପ ଦିଶାହୀନ

ପୁରୀ ଅଫିସ, ୧୦।୧୧: ଓଡ଼ିଶା ହସ୍ତଶିଳ୍ପୀ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବ। ଦେଶ ବିଦେଶରେ ଓଡ଼ିଆ କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ସହଜରେ ପହଞ୍ଚତ୍ ପାରିବ। ପୁରୀକୁ ବି ପର୍ଯ୍ୟଟକଙ୍କ ଆଗମନ ବଢିବ। ଯାତ୍ରୀ, ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଅନେକ ଲୋକ ଉପକୃତ ହୋଇପାରିବେ। ଏମିତି ମହତ ଉଦ୍ଦେଶ୍ୟ ନେଇ ପୁରୀରେ ଅର୍ବାନ ହାଟର ପରିକଳ୍ପନା କରାଯାଇଥିଲା। ଅର୍ବାନ ହାଟ ହେଲା ସିନା ହେଲେ ପରିକଳ୍ପନା ସଫଳ ହେଲା ନାହିଁ। ଉଦ୍‌ଘାଟନର କିଛିମାସ ପରେ ଧୀରେ ଧୀରେ ଫିକା ପଡିବାକୁ ଲାଗିଲା ଏହାର ଚମକ। ଶେଷରେ ସ୍ଥିତି ଏମିତି ହେଲା ଯେ, ଅର୍ବାନ ହାଟ ଫାଟକରେ ଏବେ ତାଲା ପଡ଼ିିଛି। ସାଢେ ୩ କୋଟି ଟଙ୍କାର ଏହି ପ୍ରକଳ୍ପର ଭାଗ୍ୟ ଏବେ ଦିଶାହୀନ ହୋଇପଡ଼ିିଛି।
ପୁରୀ ଜିଲା ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ନୀଳାଚଳ ଅର୍ବାନ ହାଟ ତିଆରି କରାଯାଇଥିଲା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏହା ପରିସରରେ ମୁକ୍ତାକାଶ ମଞ୍ଚ ଓ ମ୍ୟୁଜିକାଲ ଫାଉଣ୍ଟେନ (ବାଦ୍ୟ ନିର୍ଝରିଣୀ) ନିର୍ମିତ ହୋଇଛି। ଏହି ପ୍ରକଳ୍ପକୁ ୨୦୦୯ ଡିସେମ୍ବର ୯ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ହାଟ ପରିସର ବୁଲି ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ପ୍ରଶଂସା କରିଥିଲେ। ହେଲେ ଏହି ପ୍ରକଳ୍ପ ଏବେ ଅଲୋଡ଼ା ହୋଇପଡ଼ିିଛି। ନା ଏଠି ଓଡ଼ିଶା ହସ୍ତକଳା, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି ନା ବାଦ୍ୟର ତାଳେ ତାଳେ ଜଳଫୁଆରା ନୃତ୍ୟର ମଜା ଉଠାଉଛନ୍ତି ପର୍ଯ୍ୟଟକ। ପାଚେରି ଓ ଦୋକାନ ଘର କବାଟ ଭାଙ୍ଗିଗଲାଣି। ମ୍ୟୁଜିକାଲ ଫାଉଣ୍ଟେନ ଅଚଳ ହୋଇପଡ଼ିଛି। ମୁକ୍ତାକାଶ ମଞ୍ଚ ବି ଖାଁ ଖାଁ। ହାଟର କାନ୍ଥ ଓ ପାଚେରିରେ ଅଙ୍କାଯାଇଥିବା ଓଡ଼ିଶାର ପାରମ୍ପରିକ ଚିତ୍ରକଳାରୁ ରଙ୍ଗ ଉଡ଼ିିଗଲାଣି। ୨ ମାସରୁ ଊର୍ଦ୍ଧ୍ୱ ହେଲା ହାଟ ଫାଟକରେ ତାଲା ଝୁଲୁଛି।
ଅର୍ବାନ ହାଟ ପରିସରରେ ୩୬ଟି ଦୋକାନ ଘର କରାଯାଇଥିଲା। ଆଲୋକମାଳାରେ ଝଲସୁଥିଲା ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀ। କିନ୍ତୁ ଉଦ୍‌ଘାଟନର କିଛିମାସ ପରେ ବିକ୍ରି ହେଲା ନାହିଁ। ଏଠାକୁ ପର୍ଯ୍ୟଟକ ବି ଆସିଲେ ନାହିଁ। ପ୍ରଶାସନ ପକ୍ଷରୁ ମଧ୍ୟ ଏଥିଲାଗି କୌଣସି ଉଦ୍ୟମ ହେଲା ନାହିଁ। ଫଳରେ ବ୍ୟବସାୟୀମାନେ ଏଠାରୁ ମୁହଁ ଫେରାଇଲେ। ଶେଷକୁ ମୂକସାକ୍ଷୀ ଭାବେ ଠିଆ ହୋଇଥିବା ସମ୍ବଲପୁରୀ ବସ୍ତ୍ରାଳୟ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ସ୍ବତନ୍ତ୍ର ମରାମତି ପାଇଁ ସେପ୍ଟେମ୍ବର ୧ରୁ ଅର୍ବାନ ହାଟ ସାମୟିକ ଭାବେ ବନ୍ଦ ରହିବ ବୋଲି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଫାଟକରେ ବ୍ୟାନର ଝୁଲାଇ ଦିଆଯାଇଛି। ବାସ୍ତବରେ ମରାମତି ପାଇଁ ନା ଏହି ବୃହତ୍‌ ପ୍ରକଳ୍ପ ବନ୍ଦ ହୋଇଯିବାରୁ ବ୍ୟାନର ଲଗାଯାଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଇଡ୍‌କୋ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା। ଟଙ୍କାଟିଏ ବି ରାଜସ୍ବ ଆଦାୟ ହେଉ ନ ଥିବାବେଳେ ପ୍ରତି ମାସରେ ମେଣ୍ଟେନାନ୍ସ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ତେବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଏହାକୁ ନିଜ ହେପାଜତକୁ ନେଇଥିବାବେଳେ ଖୁବ୍‌ଶୀଘ୍ର ମରାମତି କରାଯାଇ ପୁନରୁଦ୍ଧାର କରାଯିବ ବୋଲି ଶୁଣିବାକୁ ମିଳୁଛି। ଏ ନେଇ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କୁ ପଚାରିବାରେ କହିଛନ୍ତି ଯେ, ବର୍ତ୍ତମାନ ଅର୍ବାନ ହାଟର ବିକାଶମୂଳକ କାର୍ଯ୍ୟ ଚାଲିଛି। ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଆର୍ଟସ୍‌ ଆଣ୍ଡ କ୍ରାଫର୍‌ଟସ୍‌ (ସିଡାକ୍‌) ଏହାର ବିକାଶମୂଳକ କାମ କରୁଛି। ବିଭାଗୀୟ ସଚିବଙ୍କ ତଦାରଖରେ ସମସ୍ତ କାର୍ଯ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri