ଦୀପାବଳିରେ ସିନେପ୍ରେମୀଙ୍କୁ ବଡ଼ ଉପହାର: ହଲ୍‌ରେ ଦେଖିପାରିବେ ଏହିସବୁ ସୁପରହିଟ୍‌ ଫିଲ୍ମ

ଦେଶରେ କରୋନାର ସବୁଠାରୁ ବଡ଼ ପ୍ରଭାବ ସିନେମା ଉପରେ ପଡ଼ିଛି। ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରାୟତଃ ଫିଲ୍ମ ରିଲିଜ ପାଇଁ ନିର୍ମାତାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଥାଏ। କିନ୍ତୁ ଚଳିତବର୍ଷ ଥିଏଟରଗୁଡିକ ଖାଲି ପଡ଼ିଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ସିନେମା ହଲ୍‌ ଆଡକୁ ମୁହାଁଇବା ପାଇଁ ୟଶ୍‌ରାଜ୍‌ ଫିଲ୍ମସ୍‌ ଏକ ବଡ଼ ପଦକ୍ଷେପ ନେଇଛି। ଦୀପାବଳି ଅବସରରେ ଓ୍ବାଇଆର୍‌ଏଫ୍‌ ପିଭିଆର୍‌, ଆଇନକ୍ସ ଏବଂ ସିନେପଲିସ ପ୍ରେକ୍ଷାଳୟରେ ତାର ବହୁ ଚର୍ଚ୍ଚିତ ଫିଲ୍ମକୁ ପ୍ରଦର୍ଶିତ କରିବା ପାଇଁ ଅନୁମତି ଦେଇଛି। ଏହାର ସବୁଠାରୁ ବଡ଼ ଫାଇଦା ଦର୍ଶକଙ୍କୁ ମିଳିବ।
ଲକ୍‌ଡାଉନ୍‌ ପରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅକ୍ଟୋବର ୧୫ରୁ ସମଗ୍ର ଦେଶରେ ସିନେମାହଲ୍‌ ଖୋଲିଯାଇଛି। ଏହାପରେ ମଧ୍ୟ ସିନେମା ହଲ୍‌ ଖାଲି ପଡ଼ିଛି। ଅର୍ଥାତ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମ ହଲ୍‌ରେ ରିଲିଜ୍‌ ପାଇଁ ରେଡି ହୋଇ ନାହିଁ। ମହାରାଷ୍ଟ୍ରରେ ନଭେମ୍ବର ୫ରୁ ହଲ୍‌ଗୁଡିକ ଖୋଲିଛି। ୟଶରାଜ ଫିଲ୍ମ ନିଜର ସୁପରହିଟ୍‌ ଫିଲ୍ମ ଭୀର ଜାରା, ସୁଲ୍‌ତାନ, ମରଦାନୀ, ରବ୍‌ ନେ ବନା ଦି ଯୋଡି, ଏକ୍‌ ଥା ଟାଇଗର, ଜବ୍‌ ତକ୍‌ ହୈ ଜାନ୍‌, ବ୍ୟାଣ୍ଡ ବାଜା ବାରାତ ଆଦି ଫିଲ୍ମକୁ ହଲ୍‌ରେ ପୁଣିଥରେ ପ୍ରଦର୍ଶିତ ପାଇଁ ଅନୁମତି ମିଳିଛି।
ସୂଚନା ଅନୁଯାୟୀ, ନଭେମ୍ବର ୧୨ରୁ ୧୯ ମଧ୍ୟରେ ଏହି ସମସ୍ତ ଫିଲ୍ମ ପ୍ରଦର୍ଶିତ ହେବ। ଏଥିପାଇଁ ଦର୍ଶକଙ୍କୁ ମାତ୍ର ୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

କାର୍‌ରେ ଆସୁଥିବାବେଳେ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର...

ବର୍ଷା ହେବାରୁ ବରଗଛ ମୂଳେ ନେଇଥିଲେ ଆଶ୍ରୟ, ଖୁବ୍‌ ଜୋର୍‌ରେ ବଜ୍ରପାତ ହେବାରୁ…

ପାଇକମାଳ,୧୫ା୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର...

୧୩ ଜଣଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା, ରାଜିଆମ୍ମାଙ୍କ ଖୁସି କହିଲେ ନ ସରେ…

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ମଲାଡ଼ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମରେ ସରପଞ୍ଚ ମମତା ବେହେରା ରାଜ୍ୟ ସରକାରଙ୍କ ୮୦ ବର୍ଷରୁ ଅଧିକ ୧୩ ଜଣଙ୍କୁ ବର୍ଦ୍ଧିତ ଭତ୍ତା...

କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଲେ ବନ କର୍ମଚାରୀ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖା ପକ୍ଷରୁ ୩ ଦଫା ଦାବି ପୂରଣ ନେଇ...

ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି…

ବମ୍ବେ: ଅଲଗା ହେଲେ ଟେଲି ପରଦାର ଆଉ ଏକ ହିଟ୍‌ ଯୋଡ଼ି। ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବରସାତେ’ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri