ସାଢେ ୩ କୋଟିର ପ୍ରକଳ୍ପ ଦିଶାହୀନ

ପୁରୀ ଅଫିସ, ୧୦।୧୧: ଓଡ଼ିଶା ହସ୍ତଶିଳ୍ପୀ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବ। ଦେଶ ବିଦେଶରେ ଓଡ଼ିଆ କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ସହଜରେ ପହଞ୍ଚତ୍ ପାରିବ। ପୁରୀକୁ ବି ପର୍ଯ୍ୟଟକଙ୍କ ଆଗମନ ବଢିବ। ଯାତ୍ରୀ, ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଅନେକ ଲୋକ ଉପକୃତ ହୋଇପାରିବେ। ଏମିତି ମହତ ଉଦ୍ଦେଶ୍ୟ ନେଇ ପୁରୀରେ ଅର୍ବାନ ହାଟର ପରିକଳ୍ପନା କରାଯାଇଥିଲା। ଅର୍ବାନ ହାଟ ହେଲା ସିନା ହେଲେ ପରିକଳ୍ପନା ସଫଳ ହେଲା ନାହିଁ। ଉଦ୍‌ଘାଟନର କିଛିମାସ ପରେ ଧୀରେ ଧୀରେ ଫିକା ପଡିବାକୁ ଲାଗିଲା ଏହାର ଚମକ। ଶେଷରେ ସ୍ଥିତି ଏମିତି ହେଲା ଯେ, ଅର୍ବାନ ହାଟ ଫାଟକରେ ଏବେ ତାଲା ପଡ଼ିିଛି। ସାଢେ ୩ କୋଟି ଟଙ୍କାର ଏହି ପ୍ରକଳ୍ପର ଭାଗ୍ୟ ଏବେ ଦିଶାହୀନ ହୋଇପଡ଼ିିଛି।
ପୁରୀ ଜିଲା ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ନୀଳାଚଳ ଅର୍ବାନ ହାଟ ତିଆରି କରାଯାଇଥିଲା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏହା ପରିସରରେ ମୁକ୍ତାକାଶ ମଞ୍ଚ ଓ ମ୍ୟୁଜିକାଲ ଫାଉଣ୍ଟେନ (ବାଦ୍ୟ ନିର୍ଝରିଣୀ) ନିର୍ମିତ ହୋଇଛି। ଏହି ପ୍ରକଳ୍ପକୁ ୨୦୦୯ ଡିସେମ୍ବର ୯ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ହାଟ ପରିସର ବୁଲି ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ପ୍ରଶଂସା କରିଥିଲେ। ହେଲେ ଏହି ପ୍ରକଳ୍ପ ଏବେ ଅଲୋଡ଼ା ହୋଇପଡ଼ିିଛି। ନା ଏଠି ଓଡ଼ିଶା ହସ୍ତକଳା, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି ନା ବାଦ୍ୟର ତାଳେ ତାଳେ ଜଳଫୁଆରା ନୃତ୍ୟର ମଜା ଉଠାଉଛନ୍ତି ପର୍ଯ୍ୟଟକ। ପାଚେରି ଓ ଦୋକାନ ଘର କବାଟ ଭାଙ୍ଗିଗଲାଣି। ମ୍ୟୁଜିକାଲ ଫାଉଣ୍ଟେନ ଅଚଳ ହୋଇପଡ଼ିଛି। ମୁକ୍ତାକାଶ ମଞ୍ଚ ବି ଖାଁ ଖାଁ। ହାଟର କାନ୍ଥ ଓ ପାଚେରିରେ ଅଙ୍କାଯାଇଥିବା ଓଡ଼ିଶାର ପାରମ୍ପରିକ ଚିତ୍ରକଳାରୁ ରଙ୍ଗ ଉଡ଼ିିଗଲାଣି। ୨ ମାସରୁ ଊର୍ଦ୍ଧ୍ୱ ହେଲା ହାଟ ଫାଟକରେ ତାଲା ଝୁଲୁଛି।
ଅର୍ବାନ ହାଟ ପରିସରରେ ୩୬ଟି ଦୋକାନ ଘର କରାଯାଇଥିଲା। ଆଲୋକମାଳାରେ ଝଲସୁଥିଲା ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀ। କିନ୍ତୁ ଉଦ୍‌ଘାଟନର କିଛିମାସ ପରେ ବିକ୍ରି ହେଲା ନାହିଁ। ଏଠାକୁ ପର୍ଯ୍ୟଟକ ବି ଆସିଲେ ନାହିଁ। ପ୍ରଶାସନ ପକ୍ଷରୁ ମଧ୍ୟ ଏଥିଲାଗି କୌଣସି ଉଦ୍ୟମ ହେଲା ନାହିଁ। ଫଳରେ ବ୍ୟବସାୟୀମାନେ ଏଠାରୁ ମୁହଁ ଫେରାଇଲେ। ଶେଷକୁ ମୂକସାକ୍ଷୀ ଭାବେ ଠିଆ ହୋଇଥିବା ସମ୍ବଲପୁରୀ ବସ୍ତ୍ରାଳୟ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ସ୍ବତନ୍ତ୍ର ମରାମତି ପାଇଁ ସେପ୍ଟେମ୍ବର ୧ରୁ ଅର୍ବାନ ହାଟ ସାମୟିକ ଭାବେ ବନ୍ଦ ରହିବ ବୋଲି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଫାଟକରେ ବ୍ୟାନର ଝୁଲାଇ ଦିଆଯାଇଛି। ବାସ୍ତବରେ ମରାମତି ପାଇଁ ନା ଏହି ବୃହତ୍‌ ପ୍ରକଳ୍ପ ବନ୍ଦ ହୋଇଯିବାରୁ ବ୍ୟାନର ଲଗାଯାଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଇଡ୍‌କୋ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା। ଟଙ୍କାଟିଏ ବି ରାଜସ୍ବ ଆଦାୟ ହେଉ ନ ଥିବାବେଳେ ପ୍ରତି ମାସରେ ମେଣ୍ଟେନାନ୍ସ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ତେବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଏହାକୁ ନିଜ ହେପାଜତକୁ ନେଇଥିବାବେଳେ ଖୁବ୍‌ଶୀଘ୍ର ମରାମତି କରାଯାଇ ପୁନରୁଦ୍ଧାର କରାଯିବ ବୋଲି ଶୁଣିବାକୁ ମିଳୁଛି। ଏ ନେଇ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କୁ ପଚାରିବାରେ କହିଛନ୍ତି ଯେ, ବର୍ତ୍ତମାନ ଅର୍ବାନ ହାଟର ବିକାଶମୂଳକ କାର୍ଯ୍ୟ ଚାଲିଛି। ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଆର୍ଟସ୍‌ ଆଣ୍ଡ କ୍ରାଫର୍‌ଟସ୍‌ (ସିଡାକ୍‌) ଏହାର ବିକାଶମୂଳକ କାମ କରୁଛି। ବିଭାଗୀୟ ସଚିବଙ୍କ ତଦାରଖରେ ସମସ୍ତ କାର୍ଯ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri