ଚେର ଲମ୍ବିଛି, ତଦନ୍ତ ଶିଥିଳ

ବଲାଙ୍ଗୀର ଅଫିସ,୨୪ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ପର୍ଦ୍ଦାଫାଶକୁ ଏକମାସ ବିତିଛି। ପୋଲିସ ତନାଘନାରୁ ଆରମ୍ଭ ହୋଇଥିବା ଏହି ମାମଲାର ତଦନ୍ତ ଦାୟିତ୍ୱ ପରେ କ୍ରାଇମ୍‌ବ୍ରାଞ୍ଚ ନେଇଛି। ଲୋକେ ଆଶା କରୁଥିଲେ ଯେ, ଜାଲ୍‌ ସାର୍ଟିଫିକେଟ ମାମଲାର ଚେରକୁ କ୍ରାଇମ୍‌ବ୍ରାଞ୍ଚ ଠାବ କରିବ ଓ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଗତ ମାସକ ଭିତରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଆଶାଠାରୁ ଆଶଙ୍କା ଅଧିକ ଘନୀଭୂତ ହେବାରେ ଲାଗିଛି। ବଲାଙ୍ଗୀର ପୋଲିସର ଆକ୍‌ଶନ ମୋଡ୍‌ରୁ ଆରମ୍ଭ ହୋଇଥିବା ଜାଲ୍‌ ସାର୍ଟିଫିକେଟ୍‌ ମାମଲା ଏବେ କ୍ରାଇମବ୍ରାଞ୍ଚର ସାଇଲେଣ୍ଟ ମୋଡ୍‌ରେ ସୀମିତ ରହିଯାଇଥିବା ଅନୁଭବ ହେଉଛି। କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଦାୟିତ୍ୱ ନେବାର ଇତିମଧ୍ୟରେ ୨୪ ଦିନ ବିତିଯାଇଥିଲେ ମଧ୍ୟ ତଦନ୍ତରେ ଅଗ୍ରଗତି ସମ୍ପର୍କରେ କେହି ହେଲେ ମୁହଁ ଖୋଲୁ ନାହାନ୍ତି। ଗତ ମାର୍ଚ୍ଚ ୨୩ ତାରିଖରେ ବଲାଙ୍ଗୀର ଡାକମଣ୍ଡଳ ଗ୍ରାମୀଣ ଡାକସେବକ ପଦ ପାଇଁ ସାର୍ଟିଫିକେଟ୍‌ ଭେରିଫିକେଶନ ବେଳେ ଜିଲା ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କିଛି ସାର୍ଟିଫିକେଟ ଜାଲ୍‌ ସନ୍ଦେହ କରି ଟାଉନ୍‌ ଥାନାରେ ରିପୋର୍ଟ କରିଥିଲେ। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲ୍‌କରଙ୍କ ନିର୍ଦ୍ଦେଶରେ ଟାଉନ୍‌ ଥାନା ପୋଲିସ ଏନେଇ ମାମଲା ରୁଜୁ କରି ବଲାଙ୍ଗୀର ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢ଼ାଉ କରି ବିପୁଳ ମାତ୍ରାରେ ଜାଲ୍‌ ସାର୍ଟିଫିକେଟ୍‌ ଜବତ କରିଥିଲା। ଏହି ମାମଲାରେ ପୋଲିସ ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା। ଉକ୍ତ କୋଚିଂ ସେଣ୍ଟରରୁ ଦେଶର ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ନାମ ଉଲ୍ଲେଖ ଥିବା ୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍‌ ସାର୍ଟିଫିକେଟ୍‌ ଜବତ କରିବା ପରେ ଏହା ଏକ ଜାତୀୟସ୍ତରର ସ୍କାମ୍‌ ବୋଲି ଏସ୍‌ପି କୁଶଲ୍‌କର କହିଥିଲେ। ଏହି ମାମଲାକୁ ନେଇ ସେତେବେଳେ ବିଧାନସଭା ହୁଲସ୍ଥୂଲ ହୋଇଥିଲା। ଜାଲ୍‌ ସାର୍ଟିଫିକେଟ୍‌ କାରବାରର ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ଶାସକ ଦଳର କେତେଜଣ ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ବିଷୟରେ ଅଭିଯୋଗ ଓ ଚର୍ଚ୍ଚା ଉଠିବା ପରେ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଗତ ୧ତାରିଖଠାରୁ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ୫ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗୀର ଆସିଥିଲେ। ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଥିଲା। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ମଧ୍ୟ ବଲାଙ୍ଗୀରରେ କ୍ୟାମ୍ପ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦୁଇ ମୁଖ୍ୟ ଅଭିଯୁକ୍ତ ମନୋଜ ଏବଂ ଆଲୋକଙ୍କ ଘରେ ଚଢ଼ାଉ କରିଥିଲା। ରିମାଣ୍ଡ ଅବଧିରେ ପଚରାଉଚରା ବେଳେ ଅଭିଯୁକ୍ତମାନଙ୍କଠାରୁ କ୍ରାଇମ୍‌ବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ଇନ୍‌ପୁଟ୍‌ ପାଇଥିବା କୁହାଯାଇଥିଲା। ଜାଲ୍‌ ସାର୍ଟିଫିକେଟ୍‌ର ଚେର ରାଜ୍ୟର ବିଭିନ୍ନ ଜିଲା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଲମ୍ବିଥିବା ସୂଚନା ଦିଆଯାଇଥିଲା। ଏଥିପାଇଁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କୁହାଯିବା ସହ ଜାଲ୍‌ ସାର୍ଟିଫିକେଟ୍‌ରେ ଏକ ବଡ଼ଧରଣର ଆର୍ଥିକ କାରବାର ହୋଇଥିବା ସୂଚନା ଦିଆଯାଇଥିଲା। ଏପରି କି ଆର୍ଥିକ କାରବାର ଉପରେ ତଦନ୍ତ କରିବାକୁ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସମ୍ପତ୍ତି ବାଜ୍ୟାପ୍ତି ଦିଗରେ କ୍ରାଇମ୍‌ବ୍ରାଞ୍ଚ ପଦକ୍ଷେପ ନେଉଥିବା ସୂଚନା ଦିଆଯାଇଥିଲା। ଜାଲ୍‌ ସାର୍ଟିଫିକେଟ୍‌ କାରବାର ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଦିଗରେ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍‌ ରାଜ୍ୟ ବାହାରକୁ ଯିବ ବୋଲି କୁହାଯାଇଥିଲା। ୧୫ ଦିନ ରହଣି ଭିତରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା କହିଥିଲେ। ମାତ୍ର ୧୫ ଦିନର ତଦନ୍ତ ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ବଲାଙ୍ଗୀରରୁ ଫେରିଯାଇଥିଲା। ମାମଲାର ପର୍ଦ୍ଦାଫାଶକୁ ଏକ ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ର ଅଗ୍ରଗତି ସମ୍ପର୍କରେ କିଛି ସୂଚନା ମିଳିପାରୁ ନାହିଁ। ତଦନ୍ତ ବେଳେ ଜାଲ୍‌ ସାର୍ଟିଫିକେଟ୍‌ କାରବାରରେ ଅନେକ ବଡବଡିଆଙ୍କ ସମ୍ପୃକ୍ତି ଆସିଥିବାରୁ ଏବଂ ଆଗକୁ ନିର୍ବାଚନ ଥିବାରୁ କାଳେ ଫଳ ଓଲଟା ହେବ ଏହି ଭୟରେ କ୍ରାଇମ୍‌ବ୍ରାଞ୍ଚକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି। ମାମଲାର ତଦନ୍ତ ସମ୍ପର୍କରେ ବଲାଙ୍ଗୀର ଏସ୍‌ପିଙ୍କୁ ପଚାରିବାରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଥିବାରୁ ସେ ଏନେଇ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ଅପରପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ୍‌ ନମ୍ବର ୭୦୦୮୧୯୧୯୫୮ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri