ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ିଲା

ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ ଛାତର ଅଧା ଅଂଶ ଖସି ପଡିଥିଲା। ଏହି ସମୟରେ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଭିଡ ନ ଥିତ୍ବାରୁ ଏକ ବଡଧରଣର ଦୁର୍ଘଟଣା ଟଳିଛି। ତେବେ ମନ୍ଦିର ଛାତ ଭୁଶିଡିବା ଫଳରେ ନୀତିକାନ୍ତି ବନ୍ଦ ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ବହୁ ଶ୍ରଦ୍ଧାଳୁ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ରାସ୍ତାରୋକୋ କରିିଥିଲେ। ପ୍ରଶାସନର ଅବହେଳାରୁ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଶୁଡିବା ପରିସ୍ଥିିତି ସୃଷ୍ଟି ହୋଇଛି ବୋଲି କହି ନାରାବାଜି କରିଥିଲେ। ମନ୍ଦିର ସମ୍ପତ୍ତି, ଷ୍ଟଲ ଭଡା ଓ ହୁଣ୍ଡି ଅର୍ଥ ମିଳୁଥିଲେ ମଧ୍ୟ ମନ୍ଦିର ମରାମତିରେ କିଛି ଅର୍ଥ ବ୍ୟୟ ହେଉନାହିଁ ା ମନ୍ଦିର ଅର୍ଥକୁ ପ୍ରଶାସନ ଲୁଟ୍‌ କରୁଛି ବୋଲି ମନ୍ଦିର ଆଳତି କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା। ରାସ୍ତାରୋକୋ ଖବର ପାଇବା ପରେ ଜିଲାପାଳ ଚଞ୍ଚଳ ରାଣା, ଉପଜିଲାପାଳ ଲମ୍ବୋଦର ଧରୁଆ ଘଟଣାସ୍ଥଳକୁ ଆସି ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଛାତ ଭାଙ୍ଗିବା ଖବର ପାଇବା ପରେ ବିଧାୟକ ନରସିଂହ ମିଶ୍ର ଦେଓଗଁାରୁ ସମଲେଶ୍ୱରୀ ମନ୍ଦିରକୁ ଆସିଥିଲେ। ଭାଙ୍ଗି ଯାଇଥିବା ମନ୍ଦିରର ଅବସ୍ଥା ଦେଖିବା ସହ ସେ ଉପଜିଲାପାଳ, ଦେବତ୍ତୋର ମ୍ୟାନେଜର, ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ ା ଏହି କାମ ପାଇଁ ଉପଜିଲାପାଳ ତୁରନ୍ତ ଯନ୍ତ୍ରୀଙ୍କୁ ଚିଠି ଦେବା ପାଇଁ ବିଧାୟକ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ା ପରେ ଆନ୍ଦୋଳନରତ ଭକ୍ତ, ସନ୍ଧ୍ୟା ଆଳତି କମିଟି ସଭ୍ୟମାନଙ୍କୁ ଭେଟି ଶନିବାର ଠାରୁ ସଫେଇ ଏବଂ ରବିବାର ଠାରୁ ମରାମତି କାମ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରତ ଭକ୍ତ ଓ ଆଳତି କମିଟି ସଦସ୍ୟ ଆନ୍ଦୋଳନରୁ ଓହରି ଯାଇଥିଲେ ା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆଳତି କମିଟିର କାହ୍ନା ଶତପଥୀ ଚେତାବନୀ ଦେଇଛନ୍ତି। ୧୯୧୦ ମସିହାରେ ଏହି ମନ୍ଦିରକୁ ପାଟଣା ଷ୍ଟେଟର ତତ୍କାଳୀନ ମହାରାଜ ପୃଥ୍ବୀରାଜ ସିଂଦେଓ ତିଆରି କରିଥିଲେ ବୋଲି ମନ୍ଦିର ପୂଜକ ଅକ୍ଷୟ ଦିଶ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ସିଏମ୍‌ କିଷାନ ମେଳାରେ ଚାଷୀଙ୍କ ବିକ୍ଷୋଭ: ଅତିଥି ଭାଷଣ ଦେବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକରେ ଶୁକ୍ରବାର ଅନୁଷ୍ଠିତ ସିଏମ୍‌ କିଷାନ ମେଳାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲା ମୁଖ୍ୟ କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri