ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ିଲା

ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ ଛାତର ଅଧା ଅଂଶ ଖସି ପଡିଥିଲା। ଏହି ସମୟରେ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଭିଡ ନ ଥିତ୍ବାରୁ ଏକ ବଡଧରଣର ଦୁର୍ଘଟଣା ଟଳିଛି। ତେବେ ମନ୍ଦିର ଛାତ ଭୁଶିଡିବା ଫଳରେ ନୀତିକାନ୍ତି ବନ୍ଦ ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ବହୁ ଶ୍ରଦ୍ଧାଳୁ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ରାସ୍ତାରୋକୋ କରିିଥିଲେ। ପ୍ରଶାସନର ଅବହେଳାରୁ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଶୁଡିବା ପରିସ୍ଥିିତି ସୃଷ୍ଟି ହୋଇଛି ବୋଲି କହି ନାରାବାଜି କରିଥିଲେ। ମନ୍ଦିର ସମ୍ପତ୍ତି, ଷ୍ଟଲ ଭଡା ଓ ହୁଣ୍ଡି ଅର୍ଥ ମିଳୁଥିଲେ ମଧ୍ୟ ମନ୍ଦିର ମରାମତିରେ କିଛି ଅର୍ଥ ବ୍ୟୟ ହେଉନାହିଁ ା ମନ୍ଦିର ଅର୍ଥକୁ ପ୍ରଶାସନ ଲୁଟ୍‌ କରୁଛି ବୋଲି ମନ୍ଦିର ଆଳତି କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା। ରାସ୍ତାରୋକୋ ଖବର ପାଇବା ପରେ ଜିଲାପାଳ ଚଞ୍ଚଳ ରାଣା, ଉପଜିଲାପାଳ ଲମ୍ବୋଦର ଧରୁଆ ଘଟଣାସ୍ଥଳକୁ ଆସି ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଛାତ ଭାଙ୍ଗିବା ଖବର ପାଇବା ପରେ ବିଧାୟକ ନରସିଂହ ମିଶ୍ର ଦେଓଗଁାରୁ ସମଲେଶ୍ୱରୀ ମନ୍ଦିରକୁ ଆସିଥିଲେ। ଭାଙ୍ଗି ଯାଇଥିବା ମନ୍ଦିରର ଅବସ୍ଥା ଦେଖିବା ସହ ସେ ଉପଜିଲାପାଳ, ଦେବତ୍ତୋର ମ୍ୟାନେଜର, ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ ା ଏହି କାମ ପାଇଁ ଉପଜିଲାପାଳ ତୁରନ୍ତ ଯନ୍ତ୍ରୀଙ୍କୁ ଚିଠି ଦେବା ପାଇଁ ବିଧାୟକ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ା ପରେ ଆନ୍ଦୋଳନରତ ଭକ୍ତ, ସନ୍ଧ୍ୟା ଆଳତି କମିଟି ସଭ୍ୟମାନଙ୍କୁ ଭେଟି ଶନିବାର ଠାରୁ ସଫେଇ ଏବଂ ରବିବାର ଠାରୁ ମରାମତି କାମ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରତ ଭକ୍ତ ଓ ଆଳତି କମିଟି ସଦସ୍ୟ ଆନ୍ଦୋଳନରୁ ଓହରି ଯାଇଥିଲେ ା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆଳତି କମିଟିର କାହ୍ନା ଶତପଥୀ ଚେତାବନୀ ଦେଇଛନ୍ତି। ୧୯୧୦ ମସିହାରେ ଏହି ମନ୍ଦିରକୁ ପାଟଣା ଷ୍ଟେଟର ତତ୍କାଳୀନ ମହାରାଜ ପୃଥ୍ବୀରାଜ ସିଂଦେଓ ତିଆରି କରିଥିଲେ ବୋଲି ମନ୍ଦିର ପୂଜକ ଅକ୍ଷୟ ଦିଶ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଦଖଲରେ ବ୍ରହ୍ମପୁର ଲୋକ ସଭା: ବାଜିମାରିଲେ ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର ଅଫିସ,୨୪ା୫: ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛନ୍ତି ବିଜେଡିର ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ...

ଜୋର୍‌ ଧରିଲା ସରକାର ମୋତେ ରୋଜଗାର ଦିଅ ନାରା

ବାରିପଦା ଅଫିସ, ୨୪ା୨- ଜିଲାକୁ ବେକାରମୁକ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଗଲା। ହେଲେ କିଛି ବି ଫଳପ୍ରଦ ହେଲା ନାହିଁ।...

ଯାଜପୁରରେ ସୁସ୍ଥ ହେଲେ ୮

ଯାଜପୁର ଅଫିସ,୨୨।୫-ଯାଜପୁର ଜିଲାରେ ଶୁକ୍ରବାର ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରସୁଲପୁର ବ୍ଲକର ମଙ୍ଗଳରାଜପୁର ଗ୍ରାମର ୪୨ ବର୍ଷୀୟ ବ୍ୟକ୍ତି ଥିବା...

ଫେରାର ଭାଟି ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଫେରାର ହୋଇଯାଇଥିବା ମ୍ୟାନେଜରଙ୍କୁ ଗିରଫ...

ମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା

କୋରାପୁଟ,୯।୩(ସ୍ବ.ପ୍ର.): ଶୁକ୍ରବାର ମାଟ୍ରିକ ପରୀକ୍ଷା। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଥିବା ଗୁରବାର ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ...

୪ରୁ ଝାରସୁଗୁଡ଼ା ଦେଇ ଏଲାୟନ୍ସ ଏୟାର ବିମାନର ପରୀକ୍ଷାମୂଳକ ଉଡ଼ାନ

ଝାରସୁଗୁଡ଼ା ଅଫିସ,୩ା୧୧- ଝାରସୁଗୁଡ଼ା ଭିଏସ୍‌ଏସ୍‌ (ବୀର ସୁରେନ୍ଦ୍ର ସାଏ)ବିମାନ ବନ୍ଦର ଦେଇ ଚଳାଚଳ କରୁଥିବା ଏକମାତ୍ର ସ୍ପାଇସଜେଟ ବିମାନ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁ ନ...

ଗୋହତ୍ୟା କରି ବନ୍ଧା ହେଲେ ୪ ଅଭିଯୁକ୍ତ

କୋରୁକୋଣ୍ଡା ୨୫।୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ କୋଇଲିପରି ନିକଟ ଜଙ୍ଗଲରେ କେତେକ ବ୍ୟକ୍ତି ଗାଈଙ୍କୁ ହତ୍ୟା କରି ମାଂସ କାଟୁ ଥିବା...

ପୁନରୁଦ୍ଧାର ହେଲାନି ଜଳଉତ୍ସ

ସୋନପୁର,୧୭ା୬(ମୃତ୍ୟୁଞ୍ଜୟ ଶତପଥୀ) ଜନସଂଖ୍ୟା ବୃଦ୍ଧି, ଭୂତଳ ଜଳସ୍ତର ହ୍ରାସ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ...

Advertisement
Archives

Model This Week