ରଥଯାତ୍ରାରେ ଭୋଇସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୀ ଅଫିସ, ୨୩ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ଓ ଦୈନନ୍ଦିନ ନୀତିକାନ୍ତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପ୍ରାୟ ୧୧୯ ପ୍ରକାର ସେବକ ନିୟୋଜିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ଭୋଇ ସେବକ ଅନ୍ୟତମ। ଭୋଇ ସେବକମାନେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମାଠାରୁ ରଥଭଙ୍ଗା ପର୍ଯ୍ୟନ୍ତ ସେବା କରିଥାନ୍ତି। ଭୋଇସେବା ଏକ ଗୋଷ୍ଠୀଗତ ସେବା। ଭୋଇ ସେବକଙ୍କ ମଧ୍ୟରେ ଜଣେ ସର୍ଦ୍ଦାର ରହିଥାନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ କାର୍ଯ୍ୟ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳବେଦୀ ମଣ୍ଡପରେ ଭୋଇସେବକମାନେ ଚାନ୍ଦୁଆ ବାନ୍ଧିଥାନ୍ତି। କାଳୀୟଦଳନ ନୀତି ଲାଗି ମାର୍କଣ୍ଡ ପୋଖରୀରେ ଭାଡ଼ି ତିଆରି କରନ୍ତି। ଘୋଷଯାତ୍ରାରେ ଭୋଇସେବକଙ୍କ ବିଶେଷ ଗୁରୁତ୍ୱ ରହିଛି। ସେମାନେ ରଥଖଳା, ରଥଚାଳି, ଚନ୍ଦନ ଚକଡ଼ା ଚାଳି ଏବଂ ବାହାର ଚନ୍ଦନ ଯାତ୍ରା ପୂର୍ବରୁ ବଡ଼ଦାଣ୍ଡରେ ପନ୍ତି ଛାମୁଡ଼ିଆ ତିଆରି କରିଥାନ୍ତି। ଚନ୍ଦନ ଯାତ୍ରାରେ ନନ୍ଦା ଓ ଭଦ୍ରା ନାମକ ଚାପଡ଼ଙ୍ଗାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚମହାଦେବ ବସି ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଥାନ୍ତି। ଏହି ଡଙ୍ଗା ଦୁଇଟି ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥାଏ। ଚୈତ୍ର ପୂର୍ଣ୍ଣିମା ଦିନ ଭୋଇ ସେବକମାନେ ପାଣିରୁ ଏହି ନୌକା କାଢ଼ିଥାନ୍ତି। ଚାପଡଙ୍ଗା ନିର୍ମାଣରେ ସହଯୋଗ କରିଥାନ୍ତି। ବାହାର ଚନ୍ଦନଯାତ୍ରା ସରିବା ପରେ ଡଙ୍ଗା ଦୁଇଟିକୁ ପୁଣି ପୁଷ୍କରିଣୀରେ ବୁଡ଼ାଇ ଦେଇଥାନ୍ତି। ରଥଖଳାରେ ମହାରଣା ସେବକଙ୍କୁ କାଠ ଯୋଗାଇ ଥାନ୍ତି। ସିଙ୍ଗଡ଼ା ବାଡ଼ିଆ, ଦଣ୍ଡାଫ୍ରେମ୍‌ ପକାଇବା, ଚାରିନାହାକା, ପାରାଭାଡ଼ି, ଭୂଇଁ, ପୋଟଳ, ନାଟଗୋଡ଼ ଓ ବେଢ଼ା ପ୍ରଭୃତି ରଥ ଉପରକୁ ଉଠାଇଥାନ୍ତି। ଘୋଷଯାତ୍ରା ଦିନ ରଥରେ ଚାରମାଳ ବାନ୍ଧିବା, ଘୋଡ଼ା ଯୋଖା, ରଥକୁ ସାରଥିଙ୍କୁ ନେବା ସହ ରଥମୋଡ଼ରେ ସହଯୋଗ କରିଥାନ୍ତି। ସେହିପରି ବାହୁଡ଼ା ଯାତ୍ରାରେ ସେବା ଯୋଗାଇଥାନ୍ତି। ରଥ ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୯ଟି ହରିବୋଲ ପକାଇଥାନ୍ତି। ରଥ ଉପରି ଭାଗ କାମ ଆରମ୍ଭ ପୂର୍ବରୁ ରଥଖଳା ନିକଟସ୍ଥ ମା’ ଚର୍ଚ୍ଚିକାଙ୍କ ନିକଟରେ ଆମିଷ ରୋଷେଇ ଏବଂ କାମ ସରିବା ପରେ ମା’ ହରଚଣ୍ଡୀ ଓ ରଥ ଭଙ୍ଗା ପରେ ମା’ ରାମଚଣ୍ଡୀଙ୍କ ନିକଟରେ ବୋଦା ବଳି ଦିଆଯିବାର ପରମ୍ପରା ରହିଛି। ଚଳିତ ବର୍ଷ ତିନିରଥ ନିର୍ମାଣରେ ୭୭ଜଣ ଭୋଇ ସେବକ ନିୟୋଜିତ ଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖେଇ ଓ ଖୋରାକି ଦିଆଯାଇଥାଏ। ମହାପ୍ରଭୁଙ୍କ ସେବା କରି ସେମାନେ ଭାଗ୍ୟବାନ ବୋଲି ରବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri