ରଥଯାତ୍ରାରେ ଭୋଇସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୀ ଅଫିସ, ୨୩ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ଓ ଦୈନନ୍ଦିନ ନୀତିକାନ୍ତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପ୍ରାୟ ୧୧୯ ପ୍ରକାର ସେବକ ନିୟୋଜିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ଭୋଇ ସେବକ ଅନ୍ୟତମ। ଭୋଇ ସେବକମାନେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମାଠାରୁ ରଥଭଙ୍ଗା ପର୍ଯ୍ୟନ୍ତ ସେବା କରିଥାନ୍ତି। ଭୋଇସେବା ଏକ ଗୋଷ୍ଠୀଗତ ସେବା। ଭୋଇ ସେବକଙ୍କ ମଧ୍ୟରେ ଜଣେ ସର୍ଦ୍ଦାର ରହିଥାନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ କାର୍ଯ୍ୟ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳବେଦୀ ମଣ୍ଡପରେ ଭୋଇସେବକମାନେ ଚାନ୍ଦୁଆ ବାନ୍ଧିଥାନ୍ତି। କାଳୀୟଦଳନ ନୀତି ଲାଗି ମାର୍କଣ୍ଡ ପୋଖରୀରେ ଭାଡ଼ି ତିଆରି କରନ୍ତି। ଘୋଷଯାତ୍ରାରେ ଭୋଇସେବକଙ୍କ ବିଶେଷ ଗୁରୁତ୍ୱ ରହିଛି। ସେମାନେ ରଥଖଳା, ରଥଚାଳି, ଚନ୍ଦନ ଚକଡ଼ା ଚାଳି ଏବଂ ବାହାର ଚନ୍ଦନ ଯାତ୍ରା ପୂର୍ବରୁ ବଡ଼ଦାଣ୍ଡରେ ପନ୍ତି ଛାମୁଡ଼ିଆ ତିଆରି କରିଥାନ୍ତି। ଚନ୍ଦନ ଯାତ୍ରାରେ ନନ୍ଦା ଓ ଭଦ୍ରା ନାମକ ଚାପଡ଼ଙ୍ଗାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚମହାଦେବ ବସି ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଥାନ୍ତି। ଏହି ଡଙ୍ଗା ଦୁଇଟି ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥାଏ। ଚୈତ୍ର ପୂର୍ଣ୍ଣିମା ଦିନ ଭୋଇ ସେବକମାନେ ପାଣିରୁ ଏହି ନୌକା କାଢ଼ିଥାନ୍ତି। ଚାପଡଙ୍ଗା ନିର୍ମାଣରେ ସହଯୋଗ କରିଥାନ୍ତି। ବାହାର ଚନ୍ଦନଯାତ୍ରା ସରିବା ପରେ ଡଙ୍ଗା ଦୁଇଟିକୁ ପୁଣି ପୁଷ୍କରିଣୀରେ ବୁଡ଼ାଇ ଦେଇଥାନ୍ତି। ରଥଖଳାରେ ମହାରଣା ସେବକଙ୍କୁ କାଠ ଯୋଗାଇ ଥାନ୍ତି। ସିଙ୍ଗଡ଼ା ବାଡ଼ିଆ, ଦଣ୍ଡାଫ୍ରେମ୍‌ ପକାଇବା, ଚାରିନାହାକା, ପାରାଭାଡ଼ି, ଭୂଇଁ, ପୋଟଳ, ନାଟଗୋଡ଼ ଓ ବେଢ଼ା ପ୍ରଭୃତି ରଥ ଉପରକୁ ଉଠାଇଥାନ୍ତି। ଘୋଷଯାତ୍ରା ଦିନ ରଥରେ ଚାରମାଳ ବାନ୍ଧିବା, ଘୋଡ଼ା ଯୋଖା, ରଥକୁ ସାରଥିଙ୍କୁ ନେବା ସହ ରଥମୋଡ଼ରେ ସହଯୋଗ କରିଥାନ୍ତି। ସେହିପରି ବାହୁଡ଼ା ଯାତ୍ରାରେ ସେବା ଯୋଗାଇଥାନ୍ତି। ରଥ ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୯ଟି ହରିବୋଲ ପକାଇଥାନ୍ତି। ରଥ ଉପରି ଭାଗ କାମ ଆରମ୍ଭ ପୂର୍ବରୁ ରଥଖଳା ନିକଟସ୍ଥ ମା’ ଚର୍ଚ୍ଚିକାଙ୍କ ନିକଟରେ ଆମିଷ ରୋଷେଇ ଏବଂ କାମ ସରିବା ପରେ ମା’ ହରଚଣ୍ଡୀ ଓ ରଥ ଭଙ୍ଗା ପରେ ମା’ ରାମଚଣ୍ଡୀଙ୍କ ନିକଟରେ ବୋଦା ବଳି ଦିଆଯିବାର ପରମ୍ପରା ରହିଛି। ଚଳିତ ବର୍ଷ ତିନିରଥ ନିର୍ମାଣରେ ୭୭ଜଣ ଭୋଇ ସେବକ ନିୟୋଜିତ ଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖେଇ ଓ ଖୋରାକି ଦିଆଯାଇଥାଏ। ମହାପ୍ରଭୁଙ୍କ ସେବା କରି ସେମାନେ ଭାଗ୍ୟବାନ ବୋଲି ରବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri