ଅଟୋରୁ ଯାତ୍ରୀଙ୍କଠାରୁ ବ୍ୟାଗ୍‌ ଝାମ୍ପି ନେଇଥିଲେ ଲୁଟେରା, ଏବେ ପୋଲିସ ପଞ୍ଝାରେ

କୋରାପୁଟ,୧୭।୨(ସ୍ବ.ପ୍ର.): କୋରାପୁଟ ଟାଉନ ପୋଲିସ ଦ୍ୱାରା ଜଣେ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ କିଛି ସୁନାଗହଣା ଏବଂ ନଗଦ ଟଙ୍କା ଜବତ କରାଯାଇଥିବା ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନାରୁ ଜଣାପଡ଼ିଛି ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯାତ୍ରୀ ଅଟୋରେ ଆସି ବସଷ୍ଟାଣ୍ଡ ନିକଟରେ ବସ୍‌କୁ ଅପେକ୍ଷା କରିଥିବାବେଳେ ତାଙ୍କ ବ୍ୟାଗଟିକୁ ଅଟୋରେ ରଖିଥିଲେ। ଏହି ସମୟରେ ଜଣେ ଲୁଟେରା ହଠାତ ତାଙ୍କ ବ୍ୟାଗ୍‌ଟିକୁ ଝାମ୍ପିନେଇ ଚମ୍ପଟ ମାରିଥିଲା। ଖବରପାଇ ଟାଉନ ଥାନା ପୋଲିସ ପାଟ୍ରୋଲିଂ ବେଳେ ଚମ୍ପଟ ଲୁଟେରାକୁ କାବୁ କରିବାରେ ସଫଳ ହୋଇଥିଲା। ଲୁଟେରାଙ୍କଠାରୁ ଦୁଇହଳ କାନଫୁଲ, ନଗଦ ୪ ହଜାର ୭୯୦ ଟଙ୍କା ଜବତ କରାଯାଇଥିଲା। ଏନେଇ ଥାନାରେ ୪୮/୨୧ରେ ଏକ ମାମଲା ରୁଜୁ କରାଯାଇ ଲୁଟେରା ଜଣଙ୍କୁ ବୁଧବାର ଗିରଫ କରାଯାଇଛି। ଟାଉନ ଥାନାର ଅତିରିକ୍ତ ଥାନାଧିକାରୀ ଶଙ୍କର ପ୍ରସାଦ ମାଝିଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ଚିତ୍ତରଞ୍ଜନ ପ୍ରଧାନ ଏହି ଲୁଟେରାକୁ ଧରିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଡିଆ କ୍ଲବ ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

ବୁଗୁଡା,୨୨ା୪(ଡି.ଏନ.ଏ.)-ବୁଗୁଡ଼ା ମିଡିଆ କ୍ଲବ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ ସହ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା।...

ଗଞ୍ଜାମର ୯ ସହରରୁ ଉଠିଲା ଶଟ୍‌ଡାଉନ୍‌: ରାତି ୯ରୁ ଲାଗୁ ହେବ ଲକ୍‌ଡାଉନ୍‌

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପକ୍ରିୟା ଜାରି ରହିବ। ଅପରପକ୍ଷରେ...

ଚାଷରେ ବ୍ୟବହାର ହେଲା ଝରଣାପାଣି

ସମ୍ବଲପୁର,୨୭ା୮(ବ୍ୟୁରୋ): ଜଙ୍ଗଲ ଭିତରେ ଝରଣା ପାଣି ଅପଚୟ ହେଉଥିଲା। ବର୍ଷାଋତୁରେ ଏହି ଝରଣା ପାଣିକୁ କେବଳ ଲୋକେ ବ୍ୟବହାର କରିପାରୁଥିଲେ। ଗ୍ରୀଷ୍ମ ଋତୁରେ ସେହି ପାଣି...

ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ଯାଜପୁର ଜିଲାର ସଂକ୍ରମିତ

ଯାଜପୁର ଟାଉନ, ୪।୪(ଡି.ଏନ. ଏ.)-ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ରହ୍ମବରଦାର ୩ କିମି ପରିଧି ଅଞ୍ଚଳକୁ ସିଲ କରି...

ଖେଳପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିକିଟି,୩୧ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ନିକଟରେ ଥିବା ଖେଳପଡ଼ିଆ ପରିସରରୁ ମଙ୍ଗଳବାର ନୂଆପଡା ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ...

ପ୍ରତି ସପ୍ତାହରେ ବିଦ୍ୟୁତ୍‌ ଟ୍ରିପ୍‌ ସମୀକ୍ଷା

ଢେଙ୍କାନାଳ ଅଫିସ, ୪।୧୨ ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବେଣୀପଥର ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛି ବନ ବିଭାଗ।...

ଜୁନାଗଡ଼-ଭୁବନେଶ୍ୱରକୁ ସ୍ବତନ୍ତ୍ର ଟ୍ରେନ ଚାଲିଲା : ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ କାର୍ଯ୍ୟକ୍ରମ

ଜୁନାଗଡ,୨୪।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ଜୁନାଗଡ ସହରଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଯାତ୍ରା...

ପେସା ଫାୟାରମ୍ୟାନ : ନିଶା ସୈନିକ ଗଢ଼ିବା

ମାହାଙ୍ଗା,୨୬ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ସେବା ସଂସ୍ଥାରେ ଫାୟାରମ୍ୟାନ ଭାବେ କାର୍ଯ୍ୟ କରନ୍ତି ନିତ୍ୟାନନ୍ଦ ମହାନ୍ତି। ଯୁବକଙ୍କୁ ସେନ୍ୟବାହିନୀରେ ଯୋଗଦେବା...

Play 250+ Trending Games
Archives

Model This Week

Why Dharitri