ଜନସାଧାରଣଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ରାସ୍ତା, ବଡ଼ ବଡ଼ ଖାଲ, ଅଳିଆ ଆବର୍ଜନା ଯୋଗୁ…

ଗଞ୍ଜାମ, ୧୨।୧୧ (ଅଖିଳ ତରାଇ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତରେ ରାସ୍ତା ମରାମତିର ଅଭାବ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରପଡ଼ା ବଜାର ସାହିରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରୁ ଶନି ମନ୍ଦିର ପର୍ଯ୍ୟନ୍ତ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ପ୍ରତିଦିନ ଶତାଧିକ ଲୋକଙ୍କ ଯାତାୟାତର ମୁଖ୍ୟ ପଥ ହୋଇଥିବା ଏହି ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏହି ରାସ୍ତା କେବଳ କରପଡ଼ାର ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ନୁହେଁ, ବରଂ ଛତ୍ରପୁର ବ୍ଲକର ଅନେକ ପଞ୍ଚାୟତ ଏବଂ ଛତ୍ରପୁର ସହରକୁ ସଂଯୋଗ କରିଥାଏ। ଏହା ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଏବଂ ମା’ ରାମଚଣ୍ଡୀ ମନ୍ଦିରକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ମୁଖ୍ୟ ମାର୍ଗ। ଫଳରେ, ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଏହି ବାଟେ ଦେଇ ଯା’ଆସ କରନ୍ତି। କିନ୍ତୁ ରାସ୍ତାରେ ବଡ଼ ବଡ଼ ଖାଲ, ଖମା ଏବଂ ଅଳିଆ ଆବର୍ଜନାର ସ୍ତୂପ ଯୋଗୁ ଚଳାଚଳ ଅସମ୍ଭବ ହୋଇପଡ଼ିଛି। ସାଇକେଲ, ବାଇକ ଏବଂ ଅନ୍ୟାନ୍ୟ ଯାନବାହନର ଚାଳକମାନେ ପ୍ରତିଦିନ କଷ୍ଟ ଭୋଗୁଛନ୍ତି। ପେଡ଼େଷ୍ଟ୍ରିଆନ୍‌ମାନେ, ବିଶେଷକରି ସ୍କୁଲ ଯାଉଥିବା ପିଲାମାନେ, ଖସି ପଡ଼ି ଆହତ ହେବା ଏକ ନିୟମିତ ଘଟଣାରେ ପରିଣତ ହୋଇଛି।

ବର୍ଷା ଋତୁରେ ସ୍ଥିତି ଆହୁରି ଭୟଙ୍କର ହୁଏ। ଖାଲରେ ପାଣି ଜମି ରହିବା ଯୋଗୁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଏ। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ ଏହି ସମସ୍ୟା ବହୁ ଦିନରୁ ଲାଗି ରହିଛି, କିନ୍ତୁ ପ୍ରଶାସନର ଉଦାସୀନତା ଯୋଗୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରାସ୍ତାର ଉଭୟ ପାର୍ଶ୍ୱରେ ପୂର୍ବରୁ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହି ଅଳ୍ପ ଦୂରତା କାହିଁକି ମରାମତିରୁ ବଞ୍ଚିତ ରହିଛି, ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛଇ। କରପଡ଼ା ସରପଞ୍ଚ ଅଜୟ ନାୟକ କହିଛନ୍ତି, ଛଅ ମାସ ପୂର୍ବରୁ ଏହି ରାସ୍ତାର ମରାମତି କାମ ଆରମ୍ଭ ହୋଇଥିଲା, କିନ୍ତୁ ଠିକାଦାର ହଠାତ୍‌ କାମ ବନ୍ଦ କରି ଦେଇଛନ୍ତି। ଏହା ନେଇ ମୁଁ ଜିଲାପାଳଙ୍କୁ ଭେଟିବି ଏବଂ ସମସ୍ୟାର ସମାଧାନ ପାଇଁ ଦାବି କରିବି। ଏ ନେଇ ବିଭାଗୀୟ ଜେଇଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇନଥିଲା । ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ରାସ୍ତାର ମରାମତି ନ ହେଲେ ଦୁର୍ଘଟଣାର ଆଶଙ୍କା ବଢ଼ିବ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପ୍ରଶ୍ନବାଚକ ହୋଇଯିବ। ପ୍ରଶାସନ ଏହାକୁ ଗୁରୁତ୍ୱ ସହକାରେ ନେଇ ଜନସାଧାରଣଙ୍କୁ ସୁରକ୍ଷିତ ଏବଂ ସୁବିଧାଜନକ ଯାତାୟାତ ଯୋଗାଇ ଦେବାକୁ ଆବଶ୍ୟକ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମାଲ୍‌ କଲେ ଗୁରନୁର: ଗୋଟିଏ ଓଭରରେ ଦେଲେ ଡବଲ ଝଟକା, ଚାପରେ ନ୍ୟୁଜିଲାଣ୍ଡ

ୱେଲିଂଟନ,୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଧିନାୟକ ଶୁଭମନ ଗିଲ ଟସ…

ନ୍ୟୁଜିଲାଣ୍ଡରେ ଗୌତମ ଗମ୍ଭୀରଙ୍କ ‘ବୁଲେଟପ୍ରୁଫ’ ପ୍ଲାନ୍‌ ସଫଳ: ସମାଲୋଚକଙ୍କୁ କଡ଼ା ଜବାବ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ଯୁବ ପେସ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଏବେ ଚର୍ଚ୍ଚାରେ। ଟିମ ମ୍ୟାନେଜମେଣ୍ଟର ନୂଆ ରଣନୀତି ଯୋଗୁ ଅଭିଜ୍ଞ…

କଣ୍ଟାମାଳ ବିଡିଓ ନିଲମ୍ବିତ

କଣ୍ଟାମାଳ,୭ା୧୧: ବୌଦ୍ଧ ଜିଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ…

୬ ବର୍ଷରେ ନିବେଶକଙ୍କ ସବୁଠୁ ଲାଭଦାୟକ ସପ୍ତାହ

ମୁମ୍ବାଇ,୭ା୧୧: ବୈଶ୍ୱିକ ସ୍ତରରେ ପୁଞ୍ଜିବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଶେୟାର ବଜାରର ସାମ୍ପ୍ରତିକ ସ୍ଥିତି ଉତ୍ତମ ରହିଛି। ଚଳିତ ସପ୍ତାହରେ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ…

ନ୍ୟୁଜିଲାଣ୍ଡରେ ଧମାକା କଲେ ଯଶସ୍ବୀ ଜୟସ୍ବାଲ: ଲଗାତାର ଦ୍ୱିତୀୟ ଶତକ ମାରି ଫର୍ମକୁ ଫେରିଲେ ଷ୍ଟାର ଓପନର୍‌

ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଶତକ…

ନଭେମ୍ବର ୬ରେ କାହିଁକି ଟେଷ୍ଟକୁ ଅଲବିଦା କହିଲେ ଶାମି? ରହିଛି ବଡ଼ କନେକ୍ସନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୭।୧୧: ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ମହମ୍ମଦ ଶାମି ୬ ନଭେମ୍ବର ୨୦୨୬ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହା ସହ ତାଙ୍କର…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଶାମି, ଏବେ ଆଇପିଏଲ ଖେଳିବେ ନା ନାହିଁ , କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୧୧: ୬ ନଭେମ୍ବର ୨୦୨୬ରେ ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ସେ ନିଜ…

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?