ରାଜପଥ ପାର୍ଶ୍ୱରେ ଗଦା ହୋଇଛି ମାଟି, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗୀ, ୭ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ମାଟି ଗଦାହୋଇ ରହିଛି। ଫଳରେ ରାତିରେ ଲୋକେ ଯାତାୟାତରେ ସମସ୍ୟାରେ ପଡୁଛନ୍ତି। ବିଭିନ୍ନ ସମୟରେ ବାଇକ୍‌ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ରବିବାର ଏପରି ଏକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ୨ ବାଇକ୍‌ ଆରୋହୀଙ୍କ ମୁହଁରେ ଅପରପାର୍ଶ୍ୱରୁ ଆସୁଥିବା ଗାଡି ଲାଇଟ୍‌ ପଡିବାରୁ ଉଭୟ ବାଇକ୍‌ ଚାଳକ କିଛି ଦେଖି ନ ପାରି ରାସ୍ତା ପାଶ୍ୱର୍ର୍ରେ ଗଦା ହୋଇଥିବା ମାଟିଗଦା ଭିତରେ ପଶି ଯାଇଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଆହତ ଦୁଇ ବ୍ୟକ୍ତି ହେଲେ ନକଲାମାରି ଗ୍ରାମର ନକୁଳ ଗୁଣ୍ଠା ଓ ପଡାଲଗୁଡାର ଗୋପୀ କାଲପାଡିଆ।
ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା ୨୬ନଂ. ଜାତୀୟ ରାଜପଥକୁ କିଛିଦିନ ତଳେ ମରାମତି କରା ଯାଇଥିଲା। ରାସ୍ତାକଡରେ ମାଟି ଗଦା କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ତାହାକୁ ଏଯାଏ ସମତୁଲ କରାଯାଇନାହିଁ; ଫଳରେ ରାସ୍ତାଟି ଅଣଓସାରିଆ ହୋଇଯାଇଛି। ରାତିରେ ଦୁଇ ରାଜ୍ୟ ଅଭିମୁଖେ ଯାତାୟାତ କରୁଥିବା ଟ୍ରକଗୁଡ଼ିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଧାରଣ ଲୋକେ ମଧ୍ୟ ସମସ୍ୟା ଭୋଗୁଛନ୍ତି। ମାଟି ଗାଙ୍ଗମା ମନ୍ଦିର, ବ୍ଲକ କାର୍ଯ୍ୟାଳୟ ସମ୍ମୁଖ, ବ୍ୟାଙ୍କ ସମ୍ମୁଖରେ ପଡି ରହିଛି। ବିଭିନ୍ନ କାର୍ଯ୍ୟରେ ବ୍ୟାଙ୍କ ଓ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ସେମାନଙ୍କ ଗାଡ଼ି ରାସ୍ତା ପାର୍ଶ୍ୱରେ ରଖିବା ଯୋଗୁ ଟ୍ରକଚାଳକମାନେ ସମସ୍ୟାରେ ପଡୁଛନ୍ତି। ରାତିରେ ଛୋଟ ଗାଡ଼ିଗୁଡ଼ିକ ଯାତାୟାତ ସମୟରେ ବିପରୀତ ଦିଗରୁ ଆସୁଥିବା ଗାଡିଲାଇଟ ଚାଳକଙ୍କ ମୁହଁରେ ପଡିବାରୁ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri