ବ୍ଲକ ଅଧ୍ୟକ୍ଷଙ୍କ ପଞ୍ଚାୟତରେ ରାସ୍ତା ଦୟନୀୟ

ଭଞ୍ଜନଗର,୧୨।୧୦(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଗତ ୫ଦିନ ହେବ ତୁହାକୁ ତୁହା ବର୍ଷା ହେଉଛି। ଏହାଦ୍ୱାରା ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁ ବିଜୁଳି ଲୁଚକାଳି ଖେଳୁଛି। ଅନ୍ୟପଟେ ମାଟି ରାସ୍ତାରେ ଲୋକେ ଯାତାୟତ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକଙ୍କ ବାଇବାଲି ପଞ୍ଚାୟତର ବରଗଁା ମହୁଲପଲ୍ଲୀ,କୋଳିସାହି, ସଲପଗୁଡ଼ା, ବରଗଁା, ବେଣିଆପଲ୍ଲୀ, ଚାଞ୍ଚରାଗଡ଼ ସମେତ ଅନେକ ଗ୍ରାମ ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ବର୍ଷା ସମୟରେ ଉକ୍ତ ଅଞ୍ଚଳବାସୀ ଗମନାଗମନରେ ବହୁ ଅସୁବିଧା ଭୋଗୁଛନ୍ତି। ପ୍ରଶାସନ ଉକ୍ତ ରାସ୍ତାର ବିକାଶ ପ୍ରତି ବିଶେଷ ଧ୍ୟାନ ଦେଉ ନ ଥିବା ସମ୍ପୃକ୍ତ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରୁ ଅଧ୍ୟକ୍ଷ ପଦବୀ ଦେଇଥିଲା । କିନ୍ତୁ ପ୍ରଶାସନ ପଞ୍ଚାୟତର ବିକାଶ ପ୍ରତି ଯେତିକି ଦୃଷ୍ଟି ଦେବାକଥା ଦେଉନାହିଁ। ବରଗଁାରେ ୫୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ବର୍ଷା ଦିନେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ୟାମଘନ ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କିଛି ମାଟି ରାସ୍ତାର ଉନ୍ନତୀକରଣ ପାଇଁ ଗତ ସପ୍ତାହରେ ଅନୁମୋଦନ ମିଳିଛି । ସେଥିରେ ଉକ୍ତ ପଞ୍ଚାୟତର ରାସ୍ତା ଥିଲେ ମରାମତି ହେବ । ୧୦ମାସ ହେଲା କଂକ୍ରିଟ୍‌ ରୋଡ଼ ପାଇଁ ଅନୁଦାନ ଆସିନାହିଁ । ପୁରୁଣା ଟଙ୍କା ଯେଉଁ ପଞ୍ଚାୟତରେ ଥିଲା ତାହାର କାମ କରାଯାଉଛି। ଲୋକଙ୍କ ଗମନାଗମନ ସୁବିଧା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗିଦେଲେ ଖଣି ନିଗମ ଅଧିକାରୀ

କାଳିଆପାଣି,୧ା୧(ଡି.ଏନ.ଏ.): ସୁକିନ୍ଦା ବ୍ଲକ୍‌ ଅଧୀନ କାଳିଆପାଣି ଖଣି ଅଞ୍ଚଳରେ ନୂତନ ଖଣି ଖୋଲିବାକୁ ସରକାରୀସ୍ତରରେ ପ୍ରସ୍ତୁତି ଚାଲିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ସେଠାରେ ବର୍ଷବର୍ଷ...

ସାହାଯ୍ୟ ମାଗୁଛନ୍ତି ତେଲଙ୍ଗାନାରେ ଫଶିଥିବା ୩୪ ଦାଦନ ଶ୍ରମିକ

ନୂଆପଡ଼ା ଅଫିସ,୧୧।୨: ନୂଆପଡ଼ା ଜିଲାର ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେଠାରେ ମାଲିକମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ଘଟଣା ବାରମ୍ବାର ସାମ୍‌ନାକୁ...

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ, ଆନ୍ଦୋଳନ

ପୁରୁଷୋତ୍ତମପୁର,୧୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମ ନିକଟରେ ଥିବା ଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ...

ଠିକାଦାରଙ୍କ ସ୍ବାର୍ଥରେ ଏମ୍‌ଆଇପି

ଯାଜପୁର ଅଫିସ/ରଗଡ଼ି(ଡି.ଏନ.ଏ.),୬ା୫: ପାଣି ଅଭାବରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କ ଆଖିରୁ ଲୁହ ଝରେ। ଚାଷୀ ପରିବାରରେ ଆର୍ଥିକ ସଙ୍କଟ ଦେଖାଦିଏ। ଚାଷ ପାଇଁ ଜରୁରୀ...

ଫେକ୍‌ ଆକାଉଣ୍ଟ ମାଧ୍ୟମରେ ୪୦ ଲକ୍ଷ ଟଙ୍କା ଠକେଇ

ନୟାଗଡ଼ ଅଫିସ,୧୯।୨: ଫେକ୍‌ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ଼ ସହରରର ଏକ ଘରୋଇ ଅର୍ଥ ଲଗାଣକାରୀ...

ବାଣ ଫୁଟି ୫ମୃତ ଘଟଣା: ଜିଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖୋର୍ଦ୍ଧା ଅଫିସ,୭।୩: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଧୀନ ଭୂଷଣ୍ଡପୁରରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣରେ ସୋମବାର ୫ଜଣଙ୍କ ମୃତ୍ୟୁ ଘଟିଥିବା...

ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର

ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍‌ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ...

ପୌରାଧ୍ୟକ୍ଷା ପ୍ରାର୍ଥନୀଙ୍କ ମାରାଥନ ପ୍ରଚାର

ସୁନ୍ଦରଗଡ,୧୮।୩(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସୁନ୍ଦରଗଡ଼ରେ ବିଭିନ୍ନ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।...

Advertisement
Archives

Model This Week