ଶୁଖିଲା ପଡ଼ିଛି ମହାନଦୀ

ଭୁବନେଶ୍ୱର,୨୩ା୩(ବ୍ୟୁରୋ):ବୁଧବାର ବିଧାନସଭାର ଶୂନ୍ୟକାଳରେ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆଜି ବିଶ୍ୱ ଜଳ ଦିବସ। ୧୫ ଜିଲାରେ ପ୍ରବାହିତ ହେଉଥିବା ମହାନଦୀ ଆଜି ଶୁଖିଲା ପଡ଼ିଛି। ମହାନଦୀ ଟ୍ରିବ୍ୟୁନାଲର ୩୭ ବୈଠକ ସରିଲାଣି। ଫଳ କିଛି ନାହିଁ। ଜଳ ପ୍ରବାହ ବନ୍ଦହୋଇ ଗଲାଣି। ମହାନଦୀ ଅବସ୍ଥା ଅତ୍ୟନ୍ତ ସଙ୍ଗିନ। ଛତିଶଗଡ଼ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ସେତେବେଳେ ରମଣ ସିଂଙ୍କ ନେତୃତ୍ୱ ସରକାର କିଛି କରି ନ ଥିଲେ ଏବଂ କେନ୍ଦ୍ରର ଭାଜପା ସରକାର ନୀରବଦ୍ରଷ୍ଟା ସାଜିଥିଲେ। ଛତିଶଗଡ଼ରେ ଏବେ ସରକାର ବଦଳିଥିଲେ ବି ସମାନ ଅବସ୍ଥା ରହିଛି। ଏହା ଉପରେ ଜଳସମ୍ପଦ ମନ୍ତ୍ରୀ ଗୃହରେ ଏକ ବିବୃତି ଦିଅନ୍ତୁ। ବାଚସ୍ପତିି ଏ ନେଇ ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟମାନେ ରୁଲିଂ ଦେବାକୁ ଦାବି କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କିଛି ସମୟ ପାଇଁ ଗୃହରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଗୃହରେ ଗଣ୍ଡଗୋଳ ନ କରି ଏହାକୁ ଏକ ସ୍ବତନ୍ତ୍ର ଫୋରମରେ ଅଣାଯାଉ। ଆମେ ବି ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ନଦୀ ପାଣି ସମୁଦ୍ରକୁ ବୋହିଯାଉଛି। ତାକୁ ସରକାର ଅଟକାଇ ପାରୁନାହାନ୍ତି। ପାଣି ଅଟକାଇ ପାରିଲେ ଓଡ଼ିଶାର ବିକାଶ ହୋଇପାରନ୍ତା। ଏନେଇ ଗୃହରେ ଆଲୋଚନା ହେଉ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହଟ୍ଟଗୋଳକୁ ଦେଖି ବାଚସ୍ପତି ଜଳସମ୍ପଦ ମନ୍ତ୍ରୀଙ୍କୁ ମହାନଦୀ ଉପରେ ଗୃହରେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଫେବୃୟାରୀରୁ ମହାନଦୀ ଓ ଏହାର ପ୍ରମୁଖ ଶାଖାନଦୀଗୁଡ଼ିକ ମଧ୍ୟ ଶୁଖିଲା ପଡ଼ିଲାଣି । ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ମହାନଦୀର ପାଣିକୁ ଅଟକାଇ ଦେଇଛି, ଯାହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଏବେଠୁ ମହାନଦୀର ପ୍ରମୁଖ ଶାଖା ନଦୀ ଇବ୍‌ ଶୁଖିଗଲାଣି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ କେନ୍ଦ୍ର ସରକାର ଆଉ ବର୍ଷେ ୯ ମାସ ବୃଦ୍ଧି କରିଛନ୍ତି । ଜଳଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁସାରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ୨୦୨୩ ମାର୍ଚ୍ଚ ୧୧ରୁ ୨୪ ଡିସେମ୍ବର ୨୦୨୪ ଯାଏ ବୃଦ୍ଧି କରାଯାଇଛି ।
ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି କରିବାକୁ ଓଡ଼ିଶା ଓ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। କରୋନା ସମୟରେ ଶୁଣାଣି ପ୍ରଭାବିତ ହୋଇଥିବାରୁ ଅବଧି ୩ ବର୍ଷ ବଢ଼ାଇବାକୁ ଉଭୟ ରାଜ୍ୟ ଚିଠ ଲେଖିଥିଲେ। ଟ୍ରିବ୍ୟୁନାଲଙ୍କ ଅବଧିକୁ କେନ୍ଦ୍ର ସରକାର ୧ ବର୍ଷ ୯ ମାସ ବଢ଼ାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ପ୍ରଥମ ୩ ବର୍ଷ ଅବଧିରେ ଟ୍ରିବ୍ୟୁନାଲ ଜଳ ବିବାଦ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତିିରେ ପହଞ୍ଚି ପାରି ନ ଥିଲେ । ୨୦୨୧ରେ ପୁଣି ଥରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା, ଯାହାକି ୨୦୨୩ ମାର୍ଚ୍ଚ ୧୧ରେ ଶେଷ ହୋଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri