ବାହାରିଲାନି ନିଷ୍କର୍ଷ, ସମୟ ନେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡ୍‌ମିନିଷ୍ଟ୍ରେଟର, ପୁରୀ ନାମରେ ଶତାଧିକ ଏକର ଜମି ଅଛି। ବଂଶାନୁକ୍ରମରେ ଏହି ଜମି ଗ୍ରାମବାସୀଙ୍କ ଭୋଗ ଦଖଲରେ ରହିଛି। ଜମି ସ୍ବତ୍ତ୍ୱାଧିକାର ପରିବର୍ତ୍ତନ ଲାଗି ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି ଜଣାଇବା ସତ୍ତ୍ୱେ ପଦକ୍ଷେପ ନିଆଯାଉ ନାହିଁ। ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି କୁଣ୍ଡକୁଣ୍ଡି (ବଉଳମାଳି) ପାହାଡ଼ ଘେରାଉ ଲାଗି ଚେତାବାନୀ ଦେବା ପରେ ପ୍ରଶାସନର ଚେତା ପଶିଛି।
ଗୁରୁବାର ନରଣଗଡ଼ ପଞ୍ଚାୟତର ମା’ ଭଗବତୀ କଲ୍ୟାଣ ମଣ୍ଡପରେ ଜିଲା ପ୍ରଶାସନ, ଖଣି ନିଗମ, ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ, ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏ ନେଇ ଆଲୋଚନା ହୋଇଥିଲା। ତେବେ କେତେକ ପ୍ରସଙ୍ଗ ଉପରେ ଗ୍ରାମବାସୀ ଆପତ୍ତି ଉଠାଇଥିଲେ। ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ନ ଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରଶାସନ ଏକ ମାସ ସମୟ ନେଇଛି। ଅନ୍ୟପକ୍ଷରେ ସମସ୍ୟା ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ସହ ଓଏମ୍‌ସିକୁ ପଥର ଖନନ ସୁଯୋଗ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ନରଣଗଡ଼ରେ ବଂଶାନୁକ୍ରମେ ଗ୍ରାମବାସୀ ବଉଳମାଳି ପାହାଡ଼ର ପଥରକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ଓ ମୂର୍ତ୍ତି ଗଢି ଗୁଜରାଣ ମେଣ୍ଟାଉଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଏହି ପାହାଡ଼କୁ ଗ୍ରାମବାସୀଙ୍କ ଅଗୋଚର ଓ ବିନା ଜନଶୁଣାଣିରେ ଏହାକୁ ଓଡ଼ିଶା ଖଣି ନିଗମ ହାତକୁ ଟେକିଦେଲେ। ଫଳରେ ଗ୍ରାମବାସୀ ରୋଜଗାର ହରାଇଲେ। ଏହି ମୂଲ୍ୟବାନ ପଥର ହରିଲୁଟ ଚାଲିଥିବାବେଳେ ଗ୍ରାମବାସୀଙ୍କୁ ଏଠାକୁ ବାରଣ କରାଯାଉଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ସହ ଏହି ଲିଜ୍‌କୁ ବାତିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ନରଣଗଡ଼ ପଞ୍ଚାୟତର ଚାଷଜମି, ଘର ସ୍ଥିତିବାନ ଥିବା ସତ୍ତ୍ୱେ ଏହାର ଜମିଦାର ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡମିନିଷ୍ଟ୍ରେଟର, ପୁରୀ ନାମରେ ରହିଛି। ୧୮୦୩ରେ ଇଂରେଜମାନେ ପାଇକମାନଙ୍କୁ ଶ୍ରୀଜଗନ୍ନାଥ ଚେତନାରେ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏହି ଅଞ୍ଚଳରେ ତାପଙ୍ଗ ଓ ରାମେଶ୍ୱର ନାମକ ୨ଟି ପ୍ରଗଣା ସୃଷ୍ଟି କରିଥିଲେ। ଏହି ଦୁଇ ପ୍ରଗଣାରୁ ରାଜସ୍ବ ଆଦାୟ ହେଉଥିଲା। ଏହି ରାଜସ୍ବରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କରାଯାଉଥିଲା। ଏହି ସମସ୍ତ ଖଜଣା ସ୍ଥିତିବାନ ସତ୍ତ୍ୱେ ପ୍ରଜାମାନେ ଭୋଗଦଖଲ କରି ଆସୁଛନ୍ତି। ସରକାରଙ୍କ ମଧ୍ୟସତ୍ତ୍ୱ ଅଧିକାରୀ ଉଛେଦ ଆଇନ-୧୯୭୪ ଆଇନ ବଳରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ ଅଦ୍ୟାବଧି ରାଜସ୍ବ ଦେଇଆସୁଛନ୍ତି। ତେବେ ୧୯୯୮ରେ ହୋଇଥିବା ବନ୍ଦୋବସ୍ତରେ ବିଭିନ୍ନ ଅଞ୍ଚଳର ଜମିଜମା ଓଡ଼ିିଶା ସରକାର ଲେଖାଯାଇ ୨୦୦୨ରେ ପଟ୍ଟା ଦିଆଯାଇଥିଲା। ସେତେବେଳେ ଏହି ଅଞ୍ଚଳରେ ବନ୍ଦୋବସ୍ତ କ୍ୟାମ୍ପ ନ ଥିବାରୁ ଭୋଗଦଖଲରେ ଥିବା ଉକ୍ତ ଜମିଜମାର ନାମ ପରିବର୍ତ୍ତନ ହୋଇପାରି ନ ଥିଲା। ଏହି ଦୁଇ ପ୍ରଗଣାରେ ଶ୍ରୀଜଗନ୍ନାଥଙ୍କର ବହୁ ଏକର ଜମି ରହିଛି। ୨୦୧୪ରେ ରାଜ୍ୟ ସରକାର ଏହି ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇ ନ ଥିଲା। ରାଜସ୍ବ କମିଶନର ସମସ୍ତ ଜମି ଉପରେ ଅଙ୍କୁଶ ଲଗାଇଥିଲେ। ଜମିଜମାର ସତ୍ତ୍ୱାଧିକାରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିଚାଳନା କମିଟି, ପୁରୀଙ୍କ ନାମରେ ହୋଇଥିବାରୁ ଗ୍ରାମବାସୀ କୌଣସି ଅତ୍ୟାବଶ୍ୟକ ସମୟରେ ଚାହିଁଲେ ବି ଜମି ବିକ୍ରି କରିପାରୁନାହାନ୍ତି। ଜମିପଟ୍ଟାରେ ଓଡ଼ିିଶା ସରକାର ଲେଖା ନ ଥିବାରୁ ଆବାସ ଓ ଋଣ ଆଦି ସରକାରୀ ସୁବିଧା ପାଇପାରୁନାହାନ୍ତି। ଏଣୁ ଜମିପଟ୍ଟାରେ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ପୁରୀ ଖେୱାଟ ନଂ-୧ ପରିବର୍ତ୍ତେ ଓଡ଼ିିଶା ସରକାରଙ୍କ ନାମ ଉଲ୍ଲେଖ କରିବାକୁ ଦାବି ଉପସ୍ଥାପନ କରିଥିଲେ।
ଏହି ଆଲୋଚନାରେ ଉପଜିଲାପାଳ ଅଶୋକ ବେହୁରିଆ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପପ୍ରଶାସକ (ରାଜସ୍ବ) ସୁବ୍ରତ ବେହେରା, ଓଡ଼ିଶା ଖଣି ନିଗମର ଆଞ୍ଚଳିକ ଅଧିକାରୀ ଗଙ୍ଗାଧର ନାୟକ, ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତିର ସଭାପତି ଗୋଦାବରୀଶ ଗୁମାନସିଂ ଓ କର୍ମକର୍ତ୍ତାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri