ବାହାରିଲାନି ନିଷ୍କର୍ଷ, ସମୟ ନେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡ୍‌ମିନିଷ୍ଟ୍ରେଟର, ପୁରୀ ନାମରେ ଶତାଧିକ ଏକର ଜମି ଅଛି। ବଂଶାନୁକ୍ରମରେ ଏହି ଜମି ଗ୍ରାମବାସୀଙ୍କ ଭୋଗ ଦଖଲରେ ରହିଛି। ଜମି ସ୍ବତ୍ତ୍ୱାଧିକାର ପରିବର୍ତ୍ତନ ଲାଗି ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି ଜଣାଇବା ସତ୍ତ୍ୱେ ପଦକ୍ଷେପ ନିଆଯାଉ ନାହିଁ। ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି କୁଣ୍ଡକୁଣ୍ଡି (ବଉଳମାଳି) ପାହାଡ଼ ଘେରାଉ ଲାଗି ଚେତାବାନୀ ଦେବା ପରେ ପ୍ରଶାସନର ଚେତା ପଶିଛି।
ଗୁରୁବାର ନରଣଗଡ଼ ପଞ୍ଚାୟତର ମା’ ଭଗବତୀ କଲ୍ୟାଣ ମଣ୍ଡପରେ ଜିଲା ପ୍ରଶାସନ, ଖଣି ନିଗମ, ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ, ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏ ନେଇ ଆଲୋଚନା ହୋଇଥିଲା। ତେବେ କେତେକ ପ୍ରସଙ୍ଗ ଉପରେ ଗ୍ରାମବାସୀ ଆପତ୍ତି ଉଠାଇଥିଲେ। ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ନ ଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରଶାସନ ଏକ ମାସ ସମୟ ନେଇଛି। ଅନ୍ୟପକ୍ଷରେ ସମସ୍ୟା ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ସହ ଓଏମ୍‌ସିକୁ ପଥର ଖନନ ସୁଯୋଗ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ନରଣଗଡ଼ରେ ବଂଶାନୁକ୍ରମେ ଗ୍ରାମବାସୀ ବଉଳମାଳି ପାହାଡ଼ର ପଥରକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ଓ ମୂର୍ତ୍ତି ଗଢି ଗୁଜରାଣ ମେଣ୍ଟାଉଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଏହି ପାହାଡ଼କୁ ଗ୍ରାମବାସୀଙ୍କ ଅଗୋଚର ଓ ବିନା ଜନଶୁଣାଣିରେ ଏହାକୁ ଓଡ଼ିଶା ଖଣି ନିଗମ ହାତକୁ ଟେକିଦେଲେ। ଫଳରେ ଗ୍ରାମବାସୀ ରୋଜଗାର ହରାଇଲେ। ଏହି ମୂଲ୍ୟବାନ ପଥର ହରିଲୁଟ ଚାଲିଥିବାବେଳେ ଗ୍ରାମବାସୀଙ୍କୁ ଏଠାକୁ ବାରଣ କରାଯାଉଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ସହ ଏହି ଲିଜ୍‌କୁ ବାତିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ନରଣଗଡ଼ ପଞ୍ଚାୟତର ଚାଷଜମି, ଘର ସ୍ଥିତିବାନ ଥିବା ସତ୍ତ୍ୱେ ଏହାର ଜମିଦାର ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡମିନିଷ୍ଟ୍ରେଟର, ପୁରୀ ନାମରେ ରହିଛି। ୧୮୦୩ରେ ଇଂରେଜମାନେ ପାଇକମାନଙ୍କୁ ଶ୍ରୀଜଗନ୍ନାଥ ଚେତନାରେ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏହି ଅଞ୍ଚଳରେ ତାପଙ୍ଗ ଓ ରାମେଶ୍ୱର ନାମକ ୨ଟି ପ୍ରଗଣା ସୃଷ୍ଟି କରିଥିଲେ। ଏହି ଦୁଇ ପ୍ରଗଣାରୁ ରାଜସ୍ବ ଆଦାୟ ହେଉଥିଲା। ଏହି ରାଜସ୍ବରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କରାଯାଉଥିଲା। ଏହି ସମସ୍ତ ଖଜଣା ସ୍ଥିତିବାନ ସତ୍ତ୍ୱେ ପ୍ରଜାମାନେ ଭୋଗଦଖଲ କରି ଆସୁଛନ୍ତି। ସରକାରଙ୍କ ମଧ୍ୟସତ୍ତ୍ୱ ଅଧିକାରୀ ଉଛେଦ ଆଇନ-୧୯୭୪ ଆଇନ ବଳରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ ଅଦ୍ୟାବଧି ରାଜସ୍ବ ଦେଇଆସୁଛନ୍ତି। ତେବେ ୧୯୯୮ରେ ହୋଇଥିବା ବନ୍ଦୋବସ୍ତରେ ବିଭିନ୍ନ ଅଞ୍ଚଳର ଜମିଜମା ଓଡ଼ିିଶା ସରକାର ଲେଖାଯାଇ ୨୦୦୨ରେ ପଟ୍ଟା ଦିଆଯାଇଥିଲା। ସେତେବେଳେ ଏହି ଅଞ୍ଚଳରେ ବନ୍ଦୋବସ୍ତ କ୍ୟାମ୍ପ ନ ଥିବାରୁ ଭୋଗଦଖଲରେ ଥିବା ଉକ୍ତ ଜମିଜମାର ନାମ ପରିବର୍ତ୍ତନ ହୋଇପାରି ନ ଥିଲା। ଏହି ଦୁଇ ପ୍ରଗଣାରେ ଶ୍ରୀଜଗନ୍ନାଥଙ୍କର ବହୁ ଏକର ଜମି ରହିଛି। ୨୦୧୪ରେ ରାଜ୍ୟ ସରକାର ଏହି ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇ ନ ଥିଲା। ରାଜସ୍ବ କମିଶନର ସମସ୍ତ ଜମି ଉପରେ ଅଙ୍କୁଶ ଲଗାଇଥିଲେ। ଜମିଜମାର ସତ୍ତ୍ୱାଧିକାରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିଚାଳନା କମିଟି, ପୁରୀଙ୍କ ନାମରେ ହୋଇଥିବାରୁ ଗ୍ରାମବାସୀ କୌଣସି ଅତ୍ୟାବଶ୍ୟକ ସମୟରେ ଚାହିଁଲେ ବି ଜମି ବିକ୍ରି କରିପାରୁନାହାନ୍ତି। ଜମିପଟ୍ଟାରେ ଓଡ଼ିିଶା ସରକାର ଲେଖା ନ ଥିବାରୁ ଆବାସ ଓ ଋଣ ଆଦି ସରକାରୀ ସୁବିଧା ପାଇପାରୁନାହାନ୍ତି। ଏଣୁ ଜମିପଟ୍ଟାରେ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ପୁରୀ ଖେୱାଟ ନଂ-୧ ପରିବର୍ତ୍ତେ ଓଡ଼ିିଶା ସରକାରଙ୍କ ନାମ ଉଲ୍ଲେଖ କରିବାକୁ ଦାବି ଉପସ୍ଥାପନ କରିଥିଲେ।
ଏହି ଆଲୋଚନାରେ ଉପଜିଲାପାଳ ଅଶୋକ ବେହୁରିଆ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପପ୍ରଶାସକ (ରାଜସ୍ବ) ସୁବ୍ରତ ବେହେରା, ଓଡ଼ିଶା ଖଣି ନିଗମର ଆଞ୍ଚଳିକ ଅଧିକାରୀ ଗଙ୍ଗାଧର ନାୟକ, ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତିର ସଭାପତି ଗୋଦାବରୀଶ ଗୁମାନସିଂ ଓ କର୍ମକର୍ତ୍ତାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?