ମୌଳିକ ସୁବିଧାରୁ ପଟ୍ଟାମୁଣ୍ଡାଇ ସହରବାସୀ ବଞ୍ଚିତ

ପଟ୍ଟାମୁଣ୍ଡାଇ,୫ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ରେ ରାଜ୍ୟ ସରକାର ଏନ୍‌ଏସ୍‌ସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୩୫ବର୍ଷ ପୂରିଛି। କ୍ରମବଦ୍ଧିଷ୍ଣୁ ସହର ଏବେ ନଦୀ, ନାଳ, ପୋଖରୀକୁ ମାଡ଼ିବାରେ ଲାଗିଛି। ସରକାରୀ ଜମି ଜବରଦଖଲ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ନଦୀ, ନାଳ ଓ ପୋଖରୀ ଆଳିଆ ଆବର୍ଜନାରେ ଭରି ରହିବା ହେତୁ ବର୍ଷ ସାରା ମଶା ଓ ମାଛିଙ୍କ ବାସସ୍ଥଳ ପାଲଟିଛି। ଏହି ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଟ୍ଟମୁଣ୍ଡାଇ ସହରବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପାରେଶ୍ୱର ସେଠୀ କହିଛନ୍ତି, ୬ା୧୨ା୧୯୮୮ରେ ପଟ୍ଟାମୁଣ୍ଡାଇ ସମେତ କଷଣଅଣ୍ଟା, ମାଟିଆ, ବାଲିପାଟଣା, ନୀଳକଣ୍ଠପୁର ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ନେଇ ଏନ୍‌ଏସିର ମାନ୍ୟତା ପ୍ରଦାନ କରାଯାଇଥିଲା। ପରେ ୨୪ା୨ା୨୦୧୪ରେ ପଟ୍ଟାମୁଣ୍ଡାଇ ଏନ୍‌ଏସିରୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିଥିଲା। ବର୍ତ୍ତମାନ ଏହାର ଜନସଂଖ୍ୟା ୪୪,୫୨୮ ହୋଇଥିବାବେଳେ ମୋଟ ୨୦ଟି ୱାର୍ଡ ରହିଛି। ଜନସଂଖ୍ୟା ବୃଦ୍ଧି ଆଖି ଆଗରେ ରଖି ୱାର୍ଡ ପୁନଃ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ରହିଛି। ତନ୍ମଧ୍ୟରୁ ପାଣି ନିଷ୍କାସନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ, ବଜାର, ଟ୍ରାଫିକ ସମସ୍ୟା ସମେତ ପାଠାଗାର ପ୍ରତିଷ୍ଠା ସହରବାସୀଙ୍କର ମୌଳିକ ସମସ୍ୟା ରହିଛି। ସାମାଜିକ କର୍ମୀ ଲକ୍ଷ୍ମୀଧର ବାରିକ କୁହନ୍ତି, ମାତ୍ର ୫ଟି ପଞ୍ଚାୟତ ନେଇ ପଟ୍ଟାମୁଣ୍ଡାଇ ଏନ୍‌ଏସି ଗଠନ ହୋଇଥିଲା। ତତ୍‌କାଳୀନ ସମୟରେ ଜଳପଥକୁ ବ୍ୟବହାର କରାଯାଉଥିଲା। ଏପରିକି ୧୮୮୬ ନଅଙ୍କ ଦୁର୍ବିକ୍ଷ ପରେ ଜଗତପୁର-ପଟ୍ଟାମଣ୍ଡାଇ ଓ ଗୋବରୀ ସମ୍ପ୍ରସାରିତ କେନାଲ, ଗୋବରୀ ନଦୀ ଆଦିରେ ନୌପରିବହନ ହେଉଥିଲା। ଇତିମଧ୍ୟରେ ସହରର ୨୦ ୱାର୍ଡରେ ମାତ୍ର ଗୋଟିଏ ୨ଟି ପୋଖରୀ ଦେଖାଯାଉଛି। ପ୍ରାୟ ୧୫ଟି ପୁରାଣ ପ୍ରସିଦ୍ଧ ପୋଖରୀ, ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ନାଳ ଓ ପୋଖରୀଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇଛି। ଫଳରେ ମଶାମାଛିଙ୍କ ପାଦ୍ରୁଭାବ ସହ ପରିବେଶ ଦୂଷିତ ହେଉଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁନରୁଦ୍ଧାର ହୋଇପାରନ୍ତା। ତେବେ ସ୍ଥାନୀୟ ନେତୃତ୍ୱଙ୍କ ମନଭାବ ଅଭାବ ସହ ପ୍ରଶାସକଙ୍କ ଏଥିପ୍ରତି ଦୃଷ୍ଟି ପଡୁନାହିଁ। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇର ମୁଖ୍ୟ ସମସ୍ୟା ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ଗୁରୁତର ହୋଇଛି। ବୁଲା ଗୋରୁ, ଛେଳିମେଣ୍ଢା ଯୋଗୁ ଟ୍ରାଫିକ ନିୟନ୍ତ୍ରଣ ବେହାଲ ହେଉଛି। ସେହିପରି ସହରାଞ୍ଚଳରେ ନିର୍ଦ୍ଧାରିତ ସ୍ଥାନରେ ବଜାର ଭେଣ୍ଡି ଜୋନ ଖୋଲା ନ ଯିବା ଆଉ ଏକ ସମସ୍ୟା। ବର୍ଷାଦିନେ ସହରାଞ୍ଚଳ ବହୁ ସ୍ଥାନ ଜଳାର୍ଣ୍ଣବ ହେଉଛି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ସିଷ୍ଟମକୁ ଅଦ୍ୟାବଧି ସଜଡ଼ା ଯାଇ ପାରିଲା ନାହିଁ। ପୌରାଞ୍ଚଳର ବିଭିନ୍ନ ସାହିବସ୍ତିରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି। ପୌରାଞ୍ଚଳ ରାସ୍ତାପାର୍ଶ୍ୱର ଆଲୋକୀକରଣ ବ୍ୟବସ୍ଥା ସଜାଡ଼ିବା ପାଇଁ କିଣା ଯାଇଥିବା ଗାଡ଼ି ଏବେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ପଡ଼ି ଖତ ଖାଉଛି। ଆଲୋକୀକରଣ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବାରୁ ସହରବାସୀ ବହୁ ସମୟରେ ରାତ୍ରକାଳରେ ଷ୍ଟ୍ରିଟ ଆଲୋକ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସୌମ୍ୟରଞ୍ଜନ ଧଳ କୁହନ୍ତି, ପୌରପାଳିକା ଅଧୀନରେ ବିଭିନ୍ନ ପୋଖରୀ ଥିଲେ ମଧ୍ୟ ସଫା ହୋଇପାରୁନାହିଁ। ଏପରି କି ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କଚେରୀ ପୋଖରୀର ପୁନରୁଦ୍ଧାର ପାଇଁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡିକ ସଙ୍କୁଚିତ ହୋଇରହିଛି। ଗୋବରୀ ନଦୀ ପଠା,ସରକାରୀ ଜମି ଓ ଦକ୍ଷିଣଦିଆ ମାଆବିଣା ଗୋଚର ପଡ଼ିଆ ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କ୍ଷୀରୋଦ ମଲ୍ଲିକ କହିଛନ୍ତି, ପୌରାଞ୍ଚଳ ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅନୁଦାନ ଯୋଗାଇ ଦେବା କଥା। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ମନ୍ୟତା ପାଇଥିଲେ ମଧ୍ୟ ବହୁ ପଛରେ ପଡିଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ହେମନ୍ତ ସାହୁଙ୍କୁ ପଚାରିବାରେ କିଛିବର୍ଷ ମଧ୍ୟରେ ସହରର ରୂପରେଖ ବଦଳିଛି। ଆଲୋକୀକରଣ, ରାସ୍ତାଘାଟର ଉନ୍ନତି ସହ ପାର୍କ ଆଦି ସ୍ଥାପନ ହୋଇଛି। ପ୍ରତି ୱାର୍ଡ ମଧ୍ୟରେ ଥିବା ସ୍ଥାନୀୟ ସମସ୍ୟାଗୁଡିକ କାଉନସିଲରଙ୍କ ସହ ପୌର ପ୍ରଶାସନ ଅନୁଧ୍ୟାନ କରୁଛି। ଖୁବ୍‌ଶୀଘ୍ର ଏହି ସହରକୁ ରାଜ୍ୟର ଉନ୍ନତ ସହର ମଧ୍ୟରେ ରଖିବାକୁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri