ଭଡ଼ାଘର ପାଲଟୁଛି ଅପରାଧୀଙ୍କ ଆଡ୍ଡ଼ାସ୍ଥଳ

ବ୍ରହ୍ମପୁର ଅଫିସ,୨୨।୩: ବ୍ରହ୍ମପୁର ସହରରେ ଭଡ଼ା ଘରେ ବିଭିନ୍ନ ପ୍ରକାର ଅପରାଧ ଘଟିବା ସହ ଚୋରା ମଦ, ଗଞ୍ଜେଇ ଓ ଗୁଟ୍‌ଖା ଆଦି କାରବାର ଓ ଅନୈତିକ କାର୍ଯ୍ୟ ହେଉଛି। ଭଡା ଦେଉଥିବା ମାଲିକମାନେ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ଠିକ୍‌ ଭାବେ ରଖୁନାହାନ୍ତି। ଫଳରେ ବିଭିନ୍ନ ସମୟରେ ଘଟୁଥିବା ଅପରାଧ ଯୋଗୁ ମାଲିକମାନେ ଥାନା ଓ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି ।
ବିଗତ ଦିନରେ ଏଭଳି ବହୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସହରରେ ସହଜ ଓ ସୁବିଧାରେ ଘରଭଡ଼ା ମିଳିଯାଉଛି। ଯାହାର ଫାଇଦା ଉଠାଉଛନ୍ତି ଅପରାଧୀ ଓ ନିଶା ବେପାରୀ। ଘର ମାଲିକଙ୍କ ବରାଦ ଅନୁସାରେ ଘରଭଡ଼ା ଦେଇ ସେଠାରେ ବେଆଇନ କାମ କରୁଛନ୍ତି। ସଦର ଓ ଗୋଳନ୍ଥରା ଥାନା ଅଞ୍ଚଳରେ ଏଭଳି କାରବାର ବଢ଼ିବାରେ ଲାଗିଛି। ଗୋଳନ୍ଥରା ଥାନା ପୋଲିସ ହଳଦିଆପଦର ଓ ଅଟୋନଗର ସ୍ଥିତ ଦୁଇଟି ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦ କୋଟି ଟଙ୍କାର ଗୁଟ୍‌ଖା ପ୍ୟାକ୍ଟ୍ରି ଠାବ କରିଥିଲା। ଏହି କାରବାରର ମୁଖ୍ୟ ଅଭିଯୁକ୍ତ ପି. ଗୋପାଳ କ୍ରିଷ୍ଣା ବିଭିନ୍ନ ଲୋକଙ୍କୁ ଏଠାରେ ନିୟୋଜିତ କରି ଦୀର୍ଘଦିନ ହେଲା ଏହି କାରବାର ଜାରି ରଖିଥିଲେ। ସେହିପରି ବିଭିନ୍ନ ସମୟରେ ଭଡ଼ାଘରୁ ନକଲି ମଦ ଫ୍ୟାକ୍ଟ୍ରି ମଧ୍ୟ ଠାବ ହୋଇଛି। ଗତ ସେପ୍ଟେମ୍ବର ୯ରେ ଅବକାରୀ ଗୋଇନ୍ଦା ବିଭାଗର ଏକ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଜଙ୍କସନରୁ ମଦ ବୋଝେଇ ଅଟୋ ଠାବ କରିଥିଲା। ତାହା ନକଲି ବୋଲି ଜଣାପଡ଼ିବା ପରେ ଅବକାରୀ ଟିମ୍‌ ମଦ ପ୍ରସ୍ତୁତ ହେଉଥିବା ସ୍ଥାନ ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ଓମ୍‌ନଗର ସ୍ଥିତ ଏକ ଭଡ଼ାଘରେ ଚଢ଼ାଉ କରିଥିଲା। ଯାଞ୍ଚ ପରେ ସେଠାରୁ ବିଭିନ୍ନ ବ୍ରାଣ୍ଡର ୧୨ଶହ ନକଲି ବିଦେଶୀ ମଦ ଓ ପ୍ରସ୍ତୁତି ପାଇଁ ଦରକାର କଞ୍ଚାମାଲ୍‌ ଜବତ ହୋଇଥିଲା। ସେହିପରି ଗତ ଜୁଲାଇ ୧୩ରେ ବ୍ରହ୍ମପୁର ଅବକାରୀ ବିଭାଗର ଏକ ଟିମ୍‌ ଟାମଣା ଛକରୁ ଏକ ସ୍କୁଟିରେ ଚାଲାଣ ହେଉଥିବା ନକଲି ମଦ ଜବତ କରିଥିଲା। ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ଏକ ଘରେ ଓ କେ.ନୂଆଗାଁ ଥାନା ଅନ୍ତର୍ଗତ ଗୌଡ଼ଗାଁରେ ଚଢ଼ଉ କରି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଥିଲା। ଏହା ପୂର୍ବରୁ ମେ’ ୨ତାରିଖରେ ଡୁରା ଗ୍ରାମରେ ଚଢ଼ଉ କରି ଏକ ଘରୁ ୧୩୪ ଲିଟର ନକଲି ବିଦେଶୀ ମଦ, ୪୦ଲିଟର ସ୍ପିରିଟ୍‌, ଅବକାରୀ ଲେବଲ୍‌, ଠିପି, ନଗଦ ୨୫ହଜାର ଟଙ୍କା, ଖାଲି ବୋତଲ ଓ ବିଭିନ୍ନ କମ୍ପାନୀର ଲେବଲ୍‌ ଜବତ ହୋଇଥିଲା। ଭଡ଼ାଘରେ ରୀତିିମତ ଏଭଳି କାରବାର ଜାରି ରହିଛି। କୋଲକାତାରୁ ନକଲି ମଦ ପ୍ରସ୍ତୁତି ସାମଗ୍ରୀ ଆସୁଥିବା ବେଳେ ହୋମିଓପାଥି ସ୍ପିରିଟ ବ୍ୟବହାର କରି ନକଲି ମଦ ତିଆରି କରାଯାଉଛି। ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ବ୍ୟବସ୍ଥାରେ ଭଡ଼ାଟିଆଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ପୃକ୍ତ ଇଲାକାର ଥାନାକୁ ଦେବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ବ୍ରହ୍ମପୁର ପୋଲିସ ଜିଲାରେ ଏହା ଲାଗୁ ହୋଇ ନ ଥିବାରୁ ଅପରାଧୀ ଓ ମାଫିଆମାନେ ଘରଭଡ଼ା ନେଇ ଏଭଳି ବେଆଇନ କାରବାର କରୁଛନ୍ତି। ଏନେଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ. କହିଛନ୍ତି, ଯେଉଁ ବ୍ୟକ୍ତିମାନେ ନିଜର ଘର ଭଡା ଦେଉଛନ୍ତି ସେମାନେ ଭଡ଼ାଟିଆଙ୍କ ସୂଚନା ପୋଲିସକୁ ଦେବାକୁ ବାଧ୍ୟତାମୂଳକ କରାଯିବ। ଯଦି କେହି ଏହାର ଖିଲାପ କରନ୍ତି, ପୋଲିସ ଚଢ଼ାଉ ବେଳେ ସେଠାରୁ ଯଦି କୌଣସି ଅପରାଧୀ ଧରାପଡନ୍ତି, ସେଥିପାଇଁ ସେମାନେ ଉତ୍ତରଦାୟୀ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri