ଭଡ଼ାଘର ପାଲଟୁଛି ଅପରାଧୀଙ୍କ ଆଡ୍ଡ଼ାସ୍ଥଳ

ବ୍ରହ୍ମପୁର ଅଫିସ,୨୨।୩: ବ୍ରହ୍ମପୁର ସହରରେ ଭଡ଼ା ଘରେ ବିଭିନ୍ନ ପ୍ରକାର ଅପରାଧ ଘଟିବା ସହ ଚୋରା ମଦ, ଗଞ୍ଜେଇ ଓ ଗୁଟ୍‌ଖା ଆଦି କାରବାର ଓ ଅନୈତିକ କାର୍ଯ୍ୟ ହେଉଛି। ଭଡା ଦେଉଥିବା ମାଲିକମାନେ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ଠିକ୍‌ ଭାବେ ରଖୁନାହାନ୍ତି। ଫଳରେ ବିଭିନ୍ନ ସମୟରେ ଘଟୁଥିବା ଅପରାଧ ଯୋଗୁ ମାଲିକମାନେ ଥାନା ଓ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି ।
ବିଗତ ଦିନରେ ଏଭଳି ବହୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସହରରେ ସହଜ ଓ ସୁବିଧାରେ ଘରଭଡ଼ା ମିଳିଯାଉଛି। ଯାହାର ଫାଇଦା ଉଠାଉଛନ୍ତି ଅପରାଧୀ ଓ ନିଶା ବେପାରୀ। ଘର ମାଲିକଙ୍କ ବରାଦ ଅନୁସାରେ ଘରଭଡ଼ା ଦେଇ ସେଠାରେ ବେଆଇନ କାମ କରୁଛନ୍ତି। ସଦର ଓ ଗୋଳନ୍ଥରା ଥାନା ଅଞ୍ଚଳରେ ଏଭଳି କାରବାର ବଢ଼ିବାରେ ଲାଗିଛି। ଗୋଳନ୍ଥରା ଥାନା ପୋଲିସ ହଳଦିଆପଦର ଓ ଅଟୋନଗର ସ୍ଥିତ ଦୁଇଟି ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦ କୋଟି ଟଙ୍କାର ଗୁଟ୍‌ଖା ପ୍ୟାକ୍ଟ୍ରି ଠାବ କରିଥିଲା। ଏହି କାରବାରର ମୁଖ୍ୟ ଅଭିଯୁକ୍ତ ପି. ଗୋପାଳ କ୍ରିଷ୍ଣା ବିଭିନ୍ନ ଲୋକଙ୍କୁ ଏଠାରେ ନିୟୋଜିତ କରି ଦୀର୍ଘଦିନ ହେଲା ଏହି କାରବାର ଜାରି ରଖିଥିଲେ। ସେହିପରି ବିଭିନ୍ନ ସମୟରେ ଭଡ଼ାଘରୁ ନକଲି ମଦ ଫ୍ୟାକ୍ଟ୍ରି ମଧ୍ୟ ଠାବ ହୋଇଛି। ଗତ ସେପ୍ଟେମ୍ବର ୯ରେ ଅବକାରୀ ଗୋଇନ୍ଦା ବିଭାଗର ଏକ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଜଙ୍କସନରୁ ମଦ ବୋଝେଇ ଅଟୋ ଠାବ କରିଥିଲା। ତାହା ନକଲି ବୋଲି ଜଣାପଡ଼ିବା ପରେ ଅବକାରୀ ଟିମ୍‌ ମଦ ପ୍ରସ୍ତୁତ ହେଉଥିବା ସ୍ଥାନ ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ଓମ୍‌ନଗର ସ୍ଥିତ ଏକ ଭଡ଼ାଘରେ ଚଢ଼ାଉ କରିଥିଲା। ଯାଞ୍ଚ ପରେ ସେଠାରୁ ବିଭିନ୍ନ ବ୍ରାଣ୍ଡର ୧୨ଶହ ନକଲି ବିଦେଶୀ ମଦ ଓ ପ୍ରସ୍ତୁତି ପାଇଁ ଦରକାର କଞ୍ଚାମାଲ୍‌ ଜବତ ହୋଇଥିଲା। ସେହିପରି ଗତ ଜୁଲାଇ ୧୩ରେ ବ୍ରହ୍ମପୁର ଅବକାରୀ ବିଭାଗର ଏକ ଟିମ୍‌ ଟାମଣା ଛକରୁ ଏକ ସ୍କୁଟିରେ ଚାଲାଣ ହେଉଥିବା ନକଲି ମଦ ଜବତ କରିଥିଲା। ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ଏକ ଘରେ ଓ କେ.ନୂଆଗାଁ ଥାନା ଅନ୍ତର୍ଗତ ଗୌଡ଼ଗାଁରେ ଚଢ଼ଉ କରି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଥିଲା। ଏହା ପୂର୍ବରୁ ମେ’ ୨ତାରିଖରେ ଡୁରା ଗ୍ରାମରେ ଚଢ଼ଉ କରି ଏକ ଘରୁ ୧୩୪ ଲିଟର ନକଲି ବିଦେଶୀ ମଦ, ୪୦ଲିଟର ସ୍ପିରିଟ୍‌, ଅବକାରୀ ଲେବଲ୍‌, ଠିପି, ନଗଦ ୨୫ହଜାର ଟଙ୍କା, ଖାଲି ବୋତଲ ଓ ବିଭିନ୍ନ କମ୍ପାନୀର ଲେବଲ୍‌ ଜବତ ହୋଇଥିଲା। ଭଡ଼ାଘରେ ରୀତିିମତ ଏଭଳି କାରବାର ଜାରି ରହିଛି। କୋଲକାତାରୁ ନକଲି ମଦ ପ୍ରସ୍ତୁତି ସାମଗ୍ରୀ ଆସୁଥିବା ବେଳେ ହୋମିଓପାଥି ସ୍ପିରିଟ ବ୍ୟବହାର କରି ନକଲି ମଦ ତିଆରି କରାଯାଉଛି। ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ବ୍ୟବସ୍ଥାରେ ଭଡ଼ାଟିଆଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ପୃକ୍ତ ଇଲାକାର ଥାନାକୁ ଦେବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ବ୍ରହ୍ମପୁର ପୋଲିସ ଜିଲାରେ ଏହା ଲାଗୁ ହୋଇ ନ ଥିବାରୁ ଅପରାଧୀ ଓ ମାଫିଆମାନେ ଘରଭଡ଼ା ନେଇ ଏଭଳି ବେଆଇନ କାରବାର କରୁଛନ୍ତି। ଏନେଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ. କହିଛନ୍ତି, ଯେଉଁ ବ୍ୟକ୍ତିମାନେ ନିଜର ଘର ଭଡା ଦେଉଛନ୍ତି ସେମାନେ ଭଡ଼ାଟିଆଙ୍କ ସୂଚନା ପୋଲିସକୁ ଦେବାକୁ ବାଧ୍ୟତାମୂଳକ କରାଯିବ। ଯଦି କେହି ଏହାର ଖିଲାପ କରନ୍ତି, ପୋଲିସ ଚଢ଼ାଉ ବେଳେ ସେଠାରୁ ଯଦି କୌଣସି ଅପରାଧୀ ଧରାପଡନ୍ତି, ସେଥିପାଇଁ ସେମାନେ ଉତ୍ତରଦାୟୀ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?