କାରଣ ଅସ୍ପଷ୍ଟ, ସରକାର ନୀରବ

ସମ୍ବଲପୁର,୨୦।୩(ବ୍ୟୁରୋ):ଗତ ଜାନୁୟାରୀ ୨୯ ତାରିଖ ଦିନ ଝାରସୁଗୁଡା ଜିଲା ଗାନ୍ଧୀଛକରେ ଘଟି ଯାଇଥିଲା ଏକ ଅଭାବନୀୟ ଘଟଣା। ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ଥାନୀୟ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଜଣାପଡିବା ପରେ ସମଗ୍ର ରାଜ୍ୟ ସ୍ତବ୍ଧ ହୋଇଯାଇଥିଲା। ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ତଦନ୍ତର ଭାର ନେଇଥିଲେ। ଅଭିଯୁକ୍ତ ଗୋପାଳଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନିଆଯାଇଥିଲା। ପରେ ପାଇଖାନା ଟାଙ୍କି ଭାଙ୍ଗି ଚିଠି ବାହାର କରିବା, ନାର୍କୋ ପରୀକ୍ଷା ପାଇଁ ଭାଜପା ଶାସିତ ରାଜ୍ୟ ଗୁଜରାଟ ନେବା, ଗୋପାଳଙ୍କୁ ରାଜ୍ୟ ମେଡିକାଲ ଟିମ୍‌ ପାଗଳ ନୁହେଁ ବୋଲି କହିବା ପରେ ପୁଣି ଆଉ ଥରେ ପରୀକ୍ଷା କରିବା ପାଇଁ ବେଙ୍ଗାଲୁର୍‌ ନେବା ପାଇଁ ଯୋଜନା କରିବା, କୋର୍ଟରେ କ୍ରାଇମବ୍ରାଞ୍ଚକୁ ଭର୍ତ୍ସନା କରି ପାଗଳ ନୁହେଁ କାହିକିଁ ପରୀକ୍ଷା କରିବ ବୋଲି ପଚାରିବା ଭଳି ଗୋଟିଏ ପରେ ଗୋଟିଏ ଘଟଣା ଏତେ ଦିନ ଭିତରେ ଘଟିଯାଇଛି। ହେଲେ କ୍ରାଇମବ୍ରାଞ୍ଚକୁ ଆଜି ପର୍ଯ୍ୟନ୍ତ ହତ୍ୟାର କାରଣ ଜାଣିବାରେ ସଫଳତା ମିଳି ପାରିନାହିଁ। ମୋଟାମୋଟି ଦେଖିବାକୁ ଗଲେ ଗୋପାଳ ପାଗଳ କି ନୁହେଁ ସେନେଇ ଯାଞ୍ଚ ଓ ତଦନ୍ତ କରାଯାଉଛି। ହେଲେ ହତ୍ୟାକାଣ୍ଡର କାରଣକୁ ନେଇ ତଦନ୍ତ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। ଫଳରେ ଏହି ଘଟଣାରେ ରାଜ୍ୟବାସୀଙ୍କର ସରକାର ଓ କ୍ରାଇମବ୍ରାଞ୍ଚ ଉପରୁ ଧୀରେ ଧୀରେ ଆସ୍ଥା ତୁଟିବାରେ ଲାଗିଛି। ଏହି ଘଟଣାକୁ ନେଇ ବିଧାନସଭା ଅଚଳ ହୋଇପଡିଥିଲା। ବିରୋଧୀ ଦଳ ଭାଜପା, କଂଗ୍ରେସ ଓ ଅନ୍ୟ ଦଳ ଘଟଣାକୁ ନିନ୍ଦା କରି ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣା ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେଶନ୍‌ର ସହାୟତା ନିଆଯିବ ବୋଲି ସୂଚନା ଦେଇଥିଲେ। ଯାହାକୁ ନେଇ ଶାସକ ଦଳ ବେଶ ଆଲୋଚନା କରିଥିଲା। ହେଲେ ଏହି ତଦନ୍ତ ଭାର ଏଫବିଆଇକୁ ଦିଆଯାଇଛି ତାହା କେଉଁ ସ୍ଥିତିରେ ରହିଛି ତାହା ମଧ୍ୟ ଜଣାପଡୁ ନାହିଁ। ହେଲେ ନବଙ୍କ ଝିଅ ଦିପାଳୀ ହତ୍ୟାକାଣ୍ଡ ନେଇ ସରକାର ଯାହା କରୁଛନ୍ତି ଓ ଯେଭଳି ଭାବେ ତଦନ୍ତ କରୁଛନ୍ତି ତାହା ଠିକ ହେଉଛି। ମୁଖ୍ୟମନ୍ତ୍ରୀ ଓ ସରକାର ଉପରେ ତାଙ୍କର ପୁରା ଭରସା ରହିଛି। ଏହି ଘଟଣା ରାଜନୀତି କରା ନ ଯାଉ ବୋଲି ବାରମ୍ବାର ଗଣମାଧ୍ୟମ ଆଗରେ ବୟାନ ଦେଉଛନ୍ତି। ଦିପାଳୀଙ୍କ ବୟାନକୁ ନେଇ ବିରୋଧୀ ରାଜନେତାମାନେ ମନ୍ତ୍ରୀ ଦାସ ରାଜ୍ୟର ମନ୍ତ୍ରୀ ଥିଲେ ଏହା ତାଙ୍କର ପରିବାର କଥା ନୁହେଁ ବୋଲି ଦିପାଲିଙ୍କୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ହେଲେ ଅନୌପଚାରିକ ଭାବରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି। ବିଭିନ୍ନ ସଭା ସମିତିରେ ନବଙ୍କ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳୁଛି। ଅନ୍ୟପଟେ ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅତାବିରା ଏନଏସି ନିର୍ବାଚନ ପରେ ଶୀଘ୍ର ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ମତପ୍ରକାଶ ପାଉଛି। ହେଲେ ଉପ ନିର୍ବାଚନ ପୂର୍ବରୁ ହତ୍ୟକାଣ୍ଡର କାରଣ ବିଷୟରେ ପ୍ରଶ୍ନ ପଚାରିବେ ଝାରସୁଗୁଡାବାସୀ। ତେଣୁ ରାଜ୍ୟ ସରକାର ସମୟ ପୂର୍ବରୁ କାରଣ ସ୍ପଷ୍ଟ କରନ୍ତୁ ବୋଲି ଆଲୋଚନା ହେଉଛି । ହତ୍ୟା ଘଟଣାରେ ରାଜ୍ୟର ଜଣେ ବରିଷ୍ଠ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ, ଜଣେ ପ୍ରଭାବଶାଳୀ ନେତା ଓ କେନ୍ଦ୍ର ଲିଙ୍କ୍‌ ଥିବା ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା। ରାଜନୈତିକ ଶତ୍ରୁତାଠାରୁ ବ୍ୟବସାୟିକ ଶତ୍ରୁତା କାରଣ ହୋଇପାରେ ବୋଲି ସନ୍ଦେହ ଘେରକୁ ଆସିଥିଲା। ଏଭଳି ଭାବେ ଘଟଣାକୁ ରବିବାର ୫୦ ଦିନ ପୂରି ଯାଇଛି। ହେଲେ ଏବେ ମଧ୍ୟ କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାକୁ ନେଇ ରାଜ୍ୟ ସରକାର ଓ ଦାୟିତ୍ୱରେ ଥିବା କ୍ରାଇମବ୍ରାଞ୍ଚ ନୀରବ ରହିଛି। ଦିନ ଗଡି ଚାଲିଥିବା ବେଳେ ଲୋକଙ୍କ ମନରୁ ମଧ୍ୟ ଘଟଣା ଲିଭିଯିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?