କାରଣ ଅସ୍ପଷ୍ଟ, ସରକାର ନୀରବ

ସମ୍ବଲପୁର,୨୦।୩(ବ୍ୟୁରୋ):ଗତ ଜାନୁୟାରୀ ୨୯ ତାରିଖ ଦିନ ଝାରସୁଗୁଡା ଜିଲା ଗାନ୍ଧୀଛକରେ ଘଟି ଯାଇଥିଲା ଏକ ଅଭାବନୀୟ ଘଟଣା। ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ଥାନୀୟ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଜଣାପଡିବା ପରେ ସମଗ୍ର ରାଜ୍ୟ ସ୍ତବ୍ଧ ହୋଇଯାଇଥିଲା। ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ତଦନ୍ତର ଭାର ନେଇଥିଲେ। ଅଭିଯୁକ୍ତ ଗୋପାଳଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନିଆଯାଇଥିଲା। ପରେ ପାଇଖାନା ଟାଙ୍କି ଭାଙ୍ଗି ଚିଠି ବାହାର କରିବା, ନାର୍କୋ ପରୀକ୍ଷା ପାଇଁ ଭାଜପା ଶାସିତ ରାଜ୍ୟ ଗୁଜରାଟ ନେବା, ଗୋପାଳଙ୍କୁ ରାଜ୍ୟ ମେଡିକାଲ ଟିମ୍‌ ପାଗଳ ନୁହେଁ ବୋଲି କହିବା ପରେ ପୁଣି ଆଉ ଥରେ ପରୀକ୍ଷା କରିବା ପାଇଁ ବେଙ୍ଗାଲୁର୍‌ ନେବା ପାଇଁ ଯୋଜନା କରିବା, କୋର୍ଟରେ କ୍ରାଇମବ୍ରାଞ୍ଚକୁ ଭର୍ତ୍ସନା କରି ପାଗଳ ନୁହେଁ କାହିକିଁ ପରୀକ୍ଷା କରିବ ବୋଲି ପଚାରିବା ଭଳି ଗୋଟିଏ ପରେ ଗୋଟିଏ ଘଟଣା ଏତେ ଦିନ ଭିତରେ ଘଟିଯାଇଛି। ହେଲେ କ୍ରାଇମବ୍ରାଞ୍ଚକୁ ଆଜି ପର୍ଯ୍ୟନ୍ତ ହତ୍ୟାର କାରଣ ଜାଣିବାରେ ସଫଳତା ମିଳି ପାରିନାହିଁ। ମୋଟାମୋଟି ଦେଖିବାକୁ ଗଲେ ଗୋପାଳ ପାଗଳ କି ନୁହେଁ ସେନେଇ ଯାଞ୍ଚ ଓ ତଦନ୍ତ କରାଯାଉଛି। ହେଲେ ହତ୍ୟାକାଣ୍ଡର କାରଣକୁ ନେଇ ତଦନ୍ତ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। ଫଳରେ ଏହି ଘଟଣାରେ ରାଜ୍ୟବାସୀଙ୍କର ସରକାର ଓ କ୍ରାଇମବ୍ରାଞ୍ଚ ଉପରୁ ଧୀରେ ଧୀରେ ଆସ୍ଥା ତୁଟିବାରେ ଲାଗିଛି। ଏହି ଘଟଣାକୁ ନେଇ ବିଧାନସଭା ଅଚଳ ହୋଇପଡିଥିଲା। ବିରୋଧୀ ଦଳ ଭାଜପା, କଂଗ୍ରେସ ଓ ଅନ୍ୟ ଦଳ ଘଟଣାକୁ ନିନ୍ଦା କରି ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣା ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେଶନ୍‌ର ସହାୟତା ନିଆଯିବ ବୋଲି ସୂଚନା ଦେଇଥିଲେ। ଯାହାକୁ ନେଇ ଶାସକ ଦଳ ବେଶ ଆଲୋଚନା କରିଥିଲା। ହେଲେ ଏହି ତଦନ୍ତ ଭାର ଏଫବିଆଇକୁ ଦିଆଯାଇଛି ତାହା କେଉଁ ସ୍ଥିତିରେ ରହିଛି ତାହା ମଧ୍ୟ ଜଣାପଡୁ ନାହିଁ। ହେଲେ ନବଙ୍କ ଝିଅ ଦିପାଳୀ ହତ୍ୟାକାଣ୍ଡ ନେଇ ସରକାର ଯାହା କରୁଛନ୍ତି ଓ ଯେଭଳି ଭାବେ ତଦନ୍ତ କରୁଛନ୍ତି ତାହା ଠିକ ହେଉଛି। ମୁଖ୍ୟମନ୍ତ୍ରୀ ଓ ସରକାର ଉପରେ ତାଙ୍କର ପୁରା ଭରସା ରହିଛି। ଏହି ଘଟଣା ରାଜନୀତି କରା ନ ଯାଉ ବୋଲି ବାରମ୍ବାର ଗଣମାଧ୍ୟମ ଆଗରେ ବୟାନ ଦେଉଛନ୍ତି। ଦିପାଳୀଙ୍କ ବୟାନକୁ ନେଇ ବିରୋଧୀ ରାଜନେତାମାନେ ମନ୍ତ୍ରୀ ଦାସ ରାଜ୍ୟର ମନ୍ତ୍ରୀ ଥିଲେ ଏହା ତାଙ୍କର ପରିବାର କଥା ନୁହେଁ ବୋଲି ଦିପାଲିଙ୍କୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ହେଲେ ଅନୌପଚାରିକ ଭାବରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି। ବିଭିନ୍ନ ସଭା ସମିତିରେ ନବଙ୍କ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳୁଛି। ଅନ୍ୟପଟେ ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅତାବିରା ଏନଏସି ନିର୍ବାଚନ ପରେ ଶୀଘ୍ର ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ମତପ୍ରକାଶ ପାଉଛି। ହେଲେ ଉପ ନିର୍ବାଚନ ପୂର୍ବରୁ ହତ୍ୟକାଣ୍ଡର କାରଣ ବିଷୟରେ ପ୍ରଶ୍ନ ପଚାରିବେ ଝାରସୁଗୁଡାବାସୀ। ତେଣୁ ରାଜ୍ୟ ସରକାର ସମୟ ପୂର୍ବରୁ କାରଣ ସ୍ପଷ୍ଟ କରନ୍ତୁ ବୋଲି ଆଲୋଚନା ହେଉଛି । ହତ୍ୟା ଘଟଣାରେ ରାଜ୍ୟର ଜଣେ ବରିଷ୍ଠ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ, ଜଣେ ପ୍ରଭାବଶାଳୀ ନେତା ଓ କେନ୍ଦ୍ର ଲିଙ୍କ୍‌ ଥିବା ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା। ରାଜନୈତିକ ଶତ୍ରୁତାଠାରୁ ବ୍ୟବସାୟିକ ଶତ୍ରୁତା କାରଣ ହୋଇପାରେ ବୋଲି ସନ୍ଦେହ ଘେରକୁ ଆସିଥିଲା। ଏଭଳି ଭାବେ ଘଟଣାକୁ ରବିବାର ୫୦ ଦିନ ପୂରି ଯାଇଛି। ହେଲେ ଏବେ ମଧ୍ୟ କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାକୁ ନେଇ ରାଜ୍ୟ ସରକାର ଓ ଦାୟିତ୍ୱରେ ଥିବା କ୍ରାଇମବ୍ରାଞ୍ଚ ନୀରବ ରହିଛି। ଦିନ ଗଡି ଚାଲିଥିବା ବେଳେ ଲୋକଙ୍କ ମନରୁ ମଧ୍ୟ ଘଟଣା ଲିଭିଯିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri