ଭାବନାର ବାସ୍ତବତା

ନାରଦ କହିଲେ, ଯିଏ ପୃଥିବୀ ଚାରିପାଖରେ ବୁଲି ଆସିବ ତା’ପାଇଁ ମୁଁ ଗୋଟିଏ ଆମ୍ବ ରଖିଛି। କାର୍ତ୍ତିକେୟ ତତ୍‌କ୍ଷଣାତ ଡେଇଁପଡ଼ି ମୟୂର ଉପରେ ବସିପଡ଼ିଲେ ଏବଂ ପୃଥିବୀ ଚାରିପାଖରେ ଉଡ଼ିବୁଲିଲେ। ଗଣେଶ ତାଙ୍କ ମାତାପିତାଙ୍କ ଚାରିପାଖରେ ଚାଲିକରି ବୁଲି ଆସି ନିଜକୁ ବିଜୟୀ ଘୋଷଣା କଲେ। ଗଣେଶ ଯୁକ୍ତି କଲେ ଯେ ତାଙ୍କ ମାତାପିତା ହେଉଛନ୍ତି ତାଙ୍କ ପାଇଁ ପୃଥିବୀ। ଏଣୁ ସେ ‘ତାଙ୍କ’ ପୃଥିବୀ ଚାରିପାଖରେ ବୁଲି ଆସିଲେ, ‘ଜାଗତିକ’ ପୃଥିବୀ ଚାରିପାଖରେ ନୁହେଁ। ନାରଦ କେଉଁ ପୃଥିବୀ ସମ୍ପର୍କରେ କହିଥିଲେ, ତାହା ସ୍ପଷ୍ଟ କରି ନ ଥିଲେ। ମନ ବାହାରେ ଥିବା ବାହ୍ୟ ବା ପାର୍ଥିବ ପୃଥିବୀ (ଆମେ ସମସ୍ତେ ଯେଉଁ ପୃଥିବୀରେ ରହୁଛୁ) କିମ୍ବା ଆମ ମନସିକ ସ୍ତରରେ ଥିବା ଅନ୍ତର୍ନିହିତ ପୃଥିବୀ ବିଷୟରେ ନାରଦ ଦର୍ଶାଇ ନ ଥିଲେ। ପୃଥିବୀ ତୁଳନାରେ ଆମେ ମାତାପିତାଙ୍କୁ କେତେ ବେଶି ଭଲ ପାଉଛୁ, ଏହି କାହାଣୀ ସେ ସମ୍ପର୍କରେ ନୁହେଁ। ଏହା ହେଉଛି ଏକ କାହାଣୀ ଯାହା ଆକଳନୀୟ ପାର୍ଥିବ ପୃଥିବୀ ଏବଂ ଅମାପ ମାନସିକ ପୃଥିବୀ ମଧ୍ୟରେ ଥିବା ପ୍ରଭେଦକୁ ସୂଚିତ କରୁଛି।
ହିନ୍ଦୁ ଆତ୍ମତତ୍ତ୍ୱ ସିଦ୍ଧାନ୍ତରେ କୁହାଯାଇଛି ଯେ ଭାବନାଠାରୁ ପ୍ରକୃତି ଭିନ୍ନ। ପ୍ରକୃତି ହେଉଛି ମଣିଷ ମନ ବାହାରେ ଥିବା ବସ୍ତୁବାଦୀ ବାହ୍ୟ ସତ୍ତାର ବାସ୍ତବତା। ମଣିଷର ଭାବନା ହେଉଛି ପୁରୁଷ। ଏହା ପ୍ରତ୍ୟେକ ମଣିଷ ମନରେ ଥିବା ଅନ୍ତର୍ନିହିତ ଜ୍ଞାନ ସିଦ୍ଧାନ୍ତର ବାସ୍ତବତା। ଲୋକେ ବହୁ ସମୟରେ ଭାବନା ପାଇଁ ଚେତନା ଓ ଆତ୍ମା ଭଳି ଜଟିଳ ଶବ୍ଦ ବ୍ୟବହାର କରିଥାନ୍ତି। ଭାବନା ରହିଛି, କିନ୍ତୁ ତାହାକୁ ମାପି ହେବ ନାହିଁ କି ନିୟନ୍ତ୍ରଣ କରିହେବ ନାହିଁ କିମ୍ବା ତା’ ବିଷୟରେ ଆକଳନ ମଧ୍ୟ କରିହେବ ନାହିଁ। ଏହା ହେଉଛି ସେହି ଭାବନା, ଯାହା ମଣିଷକୁ ପ୍ରାଣୀ ଓ ଉଦ୍ଭିଦଠାରୁ ପୃଥକ୍‌ କରିଛି।
ମାନବୀୟ ଜିଜ୍ଞାସରୁ ସୃଷ୍ଟି ହୁଏ ମୂଲ୍ୟାଙ୍କନ, ପରୀକ୍ଷଣ ଏବଂ ଗାଣିତିକ ସମୀକରଣ, ଯାହା ପ୍ରକୃତିକୁ ଜୟ କରିବାକୁ ମଣିଷକୁ ଶକ୍ତି ଦେଇଥାଏ। ମଣିଷର ଡେଣା, ଲାଞ୍ଜ କିମ୍ବା ପଞ୍ଝା ନ ଥିଲେ ବି ଏହିସବୁ ବିଷୟ ତାହାକୁ ସୃଷ୍ଟିରେ ଭିନ୍ନ କରିଛି। ଫଳରେ ପୃଥିବୀରେ ପ୍ରାଧାନ୍ୟ ବଢ଼ାଇବାକୁ ଆମେ ସକ୍ଷମ ହୋଇଛୁ। ସେଥିପାଇଁ ଆମେ ବିଭିନ୍ନ ଯାନ୍ତ୍ରିକ ଉପକରଣ ଓ ପ୍ରଯୁକ୍ତି ସୃଷ୍ଟି କରୁଛୁ, ଯାହା ଗୃହସ୍ଥ ମଣିଷ ମନକୁ ନିୟନ୍ତ୍ରଣ ଓ ପ୍ରଭାବିତ କରିପାରୁଛି।
ମୂଳତଃ ମଣିଷ ହେଉଛି ସାମାଜିକ ପ୍ରାଣୀ। ତାହାର ଭୋକ, ଭୟ ଅଛି। ଆମେ ଖାଦ୍ୟ, ସୁରକ୍ଷା ଓ ସାଥୀ ଚାହଁୁ। ଆମେ ପ୍ରାଣୀମାନଙ୍କ ଭଳି ପ୍ରତିଯୋଗିତା କରୁ, ସହଯୋଗ କରୁ, ବଂଶବୃଦ୍ଧି କରିପାରୁ। ଆମେ ମିିତ୍ର ଚାହଁୁ ଏବଂ ଶତ୍ରୁଠାରୁ ଦୂରେଇ ରହୁ। ଆମେ ମରଣଶୀଳ ବୋଲି ସ୍ପଷ୍ଟ ଭାବେ ସଚେତନ। ତେବେ ଆମେ ପୃଥିବୀକୁ ଯେଉଁଭଳି ଦେଖୁ ସେହି ଅନୁସାରେ ଆମ ଭାବନାରେ ପରିବର୍ତ୍ତନ ଆସିଥାଏ। ଆମର ଦୁଇ ପ୍ରକାର କ୍ଷୁଧା ବା କାମନା ଅଛି। ପ୍ରଥମଟି ଶାରୀରିକ କ୍ଷୁଧା, ଯାହା ଦ୍ୱାରା ଆମେ ବଞ୍ଚତ୍ବା ପାଇଁ ଖାଦ୍ୟ, ବସ୍ତ୍ର, ବାସସ୍ଥାନ, ସୁରକ୍ଷା ଏବଂ ଆରାମ ଆବଶ୍ୟକ କରୁ। ଖାଦ୍ୟ ପାଇଁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାକୁ ଚାହଁୁ। ପ୍ରାଣୀଙ୍କ ମଧ୍ୟରେ ମଧ୍ୟ ଏହା ଅଛି। ଅନ୍ୟଟି ହେଉଛି ମାନସିକ କ୍ଷୁଧା; ଯେଉଁଥିରେ ଆମେ ମନୋରଞ୍ଜନ, ଆକର୍ଷଣ, ପ୍ରଭାବ, ସଫଳତା, ସ୍ବାଧୀନତା ଚାହଁିଥାଉ, ଯାହା ପ୍ରାଣୀଙ୍କଠାରେ ନାହିଁ। ଭାବନା ଆମ କ୍ଷୁଧା ଓ ଭୟକୁ ବଢ଼ାଇଦେଇଥାଏ, ଏପରିକି ଆମେ ଅସୀମ କ୍ଷୁଧା ଓ ଭୟର ଏକ ବିଶ୍ୱ କଳ୍ପନା କରିପାରୁ ।
ଏହାସହ ଅସୀମ ଖାଦ୍ୟ ଓ ଅସୀମ ସୁରକ୍ଷାର ବିଶ୍ୱ କଥା ମଧ୍ୟ ଭାବିପାରୁ। ଗ୍ରୀକ୍‌ ପୁରାଣ ବର୍ଣ୍ଣିତ ସ୍ବର୍ଗରେ ଅସୀମ ଖାଦ୍ୟ ଓ ସୁରକ୍ଷାର ପ୍ରତୀକ ହେଉଛି ଶିଙ୍ଗ ଆକୃତିର ଅକ୍ଷୟ ପାତ୍ର, ଯେଉଁଥିରୁ ସବୁବେଳେ ଖାଦ୍ୟ ବାହାରିଥାଏ। ଏହା ହେଉଛି ଐଶ୍ୱରୀୟ ତଥା ଆନନ୍ଦଦାୟକ ଖାଦ୍ୟ, ଯାହା ଗ୍ରୀକ୍‌ ଦେବଗଣଙ୍କୁ ସବୁ ସମୟରେ ସୁସ୍ଥ, ଶକ୍ତିଶାଳୀ ଓ ଯୁବାସ୍ଥାରେ ରଖିଥାଏ।
ପ୍ରାଣୀମାନେ ଖାଦ୍ୟ ଶିକାର ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ସରଳ ଉପକରଣ ଗଢ଼ିଥାନ୍ତି କିମ୍ବା ଉପାୟ ଆପଣାଇଥାନ୍ତି। କିନ୍ତୁ ମଣିଷ ତାହାର ଭାବନା ବା ଜିଜ୍ଞାସା ବଳରେ ଜଟିଳ ଉପକରଣ ସବୁ ତିଆରି କରିଥାଏ। ଏହାକୁ ଆମେ ବ୍ୟବହାର କରି ଭଲ ଶିକାରୀ, କୃଷକ କିମ୍ବା ପଶୁପାଳକ ହୋଇପାରିଛୁ। ଘର, ଖାଦ୍ୟ ଭଣ୍ଡାର, ପୋଷାକ ଆଦି ତିଆରି କରିବା ପାଇଁ ଏହାକୁ ଆମେ ବ୍ୟବହାର କରୁଛୁ। ଏଣୁ ମଣିଷ ପାହାଡ଼ ଉପରେ, ସମୁଦ୍ର ଉପକୂଳରେ, ଜଙ୍ଗଲ ଓ ମରୁଭୂମିରେ, ଥଣ୍ଡା ଏବଂ ଉତ୍ତପ୍ତ ଅଞ୍ଚଳ ଭଳି ସବୁପ୍ରକାର ପରିବେଶରେ ବଞ୍ଚତ୍ବାକୁ ସକ୍ଷମ ହେଉଛି। ଆମେ ପଥର, ଧାତବ, କାଠ, ଅସ୍ଥିର ବୃହତ, କ୍ଷୁଦ୍ର ତଥା ସୂକ୍ଷ୍ମ ଜିନିଷ ତିଆରି କରିଥିଲୁ। ପାଣି, ତାପ ଓ ପବନରୁ କିଭଳି ମଧ୍ୟ ଶକ୍ତି ବାହାରିବ ସେଥିରେ ଆମେ ସଫଳ ହୋଇପାରିଲୁ। ଆମେ ନିଆଁ, ପାଣି ଓ ପବନକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବା ସହ ଗଛ କେମିତି ବଢ଼ିବ, ଗୃହପାଳିତ ପ୍ରାଣୀଙ୍କୁ କିଭଳି ପାଳନ କରାଯିବ ସେଥିରେ ଜ୍ଞାନ ହାସଲ କରି ସଫଳତା ପାଇଲୁ। ଏଥିପାଇଁ ଏକ ସଂସ୍କୃତି ସାମ୍ନାକୁ ଆସିଲା। ଭାବନା ସହିତ ଜିଜ୍ଞାସାର ପରିପ୍ରକାଶ ଘଟିଲା। ଏହା ସହ ଆମେ ଯାହା ଭାବିଲୁ ତାହାକୁ ଅନୁଭବ କରିବାକୁ ସକ୍ଷମ ହୋଇପାରିଲୁ।
ଆମେ ସଂଘବଦ୍ଧ ଶିକାରୀ ପ୍ରବୃତ୍ତିରୁ ବାହାରି କୃଷକ ଓ ପଶୁପାଳକର ଜୀବନ ଧାରାକୁ ବୁଝିଲୁ ଓ ଆପଣାଇଲୁ । ପ୍ରକୃତି ଓ ଗୃହପାଳିତ ପ୍ରାଣୀଙ୍କୁ ନିୟନ୍ତ୍ରଣ କରିପାରିଲୁ। ଚାଷଜମି ଓ ବଗିଚା ସୃଷ୍ଟି କରି ଅଧିକ ଖାଦ୍ୟ ଉତ୍ପାଦନ କରିବାକୁ ସକ୍ଷମ ହେଲୁ। ଅନ୍ୟମାନଙ୍କ କ୍ଷୁଧା ସମ୍ପର୍କରେ ଭାବିଲୁ ଏବଂ ବଜାରର ପରିକଳ୍ପନା କରିବାକୁ ସକ୍ଷମ ହେଲୁ, ଯେଉଁଠାରେ ଜିନିଷଗୁଡ଼ିକ ବିକ୍ରି ଖର୍ଦ୍ଦିି ହେବା ସହ ସେବା ଓ ବିଚାରର ଆଦାନ ପ୍ରଦାନ ହୋଇପାରିଲା। ଏକ ନୂଆ ବିଶ୍ୱ ପରିକଳ୍ପନା, ଶବ୍ଦର ଆଦାନ ପ୍ରଦାନ, ଭାଷା ଆବିଷ୍କାର ଏବଂ ଲେଖା ମାଧ୍ୟମରେ ଯୋଗାଯୋଗ କ୍ଷମତା ମଣିଷକୁ ସ୍ବତନ୍ତ୍ର କରିଛି।
ଯଦିଓ ଆମ ମାନସିକ ସ୍ତରରେ ଏକ ବିଶ୍ୱ କଥା ଭାବିବାରୁ ଆମ ଜୀବନର ମୂଲ୍ୟ ଓ ଉଦ୍ଦେଶ୍ୟକୁ ସ୍ବୀକାର କରୁଥିବା କଥାଗୁଡ଼ିକ ଉପରେ ଗଭୀର ବିଚାରକଲୁ। ଆମେ ମୃତ୍ୟୁ ପରେ କ’ଣ ଘଟେ ସେ ସମ୍ପର୍କରେ ଚିନ୍ତାକଲୁ, ଯାହା ଆମକୁ ସମାଧି ଓ ସ୍ମାରକସବୁ ନିର୍ମାଣ କରିବାକୁ ପ୍ରେରିତ କଲା। ଏହିପରି ଭାବରେ ଆମ ଭାବନା ମଧ୍ୟ କୃଷି, ଶିଳ୍ପ ଓ ଡିଜିଟାଲ ବିପ୍ଳବ ଆଣିବାରେ ସକ୍ଷମ ହେଲା । ଆମେ ଯେଉଁ ଦୁନିଆ ନିର୍ମାଣ କରୁଛୁ ସେଥିରେ ଆମର ସ୍ଥିତିକୁ ବ୍ୟାଖ୍ୟା କରିବା ପାଇଁ ସେହି ସମାନ ଭାବନା ମଧ୍ୟ ମଣିଷକୁ ସାହିତ୍ୟ, ସଙ୍ଗୀତ, ନାଟକ ରଚନା କରିବା ସକାଶେ ସକ୍ଷମ କରାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?