ଚପି ଗଲା ଆରଡିସିସ୍ତରୀୟ ତଦନ୍ତ

ଯାଜପୁର ରୋଡ,୧୬ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କ ଘର ପାଇଁ ଜମିର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢିଛି। ସରକାରୀ ଜମି ଓ ଜଳାଶୟଗୁଡ଼ିକୁ ପୋତି ବେଆଇନ କବ୍‌ଜା ମଧ୍ୟ କରିଗଲେଣି। ତହସିଲ କେବଳ ଜବରଦଖଲ ମାମଲା ରୁଜୁ କରାଯାଇ ଚୁପ ହୋଇ ବସିଛି। ଏହି ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହୁଛି। ରାସ୍ତା ନ ଥାଇ ଚାଷ ଜମିକୁ ଘରଡିହ ଭାବେ ପରିବର୍ତ୍ତନ କରାଯାଉଛି। କେତେକସ୍ଥଳେ ଅନାବାଦୀ ଜମିକୁ ଚଳାଚଳ କରିବାକୁ ଅନୁମତି ଦିଆଯାଇ ବିକ୍ରିବଟା ହେଉଛି। ଏହିସବୁ କାରବାରରେ ବ୍ୟାସନଗର ତହସିଲ କର୍ତ୍ତୃପକ୍ଷ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଗତ ଅକ୍ଟୋବରରେ କୋପଣ୍ଡ ମୌଜାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଆରଡିସିସ୍ତରରେ ତଦନ୍ତ କରାଯାଇ ଉପଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଅର୍ଥ ବଳରେ ଚାପି ଦିଆଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ସରକାରୀ ଜମି ଜବରଦଖଲ ବ୍ୟାସନଗର ସହର ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଛି । ଜିଲା ପ୍ରଶାସନର ନାକ ତଳେ କେବଳ ସରକାରୀ ଜମି ନୁହେଁ ମୁଖ୍ୟ ରାସ୍ତାଗୁଡିକ ମଧ୍ୟ ଜବରଦଖଲ ହୋଇଛି । ଜବରଦଖଲ କଥା ଉଠିଲେ କେବଳ ଗରିବ ଗୁରୁବାଙ୍କ ବସ୍ତି ଉପରେ ନଜର ପଡୁଥିବାବେଳେ ବ୍ୟାସନଗରରେ ଥିଲାବାଲା ଲୋକେ ଅଧିକ ମୂଲ୍ୟବାନ ସରକାରୀ ଜମି ଓ ମୁଖ୍ୟ ରାସ୍ତାଗୁଡିକୁ ଦଖଲରେ ରଖିଛନ୍ତି । ଏହି ଜବରଦଖଲ ହଟାଇବାକୁ ଅନାଗ୍ରହ ପ୍ରଶାସନ ଜବରଦଖଲ ହୋଇ ନ ଥିବା ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେଉନାହିଁ । ଫଳରେ ସରକାରୀ ଜମିର ଜବରଦଖଲକୁ ପ୍ରୋତ୍ସାହନ ମିଳୁଥିବାବେଳେ କେତେଜଣ ଦଲାଲ ଏହାକୁ ଅର୍ଥ ଉପାର୍ଜନର ମାଧ୍ୟମ କରିଛନ୍ତି । କ୍ରମବର୍ଦ୍ଧିଷ୍ଣୁ ସହରରେ ଗରିବ ଲୋକଙ୍କ ଥଇଥାନ ପାଇଁ ପ୍ରଶାସନର କୌଣସି ଯୋଜନା ନ ଥିବାବେଳେ ସେମାନେ ଏଭଳି ଦଲାଲଙ୍କ ଶିକାର ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ କୋପଣ୍ଡ ମୌଜାର ଖାତା ନମ୍ବର ୫୪୨/୬୯୩, ପ୍ଲଟ ନମ୍ବର ୧୭୦୯, କିସମ ଶାରଦ-୨, ୦.୨୬୫ ଡେସମିଲ ଜମିକୁ ଘରବାଡି ଜମି ଭାବେ ପରିବର୍ତ୍ତନ କରିବାକୁ ୨୮ା୧୨ା୨୦୨୧ରେ ଆବେଦନ ହୋଇଥିଲା। ଏନେଇ ବ୍ୟାସନଗର ତହସିଲରେ ୯୧୪୩/୨୦୨୧ରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ କଣ୍ଟାଝରି ରାଜସ୍ବ ନିରୀକ୍ଷକ କାଟେ ପୂର୍ତ୍ତି ୧୪ା୩ା୨୦୨୨ରେ ତଦନ୍ତ କରି ସର୍ବସାଧାରଣ ଚଳାଚଳ ନିମନ୍ତେ ପ୍ଲଟ ନମ୍ବର-୧୫୩୨(କିସମ-ଆଡି) ଉପରେ ଥିବା ମୋରମ ରାସ୍ତା ଉକ୍ତ ପ୍ଲଟକୁ ସଂଯୋଗ କରୁଛି ବୋଲି ଦର୍ଶାଇ ମାମଲାର କିସମ ପରିବର୍ତ୍ତନ ବିଚାର ନିମନ୍ତେ ତହସିଲଦାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ୧୮ା୪ା୨୦୨୨ରେ ତହସିଲଦାର ଉକ୍ତ ମାମଲାର ବିଚାର କରି ଜମି ସ୍ଥାନକୁ ଚଳାଚଳ ରାସ୍ତା ନ ଥିବା ଦର୍ଶାଇ ତାକୁ ଖାରଜ କରି ଦେଇଥିଲେ। ଏହାପରେ ୧୩ା୬ା୨୦୨୨ରେ ବିଭିନ୍ନ କାରଣ ଦର୍ଶାଇ ପୁଣି ସେହି ଜମି ପରିବର୍ତ୍ତନ ମାମଲାକୁ ମଞ୍ଜୁର କରିଥିଲେ। ପ୍ରଥମେ ଖାରଜ ଏବଂ ପରେ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ମାମଲାକୁ ମଞ୍ଜୁର କରାଯାଇଛି ବୋଲି ଯାଜପୁର ରୋଡର କିଶୋର ଚନ୍ଦ୍ର ସେନାପତି ମୁଖ୍ୟମନ୍ତ୍ରୀ, କଟକ କେନ୍ଦ୍ରାଞ୍ଚଳ ଆରଡିସି, ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗ ଆଧାରରେ ଆରଡିସିଙ୍କ କାର୍ଯ୍ୟାଳୟରୁ ୧୪ା୧୦ା୨୦୨୨ରେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରି ଫେରିଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତକାରୀ ଦଳଙ୍କ ସହ ଭିତିରିଆ ବୁଝାମଣା କରି ମାମଲାକୁ ଚପାଇ ଦିଆଯାଇଥିବା ସହରରେ ଚର୍ଚ୍ଚା ହେଉଛି। ସଂପୃକ୍ତ ତହସିଲଦାର ୮(ଏ) ଓଏଲଆର ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ଜମି ମ୍ୟାପରେ ଉକ୍ତ ଜମିକୁ ରାସ୍ତା ନ ଥାଇ ଚାଷ ଜମିକୁ କିପରି ଭାବେ ଘରବାଡ଼ି ଜମିରେ ପରିବର୍ତ୍ତନ କଲେ ତାହା ବିସ୍ମୟ ସୃଷ୍ଟି କରିଛି। ଏହାସହ ବ୍ୟାସନଗର ସହର ବ୍ୟତୀତ ଆଖପାଖ ଅଞ୍ଚଳରେ ଜନବସତି ବୃଦ୍ଧି ପାଉଥିବାବେଳେ ଅଧିକାଂଶ ଜମି ପରିବର୍ତ୍ତନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏହିସବୁ ଅଭିଯୋଗର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକ ଲୋଚନକୁ ଆସି ପାରନ୍ତା ବୋଲି ଦାବି ହେଉଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରେ ଚାଷ ଜମି ପରିବର୍ତ୍ତନ ନିୟମ ଅନୁଯାୟୀ ହୋଇଥିବ। ଆରଡିସି ତଦନ୍ତ ହୋଇଥିବା ନେଇ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri