ଚପି ଗଲା ଆରଡିସିସ୍ତରୀୟ ତଦନ୍ତ

ଯାଜପୁର ରୋଡ,୧୬ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କ ଘର ପାଇଁ ଜମିର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢିଛି। ସରକାରୀ ଜମି ଓ ଜଳାଶୟଗୁଡ଼ିକୁ ପୋତି ବେଆଇନ କବ୍‌ଜା ମଧ୍ୟ କରିଗଲେଣି। ତହସିଲ କେବଳ ଜବରଦଖଲ ମାମଲା ରୁଜୁ କରାଯାଇ ଚୁପ ହୋଇ ବସିଛି। ଏହି ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହୁଛି। ରାସ୍ତା ନ ଥାଇ ଚାଷ ଜମିକୁ ଘରଡିହ ଭାବେ ପରିବର୍ତ୍ତନ କରାଯାଉଛି। କେତେକସ୍ଥଳେ ଅନାବାଦୀ ଜମିକୁ ଚଳାଚଳ କରିବାକୁ ଅନୁମତି ଦିଆଯାଇ ବିକ୍ରିବଟା ହେଉଛି। ଏହିସବୁ କାରବାରରେ ବ୍ୟାସନଗର ତହସିଲ କର୍ତ୍ତୃପକ୍ଷ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଗତ ଅକ୍ଟୋବରରେ କୋପଣ୍ଡ ମୌଜାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଆରଡିସିସ୍ତରରେ ତଦନ୍ତ କରାଯାଇ ଉପଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଅର୍ଥ ବଳରେ ଚାପି ଦିଆଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ସରକାରୀ ଜମି ଜବରଦଖଲ ବ୍ୟାସନଗର ସହର ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଛି । ଜିଲା ପ୍ରଶାସନର ନାକ ତଳେ କେବଳ ସରକାରୀ ଜମି ନୁହେଁ ମୁଖ୍ୟ ରାସ୍ତାଗୁଡିକ ମଧ୍ୟ ଜବରଦଖଲ ହୋଇଛି । ଜବରଦଖଲ କଥା ଉଠିଲେ କେବଳ ଗରିବ ଗୁରୁବାଙ୍କ ବସ୍ତି ଉପରେ ନଜର ପଡୁଥିବାବେଳେ ବ୍ୟାସନଗରରେ ଥିଲାବାଲା ଲୋକେ ଅଧିକ ମୂଲ୍ୟବାନ ସରକାରୀ ଜମି ଓ ମୁଖ୍ୟ ରାସ୍ତାଗୁଡିକୁ ଦଖଲରେ ରଖିଛନ୍ତି । ଏହି ଜବରଦଖଲ ହଟାଇବାକୁ ଅନାଗ୍ରହ ପ୍ରଶାସନ ଜବରଦଖଲ ହୋଇ ନ ଥିବା ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେଉନାହିଁ । ଫଳରେ ସରକାରୀ ଜମିର ଜବରଦଖଲକୁ ପ୍ରୋତ୍ସାହନ ମିଳୁଥିବାବେଳେ କେତେଜଣ ଦଲାଲ ଏହାକୁ ଅର୍ଥ ଉପାର୍ଜନର ମାଧ୍ୟମ କରିଛନ୍ତି । କ୍ରମବର୍ଦ୍ଧିଷ୍ଣୁ ସହରରେ ଗରିବ ଲୋକଙ୍କ ଥଇଥାନ ପାଇଁ ପ୍ରଶାସନର କୌଣସି ଯୋଜନା ନ ଥିବାବେଳେ ସେମାନେ ଏଭଳି ଦଲାଲଙ୍କ ଶିକାର ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ କୋପଣ୍ଡ ମୌଜାର ଖାତା ନମ୍ବର ୫୪୨/୬୯୩, ପ୍ଲଟ ନମ୍ବର ୧୭୦୯, କିସମ ଶାରଦ-୨, ୦.୨୬୫ ଡେସମିଲ ଜମିକୁ ଘରବାଡି ଜମି ଭାବେ ପରିବର୍ତ୍ତନ କରିବାକୁ ୨୮ା୧୨ା୨୦୨୧ରେ ଆବେଦନ ହୋଇଥିଲା। ଏନେଇ ବ୍ୟାସନଗର ତହସିଲରେ ୯୧୪୩/୨୦୨୧ରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ କଣ୍ଟାଝରି ରାଜସ୍ବ ନିରୀକ୍ଷକ କାଟେ ପୂର୍ତ୍ତି ୧୪ା୩ା୨୦୨୨ରେ ତଦନ୍ତ କରି ସର୍ବସାଧାରଣ ଚଳାଚଳ ନିମନ୍ତେ ପ୍ଲଟ ନମ୍ବର-୧୫୩୨(କିସମ-ଆଡି) ଉପରେ ଥିବା ମୋରମ ରାସ୍ତା ଉକ୍ତ ପ୍ଲଟକୁ ସଂଯୋଗ କରୁଛି ବୋଲି ଦର୍ଶାଇ ମାମଲାର କିସମ ପରିବର୍ତ୍ତନ ବିଚାର ନିମନ୍ତେ ତହସିଲଦାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ୧୮ା୪ା୨୦୨୨ରେ ତହସିଲଦାର ଉକ୍ତ ମାମଲାର ବିଚାର କରି ଜମି ସ୍ଥାନକୁ ଚଳାଚଳ ରାସ୍ତା ନ ଥିବା ଦର୍ଶାଇ ତାକୁ ଖାରଜ କରି ଦେଇଥିଲେ। ଏହାପରେ ୧୩ା୬ା୨୦୨୨ରେ ବିଭିନ୍ନ କାରଣ ଦର୍ଶାଇ ପୁଣି ସେହି ଜମି ପରିବର୍ତ୍ତନ ମାମଲାକୁ ମଞ୍ଜୁର କରିଥିଲେ। ପ୍ରଥମେ ଖାରଜ ଏବଂ ପରେ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ମାମଲାକୁ ମଞ୍ଜୁର କରାଯାଇଛି ବୋଲି ଯାଜପୁର ରୋଡର କିଶୋର ଚନ୍ଦ୍ର ସେନାପତି ମୁଖ୍ୟମନ୍ତ୍ରୀ, କଟକ କେନ୍ଦ୍ରାଞ୍ଚଳ ଆରଡିସି, ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗ ଆଧାରରେ ଆରଡିସିଙ୍କ କାର୍ଯ୍ୟାଳୟରୁ ୧୪ା୧୦ା୨୦୨୨ରେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରି ଫେରିଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତକାରୀ ଦଳଙ୍କ ସହ ଭିତିରିଆ ବୁଝାମଣା କରି ମାମଲାକୁ ଚପାଇ ଦିଆଯାଇଥିବା ସହରରେ ଚର୍ଚ୍ଚା ହେଉଛି। ସଂପୃକ୍ତ ତହସିଲଦାର ୮(ଏ) ଓଏଲଆର ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ଜମି ମ୍ୟାପରେ ଉକ୍ତ ଜମିକୁ ରାସ୍ତା ନ ଥାଇ ଚାଷ ଜମିକୁ କିପରି ଭାବେ ଘରବାଡ଼ି ଜମିରେ ପରିବର୍ତ୍ତନ କଲେ ତାହା ବିସ୍ମୟ ସୃଷ୍ଟି କରିଛି। ଏହାସହ ବ୍ୟାସନଗର ସହର ବ୍ୟତୀତ ଆଖପାଖ ଅଞ୍ଚଳରେ ଜନବସତି ବୃଦ୍ଧି ପାଉଥିବାବେଳେ ଅଧିକାଂଶ ଜମି ପରିବର୍ତ୍ତନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏହିସବୁ ଅଭିଯୋଗର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକ ଲୋଚନକୁ ଆସି ପାରନ୍ତା ବୋଲି ଦାବି ହେଉଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରେ ଚାଷ ଜମି ପରିବର୍ତ୍ତନ ନିୟମ ଅନୁଯାୟୀ ହୋଇଥିବ। ଆରଡିସି ତଦନ୍ତ ହୋଇଥିବା ନେଇ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri