Posted inଖେଳ

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର ପୁଲ୍’ ବା RAPP ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୧,୩୦୭ ଜଣ ଖେଳାଳିଙ୍କ ନାମ ରହିଛି। ଫ୍ରାଞ୍ଚାଇଜ୍ ଗୁଡ଼ିକ ଆବଶ୍ୟକ ସ୍ଥଳେ ବଦଳ ଖେଳାଳି ଭାବେ ସେମାନଙ୍କୁ ଦଳରେ ସାମିଲ କରିପାରିବେ।

ଡିସେମ୍ବର ୧୬ରେ ଆବୁଧାବିରେ ହୋଇଥିବା ନିଲାମ ପ୍ରକ୍ରିୟାରେ ବିକ୍ରି ନ ହୋଇଥିବା ଖେଳାଳିଙ୍କ ନାମ RAPPରେ ରହିଛି। ଯଦି କୌଣସି ଦଳର ଜଣେ ଖେଳାଳି ଆହତ ହୁଅନ୍ତି ବା ଅନ୍ୟ କୌଣସି କାରଣରୁ ଖେଳିପାରନ୍ତି ନାହିଁ, ତେବେ ସେହି ଫ୍ରାଞ୍ଚାଇଜ୍ କେବଳ ଏହି RAPP ତାଲିକାରୁ ହିଁ ନୂଆ ଖେଳାଳି ବାଛିପାରିବ।

ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍, ନ୍ୟୁଜିଲ୍ୟାଣ୍ଡର ଡାରିଲ୍ ମିଚେଲ୍, ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ, ଜାମି ସ୍ମିଥ୍ ଏବଂ ରିସ୍ ଟପ୍ଲେଙ୍କ ଭଳି ବଡ଼ ନାମ ଏହି ତାଲିକାରେ ଅଛନ୍ତି। ଅଭିଜ୍ଞ ବୋଲର ଉମେଶ ଯାଦବ, ମୟଙ୍କ ଅଗ୍ରୱାଲ, ଦୀପକ ହୁଡା, କେଏସ୍ ଭରତ, ନଭଦୀପ ସୈନି, ଚେତନ ସାକାରିୟା ଏବଂ ସନ୍ଦୀପ ୱାରିୟରଙ୍କ ଭଳି ଖେଳାଳି ମଧ୍ୟ ସାମିଲ ଅଛନ୍ତି।

BCCI ର ନିୟମ ଅନୁଯାୟୀ କୌଣସି ଫ୍ରାଞ୍ଚାଇଜ୍ ଜଣେ ଖେଳାଳିଙ୍କୁ ତାଙ୍କର ନିର୍ଦ୍ଧାରିତ ବେସ୍ ପ୍ରାଇସ୍ ଠାରୁ କମ୍ ମୂଲ୍ୟରେ କିଣିପାରିବେ ନାହିଁ। ଯଦି କୌଣସି ଦଳ ଜଣେ RAPP ଖେଳାଳିଙ୍କୁ ନେଟ୍ ବୋଲର ଭାବେ ରଖିଛନ୍ତି, ତଥାପି ସେହି ଖେଳାଳିଙ୍କ ଉପରେ ସେମାନଙ୍କର କୌଣସି ଅଗ୍ରାଧିକାର ଅଧିକାର ରହିବ ନାହିଁ। ଯଦି ଅନ୍ୟ କୌଣସି ଦଳ ତାଙ୍କୁ ମୁଖ୍ୟ ଦଳରେ ବଦଳ ଖେଳାଳି ଭାବେ ନେବାକୁ ଚାହାନ୍ତି, ତେବେ ତାଙ୍କୁ ତୁରନ୍ତ ରିଲିଜ୍ କରିବାକୁ ପଡ଼ିବ।

ଏହି ତାଲିକା ପ୍ରକାଶ ପାଇବା ପରେ ଏବେ ଫ୍ରାଞ୍ଚାଇଜ୍ ଗୁଡ଼ିକ ସେମାନଙ୍କର ରଣନୀତି ପ୍ରସ୍ତୁତ କରିବା ସହ ଆଗାମୀ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

Hu ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ପ୍ରପର୍ଟିର ପୂରା ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?