ପ୍ରହେଳିକା

ଜନ୍ମରୁ ମୃତ୍ୟୁ ଯାଏ କେବଳ ଆଲୋକ ଆଉ ଅନ୍ଧକାରର ଖେଳ। ଏଇ ଆଲୁଅ ଅନ୍ଧାରର ପ୍ରହେଳିକାମୟ ଲୁଚକାଳି ଖେଳ ଭିତରେ ମଣିଷ ଖୋଜି ଚାଲିଛି ଚିରନ୍ତନ ସୃଷ୍ଟିର ରହସ୍ୟକୁ। ସେହି ଲକ୍ଷ୍ୟ ସାଧନ ପାଇଁ କିଏ ଆଧ୍ୟାତ୍ମିକ ମାର୍ଗ ଅନୁସରଣକରେ ତ କିଏ ବୈଜ୍ଞାନିକ ପଦ୍ଧତିର ବିଶ୍ଳେଷଣାତ୍ମକ ପନ୍ଥା। ଆଜିର ବିଜ୍ଞାନ ସମୃଦ୍ଧ ସମାଜରେ ଅନେକ ବୁଦ୍ଧିଜୀବୀ ଆଧ୍ୟାତ୍ମିକ ମାର୍ଗକୁ ନ୍ୟୁନକରି ଦେଖନ୍ତି।
ବିଜ୍ଞାନକୁ ମାନୁଥିବା ଲୋକେ ଆଧ୍ୟାତ୍ମିକ ହୋଇପାରନ୍ତି ନ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ ଯେ ବିଜ୍ଞାନର ଅଗ୍ରଗତି ଯୋଗୁ ବିଭିନ୍ନ ଧର୍ମରେ ପ୍ରଚଳିତ ଋଢ଼ିବାଦୀ ଅନ୍ଧବିଶ୍ୱାସ ସବୁର ମୁଖା ଖୋଲିଯାଇଛି। ତଥାପି କିଛି ଧର୍ମାନ୍ଧ ଗୋଷ୍ଠୀ ସେସବୁ ଅନ୍ଧବିଶ୍ୱାସକୁ ଛାଡ଼ିବାକୁ ନାଚାର। ଏଇ ଅନ୍ଧବିଶ୍ୱାସ ଶଦ୍ଦଟି ଅନ୍ଧାର ସହ ଜଡ଼ିତ, ଅର୍ଥାତ୍‌ ଅନ୍ଧଭାବରେ କୌଣସି କଥାକୁ ମାନିନେବା ଯାହା ଅନ୍ଧାରରେ ବାଡ଼ି ବୁଲାଇବା ସଦୃଶ। କୌଣସି କଥାର ଯଥାର୍ଥତା ବା ସତ୍ୟତାକୁ ନ ପରଖି ମାନିନେବା ହେଉଛି ଅନ୍ଧବିଶ୍ୱାସ। ତେବେ ବିଜ୍ଞାନ କ’ଣ କେବେ ଅନ୍ଧାରରେ ବାଡ଼ି ବୁଲାଏ ନାହିଁ? ବିଜ୍ଞାନ ଯାହା କହେ ସବୁ କ’ଣ ପ୍ରମାଣ ସିଦ୍ଧ? ତେବେ ବିଜ୍ଞାନରେ ଦର୍ଶନ କାହିଁକି ଯୋଡ଼ିହୋଇ ରହିଛି? ଉଦାହରଣ ସ୍ବରୂପ ବିଶ୍ୱ ବ୍ରହ୍ମାଣ୍ଡର ଉପତ୍ତ୍ତିର ତତ୍ତ୍ୱ ବିଗ୍‌ବ୍ୟାଙ୍ଗ୍‌ ବା ବିରାଟ ବିସ୍ଫୋରଣର ପର୍ଯ୍ୟାପ୍ତ ପ୍ରମାଣ ନ ଥାଇ ବି ତାହାକୁ ଗ୍ରହଣ କରାଯାଇଛି। ଏହି ତତ୍ତ୍ୱରେ ବିଜ୍ଞାନର ଆଉ ଧର୍ମର ଏକ ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ। ଋକ୍‌ବେଦର ନାଷଦିଅ ସୁକ୍ତରେ (ଦଶମ ମଣ୍ଡଳର ୧୨୯ ସଂଖ୍ୟାର ଶ୍ଳୋକ) ଲିଖିତ ବିଶ୍ୱ ସୃଷ୍ଟିର ରହସ୍ୟ ଅବିକଳ ବିଗ୍‌ବ୍ୟାଙ୍ଗ୍‌ ତତ୍ତ୍ୱର ନକଲ। କେତେଜଣ ବୁଦ୍ଧିଜୀବୀ ମତ ଦିଅନ୍ତି , ବିଗ୍‌ବ୍ୟାଙ୍ଗ୍‌ ତତ୍ତ୍ୱ ସମ୍ଭବତଃ ଋକ୍‌ ବେଦର ନାଷଦିଅ ସୁକ୍ତରୁ ଉଦ୍ଧୃତ କରାଯାଇଛି। ବିଜ୍ଞାନର ଅଗ୍ରଗତି ଯଦି ଦେଖିବା ତେବେ ବିଶ୍ୱର ଉଭୟ ବୃହତର ଓ ସୂକ୍ଷ୍ମତମ ସଂରଚନା କ୍ଷେତ୍ରରେ ଏହା କେବଳ ସମ୍ଭାବନାମତ୍କ ତତ୍ତ୍ୱ ପ୍ରଦାନ କରିପାରିଛି, କୌଣସି ପ୍ରକାର ସ୍ବୟଂସମ୍ପୂର୍ଣ୍ଣ ତତ୍ତ୍ୱ ଏହା ଦେବାକୁ ସକ୍ଷମ ନୁହେଁ। ବିଜ୍ଞାନ ଏହା ଜଣାଇପାରିଛି କି ଆଲୋକର କଣିକା ଦ୍ୱୈତ ପ୍ରକୃତି ବିଶିଷ୍ଟ ଉଭୟ କଣିକା ଓ ତରଙ୍ଗର ମିଶ୍ରଣ, ହେଲେ ଏହା ଜଣାଇପାରି ନାହିଁ ଯେ ଏପରି କାହିଁକି ହେଉଛି।
ପୃଥିବୀର ବାୟୁମଣ୍ଡଳକୁ ଭେଦି ମହାକାଶକୁ ଚାଲିଗଲେ ସବୁ ଅନ୍ଧକାରମୟ ଓ ତାହା ଭିତରେ ଆଲୋକ ପ୍ରଦାନ କରୁଥିବା ନକ୍ଷତ୍ରମାନେ ଛୋଟ ଛୋଟ ବିନ୍ଦୁ ପରି ଦେଖାଯାଆନ୍ତି। କହିବା ବାହୁଲ୍ୟ ଯେ ସାରା ଜଗତରେ ଅନ୍ଧାର ହେଉଛି ସୀମାହୀନ ଆଉ ତା’ ଭିତରେ ଆଲୋକ ହେଉଛି ଅତି ସୀମିତ। ଅନ୍ଧାରର ଗହନ ଅଜ୍ଞତା ଭିତରେ କି ପ୍ରକାର ରହସ୍ୟ ଭରି ରହିଛି ତାହା ଜ୍ଞାତ ହେବାକୁ ଆଲୋକର ଆବଶ୍ୟକତା ଅଛି। ତେଣୁ ଆଲୋକ ହେଉଛି ଜ୍ଞାନର ଅନ୍ୟ ଏକ ରୂପ ଆଉ ଅନ୍ଧାର ହେଉଛି ଅଜ୍ଞତାର ପ୍ରତୀକ। ମହାଭାରତରେ ବର୍ଣ୍ଣିତ ଯକ୍ଷ ଯୁଧିଷ୍ଠିର କଥୋପକଥନରେ ଯକ୍ଷଙ୍କର ଏକ ପ୍ରଶ୍ନ ଥିଲା, ଏ ଦୁନିଆକୁ କ’ଣ ଢାଙ୍କି ରଖିଛି, ଯାହାର ଉତ୍ତର ଦେବାକୁ ଯାଇ ଯୁଧିଷ୍ଠିର କହିଥିଲେ, ସାରା ଜଗତକୁ ଅଜ୍ଞତା ରୂପକ ଅନ୍ଧକାର ଢାଙ୍କି ରଖିଛି। ଥରେ ଚିନ୍ତା କରନ୍ତୁ, ଯଦି ଏ ପୃଥିବୀରୁ ପୂରା ମଣିଷ ସମାଜ ବିଲୀନ ହୋଇଯିବ ତେବେ ଅନୁଶୀଳନ ଚେତନାଶୂନ୍ୟ ଏ ଜଗତରେ ବିଶ୍ୱ ବ୍ରହ୍ମାଣ୍ଡର ସ୍ବରୂପ କିପରି ହେବ। ଏ ଜଗତ ଥାଇ ନ ଥିଲା ପରି ହୋଇଯିବ। ଆଖି ଖୋଲାଥିଲେ ଜଗତକୁ ଦେଖିବା ପାଇଁ ଆଲୋକର ଅବଶ୍ୟକତା ଅଛି ଓ ଘୋର ଅନ୍ଧକାର ମଧ୍ୟରେ ଆଖି ଥାଇ ଆମେ ଅନ୍ଧ ଭଳି। ଜାଗ୍ରତ ଅବସ୍ଥାରେ ଆମ ସଚେତନ ଓ ନିଦ୍ରିତ ଅବସ୍ଥାରେ ଅଚେତନ, ଏହି ଦୁଇ ଅବସ୍ଥାରେ ମଧ୍ୟ ଜଗତ ଆମ ପାଇଁ ଯଥାକ୍ରମେ ଗୋଚର ଆଉ ଅଗୋଚର ସ୍ଥିତିରେ ଥାଏ। ଆଲୋକ ଓ ଅନ୍ଧାରର ଏହି ଖେଳ ମଧ୍ୟରେ ଆମେ ସବୁ ଚେତନାର ଗୋଟିଏ ଗୋଟିଏ କ୍ଷଣସ୍ଥାୟୀ ପିଣ୍ଡ। ଯାହା ବାସ୍ତବ ଭାବୁଛେ ପର ମୁହୂର୍ତ୍ତରେ ତାହା ଅବାସ୍ତବ ପ୍ରତୀୟମାନ ହୁଏ। ଆମେ ସବୁ ଜଣେ ଜଣେ ନିରୀକ୍ଷଣକାରୀ ମାତ୍ର, ଅର୍ଥାତ୍‌ ଜଗତରେ ଯାହା କିଛି ଅଛି ଆମେ ନିରୀକ୍ଷଣ କଲେ ଯାଇ ତାହା ବାସ୍ତବ ଅନ୍ୟଥା ତାହାର ସ୍ଥିତି ଥାଇ ବି ଅମୂଳକ ସଦୃଶ। କଣିକା ବିଜ୍ଞାନର ତତ୍ତ୍ୱକୁ ବଖାଣିବାକୁ ଯାଇ ନିଲ୍‌ ଡୋନାଲ୍ଡ ୱଲ୍ସ କହିଥିଲେ,” ଆମେ ନିରୀକ୍ଷଣ କରୁଥିବା କୌଣସି ବସ୍ତୁ ଆମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ।“ ଅର୍ଥାତ୍‌ ଆମେ ଯଦି ଜହ୍ନକୁ ନିରୀକ୍ଷଣ କରୁଛେ ଏହାଦ୍ୱାରା ଜହ୍ନ ଉପରେ କୌଣସି ପ୍ରଭାବ ପଡ଼େନାହିଁ, ଆମେ ଏ ବିଶାଳ ବିଶ୍ୱର କେବଳ ଏକ ନିରୀକ୍ଷଣକାରୀ ହିଁ ଅଟୁ। ଏହି ମର୍ମରେ ଭଗବଦ୍‌ ଗୀତାର ତୃତୀୟ ଅଧ୍ୟାୟର ୨୭ତମ ଶ୍ଳୋକ ବିଶେଷ ଗ୍ରହଣ ଯୋଗ୍ୟ; ‘ପ୍ରକୃତେଃ କ୍ରିୟମାଣାନୀ ଗୂଣୈଃ କର୍ମାଣୀ ସର୍ବସଃ। ଅହଙ୍କାରବିମୂଢାମତ୍ା କର୍ତାଷମିତି ମନ୍ୟତେ’॥ ଅର୍ଥାତ୍‌ ଜଗତରେ ସମସ୍ତ କର୍ମ ପ୍ରକୃତିର ତାଡ଼ନାରେ ହିଁ ସମ୍ପାଦିତ ହେଉଛି, କିନ୍ତୁ ଅହଂକାରର ବଶବର୍ତ୍ତୀ ଆମତ୍ା ଭାବୁଛି ମଁୁ ହିଁ ସବୁ କିଛି କରୁଛି। ଚେତନଶୀଳ ଆମ ଏ ଶରୀର କେବଳ ଏକ ନିରୀକ୍ଷଣକାରୀ ଆଉ ପ୍ରକୃତିର ପ୍ରରୋଚନାରେ ଯନ୍ତ୍ରବତ୍‌ କାର୍ଯ୍ୟ କରୁଥିବା ଏକ ଜୀବନ୍ତ ପିଣ୍ଡ ବ୍ୟତୀତ ଆଉ କିଛି ନୁହେଁ। ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ସୂକ୍ଷ୍ମ କଣିକାଗୁଡ଼ିକର ବିଚିତ୍ର ବ୍ୟବହାରକୁ ଲକ୍ଷ୍ୟକରି ‘ଭଗବାନ୍‌ ଲୁଡୁ ଖେଳୁନାହାନ୍ତି’ ବୋଲି ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏହାର ତାତ୍ପର୍ଯ୍ୟ ହେଲା ବିଶ୍ୱ ଅବ୍ୟବସ୍ଥିତ ଭାବରେ ସୃଷ୍ଟିହୋଇ ନାହିଁ ବରଂ ସବୁ କିଛି ବ୍ୟବସ୍ଥିତ ଭାବରେ କୌଣସି ଏକ ଅଦୃଶ୍ୟ ସତ୍ୟ ଦ୍ୱାରା ପରିଚାଳିତ ହେଉଛି।
ସମଗ୍ର ଜୀବଜଗତରେ ମାନବ ହେଉଛି ଶ୍ରେଷ୍ଠତର ପ୍ରାଣୀ। କାରଣ ମାନବର ଚେତନା ଥିବା ସହ ବିଷ୍ଳେଶଣାମତ୍କ ଚିନ୍ତନ ଶକ୍ତିର ପ୍ରଖରତା ଅଛି। ପ୍ରକୃତିକୁ ବୁଝିବାର ଦୁର୍ବାର ଉଦ୍ଦୀପନା ମଣିଷକୁ ଅଧିକ କ୍ରିୟାଶୀଳ କରାଇଛି ଏବଂ ସେଥିରେ ଲୁକ୍କାୟିତ ଅନେକ ରହସ୍ୟକୁ ଉଜାଗର କରିଚାଲିଛି। ହେଲେ ପ୍ରକୃତିକୁ ଅଧୀନ କରିବାର ଶକ୍ତି ମଣିଷ ଏ ପର୍ଯ୍ୟନ୍ତ କରାୟତ୍ତ କରିପାରିନାହିଁ। ଏହି ପ୍ରକୃତି ମଧ୍ୟରେ ମଣିଷର ଜନ୍ମ ଓ ମୃତ୍ୟୁର ପ୍ରକ୍ରିୟା ଅହରହ ଚାଲୁ ରହିଛି। ମଣିଷ ଏ ପର୍ଯ୍ୟନ୍ତ ଏହିସବୁ କ୍ରିୟାକୁ ନିଜର ଅଧୀନ କରିପାରି ନାହିଁ। ଜନ୍ମ, ମୃତ୍ୟୁ, ଜରା, ବ୍ୟାଧିକୁ ମଣିଷ ଜୟ କରିବା ଅସମ୍ଭବ ମନେହୁଏ। କହିବା ବାହୁଲ୍ୟ ଯେ ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ସଂସାରର ଏହି ବିଚିତ୍ର ପ୍ରକ୍ରିୟା ମଧ୍ୟରେ ସବୁ ସମାପନ ହେଉଛି। ପଥରଟିଏ ଫିଙ୍ଗିଲେ ତାହା ତଳକୁ ହିଁ ଖସିବ, ଦୁଇଟି ଉଦ୍‌ଜାନ ଓ ଗୋଟିଏ ଅମ୍ଳଜାନ ଅଣୁ ମିଶିଲେ ଜଳ ହିଁ ସୃଷ୍ଟି ହେବ ଏବଂ ଏକ ବସ୍ତୁର ଅଧିକତମ ବେଗ ଆଲୋକର ବେଗଠାରୁ ଅଧିକ ହୋଇପାରିବ ନାହିଁ। ଏସବୁ ବିଧି ନିର୍ଦ୍ଧାରିତ ଏବଂ ବିଜ୍ଞାନ ଏହି ପ୍ରକ୍ରିୟାକୁ କେବଳ ଉଜାଗର କରିପାରିଛି, କିନ୍ତୁ ନିୟମ ବାହାରେ ଯାଇ ଏହି ପ୍ରକ୍ରିୟାକୁ ପରିବର୍ତ୍ତନ କରିପାରି ନାହିଁ। ଅର୍ଥାତ୍‌ ମାନବ ସମାଜର ତଥାକଥିତ ବିଜ୍ଞାନ ଏହି ପ୍ରକୃତିର ଅଧୀନ ।
ପରିଶେଷରେ ଏତିକି କୁହାଯାଇପାରେ, ଯେଉଁ ସ୍ତରରେ ବିଜ୍ଞାନର ସୀମାର ଅନ୍ତ ହୁଏ ସେହିଠାରୁ ଧାର୍ମିକ ଦର୍ଶନର ଆରମ୍ଭ ହୁଏ। ସେଥିପାଇଁ ବୋଧହୁଏ ଅନେକ ବିଖ୍ୟାତ ବୈଜ୍ଞାନିକ ଧାର୍ମିକ ମତବାଦଗୁଡ଼ିକ ପ୍ରତି ଅକୃଷ୍ଟ ହୋଇଛନ୍ତି। ମଣିଷ ଯାହାର ଉତ୍ତର ବିଜ୍ଞାନର ପରିଧି ଭିତରେ ନ ପାଏ ତାହା ସେ ଅତି ଭୌତିକ ଦର୍ଶନରୁ ପାଇବାକୁ ଚେଷ୍ଟାକରେ, ସେଥିରୁ ଧର୍ମୀୟ ମତବାଦ ଓ ଏକ ଦୈବିକ ଭାବନାର ସୃଷ୍ଟି। ପୃଥିବୀର ସର୍ବ ପୁରାତନ ଦର୍ଶନ ବେଦରେ ଲିଖିତ ଅନେକ ରୋଚକ ରହସ୍ୟ ଏହି ପ୍ରକୃତିକୁ ବୁଝିବାର ପ୍ରୟାସ ମାତ୍ର, ସେ ଅଗ୍ନି ହୁଅନ୍ତୁ କି ବର୍ଷା, ଏସବୁର ଉପତ୍ତ୍ତି ପ୍ରକ୍ରିୟାକୁ ବୁଝିବାକୁ ଯାଇ ଦେବତାମାନଙ୍କର ସୃଷ୍ଟି ଯାହାର ଉତ୍ତର ହୁଏତ ଆଜିର ବିଜ୍ଞାନରେ ମିଳିଯାଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ସତ୍ୟ ବି ନ ହୋଇପାରେ।

– ରିତେଶ କୁମାର ଶିଶୁ
ସାଇଲୋ, ବଡ଼ବିଲ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri