ଗୁପ୍ତଚର ବୃତ୍ତି ଓ ବିଶ୍ୱାସଘାତକତା

ପ୍ରାଚୀନ ରାଜତନ୍ତ୍ରରେ ରାଜା ଗୁପ୍ତଚର ମାଧ୍ୟମରେ ତଥ୍ୟ ସଂଗ୍ରହ କରି ରାଜ୍ୟର ବାସ୍ତବ ସ୍ଥିତି ସମ୍ବନ୍ଧରେ ଅବଗତ ହେଉଥିଲେ ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ବେଳେବେଳେ ରାଜା ନିଜେ ମଧ୍ୟ ଛଦ୍ମବେଶରେ ନଗର ଭ୍ରମଣ କରି ପ୍ରଜାଙ୍କ ସୁଖ ଦୁଃଖ ଜ୍ଞାତ ହେଉଥିଲେ। ଏପରି କି ଦୁର୍ନୀତିଗ୍ରସ୍ତ ରାଜକର୍ମଚାରୀଙ୍କ ସମ୍ବନ୍ଧରେ ଗୁପ୍ତତଥ୍ୟ ହାସଲ କରି ସମୁଚିତ ଶାସ୍ତି ବିଧାନ କରୁଥିଲେ। ରାମାୟଣର ବର୍ଣ୍ଣନା ଅନୁଯାୟୀ ଶ୍ରୀରାମ ଛଦ୍ମବେଶରେ ନଗର ଭ୍ରମଣ ଅବସରରେ ରଜକ ଦମ୍ପତିଙ୍କ କଳହ ତାଙ୍କ କର୍ଣ୍ଣଗୋଚର ହେଲା। ”ସୀତା ରାବଣ ଦ୍ୱାରା ଅପହୃତ ହୋଇ ଲଙ୍କାପୁରୀରେ ଏତେକାଳ ରହି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲା ପରେ ଯଦି ତାଙ୍କ ସତୀତ୍ୱ ଅକ୍ଷୁଣ୍ଣ ରହିଲା, ତେବେ ମୁଁ ସ୍ବଳ୍ପକାଳ ପିତ୍ରାଳୟରେ ଅବସ୍ଥାନ କରି ଫେରିବା ପରେ କିପରି ସତୀତ୍ୱ ହରାଇଲି ?“ ଏହା ଥିଲା ରଜକୀର ପ୍ରଶ୍ନ। ନିର୍ଜନ ନିଶାର୍ଦ୍ଧରେ ଏକଥା ପ୍ରଭୁଙ୍କର ଶ୍ରୁତିଗୋଚର ହେବାକ୍ଷଣି ପରଦିନ ଅନୁଜ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ ସୀତାଙ୍କୁ ଘୋର ଅରଣ୍ୟରେ ନିର୍ବାସିତ କରିବା ପାଇଁ। ଏହାଥିଲା ଗୁପ୍ତଚର ଭାବେ ତଥ୍ୟ ସଂଗ୍ରହ କରି ପ୍ରଜାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାର ରାଜଧର୍ମ ଓ ପ୍ରଜାମଙ୍ଗଳ ପାଇଁ ଯେକୈାଣସି କଠୋର ନିଷ୍ପତ୍ତି ନେବାର ଦୃଷ୍ଟାନ୍ତ।
ଗୁପ୍ତଚର ସାଧାରଣତଃ ଦୁଇପ୍ରକାରର। ଶତ୍ରୁ ଦେଶର ଗୁପ୍ତ ତଥ୍ୟ ଆଣି ନିଜ ଦେଶରେ ଦେବା। ଏହା ଜନ୍ମଭୂମି ପ୍ରତି ଆନୁଗତ୍ୟ ଓ ଦେଶ ପ୍ରେମର ନିଦର୍ଶନ। ଅପରପକ୍ଷେ ନିଜ ଜନ୍ମଭୂମିର ସମ୍ବେଦନଶୀଳ ତଥ୍ୟକୁ ଗୁପ୍ତଭାବେ ଶତ୍ରୁରାଷ୍ଟ୍ର ହାତରେ ସମର୍ପି ଦେବା, ଯାହା ଦେଶଦ୍ରୋହର ନମୁନା। ସ୍ପଷ୍ଟ ଭାବେ କହିଲେ ଶତ୍ରୁରାଷ୍ଟ୍ରର ସମ୍ବେଦନଶୀଳ ତଥ୍ୟ ନିଜ ଦେଶକୁ ଯୋଗାଇଲେ ତାହା ହୁଏ ଦେଶପ୍ରେମ ଓ ନିଜ ଦେଶର ସମ୍ବେଦନଶୀଳ ତଥ୍ୟ ଶତ୍ରୁରାଷ୍ଟ୍ରକୁ ଯୋଗାଇଲେ ତାହା ହୁଏ ଦେଶଦ୍ରୋହ। ନିଜ ଦେଶର ଦେଶଦ୍ରୋହୀ ଶତ୍ରୁରାଷ୍ଟ୍ରରେ ସମ୍ମାନ ଲାଭକରେ। ଜଣେ ସଚ୍ଚା ଦେଶପ୍ରେମୀ ଶତ୍ରୁରାଷ୍ଟ୍ରର ଘୃଣ୍ୟ ନଜରରେ ରହେ। ସେହିପରି ଗୁପ୍ତଚର ହେଉଛି ସେହିବ୍ୟକ୍ତି ଯେ ଗୁପ୍ତରେ ନାନା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଗୋପନରେ ଶତ୍ରୁରାଷ୍ଟ୍ରକୁ ପ୍ରଦାନ କରେ। ବିଦେଶାଗତ ଗୁପ୍ତଚର ଅପେକ୍ଷା ସ୍ବଦେଶୀ ଗୁପ୍ତଚର ମାରାମତ୍କ। କାରଣ ସେମାନେ ଯେ ଗୁପ୍ତଚର ଏଭଳି ସଂଶୟ ସାଧାରଣତଃ କାହା ମନରେ ସହଜରେ ହୋଇ ନ ଥାଏ। ମାତ୍ର ସମୟାନ୍ତରେ ଯଦି କୌଣସି ସୂତ୍ରରୁ ସାମାନ୍ୟ ସନ୍ଦେହ ଜାତହୁଏ ଯେ ସମ୍ପୃକ୍ତ ବ୍ୟକ୍ତିର କାର୍ଯ୍ୟଶୈଳୀ ଦେଶ ବିରୋଧୀ, ସେହି ସମୟରୁ ହିଁ ତା’ ଉପରେ ଗୋଇନ୍ଦା ନଜର ଥାଏ। ଉପଯୁକ୍ତ ପ୍ରମାଣପ୍ରାପ୍ତ ହେଲେ ତାକୁ ବନ୍ଦୀ କରାଯାଏ। ପୋଲିସ ତା’ଠାରୁ ଅନେକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରନ୍ତି ଯେ ତା ସହ ଆଉ କିଏ ଅଛି, କେଉଁ ସଂଗଠନ ଅଧୀନରେ ସେ କାର୍ଯ୍ୟକରୁଛି, ତାକୁ କି କି ସୁବିଧା ମିଳୁଛି, କେତେ ଟଙ୍କା ସେ ଏଥିରୁ ରୋଜଗାର କରୁଛି ଇତ୍ୟାଦି। ତଥ୍ୟ ଆଦାୟ କଲା ପରେ ତାକୁ ହାଜତରେ ରଖାଯାଇ ବିଚାର ପ୍ରକ୍ରିୟା ଚାଲେ। ଦୋଷୀ ସାବ୍ୟସ୍ତ ହେଲେ ଆଇପିସି ଧାରା ୩୯୮ ଅନୁଯାୟୀ ଆଜୀବନ ଜେଲ କିମ୍ବା ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରେ।
ଏଠାରେ ପ୍ରଶ୍ନ ଉଠେ ଦେଶଦ୍ରୋହ ଏକ ଜଘନ୍ୟ ଅପରାଧ, ଏକଥା ଜାଣି ମଧ୍ୟ ଜଣେ ଗୁପ୍ତରେ ସ୍ବଦେଶୀ ତଥ୍ୟ ବିଦେଶୀଙ୍କ ହାତରେ କାହିଁକି ଟେକିଦିଏ ? ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଚିହ୍ନିତ କରାଯାଇ ପାରେ। ପ୍ରଥମତଃ ଅଜସ୍ର ଅର୍ଥପ୍ରାପ୍ତି। ଦ୍ୱିତୀୟଟି ହେଉଛି ଯୈାନଲାଳସାରେ ହନିଟ୍ରାପ୍‌ରେ ପତିତ ହେବା। ଜଣେ ନାରୀ ଶତ୍ରୁ ରାଷ୍ଟ୍ରର ସାମରିକ ଅଧିକାରୀଙ୍କୁ ଆକୃଷ୍ଟ କରେ। ସେହି ଅଧିକାରୀ ଜଣକ ମାଟି ମା’ର ମମତାକୁ ଭୁଲି ବିଦେଶୀ ଲଳନା ପ୍ରେମରେ ପଡି ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଦେଶୀ ହାତରେ ଟେକିଦିଏ। ଏପରି ଦେଶଦ୍ରୋହୀ ଗୁପ୍ତଚର ଘଟଣା ଭାରତ ପାଇଁ ନୂଆ ନୁହେଁ। ଡିଆରଡିଓର ବୈଜ୍ଞାନିକ ମହାରାଷ୍ଟ୍ର ଜନ୍ମିତ ପ୍ରଦୀପ କରୁଲକର ହନିଟ୍ରାପ୍‌ର ବଶୀଭୂତ ହୋଇ ଏହି ସଂସ୍ଥାର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନୀ ଗୁପ୍ତଚରଙ୍କୁ ପ୍ରଦାନ କରି ଆସୁଥିଲେ। ୨୦୨୩ରେ ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ ତାଙ୍କୁ ଗିରଫ କରିଥିଲା। ହ୍ବାଟ୍‌ସଆପ୍‌ ମେସେଜ ଓ ଭଏସ୍‌ କଲ ମାଧ୍ୟମରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ବହୁ ସମ୍ବେଦନଶୀଳ ତଥ୍ୟ ଦେଇସାରିଛନ୍ତି। ପାକିସ୍ତାନର ଜଣେ ସୁନ୍ଦରୀ ମହିଳାଙ୍କ ସହ ହ୍ବାଟ୍‌ସଆପ୍‌ ଚାଟିଂ ମାଧ୍ୟମରେ ପ୍ରଦୀପଙ୍କର ବନ୍ଧୁତା ହୋଇଥିଲା। ଜନ୍ମମାଟି ପ୍ରତି ସମାନ ଭାବରେ ବିଶ୍ୱାସଘାତକତା କରିଥିବା ଆଉଜଣେ ହେଲେ ଉତ୍ତରପ୍ରଦେଶର ସତ୍ୟେନ୍ଦ୍ର ସିୱାଲ, ଯାହାଙ୍କୁ ୟୁପିର ଏଟିଏସ୍‌ (ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌) ଗିରଫ କରିବାରେ ସଫଳ ହୋଇଛି। ସତ୍ୟେନ୍ଦ୍ର ମସ୍କୋ ଦୂତାବାସରେ କାର୍ଯ୍ୟରତ ଥାଇ ଭାରତ ପ୍ରତି କରିଥିଲେ ଚରମ ବିଶ୍ୱାସଘାତକତା।
ସେହିପରି ମାଧୁରୀ ଗୁପ୍ତା ନାମକ ଜଣେ ବୈଦେଶିକ ସେବା ଅଧିକାରୀ ଏକଦା ଭାରତର ବୈଦେଶିକ ସଚିବ ଥିଲେ ଓ ପରେ ୨୦୦୭ରେ ଇସଲାମାବାଦ୍‌ସ୍ଥିତ ଭାରତୀୟ ହାଇ କମିଶନରେ ପ୍ରେସ୍‌ ଓ ସୂଚନା ବିଭାଗ ଦାୟିତ୍ୱରେ ଥିଲେ। ସତେବେଳେ ମାଧୁରୀଙ୍କ ବୟସ ଥିଲା ୫୨ବର୍ଷ। ଏ ପରିଣତ ବୟସରେ ମଧ୍ୟ ପାକିସ୍ତାନୀ ଆଇଏସ୍‌ଆଇ ତାଲିମପ୍ରାପ୍ତ ଏଜେଣ୍ଟ ଜାମସେଦ ସହ ବନ୍ଧୁତା ସ୍ଥାପନ କରି ଭାରତର ଗୁପ୍ତତଥ୍ୟ ପ୍ରଦାନରେ ଲିପ୍ତ ଥିଲେ। ୨୦୦୮ରେ ସେ ଗିରଫ ହେଲେ ଓ ବିଚାରାଳୟରେ ଦୋଷୀ ସାବ୍ୟସ୍ତ ହୋଇ ତିନିବର୍ଷ ଜେଲଦଣ୍ଡ ଭୋଗିଲେ। ୨୦୨୧ରେ ମାଧୁରୀଙ୍କର ମୃତ୍ୟୁ ଘଟିଲା।
ଏପ୍ରିଲ ୨୨ ପହଲଗାମ୍‌ ମୃତ୍ୟୁ ବିଭୀଷିକା ପରେ ପାକିସ୍ତାନ ସହ ଭାରତର ତିକ୍ତତା ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ଗଭୀର ଗୋଇନ୍ଦା ଅନୁସନ୍ଧାନର ଫଳସ୍ବରୂପ ଯେଉଁ ମହିଳା ଗୁପ୍ତଚରଙ୍କ ନାମ ପ୍ରକଟ ହୋଇଛି ସେ ହେଉଛନ୍ତି ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ଆଉ ୧୨ଜଣ। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ କିଛି ଗୁପ୍ତ ତଥ୍ୟ ପ୍ରଦାନ କରିଥିବାର ପ୍ରମାଣ ମିଳି ସାରିଛି। ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସର ଜଣେ ବରିଷ୍ଠ ଅଧିକାରୀ ଦାନିଶ୍‌ଙ୍କ ମାଧ୍ୟମରେ ଭାରତର ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଇ ସାରିଛନ୍ତି। ଆମେ ଓଡ଼ିଶାବାସୀ ବିଶେଷ ଭାବେ ଜ୍ୟୋତି ମାଲହୋତ୍ରାଙ୍କ କାର୍ଯ୍ୟକଳାପ ପ୍ରତି ଅଧିକ ଧ୍ୟାନ କେନ୍ଦ୍ରିତ କରୁଛୁ-ଜ୍ୟୋତି ସହ ହାତ ମିଳାଇଛନ୍ତି ପୁରୀର ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି। ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ଭ୍ରମଣରେ ଆସି ପ୍ରିୟଙ୍କାଙ୍କ ସହ ମିଳିତ ହୋଇ ଏକତ୍ର ଭ୍ରମଣ କରିଥିବା ଜଣାପଡ଼ିଛି।
ଇଂରେଜ ଶାସନ କାଳରେ ଯେଉଁ ଭାରତୀୟମାନେ ଭାରତ ବିରୋଧୀ ମନୋଭାବ ନେଇ କିଛି ଉକେତ୍ାଚ ବିନିମୟରେ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲେ ସେମାନଙ୍କୁ ଇଂରେଜ ସରକାର ନମକ ହାରାମ ଭତ୍ତା ପ୍ରଦାନର ବ୍ୟବସ୍ଥା କରୁଥିଲେ। ଏହା ଲଜ୍ଜାକର ହେଲେ ବି ସେତେବେଳେ ମଧ୍ୟ କିଛିଲୋକ ଭାରତ ପାଇଁ ବିଶ୍ୱାସଘାତ କରୁଥିବାର ପ୍ରମାଣ ରହିଛି। ଜନ୍ମମାଟି ମା’ ସହ ବିଶ୍ୱାସଘାତକତା ତ ଦୂରର କଥା- ଜନ୍ମମାଟି ବିରୋଧରେ କୌଣସି ପ୍ରତିକୂଳ ମନ୍ତବ୍ୟକୁ ଜଣେ ସଚ୍ଚା ଭାରତୀୟ କେବେ ସହିପାରିବ ନାହିଁ। ତା’ ହୃଦୟରେ ପ୍ରତିରୋଧ ଓ ପ୍ରତିଶୋଧର ଅନିର୍ବାପିତ ବହ୍ନି ଜଳିଉଠେ। ଏତେବଡ ଜଘନ୍ୟ ଅପରାଧ କେବଳ ଜଣେ ପାପୀ ପକ୍ଷରେ ହିଁ ସମ୍ଭବ ହୋଇପାରେ। ପାପୀ ପ୍ରତି ସମୁଚିତ ଦଣ୍ଡର ଆବଶ୍ୟକତାକୁ ଦୂରେଇ ଦିଆଯାଇ ନ ପାରେ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪ ୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

‘ଅପରେଶନ ସିନ୍ଦୂର’ ଡକ୍ୟୁମେଣ୍ଟାରୀ: ହଜିଲା ପାକିସ୍ତାନର ନିଦ, ରାତି ୨ଟାରେ ଜାରି କଲା ବିବୃତ୍ତି

ଇସଲାମାବାଦ,୧୯।୮: ’ଅପରେଶନ ସିନ୍ଦୂର’ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀକୁ ନେଇ ପାକିସ୍ତାନ ଉତ୍ତେଜିତ ହୋଇ ଉଠିଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ…

ସାବଧାନ ଆସୁଛି ନିୟମ! ସରକାରୀ ଚାକିରିଆଙ୍କ କଟିବ ୨୦% ଦରମା

ନୂଆଦିଲ୍ଲୀ, ୧୯।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର କହିଛନ୍ତି ଯେ, ଆଇନଗତ ଭାବେ ବିବାହ ବିଚ୍ଛେଦ (ଡିଭୋର୍ସ) ନନେଇ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ…

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)…

ଇମ୍ରାନ ଖାନ ନଅ ମାସ ପରେ ପ୍ରଥମ ଥର ପାଇଁ ପତ୍ନୀ ବୁଶରା ବିବି- ଭଉଣୀଙ୍କୁ ଭେଟିଲେ

ଇସଲାମାବାଦ,୧୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ତେହରିକ-ଏ-ଇନସାଫ (PTI)ର ପ୍ରତିଷ୍ଠାତା ଇମ୍ରାନ ଖାନ ରାୱଲପିଣ୍ଡିର ଆଡିଆଲା ଜେଲରେ ନଅ ମାସ ମଧ୍ୟରେ ପ୍ରଥମ ଥର ପାଇଁ…

ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri