ବଦଳିଗଲା ପେସା

ପାଠ ପଢ଼ା ସମୟରେ ସମସ୍ତେ କିଛି ନା କିଛି ଲକ୍ଷ୍ୟ ରଖତ୍ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିଥାନ୍ତି ା କେତେଜଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି ତ ଅାଉ କେତେଜଣଙ୍କ
ଭାଗ୍ୟରେ ବିଡମ୍ବନା ଘଟେ, ପ୍ରତିକୂଳ ପରିସ୍ଥିତି ଓ ନୂଅା କିଛି କରିବାର ଅାଗ୍ରହ ଯୋଗୁଁ ସେମାନଙ୍କର କର୍ମପନ୍ଥା ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଏ ଏବଂ ସେମାନେ ସେହି କର୍ମପନ୍ଥାକୁ ଅାପଣାଇ ବଢ଼ିଚାଲନ୍ତି ଅାଗକୁ …

ସମାଜସେବାରେ ମତେ ଅାନନ୍ଦ ମିଳୁଛି : କଥାରେ ଅଛି ଯେତେବେଳେ ସବୁରାସ୍ତା ବନ୍ଦ ହୋଇଯାଏ, ଭଗବାନ ଅନ୍ୟ ଏକ ରାସ୍ତା ଖୋଲିଦିଅନ୍ତି ଏମିତି କିଛି ଘଟିଥତ୍ଲା ୟୁନିଟ୍-୩ ଖାରବେଳ ନଗରରେ ରହୁଥତ୍ବା ବବିନା ନାୟକଙ୍କ ଜୀବନରେ ବାପା ଗୁଣ୍ଡିଚା ନାୟକ ଓ ମା ମିନା ନାୟକଙ୍କର ସେ ହେଉଛନ୍ତି ଦ୍ୱିତୀୟ ସନ୍ତାନ ବଡ ଭଉଣୀଙ୍କର ବିବାହ ପରେ ଘର ସମ୍ଭାଳିବାର ଦାୟିତ୍ୱ ତାଙ୍କ ଉପରେ ଘର ଖର୍ଚ୍ଚ ପାଇଁ ବାପାଙ୍କର ରୋଜଗାର ଅଣ୍ଟୁ ନ ଥତ୍ଲା
ସେଥତ୍ପାଇଁ ସେ କଲେଜ ଜୀବନରୁ ହିଁ ଭଲ ଚାକିରି କରିବା ପାଇଁ ପରିଶ୍ରମ ଅାରମ୍ଭ କରି ଦେଇଥତ୍ଲେ ଲକ୍ଷ୍ୟ ଥତ୍ଲା ପୋଲିସ୍ ଇନ୍ସପେର ହେବା ପାଇଁ ସେ କଲେଜରୁ ହିଁ ଏନ୍.ସି.ସି.ରେ ଯୋଗ ଦେଇଥତ୍ଲେ ଏହା ସହିତ ଫାଏରିଙ୍ଗ୍ରେ ସେ ଥତ୍ଲେ ସ୍ବର୍ଣ୍ଣ ପଦକଧାରୀ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଥତ୍ଲେ ମଧ୍ୟ ଦୁଇଥର ଲିଖତ୍ତ ପରୀକ୍ଷାରେ ପାସ୍ ହୋଇ ଫିଜିକାଲ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ ଦୁଇ ଦୁଇ ଥର ବିଫଳ ଓ ଘରର ଅାର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥତ୍ବାରୁ ସେ ଅନ୍ୟ ଚାକିରି ସନ୍ଧାନରେ ଲାଗି ପଡିଲେ
ଏହି ସମୟରେ ତାଙ୍କୁ ନହରକଣ୍ଟାରେ ପଲ୍ଲୀ ଉନ୍ନୟନ ସେବା ସମିତିରେ ସମାଜସେବୀ ହେବାର ସୁଯୋଗ ମିଳିଲା ଏଠାରେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ୧୮ ବର୍ଷରୁ କମ୍ ବୟସ ପିଲା, ଯେଉଁମାନେ ବିଭିନ୍ନ ଅପ୍ରାକୃତିକ ପରିବେଶର ସମ୍ମୁଖୀନ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କୁ ପାଠ ପଢିବାର ସୁଯୋଗ ଦେବା ସହିତ ପୁରୁଷଙ୍କ ଅପବ୍ୟବହାରର ଶିକାର ହୋଇଥତ୍ବା ମହିଳାମାନଙ୍କୁ ସାହାଯ୍ୟ, ଲକ୍ଡାଉନ୍ ସମୟରେ ଭିକାରିମାନଙ୍କୁ ଖାଦ୍ୟ ଯୋଗେଇବା ପରି ଲୋକହିତ କାମ ଅାଦି କରିବାରେ ବହୁତ ଅାନନ୍ଦ ମିଳୁଛି ବୋଲି ସେ କୁହନ୍ତି
ପରିସ୍ଥିତି ଯୋଗୁ ଭିନ୍ନ ମୋଡ଼ :
ମଣିଷ ପରିସ୍ଥିତିର ଦାସ ପରିସ୍ଥିତି ବେଳେବେଳେ ଜୀବନର ମୋଡ ବଦଳାଇ ଦେଇଥାଏ ଏପରି ଏକ ବିଷାଦ ପରିସ୍ଥିତି ରଚନା ରାଉତଙ୍କ ଜୀବନର ମୋଡ ବଦଳାଇ ଦେଇଛି ଟଙ୍କପାଣି ରୋଡ ନିକଟସ୍ଥ ବାଙ୍କୁଅାଳରେ ତାଙ୍କ ଘର ବୟସ ମାତ୍ର ୨୫ ନିକଟ ଅତୀତରେ କରୋନାରେ ତାଙ୍କ ପିତା ସ୍ବର୍ଗତ ରମେଶ ଚନ୍ଦ୍ର ରାଉତଙ୍କ ଅକାଳ ବିୟୋଗ ଘଟିଲା, ଏହା ସାରା ପରିବାରକୁ ସ୍ତମ୍ଭୀଭୂତ କରିଥତ୍ଲା ଏବଂ ପରିବାରରେ ଶୋକର ଛାୟା ଖେଳି ଯାଇଥତ୍ଲା ଏବେ ତାଙ୍କ ପରିବାର କହିଲେ ମାଅା ସଂଯୁକ୍ତା ରାଉତ ଓ ବଡଭାଇ ରାଜକୁମାର ରାଉତ ସେ ଏବେ ଉକତ୍ଳ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନରେ ସ୍ନାତକ କରିବା ସହିିତ ତିନିମାସ ହେବ ପଟିଅାସ୍ଥିତ ରିଲାନ୍ସ କମ୍ପାନୀର ଟେଲିକମ୍ ବିଭାଗରେ କାମ କରୁଛନ୍ତି ଏକ ମନସ୍ତତ୍ତ୍ୱ ବିଶେଷଜ୍ଞ ହେବାପାଇଁ ଅାଶା ରଖତ୍ଥତ୍ବା ରଚନା ଏବେ ପରିସ୍ଥିତିରେ ପଡି ଏକ ଭିନ୍ନଧରଣର ପେସାକୁ ଅାପଣାଇଛନ୍ତି ମୁରବିଙ୍କ ପରେ ଘରର ଦାୟିତ୍ୱ ସହ ନିଜ ପାଠ ପଢାକୁ ହେଳା ନ କରି ଘରର ମେରୁଦଣ୍ଡ ହୋଇ ଛିଡାହେବାକୁ ଚେଷ୍ଟା କରି ଚାଲିଛନ୍ତି
ଶିକ୍ଷକତାରୁ ଅାତ୍ମସନ୍ତୋଷ ମିଳେ :
ପିଲାଦିନରୁ ସଙ୍ଗୀତ ପ୍ରତି ଥତ୍ଲା ତାଙ୍କର ସ୍ବତନ୍ତ୍ର ରୁଚି ଇଚ୍ଛାଥତ୍ଲା ଏକ ପ୍ରସିଦ୍ଧ କଣ୍ଠଶିଳ୍ପୀ ହେବା ପାଇଁ
କିନ୍ତୁ ପରିବେଶ ଓ ପରିସ୍ଥିତି ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ନେଇଅାସିଲା ଭୁବନେଶ୍ୱରର ରସୁଲଗଡରେ ରହୁଥତ୍ବା ରେଣୁବାଳା ସାମନ୍ତରାୟଙ୍କୁ ସେ ସଙ୍ଗୀତ ଓ ଶିକ୍ଷକତା ମଧ୍ୟରୁ ଶିକ୍ଷକତାକୁ ପ୍ରାଧାନ୍ୟତା ଦେଲେ ଏବଂ ସେଥତ୍ରେ ସଫଳତା ହାସଲ କରିଛନ୍ତି ପ୍ରଥମେ ଏକ ଘରୋଇ ସ୍କୁଲରେ ଶିକ୍ଷକତା ଅାରମ୍ଭ କରିବା ପରେ ନିଜେ ଏକ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥତ୍ଲେ ବର୍ତ୍ତମାନ ସେ ରସୁଲଗଡସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟିତ୍ରୀ ଜଣେ ଶିକ୍ଷୟିତ୍ରୀରୁ ଏକ ଅାଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହେବା ପଛରେ ତାଙ୍କୁ ବହୁତ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥତ୍ଲା ଅବଶ୍ୟ ଏବେ ସଙ୍ଗୀତକୁ ସେ ସମ୍ପୂର୍ଣ୍ଣରୂପେ ଛାଡି ନାହାନ୍ତି ବିଭିନ୍ନ ସାଂସ୍କୃତିକ କାଯର୍ୟକ୍ରମରେ ସଙ୍ଗୀତ ପରିବେଷଣ କରି ଅାତ୍ମସନ୍ତୋଷ ପାଉଛନ୍ତି
ନିଜ ପାଇଁ ନେଲି ଭିନ୍ନ ନିଷ୍ପତ୍ତି : ଲକ୍ଷ୍ୟସ୍ଥଳର ଖୁବ୍ ନିକଟତର ହୋଇ ହଠାତ୍ ଓହରିଯିବା ବହୁତ କଷ୍ଟ ଏମିତି ଏକ କାହାଣୀ ହେଉଛି ନୟାଗଡ, ଶରଣକୂଳ ଗାଁର ମହାଦେବ ବିଶ୍ୱାଳ ଓ ଶାନ୍ତିଲତା ବିଶ୍ୱାଳଙ୍କ ଝିଅ ସୋନମ ବିଶ୍ୱାଳଙ୍କର ପିଲାଦିନୁ ମାମୁଙ୍କ ପରି ଅାୟୁର୍ବେଦ ଡାକ୍ତର ହେବାର ସ୍ବପ୍ନ ଦେଖତ୍ଥତ୍ଲେ ସୋନମ୍ ସେଥତ୍ପାଇଁ +୨ ବିଜ୍ଞାନ ପଢ଼ିବା ସହିତ ସେ ମେଡିକାଲ ସାଇନ୍ସ କୋଚିଙ୍ଗ ନେଇଥତ୍ଲେ ଏବଂ ପୁରୀ ଅାୟୁର୍ବେଦିକ କଲେଜରେ ନାମଲେଖା ପାଇଁ ମନୋନୀତ ହୋଇସାରିଥତ୍ଲେ କିନ୍ତୁ ଅାଡ୍ମିଶନ ହେବା ଦିନ ହୋଇଥତ୍ଲା ତାଙ୍କର ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଏହା ପରେ ଡାକ୍ତରୀ ପଢିବା ବୋଧେ ତାଙ୍କ ପାଇଁ ଠିକ୍ ନୁହେଁ ଭାବି ସେ ଇଞ୍ଜିନିୟରିଂ କରିବା ଲାଗି ସ୍ଥିର କଲେ ଏହାପରେ ଭୁବନେଶ୍ୱରର ପଟିଅାସ୍ଥିତ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଲେ ହଠାତ୍ ମତ ପରିବର୍ତ୍ତନ କରିଥତ୍ବାରୁ ତାଙ୍କ ପରିବାର ଲୋକ ପ୍ରଥମେ ଅସନ୍ତୁଷ୍ଟ ହୋଇଥତ୍ଲେ
ଏହାସତ୍ତ୍ୱେ ସେ ତାଙ୍କ ମନୋବଳ ଦୃଢ ରଖତ୍ ଅାଗକୁ ମାଡିଚାଲିଲେ
ପଢା ସରିବା ପରେ ସେ ୨ ବର୍ଷ ହେବ ବାଙ୍ଗାଲୋରର ଲୁମ୍ବିନ୍ ଏଲିଟ୍ କମ୍ପାନୀରେ ସଫ୍ଟେଓ୍ବର ଇଞ୍ଜିନିୟର ଭାବେ କାମ କରୁଛନ୍ତି
ମୋ କାମକୁ ସୂଚାର ରୂପେ କରିପାରୁଛି : ଯେତେବେଳେ ପରିବାରରେ ଅାଥର୍ତ୍କ ପରିସ୍ଥିତି ବଢିବାରେ ଲାଗେ, ସେତେବେଳେ ପରିବାର ପିଲାଙ୍କ ଉପରେ ଏହାର ପ୍ରଭାବ ପଡେ ଏମିତି ଏକ ପରିସ୍ଥିତିରେ ପାଠଛାଡି ଚାକିରି କରିବାକୁ ପଡିଲା ଭୁବନେଶ୍ୱରର ୟୁନିଟ୍ -୪ରେ ରହୁଥତ୍ବା ମାମିନା ଅକତାରଙ୍କୁ ତାଙ୍କର ଅାଶା ଥତ୍ଲା ଇଞ୍ଜିନିୟର ହେବା ପାଇଁ
ଏଥତ୍ପାଇଁ ସେ ଇଞ୍ଜିନିୟରିଂରେ ଡିପ୍ଲୋମା ମଧ୍ୟ କରିଥତ୍ଲେ କିନ୍ତୁ ପରିବାରରେ ଅାଥର୍ତ୍କ ଅସୁବିଧା ଯୋଗୁ ନିଜ ଇଚ୍ଛାକୁ ଭୁଲି ଚାକିରି ସନ୍ଧାନରେ ଲାଗି ପଡିଲେ
ସେ ପ୍ରଥମେ ଟେକ୍ ଅଫ୍ ମହିନ୍ଦ୍ରା କମ୍ପାନୀରେ କାମ କରୁଥତ୍ଲେ ବର୍ତ୍ତମାନ ସେ ଫିନ୍ମେଟ୍ରିକ୍ ଫାଇନାନ୍ସ କମ୍ପାନୀରେ ଅାସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଛନ୍ତି ଏହି ଧରଣର କାମ ଶିଖତ୍ବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଥତ୍ଲା ନିଜ ପରିଶ୍ରମ ଦ୍ୱାରା ସେ ଧୀରେ ଧୀରେ ପଦୋନ୍ନତି ପାଇ ସଫଳତା ହାସଲ କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri