ଯୁକ୍ତ୨ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କରୋନା ପାଇଁ ଗତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କିନ୍ତୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ନ ହେଲେ ବିକଳ୍ପ ପଦ୍ଧତିରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ଯୁକ୍ତ୨ ପାଇଁ ସେଭଳି କୌଣସି ବିକଳ୍ପ ବ୍ୟବସ୍ଥା ହୋଇ ନ ଥିବାରୁ ଏଥର ଅଫ୍‌ଲାଇନ୍‌ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପ୍ରାୟତଃ ନିଶ୍ଚିତ ହୋଇଯାଇଛି। ଇତିମଧ୍ୟରେ ଏହି ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କରି ଜାନୁୟାରୀ ଶେଷ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ବିଦ୍ୟୁତ୍‌ ସମସ୍ୟା ରହିଥିବ ସେଠାରେ ସୋଲାର ଭଳି ବିକଳ୍ପ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଯେଉଁସବୁ ସ୍କୁଲ ଉପାନ୍ତ ଅଞ୍ଚଳ ମଧ୍ୟରେ ରହିଛି ଏବଂ ଯଦି ସମ୍ପୃକ୍ତ ଅଞ୍ଚଳକୁ କୌଣସି ବିଦ୍ୟୁତ୍‌ ସଂଯୋଗ ପହଞ୍ଚତ୍ ନ ଥିବ କିମ୍ବା ବିଦ୍ୟୁତ୍‌ ସମସ୍ୟା ରହିଥିବ, ସେସବୁ ଅଞ୍ଚଳରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ସୋଲାର ବ୍ୟବସ୍ଥାକୁ ବିକଳ୍ପ ଭାବେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ସେହିପରି ଯେଉଁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ରହିବା ଭଳି ଆଇରନ୍‌ ଚେଷ୍ଟ, ପାଚେରି, ସିସି କ୍ୟାମେରା ବ୍ୟବସ୍ଥା ନ ଥିବ ସେହି ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ଏହାର ଜିଲାୱାରୀ ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ଚୂଡ଼ାନ୍ତ ପରୀକ୍ଷା କେନ୍ଦ୍ରର ତାଲିକା କରାଯିବ। ଏଥିସହ ପରୀକ୍ଷା କେନ୍ଦ୍ର ପାଇଁ ୬ଟି ମାନଦଣ୍ଡକୁ ଅଗ୍ରଧିକାର ଦିଆଯାଇଛି। ଆବଶ୍ୟକ ଭିତ୍ତିଭୂମି ସହ ପାଚେରୀ, ମୁଖ୍ୟ ଫାଟକ ଓ ସ୍କୁଲ ଫାଟକରେ ଗେଟ୍‌ ବ୍ୟବସ୍ଥା, କରିଡର, ଶ୍ରେଣୀଗୃହରେ ସିସି କ୍ୟାମେରା, ବିଦ୍ୟୁତ୍‌ ସଂଯୋଗ, ଲାଇଟ୍‌, ଫ୍ୟାନ୍‌, ପିଇବା ପାଣିର ବ୍ୟବସ୍ଥା ଥିବା ବାଧ୍ୟତାମୂଳକ କରାଯାଇଛି। ବିଶେଷକରି କୋଭିଡ୍‌ କଟକଣା ସହ ପରୀକ୍ଷାର୍ଥୀଙ୍କ ଲାଗି ମୌଳିକ ସୁବିଧା ଓ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଗତ କିଛିବର୍ଷ ହେବ ବିଦ୍ୟୁତ ସଂଯୋଗ ନ ଥିବା ଓ ବାରମ୍ବାର ବିଦ୍ୟୁତ୍‌କାଟ ପାଇଁ ପରୀକ୍ଷା ସହ ଖାତାଦେଖାରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଥିଲା। ତେଣୁ ଏଥର ପ୍ରଥମ ପର୍ଯ୍ୟାୟ ଅନୁଧ୍ୟାନ ରିପୋର୍ଟରେ କେଉଁ କଲେଜରେ ବିଦ୍ୟୁତ୍‌ ବ୍ୟବସ୍ଥା ରହିଛି ଏବଂ କେଉଁଠି ସମସ୍ୟା ରହିଛି ତାହାର ତାଲିକା ପ୍ରସ୍ତୁତ କରାଯିବ। ବିଦ୍ୟୁତ୍‌ ସମସ୍ୟା ରହିଥିଲେ ବିକଳ୍ପ ବ୍ୟବସ୍ଥା ଭାବେ ସୋଲାର ବ୍ୟବସ୍ଥା କରାଯିବ। ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନର ଟଙ୍କା ବ୍ୟୟ କରାଯିବ। ଏନେଇ ପ୍ରାଥମିକ ସ୍ତରରେ କେତେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ହୋଇନାହିଁ। ଜାନୁୟାରୀରେ ଅନୁଧ୍ୟାନ ରିପୋର୍ଟ ମିଳିବା ପରେ ବଜେଟ ପ୍ରସ୍ତୁତ କରାଯାଇ ଫେବୃୟାରୀ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏହି ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ। ସେହିପରି ଏଥର ପରୀକ୍ଷା ପୂର୍ବରୁ ଜିଲାୱାରୀ ମକ୍‌ଡିଲ୍‌ ମଧ୍ୟ ହେବ, ଯେଉଁଥିରେ ପ୍ରଥମଥର ପାଇଁ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ରହିବେ ବୋଲି ନିଷ୍ପତ୍ତି ହୋଇଛି। ପରୀକ୍ଷାରେ ସର୍ବାଧିକ ସ୍ବଚ୍ଛତାକୁ ଗୁରୁତ୍ୱ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାମେନେଇଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ବଡ଼ ଅଫର୍‌ ଦେଲା ଇରାନ? ଚମକାଇଲା…

ତେହରାନ,୨୬।୩: ଆଜି ମଧ୍ୟପ୍ରାଚ୍ୟରେ ସଂଘର୍ଷର ୨୭ତମ ଦିନ। ଇରାନର ସର୍ୱୋଚ୍ଚ ନେତା ଖାମେନେଇଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ହତ୍ୟା ପରେ ମଧ୍ୟ, ଇରାନ ଆମେରିକା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ବେଜିଂରେ ମୁହାଁମୁହିଁ ହେବେ ଟ୍ରମ୍ପ-ଜିନପିଙ୍ଗ, ଯୁଦ୍ଧକୁ ନେଇ ହେବ ବଡ଼ ଘୋଷଣା!

ବେଜିଂ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ସୋସିଆଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri