ଜିଲାରେ ବଢୁଛି ସମସ୍ୟା, ସମାଧାନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ପୂରିଛି। ଖଣି, ଶିଳ୍ପ ବିହୀନ ଜିଲାରେ ଚାଷ ଓ ମାଛ ଜୀବନ ଜୀବିକା ହୋଇଛି। ମାନବ ସମ୍ବଳର ଉପଯୋଗ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ। କର୍ମନିଯୁକ୍ତି ପାଇଁ ଯୁବବର୍ଗଙ୍କୁ ଜିଲା ବାହାରକୁ ଯିବାକୁ ପଡୁଛି। ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚତ୍ ପାରୁନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଜିଲାର ସମସ୍ତ ବିଧାୟକ ଓ ଏମ୍‌ପି ପଦ ହାତେଇଥିଲା। ଜିଲାରେ ବିଭିନ୍ନ ସମସ୍ୟା ବଢୁଥିବା ବେଳେ ଏହାର ସମାଧାନ କରାଯାଉନାହିଁ; ଯାହାର ପ୍ରତିଫଳନ ଆସନ୍ତା ପଞ୍ଚାୟତ, ପୌର ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ସାଧାରଣ ଲୋକ ମତ ରଖିଛନ୍ତି।
୧୭ ଗାଁ କୁ ସଡ଼କ ଯୋଗାଯୋଗ ପଥ ନାହିଁ
ପ୍ରତି ଗ୍ରାମକୁ ସୁଗମ ପଥ, ଶୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ଆବଶ୍ୟକତାର ପୂରଣ ସହ ଲୋକ ସମ୍ବଳକୁ ଉପଯୋଗ କରିବା ଦ୍ୱାରା ଆର୍ଥିକ ବିକାଶର ଅଗ୍ରଗତି ହୁଏ। ହେଲେ ଜିଲାର ୧୭ ପଞ୍ଚାୟତକୁ ଅଦ୍ୟାବଧି ସଡ଼କ ଯୋଗାଯୋଗ ପଥ ହୋଇନାହିଁ। ଚାଷୀ ଜଳ ପରିଚାଳନାର ସମସ୍ୟାରେ ପଡିଛନ୍ତି। ଜଳସେଚନ ସହ ଜଳ ନିଷ୍କାସନ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ଜିଲାର ଦୁଇ ପୌରାଞ୍ଚଳରେ ଜନସଂଖ୍ୟାର ବୃଦ୍ଧି ସହ ତାଳ ଦେଇ ଜବରଦଖଲ ବଢ଼ୁଛି। ସହରର ଶ୍ୟାମଗୁଡିଆଠାରେ ୧୦୦ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଅନିଶ୍ଚିତତାରେ ଅଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉନାହିଁ। ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ପ୍ରଶାସକ ଓ ରାଜନେତାଙ୍କ ଭିଜନ ଡକ୍ୟୁମେଣ୍ଟରେ ଏହା ସ୍ଥାନ ପାଉନାହିଁ।
– ରାଜକିଶୋର ସ୍ବାଇଁ, ଆଳି, କେନ୍ଦ୍ରାପଡ଼ା
କେନାଲ ଶେଷ ମୁଣ୍ଡରେ ପହଞ୍ଚୁନି ପାଣି
ରାଶନ କାର୍ଡ, ବାସଗୃହ ଯୋଜନାରେ ବହୁ ବ୍ୟତିକ୍ରମ ରହିଛି; ଯାହା ଆସନ୍ତା ପଞ୍ଚାୟତ ନିର୍ବାଚନରେ ରାଜନେତାଙ୍କ ପାଇଁ ବୁମେରାଂ ହେବ। କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଅଛି। ତେବେ ଏହାର ସୁରକ୍ଷା, ପରିଚାଳନା ପ୍ରତି ରାଜନେତା ଓ ପ୍ରଶାସକଙ୍କ ଆଗ୍ରହ ନାହିଁ। ସାମୁଦ୍ରିକ ଝଡ଼, ବନ୍ୟା ସମୟରେ ସ୍ଥାନାନ୍ତରଙ୍କ ସଂଖ୍ୟା, ବିଭିନ୍ନ କ୍ଷତିକୁ ଅଧିକ ଦେଖାଇ ଅନୁଦାନ ଅର୍ଥ ହଡ଼ପ କରିବା ପ୍ରଶାସକ ଓ ରାଜନେତାଙ୍କ ମୂଳ ଲକ୍ଷ୍ୟ ହୋଇଛି। ଚାଷ ଏଠାରେ ଅର୍ଥନୀତିକୁ ପରିଚାଳନା କରୁଥିବା ବେଳେ ଜଳ ସମ୍ପଦ, ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ଆଦିର ଜିଲା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନ ଥିଲେ ମଧ୍ୟ ରାଜନେତା ନୀରବ ରହୁଛନ୍ତି।
– ସଚ୍ଚିକାନ୍ତ ବେହେରା,ବୁଦ୍ଧିଜୀବୀ, କେନ୍ଦ୍ରାପଡ଼ା
ଲୁଣାବନ୍ଧ ଭାଙ୍ଗି ଚାଷକୁ ନଷ୍ଟ କରୁଛି
ରାଜନଗର ଓ ମହାକାଳପଡା ବ୍ଲକ ଜିଲାର ବଙ୍ଗୋପସାଗର କୂଳରେ ଅଛି। ଲୁଣା ବନ୍ଧ ଭାଙ୍ଗି ସମୁଦ୍ର ଜୁଆର ଚାଷକୁ ନଷ୍ଟ କରୁଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହ ତଟକ୍ଷୟ ଏହି
ଅଞ୍ଚଳ ପାଇଁ ପ୍ରମୁଖ ସମସ୍ୟା ହୋଇଛି। ତଟକ୍ଷୟ ପାଇଁ ସାତଭାୟାବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଥଇଥାନ ସ୍ଥଳର ଉନ୍ନତୀକରଣ ଅଦ୍ୟାବଧି ହୋଇନାହିଁ। ଦୁଇ ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମକୁ ସଡ଼କପଥ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ।
– କରୁଣାକର ବେହେରା, ରାଜନଗର
କର୍ମନିଯୁକ୍ତି ଅପେକ୍ଷାରେ ଯୁବବର୍ଗ
ଶିକ୍ଷକ, ଡାକ୍ତର ପଦବୀ ପୂରଣ ପାଇଁ ବହୁବାର ଦାବି ହୋଇଛି। କର୍ମ ନିଯୁକ୍ତି ଅପେକ୍ଷାରେ ଥିବା ଯୁବବର୍ଗ ଏବେ ଆପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ବଢ଼ିଛି। ଆପରାଧିକ କାର୍ଯ୍ୟକଳାପ ରୋକିବାରେ ଜିଲା ପୋଲିସ ବିଫଳ ହୋଇଛି। ଏବେ ଜିଲାରେ ଖରସ୍ରୋତା ପାଣି ବିବାଦ ଦେଖାଦେଇଛି। ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏ ନେଇ ଜନସଚେତନତା କରିବା କଥା। ସେହିପରି ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରାଯାଇନାହିଁ। ତେବେ ପ୍ରଶାସକ ଓ ରାଜନେତା ଜିଲାବାସୀଙ୍କ ହିତ ଅପେକ୍ଷା ଜୋରଜବରଦସ୍ତ ପ୍ରକଳ୍ପ କାମ କରିବା ପରିଣାମ ଆସନ୍ତା ନିର୍ବାଚନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବ।
-ଅମରବର ବିଶ୍ୱାଳ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri