ସମସ୍ୟା ବଢ଼ାଉଛି ମାଟି ସଡ଼କ

ଛେଣ୍ଡିପଦା,୨ା୯(ସ୍ବ.ପ୍ର.):  ଗାଁର ମୁଖ୍ୟ ସମସ୍ୟା ଗମନାଗମନରେ ଅସୁବିଧା। ବର୍ଷାଦିନେ ମାଟି ରାସ୍ତାରେ ଯାତାୟାତ ଗ୍ରାମବାସୀଙ୍କ ପକ୍ଷେ ଅତି କଷ୍ଟକର। ଏପରି କି ରୋଗୀଙ୍କୁ ଡାକ୍ତରଖାନା ଯାଏ ନେବାକୁ ଆମ୍ବୁଲାନ୍ସ ପଶିପାରୁନି ଗ୍ରାମରେ। ତେଣୁ ପକ୍କା ସଡ଼କଟିଏ ନିର୍ମାଣ ନିମନ୍ତେ ଗାଁଲୋକେ ଅନେକଥର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସ୍ଥାନୀୟ ଲୋକ ପ୍ରନିନିଧିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ହେଲେ ବର୍ଷ ବର୍ଷ ଧରି ଉପେକ୍ଷା, ଅବହେଳା ଛଡ଼ା କିଛି କରାଯାଇନି। ସରକାର ସହର ସହ ଗ୍ରାମାଞ୍ଚଳର ସଂଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଥିବାବେଳେ ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତର ୨ନଂ ୱାର୍ଡକୁ ଯାଇଥିବା ମାଟି ସଡ଼କ ଅଧିବାସୀଙ୍କ ସମସ୍ୟା ବଢ଼ାଇ ଦେଉଛି।
ବାହାଳ ସାହି ପଞ୍ଚାୟତ ୨ନଂ ୱାର୍ଡରେ ରହିଛି ଗୋହିରାପଶି ଓ ନଙ୍ଗୁଳିଜଙ୍ଗଲ ରାଜସ୍ବ ଗାଁ। ଏହି ଦୁଇ ଗାଁରେ ୧୭୦ ପରିବାରର ୬ଶହ ଲୋକ ବାସ କରୁଛନ୍ତି। ଶତାଧିକ ବର୍ଷ ହେବ ଏଠାରେ ଲୋକେ ବସତି ସ୍ଥାପନ କରିଥିଲେ ମଧ୍ୟ ଗମନାଗମନ ପାଇଁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। ଗ୍ରାମକୁ ଆସିବା ପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ହେଲା ବାହାଳସାହିରୁ କମ୍ପସଲା ଯାଇଥିବା ପିଚୁ ରାସ୍ତାର ପ୍ରକାଶ ବନ୍ଧଠାରୁ ଓ ଅନ୍ୟଟି ବ୍ଲକ ଛକ ଠାରୁ ଚାଙ୍ଗୁଡିଆ ଯାଇଥିବା ପିଚୁ ରାସ୍ତାର ଡାଇବର ଗ୍ରାମ ଠାରୁ ମାଟି ରାସ୍ତା ୨ନଂ. ଓ୍ବାର୍ଡକୁ ଆସିଛି। ହେଲେ ଉଭୟ ରାସ୍ତାର ପ୍ରକାଶ ବନ୍ଧ ଓ ଡାଇବର ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ମାଟି ରାସ୍ତା ଖାଲଖମାରେ ପରିପୂର୍ଣ୍ଣ। ବର୍ଷାଦିନେ ଏହି ସଡ଼କ ପାଣି କାଦୁଅରେ ଭରିଯାଉଥିବାରୁ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ। ଏପରି କି ଗଁା ମଧ୍ୟକୁ ୪ ଚକିଆ ଯାନ କି ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଗୁରୁତର ରୋଗୀମାନଙ୍କୁ ବହୁ କଷ୍ଟରେ ପିଚୁ ରାସ୍ତା ପର୍ଯ୍ୟନ୍ତ ଅଣାଯିବା ପରେ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଇଥାଏ। କେବଳ ଏତିକି ନୁହେଁ, ଗ୍ରାମବାସୀ ପଡ଼ୋଶୀ ଗଁାରୁ ରାଶନ ସାମଗ୍ରୀ ଆଣିବାକୁ ହଇରାଣ ହେଉଛନ୍ତି। ସେମାନେ ଚାଲି ଚାଲି ଏହି କାଦୁଅ ରାସ୍ତାରେ ଚାଉଳ, ଗହମ ମୁଣ୍ଡାଇ ଫେରୁଛନ୍ତି। ଓ୍ବାର୍ଡ ମଧ୍ୟରେ କେବଳ ୨୦୦ ମିଟର କଂକ୍ରିଟ ରାସ୍ତାକୁ ଛାଡିଦେଲେ ଅନ୍ୟ ସମସ୍ତ ରାସ୍ତା ମାଟି ରହିଛି। ଏ ନେଇ ଦୀର୍ଘଦିନ ହେଲା ଗ୍ରାମବାସୀ ପ୍ରଶାସନ ଓ ଲୋକପ୍ରନିନିଧିଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କେହି କର୍ଣ୍ଣପାତ କରୁନାହାନ୍ତି
ଗ୍ରାମକୁ ଯାତାୟାତ ପାଇଁ ଭଲ ରାସ୍ତା ନିର୍ମାଣ କରିବାକୁ ବାରମ୍ବାର ଅଭିଯୋଗ କରାଯାଉଛି। କିନ୍ତୁ ଏଥିପ୍ରତି ପଞ୍ଚାୟତ କିମ୍ବା ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧମାନେ ପାଣି କାଦୁଅରେ ପଶି ଯିବାଆସିବା କରୁଛନ୍ତି।
-ବିଳାସ ଖିଲାର, ଗୋହିରାପଶି

ଗାଁରେ ରାଶନ ଦିଆଯାଉ
କାଦୁଅ ରାସ୍ତାରେ ରାଶନ ମୁଣ୍ଡେଇ ଆଣିବା ବହୁ କଷ୍ଟକର। ତେଣୁ ଆମ ଗଁାରେ ରାଶନ ସାମଗ୍ରୀ ପ୍ରଦାନ ନିମନ୍ତେ ବହୁବାର ଯୋଗାଣ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ମାମୁରିଆରୁ ଯାଉଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଗଁା ପାଖଦେଇ ନିଆଗଲେ ଲୋକେ ଉପକୃତ ହୁଅନ୍ତେ।
-କ୍ଷେତ୍ରବାସୀ ସେନାପତି, ଗ୍ରାମବାସୀ

ପଞ୍ଚାୟତରେ ଅର୍ଥ ନାହିଁ
ଗୋହିରାପଶି ଗାଁ ରାସ୍ତା ଦୀର୍ଘଦିନ ହେବ ଖାଲଖମାରେ ପରିଣତ ହୋଇଛି। ବର୍ଷା ହେଲେ ଯାତାୟାତରେ ଅସୁବିଧା ହେଉଛି। ପଞ୍ଚାୟତ ପକ୍ଷରୁ ବେଳେବେଳେ ମାଟି ମୋରମ ପକାଯାଉଛି। ପକ୍କା ରାସ୍ତା ନିର୍ମାଣ ନିମନ୍ତେ ପଞ୍ଚାୟତରେ ଅର୍ଥ ନ ଥିବାରୁ କିଛି ପଦକ୍ଷେପ ନିଆଯାଇ ପାରୁନାହିଁ।
-ନାରାୟଣ ବେହେରା, ସରପଞ୍ଚ, ବାହାଳସାହି

ଦୟନୀୟ ଅବସ୍ଥାରେ ରହିଛୁ
କାଦୁଅ ସଡ଼କକୁ ନେଇ ବହୁ ସମସ୍ୟା ଭୋଗୁଛୁ। ଏ ନେଇ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଛୁ। କିନ୍ତୁ ପକ୍କା ରାସ୍ତା ନର୍ମାଣ ପାଇଁ ପଦକ୍ଷେପ ନିଆଯାଉ ନାହିଁ। କେତେବର୍ଷ ଏପରି ଦୟନୀୟ ଅବସ୍ଥାରେ ରହିଲେ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ିବ ତାହା ଗ୍ରାମବାସୀ ବୁଝିପାରୁନାହାନ୍ତି।
-ପ୍ରସନ୍ନ ଦାସ, ଗାଁ ସମ୍ପାଦକ

ହସ୍ତାନ୍ତର ପରେ ସମାଧାନ
ଉକ୍ତ ରାସ୍ତା ପଞ୍ଚାୟତ ଅଧୀନରେ ରହିଛି। ଏବେ ନୂତନ କଂକ୍ରିଟ ରାସ୍ତା ପାଇଁ ଅର୍ଥ ଆସୁନାହିଁ। ତେଣୁ ପଞ୍ଚାୟତ ପକ୍ଷରୁ ରିଜଲ୍ୟୁଶନ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ହସ୍ତାନ୍ତର କରାଯିବା ପରେ ସମସ୍ୟାର ସମାଧାନ ହୋଇପାରିବ ଓ ଗ୍ରାମବାସୀ ଉପକୃତ ହେବେ।
– ସଞ୍ଜୟ କୁମାର ଆଚାର୍ଯ୍ୟ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?