ଲକ୍ଷ୍ମୀ ବସ୍‌ର ମନମାନିକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

ପୁରୁଷୋତ୍ତମପୁର,୧୭ା୧୧(ସୀମାଞ୍ଚଳ ମିଶ୍ର): ଲକ୍ଷ୍ମୀ ବସ୍‌ ମନୋମୁଖୀ ଚଳାଚଳ କରୁଥିବାର ଅଭିଯୋଗ କରି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଯଦ୍ବାରା ଆସନ୍ତା ୨୦ ତାରିଖରୁ ସମଗ୍ର ଗଞ୍ଜାମ ଜିଲାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯିବାର ଆଶଙ୍କା ଦେଖାଦେଇଛି। ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ବିଭିନ୍ନ ଘରୋଇ ବସ୍‌ମାଲିକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବେଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କନକେଶ୍ବରୀ ବସ୍‌ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି ଅଧ୍ୟକ୍ଷତା କରିଥିଲେ।

ବେନିୟମ ଭାବେ ଲକ୍ଷ୍ମୀ ବସ୍‌ ତଥା ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ବସ୍‌ଗୁଡ଼ିକ ଚଳାଚଳ କରୁଛି। ଯାହାଫଳରେ ଘରୋଇ ବସ୍‌ ମାଲିକମାନେ କ୍ଷତି ସହିବା ସହିତ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ତେଣୁ ଲକ୍ଷ୍ମୀ ବସ୍‌ର କାର୍ଯ୍ୟକଳାପକୁ ବିରୋଧ କରି ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ କରାଯିବା ନେଇ ଘରୋଇ ବସ୍‌ ମାଲିକ ସଂଘ ଡାକରା ଦେଇଛି। ଏପରିକି ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବସ୍‌ ମାଲିକମାନେ ଅନଶନ କରିବା ନେଇ ଚେତାବନୀ ଦେଇଛନ୍ତି।

ବସ୍‌ ମାଲିକମାନେ ଜନସାଧାରଣଙ୍କ ସହଯୋଗ ଲୋଡ଼ିବା ସହ ଅଭିଯୋଗ କରିଛନ୍ତି ଯେ, ଲକ୍ଷ୍ମୀ ବସ୍‌ କୌଣସି ନୀତି ନିୟମ ପ୍ରକାରେ ଚଳାଚଳ ନ କରି ନିଜ ଇଚ୍ଛା ମୁତାବକ ଭାବରେ ଚଳାଚଳ କରୁଛି। ସମସ୍ତ ଗାଡ଼ି ଚଳାଚଳ କରିବା ପାଇଁ ସେ ପରିବହନ ବିଭାଗର ନିୟମାନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ,ରୁଟ୍‌ ରହିଥିବାବେଳେ ଲକ୍ଷ୍ମୀ ବସ୍‌ କୌଣସି ସମୟ ରୁଟ୍‌ ପ୍ରକାରେ ଚଳାଚଳ କରୁନାହିଁ। ପଞ୍ଚାୟତ ହେଡ୍‌କ୍ବାର୍ଟରଠାରୁ ବ୍ଲକ ହେଡ୍‌କ୍ବାଟରକୁ ଲକ୍ଷ୍ମୀ ବସ୍‌ ଚଳାଚଳର ନିୟମ ରହିଥିବା ବେଳେ ତାହାକୁ ଉଲ୍ଲଙ୍ଘନ କରି ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ଚଳାଚଳ କରୁଛି। ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ଓ ଶୃଙ୍ଖଳାର ସହ ଯେପରି ଉଭୟ ଲକ୍ଷ୍ମୀ ବସ୍‌ ଓ ଘରୋଇ ବସ୍‌ ଚଳାଚଳ କରିବ ସେଥିଲାଗି ବିଡିଓ, ତହସିଲଦାର, ଥାନାଧିକାରୀ ପ୍ରମୁଖ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଧାରଣ ହୋଇଥିବା ରୁଟ୍‌,ସମୟ ସାରଣୀର ନିୟମକୁ ଲକ୍ଷ୍ମୀ ବସ୍‌ କର୍ମଚାରୀମାନେ ମାନୁ ନାହାନ୍ତି କି ପ୍ରଶାସନର ନର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ବସ୍‌ ଚଳାଉ ନାହାନ୍ତି। ଲକ୍ଷ୍ମୀବସ୍‌ କର୍ମଚାରୀମାନେ ଉଦ୍ଦେଶ୍ୟମୂଳକ ଭାବରେ ଘରୋଇ ବସ୍‌ର ରୁଟ୍‌,ପର୍‌ମିଟ୍‌ ସମୟ ଆଗରେ ବସ୍‌ ଚଳାଇ ଅଯଥାରେ ବିଶୃଙ୍ଖଳା ସୃଷ୍ଟି କରିବାରେ ଲାଗିଛନ୍ତି। ଲକ୍ଷ୍ମୀ ବସ୍‌ ପରିଚାଳନା ଲାଗି ବ୍ଲକ ସ୍ତରରେ ରହିଥିବା କର୍ମଚାରୀମାନେ ସରକାର ଓ ପ୍ରଶାସନର ନାମକୁ ଦ୍ବାହିଦେଇ ସବୁବେଳେ ଘରୋଇ ବସ୍‌ର କର୍ମଚାରୀ ଓ ମାଲିକମାନଙ୍କୁ ଅସଦ୍‌ ବ୍ୟବହାର ପ୍ରଦର୍ଶନ କରିବା ସହ ପୋଲିସରେ କେସ୍‌ କରିବାର ଧମକାଇବାରେ ଲାଗିଛନ୍ତି।

ଏହାକୁ ନେଇ ବାରମ୍ବାର ଜିଲା ପ୍ରଶାସନକୁ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଘରୋଇ ବସ୍‌ମାଲିକମାନେ ସମ୍ପୂର୍ଣ୍ଣ କ୍ଷତି ସହି ଟ୍ୟାକ୍ସ, ପରିମିଟ୍‌ ଫି’, ଇନ୍‌ସ୍ୟୁରାନ୍ସ ଓ ଫାଇନାନ୍ସ ଦେବାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡ଼ିଥିବାରୁ କିଛି ମାଲିକ ବସ୍‌ ଚଳାଚଳ ବନ୍ଦ କରି ଘରେ ରଖିଦେଇଛନ୍ତି। ଏଣୁ ଲକ୍ଷ୍ମୀ ବସ୍‌ର ଏପରି ମନମାନି ବନ୍ଦ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ରୋକ୍‌ଠୋକ୍‌ ଭାବେ କହିଛି ଘରୋଇ ବସ୍‌ ମାଲିକ ସଂଘ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?