କାରାଗାର

ନିମାଇଁ ଚରଣ ଲେଙ୍କା

ସଂସାରରେ ଦୁଃଖୀଲୋକ ସୁଖୀଲୋକଠାରୁ ଅଧିକ ଭାଗ୍ୟବାନ। କାରଣ ସୁଖଭୋଗ ପୁଣ୍ୟଫଳରୁ ଖର୍ଚ୍ଚହୁଏ, କିନ୍ତୁ ଦୁଃଖଭୋଗ ପାପଫଳରୁ ଖର୍ଚ୍ଚହୁଏ। ଜଣେ ଦୁଃଖଭୋଗ କରୁଥିଲେ ମଧ୍ୟ ପୁଣ୍ୟକର୍ମ କରିଚାଲିଲେ ପାପଫଳ ଶୂନ୍ୟହୋଇ ପୁଣ୍ୟଫଳ ଜମା ହୋଇଯାଏ, କିନ୍ତୁ ସୁଖୀଲୋକ ପୁଣ୍ୟକର୍ମ ନ କଲେ ତା’ର ପୁଣ୍ୟଫଳ ଶୂନ୍ୟ ହୋଇ ପାପଫଳ ଜମା ହୋଇଯାଏ। ଏ ସମଗ୍ର ସଂସାର ହେଉଛି ଏକ କାରାଗାର । ସ୍ବୟଂ ପରମାତ୍ମା ହେଉଛନ୍ତି ଏହାର ନିର୍ଦ୍ଦେଶକ। ସାଧାରଣ କାରାଗାରରେ ଯେପରି ବିଚାରାଧୀନ ବନ୍ଦୀ ଓ କଏଦୀ ଉଭୟ ରହନ୍ତି, ଏଠାରେ କିନ୍ତୁ ଦୋଷୀସାବ୍ୟସ୍ତ କଏଦୀମାନେ ହିଁ କେବଳ ରହନ୍ତି। ମୃତ୍ୟୁପରେ ସମସ୍ତେ ବିଚାରାଧୀନ ବନ୍ଦୀଭାବେ ପ୍ରେତଜଗତରେ ରହନ୍ତି। ବିଚାର ଶେଷରେ ଯେଉଁମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ (ନିଷ୍କାମ କର୍ମୀ) ବିବେଚିତ ହୁଅନ୍ତି, ସେମାନେ ମୁକ୍ତହୋଇ ପରମପଦ ପ୍ରାପ୍ତ ହୁଅନ୍ତି। କିନ୍ତୁ ଯେଉଁମାନେ ଦୋଷୀ(ଉଭୟପାପୀ ଓ ପୁଣ୍ୟବାନ) ସାବ୍ୟସ୍ତ ହୁଅନ୍ତି, ସେମାନେ ପ୍ରେତଜଗତରେ ଭୋଗିଥିବା ଦଣ୍ଡକୁ ବାଦ୍‌ ଦେଇ ଅବଶିଷ୍ଟ ଦଣ୍ଡ ଭୋଗିବା ପାଇଁ ଏହି ଦୁଃଖସଂସାର କାରାଗାରରେ କଏଦୀ ରୂପେ ଜନ୍ମଗ୍ରହଣ କରନ୍ତି।
ଏ କାରାଗାରର ସ୍ବତନ୍ତ୍ର ନିୟମ ହେଉଛି, ଏଠାକୁ ପାପୀ ଓ ପୁଣ୍ୟବାନ ଉଭୟଙ୍କୁ ଅପରାଧୀ ରୂପେ ଆସିବାକୁପଡ଼େ। ଋଣଦାତା-ଋଣଗ୍ରହୀତା, ପୀଡ଼ାଦାତା-ପୀଡ଼ିତ, ମାଡୁଆ-ଫେରାଦିଆ, ମୁଦେଇ-ମୁଦାଲା ଇତ୍ୟାଦି ସମସ୍ତଙ୍କର ଆସିବାର ଆବଶ୍ୟକତା ଅଛି। ସରଳଭାବରେ କହିଲେ, ପୂର୍ବଜନ୍ମରେ ଜଣେ ମୋ’ଠାରୁ ଏକଶହ ଟଙ୍କା ନେଇ ଫାଙ୍କି ଦେଇଥିଲା। ଏ ଜନ୍ମରେ ସେ ଯେହେତୁ ମୋର ଟଙ୍କା ଶୁଝିବ, ସେଥିପାଇଁ ମୋତେ ମଧ୍ୟ ଆସିବାକୁ ପଡ଼ିବ। କିନ୍ତୁ ଟଙ୍କା ଦେଲାବେଳେ ମୁଁ ସେହିକର୍ମର ଶ୍ରେୟ ଯଦି ଭଗବାନଙ୍କୁ ଅର୍ପଣ କରି ନିଜକୁ ନିମିତ୍ତ ଭାବି ଥାଆନ୍ତି, ତେବେ ଶହେଟି ଟଙ୍କା ସକାଶେ ଆମ ଉଭୟଙ୍କୁ ଆସିବାକୁ ପଡ଼ି ନ ଥାନ୍ତା। କାରଣ ଆମେ ଦୁହେଁ ଋଣଦାତା କି ଋଣଗ୍ରହୀତା ହୋଇ ନ ଥା’ନ୍ତୁ। ତେଣୁ ପାପକର୍ମ ପାଇଁ ନର୍କଭୋଗ ଓ ପୁଣ୍ୟକର୍ମ ପାଇଁ ସ୍ବର୍ଗଭୋଗ ଏଇଠି ହିଁ କରିବାକୁ ହୁଏ। ମନୁଷ୍ୟ ପାପକର୍ମ କଲାବେଳେ ଭଗବାନଙ୍କ ମୁଣ୍ଡରେ ଅଠାବୋଳେ ଓ ଫଳଭୋଗରେ ମଧ୍ୟ ତାଙ୍କୁ ଦାୟୀ କରେ। କିନ୍ତୁ ପୁଣ୍ୟକର୍ମ କଲାବେଳେ ଓ ଫଳଭୋଗ ବେଳେ, ତା’ର ସମସ୍ତ ଶ୍ରେୟ ନିଜ ଉପରକୁ ନିଏ। ଯେପରି ‘ପୁଅଟାବେଳକୁ ମୋର, ଝିଅଟାବେଳକୁ ତୋର’। ଏହାର ଫଳସ୍ବରୂପ ପୁଣ୍ୟ ହେଉ ବା ପାପ, କର୍ମ ଓ କର୍ମଫଳ ଭୋଗକରିବା ପାଇଁ ସେ ଅନନ୍ତକାଳ ପର୍ଯ୍ୟନ୍ତ ଜନ୍ମ-ମରଣ ଚକ୍ରରେ ଘୂରୁଥାଏ ଏବଂ ମୁକ୍ତିର ମାର୍ଗ ପାଇପାରି ନ ଥାଏ।
ଶରୀରାଦି ପଦାର୍ଥକୁ ନିଜର ଭାବିବା ହିଁ ବନ୍ଧନ ଓ ନିଜର ନ ଭାବିବା ହିଁ ମୁକ୍ତି। ‘ମୋର କିଛି ନେବାର ନାହିଁ’, ଏତିକି ସ୍ବୀକାର କରିନେଲେ ମୁକ୍ତି ମିଳିଯିବ। ସଂସାରରେ ଯେଉଁ ପଦାର୍ଥ ଆମ ଅଧିକାରରେ ଅଛି ଓ ମିଳିଛି, ତାହା ମଧ୍ୟ ସବୁଦିନ ପାଇଁ ଆମ ସାଥିରେ ରହିବ ନାହିଁ। ତେବେ ଯେଉଁ ପଦାର୍ଥ ଅଧିକାରର ବାହାରେ ବା ଅପ୍ରାପ୍ତ, ତାହା ପାଇବାକୁ ଏତେ ଆଶାକରି କି ଲାଭ? ‘ନାଶବାନ’କୁ ମହତ୍ତ୍ୱଦେବା ହିଁ ବନ୍ଧନ। ମିଳିଥିବା ପଦାର୍ଥକୁ ନିଜର ନ ଭାବିଲେ ମୁକ୍ତି ସ୍ବାଭାବିକ। ‘ନାଶବାନ’କୁ ପାଇବାର ଇଚ୍ଛା ଛାଡ଼ିଦେଲେ ‘ଅବିନାଶିତ୍ୱ’ ମିଳିଯାଏ। ମନୁଷ୍ୟ ‘କର୍ମତ୍ୟାଗ’ କରିବା ଉଚିତ ନୁହେଁ,ବରଂ ‘କାମନା’ ତ୍ୟାଗକରିବା ଉଚିତ। ସୁଖପାଇବାର ଇଚ୍ଛା, ଆଶା ଓ ସୁଖଭୋଗ ହିଁ ସମସ୍ତ ଦୁଃଖର ମୂଳକାରଣ। ତେଣୁ ଏଥିରୁ ସର୍ବଦା ଦୂରେଇ ରହିବା ଉଚିତ (ଚାଣକ୍ୟ)। ମନରେ କୌଣସିବସ୍ତୁକୁ ପାଇବାର ଇଚ୍ଛା ରଖିବା, ଅନ୍ୟ କାହାସହିତ ନିଜକୁ ତୁଳନା କରିବା ହିଁ ଦରିଦ୍ରତା ଓ ସବୁଦୁଃଖର ମୂଳକାରଣ। ପୁଣ୍ୟ, ସତ୍‌କର୍ମ ଓ ନିଷ୍କାମକର୍ମ ସବୁ ଗୋଟିଏ। କେବଳ ତାହା ସଂପାଦନ କଲାବେଳେ ଏକ ଅତିସୂକ୍ଷ୍ମ ମାନସିକ ବିଚାର ହିଁ ସେଥିମଧ୍ୟରେ ଥିବା ପ୍ରଭେଦକୁ ଦର୍ଶାଇଦିଏ। ସେହିକର୍ମର ଶ୍ରେୟ ନିଜ ଉପରକୁ (ନିଜ ସ୍ବାର୍ଥ ବା ପ୍ରତିଷ୍ଠା ପାଇଁ )ନେଲେ ତାହା ସକାମ ବା ପୁଣ୍ୟକର୍ମ ହୋଇଯାଏ। କିନ୍ତୁ କର୍ତ୍ତା ନିଜକୁ ‘ନିମିତ୍ତ’ଭାବି ସେହି କର୍ମରଶ୍ରେୟ ସେବାଭାବେ ଭଗବାନଙ୍କୁ ଅର୍ପଣ କରିଦେଲେ, ତାହା ନିଷ୍କାମ, ଶ୍ରେଷ୍ଠ ବା ଅନାସକ୍ତ କର୍ମ ହୋଇଯାଏ, ଯାହା ସମ୍ପୂର୍ଣ୍ଣ ବନ୍ଧନମୁକ୍ତ। ସକାମ ବା ପୁଣ୍ୟକର୍ମ(ସୁନାଶୃଙ୍ଖଳ) ସ୍ବର୍ଗସୁଖ ଦେଇପାରେ, କିନ୍ତୁ ମୁକ୍ତି ବା ଭଗବତ୍‌ ସାନ୍ନିଧ୍ୟ ନୁହେଁ। ମନୁଷ୍ୟ ମୁକ୍ତହେବାକୁ ଯଦି ପ୍ରକୃତରେ ଚାହୁଁଥାଏ, ତେବେ ସେ ମୁକ୍ତହେବା ପାଇଁ ନିଶ୍ଚୟ ବାଟଫିଟିଯିବ। ନଚେତ୍‌ ‘ଆଚରଣ’ ନ କରି ଖାଲି ‘ଉଚ୍ଚାରଣ’ କରିଦେଲେ ତାହା ଅସମ୍ଭବ। ବାସ୍ତବରେ ‘ମୁକ୍ତ’(ଚେତନ) ହିଁ ମୁକ୍ତହୁଏ, ‘ବଦ୍ଧ’(ଶରୀର) ମୁକ୍ତ ହୁଏନାହିଁ। ନିଷ୍କାମ ଭାବେ କର୍ମକଲେ ମୁକ୍ତିମିଳେ ଏବଂ ସକାମ ଭାବେ କର୍ମକଲେ ବନ୍ଧନ ହୁଏ, ଅର୍ଥାତ୍‌ ଦୁଃଖପୂର୍ଣ୍ଣ ଜନ୍ମମୃତ୍ୟୁଚକ୍ର ସମାପ୍ତ ହୁଏନାହିଁ। ମନୁଷ୍ୟ ନିଷ୍କାମଭାବେ ସ୍ବକର୍ତ୍ତବ୍ୟ ଭଗବାନଙ୍କ ସେବାଭାବେ ପାଳନ କରିବା ଉଚିତ। ତେଣୁ ଆମେ ଏକ ଭାଗ୍ୟବାନ ଜୀବ ମନୁଷ୍ୟ ଶରୀର ଲାଭକରି ତା’ର ଚେତନାକୁ ଠିକ୍‌ ଭାବେ ଉପଯୋଗ କରି ମାନବ ଜୀବନର ଲକ୍ଷ୍ୟହାସଲ ପାଇଁ ଏବଂ ଜନ୍ମମୃତ୍ୟୁର ଘୂର୍ଣ୍ଣାୟମାନ ଚକ୍ରରୁ ତଥା ଏଇ ସଂସାରରୂପୀ କାରାଗାରରୁ ମୁକ୍ତହେବା ପାଇଁ ସର୍ବଦା ପ୍ରଚେଷ୍ଟା କରିବା ଉଚିତ।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri