ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କ ପଳାୟନ

କଲମ୍ବୋ,୧୧।୫: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ସୋମବାର ଇସ୍ତଫା ଦେବା ପରେ ନିଜ ପରିବାର ସହ ରାଜଧାନୀ କଲମ୍ବୋରୁ ପଳାୟନ କରିଛନ୍ତି। ସେମାନେ ଦ୍ୱୀପରାଷ୍ଟ୍ରର ଉତ୍ତରପୂର୍ବରେ ଥିବା ଟ୍ରିଙ୍କୋମାଲି ନାଭାଲ ବେସ୍‌ରେ ଆଶ୍ରୟ ନେଇଥିବାବେଳେ ଆର୍ଥିକ ସଙ୍କଟକୁ ନେଇ ଆନ୍ଦୋଳନ ତୀବ୍ରତର ହୋଇଛି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମହିନ୍ଦା ଓ ତାଙ୍କ ପରିବାର ହେଲିକପ୍ଟର ଯୋଗେ ନାଭାଲ ବେସ୍‌କୁ ଚାଲିଯାଇଥିବାବେଳେ ଏହା ବାହାରେ ବିକ୍ଷୋଭ ଜୋର୍‌ଦାର ହୋଇଛି।
ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଓ ସରକାର ବିରୋଧୀ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ବିକ୍ଷୋଭକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଚଳାଇଥିବାବେଳେ ମହିନ୍ଦାଙ୍କ ସମର୍ଥକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଶାସକ ଦଳ ଏମ୍‌ପି ଅମରକୀର୍ତ୍ତି ଅଥୁକୋରଲା ୨ ଜଣ ବିକ୍ଷୋଭକାରୀଙ୍କୁ ଗୁଳିକରି ମାରିବା ପରେ ଆନ୍ଦୋଳନକାରୀ ତାଙ୍କୁ ଘେରିଯିବାରୁ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରୁ ଏମ୍‌ପିଙ୍କ ଅଙ୍ଗରକ୍ଷୀଙ୍କ ମୃତଦେହ ମଧ୍ୟ ମିଳିଥିଲା। ସେଠାରେ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚତ୍ଲାଣି। କଲମ୍ବୋ ଏବଂ ଅନ୍ୟ ସହରରେ ଘଟିଥିବା ହିଂସାରେ ୨୨୫ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ବିକ୍ଷୋଭକାରୀମାନେ ମନ୍ଦିହାଙ୍କ ପୈତୃକ ଘରକୁ ଗତ ରାତିରେ ଜାଳିଦେଇଥିଲେ। ହିଂସା ରୋକିବା ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି ହେବା ସହ ହଜାର ହଜାର ସୈନ୍ୟ ଓ ପୋଲିସଙ୍କୁ ମୁତୟନ କରାଯାଇଛି। ମହିନ୍ଦାଙ୍କ ଇସ୍ତଫା ସତ୍ତ୍ୱେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ରାଗ ଶାନ୍ତ ହୋଇନାହିଁ। ସେମାନେ ଗତ ରାତିରେ ତାଙ୍କ କଲମ୍ବୋ ସରକାରୀ ବାସଭବନ ମଧ୍ୟକୁ ପ୍ରବେଶ ଉଦ୍ୟମ କରିଥିଲେ। ବାସଭବନ ପରିସର ମଧ୍ୟକୁ ଅନୂ୍ୟନ ୧୦ଟି ପେଟ୍ରୋଲ ବୋମା ଫିଙ୍ଗାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି। ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଗୁଳି କରିବା ଲାଗି ଧମକ ଦେବାରୁ ଫେରିଯାଇଥିଲେ। ଭୋର ସମୟରେ ସୈନ୍ୟମାନେ ମହିନ୍ଦା ଓ ତାଙ୍କ ପରିବାରକୁ ସେଠାରୁ ନାଭାଲ ବେସ୍‌କୁ ନେଇଯାଇଥିବା ଜଣାପଡ଼ିଛି। କର୍ଫ୍ୟୁ ସତ୍ତ୍ୱେ ଶାସକ ଦଳ ନେତାଙ୍କର ୪୧ରୁ ଅତ୍ଧକ ଘର ଏବଂ ଶତାଧିକ ଗାଡ଼ିକୁ ପୋଡ଼ିଦିଆଗଲାଣି।
ଶ୍ରୀଲଙ୍କାରେ ଦୀର୍ଘଦିନ ହେଲା ଆର୍ଥତ୍କ ସଙ୍କଟ ଲାଗିରହିଛି। ଲୋକେ ନାହିଁ ନ ଥିବା ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛନ୍ତି। ସେଠାରେ ଖାଦ୍ୟ, ଔଷଧ, ଇନ୍ଧନ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଥିବାବେଳେ କୋଇଲା ଅଭାବରୁ ଦୀର୍ଘ ସମୟ ବିଜୁଳି କାଟ୍‌ ହେଉଛି। ୧୯୪୮ରେ ଦେଶ ସ୍ବାଧୀନ ହେବା ପରେ ଏଭଳି ଗମ୍ଭୀର ଆର୍ଥିକ ସଙ୍କଟ କେବେ ଦେଖାଦେଇ ନ ଥିଲା। ଏଥିପାଇଁ ରାଜପାକ୍‌ସେ ସରକାରଙ୍କୁ ଦାୟୀ କରାଯାଇ ସେମାନଙ୍କ ଇସ୍ତଫା ଦାବି ହୋଇଆସୁଥିଲା। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ଦେଶରେ ଏମର୍ଜେନ୍ସି ଜାରି କରିବାରୁ ଆନ୍ଦୋଳନ ଅଧିକ ଜୋର୍‌ଦାର ହୋଇଛି।
ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦାଙ୍କ ଇସ୍ତଫା ପରେ ଅନ୍ତରୀଣ ସରକାର ଗଠନ ଲାଗି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଆମନ୍ତ୍ରଣଙ୍କୁ ମୁଖ୍ୟ ବିରୋଧୀ ଦଳ ସାମାଗି ଜନ ବଲଓ୍ବେଗୟା (ଏସ୍‌ଜେବି) ମଙ୍ଗଳବାର ଅଗ୍ରାହ୍ୟ କରିଦେଇଛି। ଅନ୍ତରୀଣ ସରକାର ଗଢ଼ିବା ପରିବର୍ତ୍ତେ ରାଷ୍ଟ୍ରପତି ଇସ୍ତଫା ଦିଅନ୍ତୁ ବୋଲି ଏହି ଦଳ ଦାବି କରିଛି।
ଶ୍ରୀଲଙ୍କାର ଆୟ ମୁଖ୍ୟତଃ ପର୍ଯ୍ୟଟନ ଓ ବାହାର ଦେଶରୁ ଆସୁଥିବା ରୋଜଗାର ଅର୍ଥ ଉପରେ ନିର୍ଭର କରିଥାଏ। କରୋନା ମହାମାରୀ ଯୋଗୁ ଆୟ ବନ୍ଦ ହୋଇଯିବାରୁ ଋଣ ଶୁଝିବା ପାଇଁ ବିଦେଶୀ ବିନିମୟ ଭଣ୍ଡାରରେ ନିଅଣ୍ଟ ଦେଖାଦେଲା। ସରକାର ବିଦେଶରୁ ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ବାଧ୍ୟ ହେଲେ। ଫଳରେ ଇନ୍ଧନ ଅଭାବ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହେଲା ଏବଂ କୋଇଲା ଅଭାବରୁ ଅଧାଦିନ ବିଜୁଳି ରହିଲା ନାହିଁ। ସରକାରଙ୍କ ଉପରେ ଏବେ ୫୧ ବିଲିୟନ ଡଲାର ବିଦେଶୀ ଋଣ ବୋଝ ରହିଛି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ମିଳିତ ସରକାର ଗଢ଼ିବା ପାଇଁ ବିରୋଧୀ ଦଳ ମନା କରିଦେବା ପରେ ରାଷ୍ଟ୍ରପତି କାମଚଳା ସରକାର ନିଯୁକ୍ତ କରିପାରନ୍ତି କିମ୍ବା ଇସ୍ତଫା ଦେଇପାରନ୍ତି ଅଥବା ଆନ୍ଦୋଳନ ଦମନ ଲାଗି ଅଧିକ ସୈନ୍ୟ ଓ ପୋଲିସ ମୁତୟନ କରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri