ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କ ପଳାୟନ

କଲମ୍ବୋ,୧୧।୫: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ସୋମବାର ଇସ୍ତଫା ଦେବା ପରେ ନିଜ ପରିବାର ସହ ରାଜଧାନୀ କଲମ୍ବୋରୁ ପଳାୟନ କରିଛନ୍ତି। ସେମାନେ ଦ୍ୱୀପରାଷ୍ଟ୍ରର ଉତ୍ତରପୂର୍ବରେ ଥିବା ଟ୍ରିଙ୍କୋମାଲି ନାଭାଲ ବେସ୍‌ରେ ଆଶ୍ରୟ ନେଇଥିବାବେଳେ ଆର୍ଥିକ ସଙ୍କଟକୁ ନେଇ ଆନ୍ଦୋଳନ ତୀବ୍ରତର ହୋଇଛି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମହିନ୍ଦା ଓ ତାଙ୍କ ପରିବାର ହେଲିକପ୍ଟର ଯୋଗେ ନାଭାଲ ବେସ୍‌କୁ ଚାଲିଯାଇଥିବାବେଳେ ଏହା ବାହାରେ ବିକ୍ଷୋଭ ଜୋର୍‌ଦାର ହୋଇଛି।
ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଓ ସରକାର ବିରୋଧୀ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ବିକ୍ଷୋଭକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଚଳାଇଥିବାବେଳେ ମହିନ୍ଦାଙ୍କ ସମର୍ଥକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଶାସକ ଦଳ ଏମ୍‌ପି ଅମରକୀର୍ତ୍ତି ଅଥୁକୋରଲା ୨ ଜଣ ବିକ୍ଷୋଭକାରୀଙ୍କୁ ଗୁଳିକରି ମାରିବା ପରେ ଆନ୍ଦୋଳନକାରୀ ତାଙ୍କୁ ଘେରିଯିବାରୁ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରୁ ଏମ୍‌ପିଙ୍କ ଅଙ୍ଗରକ୍ଷୀଙ୍କ ମୃତଦେହ ମଧ୍ୟ ମିଳିଥିଲା। ସେଠାରେ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚତ୍ଲାଣି। କଲମ୍ବୋ ଏବଂ ଅନ୍ୟ ସହରରେ ଘଟିଥିବା ହିଂସାରେ ୨୨୫ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ବିକ୍ଷୋଭକାରୀମାନେ ମନ୍ଦିହାଙ୍କ ପୈତୃକ ଘରକୁ ଗତ ରାତିରେ ଜାଳିଦେଇଥିଲେ। ହିଂସା ରୋକିବା ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି ହେବା ସହ ହଜାର ହଜାର ସୈନ୍ୟ ଓ ପୋଲିସଙ୍କୁ ମୁତୟନ କରାଯାଇଛି। ମହିନ୍ଦାଙ୍କ ଇସ୍ତଫା ସତ୍ତ୍ୱେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ରାଗ ଶାନ୍ତ ହୋଇନାହିଁ। ସେମାନେ ଗତ ରାତିରେ ତାଙ୍କ କଲମ୍ବୋ ସରକାରୀ ବାସଭବନ ମଧ୍ୟକୁ ପ୍ରବେଶ ଉଦ୍ୟମ କରିଥିଲେ। ବାସଭବନ ପରିସର ମଧ୍ୟକୁ ଅନୂ୍ୟନ ୧୦ଟି ପେଟ୍ରୋଲ ବୋମା ଫିଙ୍ଗାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି। ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଗୁଳି କରିବା ଲାଗି ଧମକ ଦେବାରୁ ଫେରିଯାଇଥିଲେ। ଭୋର ସମୟରେ ସୈନ୍ୟମାନେ ମହିନ୍ଦା ଓ ତାଙ୍କ ପରିବାରକୁ ସେଠାରୁ ନାଭାଲ ବେସ୍‌କୁ ନେଇଯାଇଥିବା ଜଣାପଡ଼ିଛି। କର୍ଫ୍ୟୁ ସତ୍ତ୍ୱେ ଶାସକ ଦଳ ନେତାଙ୍କର ୪୧ରୁ ଅତ୍ଧକ ଘର ଏବଂ ଶତାଧିକ ଗାଡ଼ିକୁ ପୋଡ଼ିଦିଆଗଲାଣି।
ଶ୍ରୀଲଙ୍କାରେ ଦୀର୍ଘଦିନ ହେଲା ଆର୍ଥତ୍କ ସଙ୍କଟ ଲାଗିରହିଛି। ଲୋକେ ନାହିଁ ନ ଥିବା ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛନ୍ତି। ସେଠାରେ ଖାଦ୍ୟ, ଔଷଧ, ଇନ୍ଧନ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଥିବାବେଳେ କୋଇଲା ଅଭାବରୁ ଦୀର୍ଘ ସମୟ ବିଜୁଳି କାଟ୍‌ ହେଉଛି। ୧୯୪୮ରେ ଦେଶ ସ୍ବାଧୀନ ହେବା ପରେ ଏଭଳି ଗମ୍ଭୀର ଆର୍ଥିକ ସଙ୍କଟ କେବେ ଦେଖାଦେଇ ନ ଥିଲା। ଏଥିପାଇଁ ରାଜପାକ୍‌ସେ ସରକାରଙ୍କୁ ଦାୟୀ କରାଯାଇ ସେମାନଙ୍କ ଇସ୍ତଫା ଦାବି ହୋଇଆସୁଥିଲା। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ଦେଶରେ ଏମର୍ଜେନ୍ସି ଜାରି କରିବାରୁ ଆନ୍ଦୋଳନ ଅଧିକ ଜୋର୍‌ଦାର ହୋଇଛି।
ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦାଙ୍କ ଇସ୍ତଫା ପରେ ଅନ୍ତରୀଣ ସରକାର ଗଠନ ଲାଗି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଆମନ୍ତ୍ରଣଙ୍କୁ ମୁଖ୍ୟ ବିରୋଧୀ ଦଳ ସାମାଗି ଜନ ବଲଓ୍ବେଗୟା (ଏସ୍‌ଜେବି) ମଙ୍ଗଳବାର ଅଗ୍ରାହ୍ୟ କରିଦେଇଛି। ଅନ୍ତରୀଣ ସରକାର ଗଢ଼ିବା ପରିବର୍ତ୍ତେ ରାଷ୍ଟ୍ରପତି ଇସ୍ତଫା ଦିଅନ୍ତୁ ବୋଲି ଏହି ଦଳ ଦାବି କରିଛି।
ଶ୍ରୀଲଙ୍କାର ଆୟ ମୁଖ୍ୟତଃ ପର୍ଯ୍ୟଟନ ଓ ବାହାର ଦେଶରୁ ଆସୁଥିବା ରୋଜଗାର ଅର୍ଥ ଉପରେ ନିର୍ଭର କରିଥାଏ। କରୋନା ମହାମାରୀ ଯୋଗୁ ଆୟ ବନ୍ଦ ହୋଇଯିବାରୁ ଋଣ ଶୁଝିବା ପାଇଁ ବିଦେଶୀ ବିନିମୟ ଭଣ୍ଡାରରେ ନିଅଣ୍ଟ ଦେଖାଦେଲା। ସରକାର ବିଦେଶରୁ ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ବାଧ୍ୟ ହେଲେ। ଫଳରେ ଇନ୍ଧନ ଅଭାବ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହେଲା ଏବଂ କୋଇଲା ଅଭାବରୁ ଅଧାଦିନ ବିଜୁଳି ରହିଲା ନାହିଁ। ସରକାରଙ୍କ ଉପରେ ଏବେ ୫୧ ବିଲିୟନ ଡଲାର ବିଦେଶୀ ଋଣ ବୋଝ ରହିଛି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ମିଳିତ ସରକାର ଗଢ଼ିବା ପାଇଁ ବିରୋଧୀ ଦଳ ମନା କରିଦେବା ପରେ ରାଷ୍ଟ୍ରପତି କାମଚଳା ସରକାର ନିଯୁକ୍ତ କରିପାରନ୍ତି କିମ୍ବା ଇସ୍ତଫା ଦେଇପାରନ୍ତି ଅଥବା ଆନ୍ଦୋଳନ ଦମନ ଲାଗି ଅଧିକ ସୈନ୍ୟ ଓ ପୋଲିସ ମୁତୟନ କରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri