ପରେଡ୍‌ ବେଳେ ଛୋଟାଉଥିଲେ ପୁଟିନ୍‌

ମସ୍କୋ, ୧୧ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ୟାନ୍‌ସର ଓ ପାର୍କିନସନ୍‌ସ ରୋଗରେ ପୀଡ଼ିତ ଥିବାନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇବା ପରେ ବିଜୟ ଦିବସ ପରେଡରେ ସେ ଠିକ୍‌ ଭାବେ ଚାଲିପାରୁ ନ ଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋମବାର ରୁଷିଆର ବିଜୟ ଦିବସ ପାଳନବେଳେ ପୁଟିନ୍‌ ଗୋଡ଼ରେ ସବୁଜ ରଙ୍ଗର କପଡ଼ା ଗୁଡ଼ାଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭେଟେରାନ୍‌ ଓ ବରିଷ୍ଠ ଅଧିକାରୀଙ୍କ ଗହଣରେ ବସିଥିବା ଦେଖିବାକୁ ମିଳିଥିଲା। ଏଥିସହ ସେ କଳାରଙ୍ଗର ବମ୍ବର ଜ୍ୟାକେଟ୍‌ ପିନ୍ଧି ବାରମ୍ବାର କାଶୁଥିଲେ। ଅନ୍ୟମାନଙ୍କ ଅପେକ୍ଷା ପୁଟିନ୍‌ ଅଧିକ ମୋଟା କପଡ଼ାରେ ନିଜ ଶରୀରକୁ ଢାଙ୍କି ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ମାସରେ ପୁଟିନ୍‌ ତାଙ୍କ କ୍ୟାନ୍‌ସର ଚିକିତ୍ସା ନିମନ୍ତେ ଅସ୍ତ୍ରୋପଚାର କରାଇପାରନ୍ତି ବୋଲି କୁହାଯାଉଛି। ସେହିପରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହୋଇଥିବା ଆଉ ଏକ ଭିଡିଓରେ ୧୨ମିନିଟ୍‌ର ବୈଠକରେ ପୁଟିନ୍‌ ଟେବୁଲର ଏକ କୋଣକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଲକ୍ଷ ଛାଡ଼ିଲେ ଭିଟାମାଟି, ୮ ଲକ୍ଷ ଶିଶୁ ବି ସାମିଲ…

କ୍ୱିଭ୍‌/ମସ୍କୋ,୯।୩ : ୟୁକ୍ରେନଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୦ ଲକ୍ଷ ଲୋକ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ଶିଶୁ ମଧ୍ୟ ରହିଛନ୍ତି...

ଦକ୍ଷିଣ କୋରିଆରେ ୬ ଲକ୍ଷ ଟପିଲା ଦୈନିକ ସଂକ୍ରମଣ

ସିଓଲ,୧୭।୩: ଦକ୍ଷିଣ କୋରିଆରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଗୋଟିଏ ଦିନରେ ୬,୨୧,୦୦୦ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ...

ଗୁଗ୍‌ଲ ସିଇଓଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୬ା୧: କପିରାଇଟ୍‌ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା...

ଆକ୍ସନ ମୁଡ୍‌ରେ ଡବ୍ଲୁଏଚ୍‌ଓ!

ବେଜିଂ,୩୦ ।୧: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)...

ଚେତାବନୀ ସତ୍ତ୍ୱେ ପୁଣି ମିଶାଇଲ୍‌ ଟେଷ୍ଟ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ୍‌,୧୩।୩: ଆମେରିକା ସମେତ ଅନେକ ଦେଶ ଚେତାବନୀ ଦେବା ପରେ ମଧ୍ୟ ଉତ୍ତର କୋରିଆ ନିରନ୍ତର ମିଶାଇଲ୍‌ ଟେଷ୍ଟ କରୁଛି। ଉତ୍ତର କୋରିଆ ପୁଣି ଏକ...

ଅଗଷ୍ଟ ୭ ପର୍ଯ୍ୟନ୍ତ ତାଇଓ୍ବାନ ଆଖପାଖରେ କ୍ଷେପଣାସ୍ତ୍ର ଅଭ୍ୟାସ କରିବ ଚାଇନା, ପଠାଇଲା ଏସ୍‌ ୟୁ-୩୫ ବିମାନ-ଟ୍ୟାଙ୍କ…

ତାଇପେଇ/ବେଜିଂ, ୨।୮ : ଆମେରିକା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଛି। ଚାଇନା ତାଇଓ୍ବାନ ଅଭିମୁଖେ ଏହାର ଏସ୍‌ୟୁ-୩୫...

କଲମ୍ବିଆରେ ସୁରକ୍ଷାକର୍ମୀଙ୍କ ଉପରେ ସବୁଠାରୁ ବଡ ଧରଣର ଆକ୍ରମଣ: ୮ ପୋଲିସ ମୃତ

ବୋଗୋଟା,୩ ।୯: ପଶ୍ଚିମ କଲମ୍ବିଆରେ ଶୁକ୍ରବାର ହୋଇଥିବା ଏକ ବିସ୍ଫୋରଣରେ ୮ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ...

ଭାବମୂର୍ତ୍ତି ପରିବର୍ତ୍ତନ ପ୍ରୟାସ, ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେବାକୁ ତାଲିବାନ୍‌ର ଇଛା…

ଜେନେଭା/କାବୁଲ,୨୨।୯: ତାଲିବାନ୍‌ ଜାତିସଂଘ ମହାସଭାରେ ପୃଥିବୀକୁ ଉଦ୍‌ବୋଧନ ଦେବାର ଇଛା ପ୍ରକଟ କରିଛି। ଏନେଇ ତାଲିବାନ୍‌ ସରକାରଙ୍କର ବୈଦେଶିକ ମନ୍ତ୍ରୀ ଆମିର ଖାଁ ଜାତିସଂଘ ମହାସଚିବ...

Advertisement
Archives

Model This Week