ଲୋକଙ୍କୁ ସୁବିଧା ଯୋଗାଇବା ପ୍ରାଥମିକ ଲକ୍ଷ୍ୟ

ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ। ୨୦୨୪ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ୬୩୧ ଖଣ୍ଡ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଅଶୋକ ୭୭,୮୪୩ ଖଣ୍ଡ ଭୋଟ ପାଇଥିବାବେଳେ ବିଷ୍ଣୁବ୍ରତଙ୍କୁ ୭୭,୨୧୨ ଭୋଟ ମିଳିଥିଲା। ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ କଂଗ୍ରେସ ଏଠାରେ ବିଜୟୀ ହୋଇଥିବା ବେଳେ ଭଦ୍ରକ ଜିଲାରୁ ଦଳ ଏକମାତ୍ର ଆସନ ପାଇଛି।
୧୯୬୭ ଫେବୃଆରୀ ୨୮ରେ ବାଲେଶ୍ୱର ଜିଲା ନୀଳଗିରି ଟାଉନରେ ଅଶୋକ ଜନ୍ମଗ୍ରହଣ କରିଥିଲେ। ହେଲେ ବାସୁଦେବପୁର ପୌରପାଳିକାର ନିଉଇଣ୍ଡିଆ ସାହିରେ ତାଙ୍କ ଘର। ମାତା ସାବିତ୍ରୀଲତା ଦାସ ଓ ପିତା ସ୍ବର୍ଗତ ନିତ୍ୟାନନ୍ଦ ଦାସ। ପିତା ପୂର୍ବତନ ବିଦ୍ୟୁତ୍‌ କର୍ମଚାରୀ ଥିଲେ। ୪ ଝିଅ, ୨ ପୁଅଙ୍କ ମଧ୍ୟରେ ଅଶୋକ ଦ୍ୱିତୀୟ। ଛାତ୍ର ଜୀବନରୁ ସାମାଜିକ କାର୍ଯ୍ୟରେ ସେ ନିଜକୁ ଜଡ଼ିତ କରିଥିବା ବେଳେ ଲୋକଙ୍କ ସହ ଯୋଡ଼ିହେବା ଏବଂ କୁସ୍ତି କସରତରେ ପସନ୍ଦ ରଖିଥିଲେ। ପିତାଙ୍କ ଚାକିରି ଯୋଗୁ ନୀଳଗିରିରେ ରହିବା ସମୟରେ ସେଠାରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ ହୋଇଥିଲା। ସେ ସ୍ନାତକୋତ୍ତର କରିବା ସହ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ୧୯୮୮-୮୯ ଶିକ୍ଷାବର୍ଷରେ ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରେ ବାସୁଦେବପୁର ନିର୍ବାଚନମଣ୍ଡଳୀର ଛାତ୍ର କଂଗ୍ରେସ ସଭାପତି ଓ ପରେ ନଗର କଂଗ୍ରେସ ସଭାପତି ଭାବେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୩ରେ ସେ ୧୬ନଂ. ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇ ଏନ୍‌ଏସି ଅଧ୍ୟକ୍ଷ ହୋଇଥିଲେ। ତାଙ୍କ ପ୍ରଚେଷ୍ଟାରେ ବାସୁଦେବପୁର ଏନ୍‌ଏସି ପୌରପାଳିକା ମାନ୍ୟତା ପାଇବା ପରେ ପୌରାଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରେ ପିସିସି ପକ୍ଷରୁ ତାଙ୍କୁ ଭଦ୍ରକ ଜିଲା ସଭାପତି ଦାୟିତ୍ୱ ଦିଆଯାଇଥିଲା। ୨୦୨୦ରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ବାସୁଦେବପୁରରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୩ରେ ପୁନର୍ବାର ତାଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଥିଲା। ୨୦୨୪ ନିର୍ବାଚନ ଜିତିବା ପରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ପକ୍ଷରୁ ବିଧାନସଭାରେ ତାଙ୍କୁ ବିଧାୟକ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି। ଅଶୋକ ହାଇସ୍କୁଲ ଛକ କାଳୀ କମିଟିର ପ୍ରତିଷ୍ଠାତା ସମ୍ପାଦକ, ଜଣେ ସଫଳ କ୍ରୀଡ଼ାବିତ୍‌ ଭାବେ ଜଣାଶୁଣା।

ବିଧାୟକ କହନ୍ତି
ବାସୁଦେବପୁର ନିର୍ବାଚନମଣ୍ଡଳୀର ବିକାଶ ଓ ଏହାକୁ ଦୁର୍ନୀତିମୁକ୍ତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସାଧାରଣ ଜନତା କିପରି ନ୍ୟାୟ ପାଇବେ ଓ ସରକାରୀ ସୁବିଧା ସୁଯୋଗ ଲାଭ କରିପାରିବେ ତାହା ତାଙ୍କର ପ୍ରାଥମିକତା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ ସେ ରାଜନୀତିରେ ସାମିଲ ହୋଇଥିଲେ ବୋଲି କହିଛନ୍ତି।
ରିପୋର୍ଟ: ନାରାୟଣ ପ୍ରସାଦ ବାରିକ୍‌, ବାସୁଦେବପୁର


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri