ଲୋକଙ୍କୁ ସୁବିଧା ଯୋଗାଇବା ପ୍ରାଥମିକ ଲକ୍ଷ୍ୟ

ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ। ୨୦୨୪ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ୬୩୧ ଖଣ୍ଡ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଅଶୋକ ୭୭,୮୪୩ ଖଣ୍ଡ ଭୋଟ ପାଇଥିବାବେଳେ ବିଷ୍ଣୁବ୍ରତଙ୍କୁ ୭୭,୨୧୨ ଭୋଟ ମିଳିଥିଲା। ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ କଂଗ୍ରେସ ଏଠାରେ ବିଜୟୀ ହୋଇଥିବା ବେଳେ ଭଦ୍ରକ ଜିଲାରୁ ଦଳ ଏକମାତ୍ର ଆସନ ପାଇଛି।
୧୯୬୭ ଫେବୃଆରୀ ୨୮ରେ ବାଲେଶ୍ୱର ଜିଲା ନୀଳଗିରି ଟାଉନରେ ଅଶୋକ ଜନ୍ମଗ୍ରହଣ କରିଥିଲେ। ହେଲେ ବାସୁଦେବପୁର ପୌରପାଳିକାର ନିଉଇଣ୍ଡିଆ ସାହିରେ ତାଙ୍କ ଘର। ମାତା ସାବିତ୍ରୀଲତା ଦାସ ଓ ପିତା ସ୍ବର୍ଗତ ନିତ୍ୟାନନ୍ଦ ଦାସ। ପିତା ପୂର୍ବତନ ବିଦ୍ୟୁତ୍‌ କର୍ମଚାରୀ ଥିଲେ। ୪ ଝିଅ, ୨ ପୁଅଙ୍କ ମଧ୍ୟରେ ଅଶୋକ ଦ୍ୱିତୀୟ। ଛାତ୍ର ଜୀବନରୁ ସାମାଜିକ କାର୍ଯ୍ୟରେ ସେ ନିଜକୁ ଜଡ଼ିତ କରିଥିବା ବେଳେ ଲୋକଙ୍କ ସହ ଯୋଡ଼ିହେବା ଏବଂ କୁସ୍ତି କସରତରେ ପସନ୍ଦ ରଖିଥିଲେ। ପିତାଙ୍କ ଚାକିରି ଯୋଗୁ ନୀଳଗିରିରେ ରହିବା ସମୟରେ ସେଠାରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ ହୋଇଥିଲା। ସେ ସ୍ନାତକୋତ୍ତର କରିବା ସହ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ୧୯୮୮-୮୯ ଶିକ୍ଷାବର୍ଷରେ ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରେ ବାସୁଦେବପୁର ନିର୍ବାଚନମଣ୍ଡଳୀର ଛାତ୍ର କଂଗ୍ରେସ ସଭାପତି ଓ ପରେ ନଗର କଂଗ୍ରେସ ସଭାପତି ଭାବେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୩ରେ ସେ ୧୬ନଂ. ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇ ଏନ୍‌ଏସି ଅଧ୍ୟକ୍ଷ ହୋଇଥିଲେ। ତାଙ୍କ ପ୍ରଚେଷ୍ଟାରେ ବାସୁଦେବପୁର ଏନ୍‌ଏସି ପୌରପାଳିକା ମାନ୍ୟତା ପାଇବା ପରେ ପୌରାଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରେ ପିସିସି ପକ୍ଷରୁ ତାଙ୍କୁ ଭଦ୍ରକ ଜିଲା ସଭାପତି ଦାୟିତ୍ୱ ଦିଆଯାଇଥିଲା। ୨୦୨୦ରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ବାସୁଦେବପୁରରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୩ରେ ପୁନର୍ବାର ତାଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଥିଲା। ୨୦୨୪ ନିର୍ବାଚନ ଜିତିବା ପରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ପକ୍ଷରୁ ବିଧାନସଭାରେ ତାଙ୍କୁ ବିଧାୟକ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି। ଅଶୋକ ହାଇସ୍କୁଲ ଛକ କାଳୀ କମିଟିର ପ୍ରତିଷ୍ଠାତା ସମ୍ପାଦକ, ଜଣେ ସଫଳ କ୍ରୀଡ଼ାବିତ୍‌ ଭାବେ ଜଣାଶୁଣା।

ବିଧାୟକ କହନ୍ତି
ବାସୁଦେବପୁର ନିର୍ବାଚନମଣ୍ଡଳୀର ବିକାଶ ଓ ଏହାକୁ ଦୁର୍ନୀତିମୁକ୍ତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସାଧାରଣ ଜନତା କିପରି ନ୍ୟାୟ ପାଇବେ ଓ ସରକାରୀ ସୁବିଧା ସୁଯୋଗ ଲାଭ କରିପାରିବେ ତାହା ତାଙ୍କର ପ୍ରାଥମିକତା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ ସେ ରାଜନୀତିରେ ସାମିଲ ହୋଇଥିଲେ ବୋଲି କହିଛନ୍ତି।
ରିପୋର୍ଟ: ନାରାୟଣ ପ୍ରସାଦ ବାରିକ୍‌, ବାସୁଦେବପୁର


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri