ସୁନା ଦର ୫୬ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ,୬।୮: ଦେଶ ମଧ୍ୟରେ ସୁନା ଦର ବର୍ତ୍ତମାନ ଲଗାତର ବୃଦ୍ଧି ପାଇଁ ଚାଲିଛି। ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୧୩୬୫ ଟଙ୍କା ବଢ଼ିବା ଯୋଗୁ ନୂଆଦିଲ୍ଲୀରେ ଏହା ୫୬,୧୮୧ ଟଙ୍କା ଛୁଇଁଛି। ବିଶ୍ୱ ବଜାରର ପ୍ରଭାବ ଫଳରେ ଭାରତରେ ଏଭଳି ସ୍ଥିତି ଉପୁଜିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରୁପା ଦର ମଧ୍ୟ ବଢ଼ିଛି। ରୁପାର କିଲୋ ପ୍ରତି ଦର ୫,୯୭୧ ଟଙ୍କା ବଢ଼ିବା ଯୋଗୁ ଏହା ୭୨,୭୨୬ ଟଙ୍କା ଛୁଇଁଛି। ଏହାର ପୂର୍ବ କାରବାରରେ ରୁପା ଦର ୬୬,୭୪୫ ଟଙ୍କା ରହିଥିଲା। କିଛି ଦିନ ତଳେ ଏହାର ମୂଲ୍ୟ ୫୪,୮୧୬ ଟଙ୍କା ରହିଥିବା ବେଳେ ଏଥିରେ ଲଗାତର ବୃଦ୍ଧି ପରିଲକ୍ଷିତ ହୋଇଛି। ନୂଆଦିଲ୍ଲୀରେ ସୁନାର ସ୍ପଟ୍‌ ମୂଲ୍ୟ ୧୩୬୫ ଟଙ୍କା ବଢ଼ିଥିବା ବେଳେ ବିଶ୍ୱ ବଜାରର ପ୍ରଭାବ ଯୋଗୁ ଏହା ହୋଇଥିବା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର କମୋଡିଟିଜ୍‌ ବରିଷ୍ଠ ଆନାଲିଷ୍ଟ ତପନ ପଟେଲ ସୂଚନା ଦେଇଛନ୍ତି।
ସେହିଭଳି ଅନ୍ତର୍ଜାତୀୟ ବଜାର କଥା ଦେଖିଲେ ସୁନା ଦର ୨୦୩୨ ଡଲାର ପ୍ରତି ଆଉନ୍ସ ରହିଛି। ଏହି ସମୟରେ ରୁପାର ଆଉନ୍ସ ପିଛା ଦର ୨୬.୪୦ ଡଲାର ଟଙ୍କା ଛୁଇଁଛି। ଅର୍ଥନୈତିକ ମାନ୍ଦାବସ୍ଥା, କରୋନାର ପ୍ରଭାବ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ହେବା ଯୋଗୁ ସୁନା ମୂଲ୍ୟ ନୂଆ ରେକର୍ଡ ସ୍ତରରେ ରହିଥିବା ପଟେଲ ମତ ପ୍ରକାଶ କରିଛନ୍ତି। ସେହିଭଳି ରିଲାଏନ୍ସ ସିକ୍ୟୁରିଟିଜର ସିନିୟର ରିସର୍ଚ୍ଚ ଆନାଲିଷ୍ଟ ଶ୍ରୀରାମ ଆୟାର କହିଛନ୍ତି, ଲୋକମାନେ ସୁନାକୁ ନିବେଶର ଏକ ନିରାପଦ ବିକଳ୍ପ ଭାବେ ବିଚାର କରୁଛନ୍ତି। କୋଭିଡ୍‌ ଏବଂ ବିଶ୍ୱ ମାନ୍ଦାବସ୍ଥା ସମୟରେ ସୁନା ଅନ୍ୟ କୌଣସି ବିକଳ୍ପ ତୁଳନାରେ ଭଲ ରିଟର୍ନ ଦେବ ବୋଲି ନିବେଶକମାନେ ସୁନା କିଣୁଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡିଛି।
ମୋତିଲାଲ ଓସ୍‌ଓ୍ବାଲ ଫାଇନାନ୍ସିଆଲ ସର୍ଭିସେସ୍‌ର କମୋଡିଟି ଏବଂ କରେନ୍ସି ମୁଖ୍ୟ କିଶୋର ନାର୍‌ନେ କହିଛନ୍ତି, ଚଳିତ ବର୍ଷ ସୁନା ଏବଂ ରୁପା ସର୍ବୋତ୍ତମ ପରଫରମାନ୍ସ କରିଥିବା ଆସେଟ୍‌ ଭାବେ ବିବେଚିତ ହୋଇଛି। ଏହି ବର୍ଗରେ ଯଥାକ୍ରମେ ୪୦% ଏବଂ ୫୦% ରିଟର୍ନ ମିଳିଛି। ଏହି ଧାରା ଆଗାମୀ ଦିନଗୁଡିକରେ ମଧ୍ୟ ଲାଗି ରହିବ। ବଜାରକୁ ଅଧିକ ନଗଦ ଉପଲବ୍ଧ କରାଇବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଉଥିବା ବେଳେ ବାଣିଜ୍ୟ ଯୁଦ୍ଧ ଆଶଙ୍କା, ଭୌଗୋଳିକ ଏବଂ ରାଜନୈତିକ ଅନିଶ୍ଚିତତା, କୋଭିଡ୍‌ ମାମଲା ବୃଦ୍ଧି ଯୋଗୁ ସୁନା ବଜାର ଉପରେ ଏହାର ପ୍ରଭାବ ପଡୁଛି। ସୁନା ଦରରେ ବୃଦ୍ଧି ଧାରା ଲାଗି ରହିପାରେ ବୋଲି ନାର୍‌ନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri